1st Match - The Sakala

ଆଜିଠାରୁ ଆଇପିଏଲ୍‌ ମହାସମର: ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା
କୋଲକାତା: ଆଜି ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ମହାସମର ଆରମ୍ଭ ହେବ। ପୂର୍ବପରି ୨ଟି ଗ୍ରୁପ୍‌ରେ ୧୦ଟି ଦଳ, ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳିବେ। ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ ଓ ପ୍ରଥମ ୪ଟି ଦଳ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଇଡେନ ଗାର୍ଡେନ୍ସରେ ମୁକାବିଲା ହେବ। ୬୫ ଦିନର ଏହି ମହାସମର ମେ’ ୨୫ ତାରିଖରେ ଗ୍ରାଣ୍ଡ ଫାଇନାଲ ସହ ଶେଷହେବ।

ଭାରତରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଶ୍ୱରେ ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବିସିସିଆଇ (ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ)ର ଏହା ଏକ ଘରୋଇ କ୍ରିକେଟ ଲିଗ୍‌ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ଖେଳ ଏହାର ମୁଖ୍ୟ ଆକର୍ଷଣ। ଏହି ଲିଗ୍‌ରେ ସଫଳତା ପାଇବା ଅର୍ଥ ରାତାରାତି ଷ୍ଟାରରେ ପରିଣତ ହେବ। ଦେଶ ବିଦେଶର ଅନେକ ଖେଳାଳି ଏପରି ସଫଳତା ହାସଲ କରି ଜିରୋରୁ ହିରୋରେ ପରିଣତ ହୋଇଛନ୍ତି। ୨୦୦୮ରୁ ଲଳିତ ମୋଦୀଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଲିଗ୍‌ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଯାଇଛି। ଭାରତ ବାହାର ଦେଶର ଜଣେ ଖେଳାଳିଙ୍କୁ ନିଜ ଦେଶର ଦଳ ଅପେକ୍ଷା ଆଇପିଏଲ୍‌ ଟିମ୍‌ରେ ସ୍ଥାନ ପାଇବା କଷ୍ଟକର ହେଉଛି। ଏଭଳି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଲିଗ୍‌ରେ ଖେଳିବା ଅନେକ ଖେଳାଳି ନିଜର ସୌଭାଗ୍ୟ ବୋଲି ବିବେଚନା କରିଥାନ୍ତି। ଏଥର ଲିଗ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ୨୦୨୫ ମାର୍ଚ୍ଚ ୨୨ରୁ ଏହି ଲିଗ୍‌ ଆରମ୍ଭ ହୋଇ ମେ’ ୨୫ରେ ଶେଷ ହେବ। ଏଥିରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଫର୍ମାଟ

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେଇଥିବାବେଳେ ପୂର୍ବବର୍ଷ ପରି ଏଗୁଡିକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ୨ଥର ଲେଖାଏଁ ଖେଳିବେ। ସେହିପରି ଗୋଟିଏ ଗ୍ରୁପର ଗୋଟିଏ ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ଏହା ଗ୍ରୁପ୍‌ର ସିଡିଂ ଉପରେ ଦଳ ନିର୍ଦ୍ଧାରିତ ହେବ। ମନେ କରାଯାଉ ଗ୍ରୁପ୍‌-ଏ’ରେ ଚେନ୍ନାଇର ସିଡ୍‌ ନଂ-୧ ଓ ଗ୍ରୁପ୍‌-ବି’ରେ ମୁମ୍ବାଇ ସିଡ ନଂ-୧ ରହିଛି। ଏହା ଫଳରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପର ସହ ୨ଥର ମ୍ୟାଚ୍‌ ଖେଳିବେ। ଏହା ବ୍ୟତୀତ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଦଳ ଖେଳିବେ। ଏସବୁକୁ ହିସାବକୁ ନେଲେ ଗୋଟିଏ ଦଳ ଲିଗ୍‌ ପର୍ଯ୍ୟାୟରେ ପୂର୍ବପରି ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବ। ନିୟମ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଦଳ ସହ ୮ଟି, ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ସହ ୨ଟି ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଗୋଟିଏ ଦଳ ଅନ୍ୟ ୫ଟି ଦଳ ସହ ୨ଟି ଲେଖାଏଁ ମୋଟ ୧୦ଟି ମ୍ୟାଚ୍‌ ଖେଳିବ। ସେହିପରି ଅନ୍ୟ ୪ଟି ଦଳ ସହ ୪ଟି ଲେଖାଏଁ ଖେଳିଲେ ଗୋଟିଏ ଦଳ ମୋଟରେ ୧୪ଟି ମ୍ୟାଚ୍‌ ଖେଳିବ।

ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ତାଲିକାରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଲହା ମଧ୍ୟରୁ ପ୍ରଥମ ଦୁଇ ଦଳ ମଧ୍ୟରେ କ୍ୱାଲିଫାୟର-୧ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜିତ ଦଳ କ୍ୱାଲିଫାୟର-୨ରେ ଖେଳିବ। ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବ ଓ ବିଜେତା ଦଳ କ୍ୱାଲିଫାୟର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଉଭୟ କ୍ୱାଲିଫାୟରର ବିଜେତା ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।

୧୩ ଭେନ୍ୟୁରେ ୭୪ ମ୍ୟାଚ୍‌

ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଏଥର ଦୀର୍ଘ ୬୫ ଦିନ ଧରି ଚାଲିବ। ମେ ୨୫ରେ ଗ୍ରାଣ୍ଡ ଫାଇନାଲକୁ ମିଶାଇ ୧୩ଟି ଭେନ୍ୟୁରେ ସର୍ବମୋଟ୍‌ ୭୪ ମ୍ୟାଚ୍‌ ଖେଳାଯିବ। ଏହି ଭେନ୍ୟୁଗୁଡ଼ିକ ହେଲା କୋଲକାତା (ଇଡେନ ଗାର୍ଡେନ୍ସ ଷ୍ଟାଡିୟମ), ଅହମ୍ମଦାବାଦ (ନରେନ୍ଦ୍ର ମୋଦୀ ଷ୍ଟାଡିୟମ), ବେଙ୍ଗାଲୁରୁ (ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ), ଚେନ୍ନଇ (ଏମଏ ଚିଦାମ୍ବରମ ଷ୍ଟାଡିୟମ), ଦିଲ୍ଲୀ (ଅରୁଣ ଜେଟ୍‌ଲୀ ଷ୍ଟାଡିୟମ), ଧର୍ମଶାଳା (ଏଚ୍‌ପିସିଏ କ୍ରିକେଟ୍‌ ଷ୍ଟାଡିୟମ), ଗୌହାଟୀ (ବର୍ସାପରା କ୍ରିକେଟ ଷ୍ଟାଡିୟମ), ହାଇଦରାବାଦ୍‌ (ରାଜୀବ ଗାନ୍ଧୀ ଷ୍ଟାଡିୟମ), ଜୟପୁର (ସୱାଇ ମାନସିଂ ଷ୍ଟାଡିୟମ), ଲକ୍ଷ୍ନୌ (ଏକନ୍ନା କ୍ରିକେଟ ଷ୍ଟାଡିୟମ), ମୁଲାନପୁର (ମହାରାଜ ଯାଦବିନ୍ଦର ସିଂହ ଷ୍ଟାଡିୟମ), ମୁମ୍ବଇ (ୱାଙ୍ଖଡେ ଷ୍ଟାଡିୟମ) ଓ ବିଶାଖାପାଟନମ (ଏସିଏ-ଭିଡିସିଏ ଷ୍ଟାଡିୟମ)।

୧୨ ଡବଲ୍‌ ହେଡର୍‌ ମ୍ୟାଚ୍‌

ମୋଟ୍‌ ଉପରେ ୧୩ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳର ଘରୋଇ ଭେନ୍ୟୁକୁ ବାଦ୍‌ ଦେଲେ ୩ଟି ସବଷ୍ଟିଚ୍ୟୁଟ ଭେନ୍ୟୁ ମଧ୍ୟ ରଖାଯାଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଓ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସର୍ବାଧିକ ୯ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ଏହି ଦୁଇଟି ଭେନ୍ୟୁରେ ୭ଟି ଘରୋଇ ମ୍ୟାଚ୍‌କୁ ବାଦ ଦେଲେ ୨ଟି ଲେଖାଏ ପ୍ଲେ-ଅଫ୍‌ ମୁକାବିଲା ମଧ୍ୟ ଖେଳାଯିବ। ଏଥର ଆଇପିଏଲ୍‌ରେ ୧୨ଟି ଡବଲ ଡେଡର ରଖାଯାଇଛି। ଅର୍ଥାତ ୧୨ଥର ଗୋଟିଏ ଦିନରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ସବୁ ଡବଲ ହେଡର ଶନିବାର କିମ୍ବା ରବିବାର ଖେଳାଯିବ। ଡବଲ୍‌ ହେଡର୍‌ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩ଟା ୩୦ ଓ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ। ଅପରପକ୍ଷରେ ଯେଉଁଦିନ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳାଯିବ ଏହା ରାତି ୭ଟା ୩୦ରୁ ହେବ।

ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ପୁରସ୍କାର

ଆଇପିଏଲ ଚାମ୍ପିଅନ ଦଳକୁ ଟ୍ରଫି ସହ ୨୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥାଏ। ସେହପରି ରନର୍ସଅପ ଦଳକୁ ୧୩, ତୃତୀୟ ସ୍ଥାନରେ ଥିବା ଦଳକୁ ୭, ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ ୬.୫୦ୁ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ଏହା ବ୍ୟତୀତ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ, ଶ୍ରେଷ୍ଠ ବ୍ୟାଟର, ଶ୍ରେଷ୍ଠ ବୋଲର, ଉଦୀୟମାନ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।

ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ଲିଗ୍‌ ଆଇପିଏଲର ୧୮ତମ ସଂସ୍କରଣରେ ଏଥର ଅନେକ ନୂଆ ନିୟମ ଲାଗୁ ହୋଇଛି। ଗତ ସଂସ୍କରଣଗୁଡିକ ତୁଳାନରେ ଏଥର ବିସିସିଆଇ ଖେଳାଳିଙ୍କ ସ୍ୱାଧୀନତା ଉପରେ କିଛିଟା କଟକଣା ଲଗାଇଛି। ନୂଆ ନିୟମ ଅନୁସାରେ ପ୍ଲେୟର ଆଣ୍ଡ୍‌ ମ୍ୟାଚ୍‌ ଅଫିସିଆଲ ଏରିଆ (ପିଏମ୍‌ଓଏ)ର ଆଖପାଖ ଅଞ୍ଚଳରେ ଖେଳାଳିମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। ପରିବାର ସଦସ୍ୟଙ୍କୁ ମଧ୍ୟ ଡ୍ରେସିଂ ରୁମ୍‌ରେ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଅଭ୍ୟାସ ଦିନମାନଙ୍କରେ ମଧ୍ୟ ପରିବାର ସଦସ୍ୟଙ୍କ ପାଇଁ ଏହି ନୟମ ଲାଗୁ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଓ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ଦିନଗୁଡିକରେ କେବଳ ଆକ୍ରିଟେଡ ଅର୍ଥାତ ମାନ୍ୟତା ପାଇଥିବା ଷ୍ଟାଫ୍‌ ଓ ଅଧିକରୀଙ୍କୁ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିବାର ଅଧିକାର ମିଳିବ। ସେହିଭଳି ଖେଳାଳିମାନଙ୍କ ପରିବାର ସଦସ୍ୟମାନେ ଅଲଗା ଗାଡ଼ିରେ ଯାତ୍ରା କରି ହସ୍ପିଟାଲିଟି ଏରିଆରେ ରହି ଅଭ୍ୟାସ ଦେଖିପାରିବେ। ଏହା ବ୍ୟତୀତ ଖେଳାଳିମାନେ କେବଳ ଟିମ୍‌ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି। ବିସିସିିଆଇ ଏହି ନିୟମ ଭାରତୀୟ ଦଳ ପାଇଁ କିଛିଦିନ ପୂର୍ବରୁ ଲାଗୁ କରିଥିଲା। ଉଲ୍ଲେଖଯୋଗ୍ୟ, ଗତ କେତୋଟି ସିଜିନ୍‌ରେ ଡ୍ରେସିଂ ରୁମ୍‌ ଓ ପିଏମ୍‌ଓଏ୍‌ରେ ଖେଳାଳିଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଉପସ୍ଥିତି ନେଇ ଏକାଧିକବାର ଅଭିଯୋଗ ହୋଇଥିଲା। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ଓ ବୋର୍ଡ ଏଥର ଆଭିମୁଖ୍ୟ କଠୋର କରିବାକୁ ବାଧ୍ୟ ହୋଇଛନ୍ତି।

୫ଟି ଦଳର ନୂଆ ଅଧିନାୟକ

ଏଥର ମେଗା ନିଲାମି ବଳରେ ଦଳର ଖେଳାଳି, କ୍ୟାପ୍ଟେନ ଓ କୋଚ୍‌ ପରିବର୍ତ୍ତନ ହୋଇଛି। ୨୦୨୪ରେ କୋଲକାତାକୁ ଚାମ୍ପିଅନ୍‌ କରାଇଥିବା ଶ୍ରେୟସ ଆୟର ଏଥର ପଞ୍ଜାବର ନେତୃତ୍ୱ ନେବେ। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ କୋଲକାତାର ନେତୃତ୍ୱ ନେଇଛନ୍ତି। ନିଲାମିରେ ଋଷଭ ପନ୍ତ୍‌ଙ୍କୁ ଦିଲ୍ଲୀ ରିଲିଜ୍‌ କରିବା ପରେ ଲକ୍ଷ୍ନୌ ତାଙ୍କୁ ନେତୃତ୍ୱ ଦେଇଛି। ଅକ୍ଷର ପଟେଲ ଦିଲ୍ଲୀ ଅଧିନାୟକ ହୋଇଛନ୍ତି। ସେହିପରି ରଜତ ପଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ବାସନ୍ଦ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ନେତୃତ୍ୱ ନେବେ। ଆଘାତ ଜନିତ କାରଣରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାର ପରାଗ ପ୍ରଥମ ୩ଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେବେ। ଏହା ମଧ୍ୟରେ ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ ଦିଲ୍ଲୀର, ଯୁଜବେନ୍ଦ୍ର ଚହଲ ପଞ୍ଜାବ, ଆର୍‌ ଅଶ୍ୱିନ ଚେନ୍ନାଇ, ସିରାଜ ଗୁଜରାଟ ପକ୍ଷରୁ ଏଥର ଖେଳିବେ। ମହେନ୍ଦ୍ର ସିଂ ଧୋନି ଜଣେ ଅନ୍‌କ୍ୟାପ୍‌ଡ ଖେଳାଳିଭାବେ ୪ କୋଟି ଟଙ୍କା ବିନିମୟରେ ଚେନ୍ନାଇର ଖେଳିବେ। ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ୫ ବର୍ଷ ପରେ ଜଣେ ଅନ୍‌କ୍ୟାପଡ଼ ଖେଳାଳିରେ ପରିଣତ ହୋଇଥାନ୍ତି।

ଦିଲ୍ଲୀର କୋଚ୍‌ ରିକି ପଣ୍ଟିଂ ଏଥର ପଞ୍ଜାବର, ହେମାଙ୍ଗ ବଦାନୀ ଦିଲ୍ଲୀର, ରାହୁଲ ଦ୍ରାବିଡ୍‌ ରାଜସ୍ଥାନ ରୟାଲ୍ସର କୋଚ୍‌ ନିଯୁକ୍ତ ହୋଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଡ୍ୱେନ୍‌ ବ୍ରାଭୋ କୋଲକାତାର ମେଣ୍ଟର, ଗତବର୍ଷ ଖେଳିଥିବା ମାଥ୍ୟୁ ୱେଡ୍‌ ଏବର୍ଷ ଗୁଜରାଟର ଆସିଷ୍ଟାଣ୍ଟ କୋଚ୍‌ ହେବେ।

କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି
ଅହମ୍ମଦାବାଦ୍‌‌: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱ କ୍ରିକେଟ୍‌‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଆଇସିସି ଏକଦିବସୀୟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ସାରା ବିଶ୍ୱର କୋଟି କୋଟି କ୍ରିକେଟ୍‌‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ୨୦୧୯ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବ। ଆଜିର ଏହି ଉଦ୍‌‌ଘାଟନୀ ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ।

ପ୍ରଥମ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳଙ୍କୁ ଝଟ୍‌କା ଲାଗିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ୧ଲକ୍ଷ ୩୨ ହଜାର ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବେନ୍‌ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌ ଓ ଟିମ୍‌ ସାଉଦିଙ୍କ ବିନା ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ଷ୍ଟୋକ୍ସଙ୍କ ହିପ୍‌ରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର ବିଶ୍ରାମ ଦିଆଯିବାକୁ ଦଳ ନିଷ୍ପତ୍ତି ନେଇଛି।

ଇଂଲଣ୍ଡ: ଜୋଶ ବଟଲର୍‌‌ (ଅଧିନାୟକ), ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ମୋଇନ ଅଲ୍ଲୀ,  ସାମ୍‌‌ କୁରାନ,  କ୍ରିସ୍‌‌ ୱକ୍ସ, ଜନ୍ନୀ ବେୟାରଷ୍ଟୋ,  ଆଦିଲ ରଶିଦ ଓ ମାର୍କ ଉଡ୍‌‌।

ନ୍ୟୁଜିଲାଣ୍ଡ: ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ଡେଭନ କନୱେ, ଟମ୍‌‌ ଲାଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଟ୍ରେଣ୍ଟ ବୋଲ୍ଟ ଓ  ମ୍ୟାଟ୍‌‌ ହେନରୀ,

ଆଜିଠୁ କ୍ରିକେଟ ମହାକୁମ୍ଭ: ଉଦ୍‌‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ
ଅହମ୍ମଦାବାଦ୍‌‌: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱ କ୍ରିକେଟ୍‌‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଆଇସିସି ଏକଦିବସୀୟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଗୁରୁବାରଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ସାରା ବିଶ୍ୱର କୋଟି କୋଟି କ୍ରିକେଟ୍‌‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ୨୦୧୯ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ୍‌‌ ଅପରାହ୍ଣ ୨ଟାରେ ଅହମ୍ମଦାବାଦରେ ଖେଳାଯିବ। ଆୟୋଜକ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ୱକପ୍‌‌ରେ ଅଭିଯାନ ଆରମ୍ଭ କରିବ। ୧୯୮୩ ଓ ୨୦୧୧ ପରେ ଭାରତ ୩ୟଥର ଲାଗି ବିଶ୍ୱବିଜୟୀ ହେବାକୁ ଲକ୍ଷ୍ୟ ରଖିଛି।

ପ୍ରତି ୪ ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରିକେଟ୍‌‌ ମହାକୁମ୍ଭର ଚଳିତ ସଂସ୍କରଣରେ ମୋଟ୍‌‌ ୧୦ ଗୋଟି ଦଳ ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ। ଆୟୋଜକ ଭାରତ ସମେତ ସର୍ବାଧିକ ୫ଥରର ବିଜେତା ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆଇସିସି ମାନ୍ୟତା ଆଧାରରେ ସିଧାସଳଖ ବିଶ୍ୱକପ୍‌‌କୁ ଯୋଗ୍ୟତାଅର୍ଜନ କରିଥିଲେ। ସେହିଭଳି ୧୯୯୬ ବିଜେତା ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌‌ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଖେଳି ବିଶ୍ୱକପ୍‌‌ ଟିକଟ୍‌‌ ହାସଲ କରିଛନ୍ତି। ଅଂଶଗ୍ରହଣକାରୀ ୧୦ ଦଳ ମଧ୍ୟରୁ ଏସିଆ ମହାଦେଶରୁ ସର୍ବାଧିକ ୫ ଗୋଟି ଦଳ ବିଶ୍ୱକପ୍‌‌ରେ ଭାଗନେଉଛନ୍ତି। ଅପରପକ୍ଷରେ ଭାରତରେ ୪ର୍ଥଥର ଲାଗି ବିଶ୍ୱ କ୍ରିକେଟ୍‌‌ର ଏହି ସର୍ବୋଚ୍ଚ ପ୍ରତିଯୋଗିତା ଆୟୋଜନ ହେବ। କିନ୍ତୁ ପ୍ରଥମଥର ଲାଗି ଏକାକୀ ଭାରତ ଏହି ବିଶ୍ୱକପ୍‌‌ ଆୟୋଜନ କରିବାର ସୌଭାଗ୍ୟ ଲାଭ କରିଛି। ଏଥିପୂର୍ବରୁ ୧୯୮୭ରେ ଭାରତ ସହ ପାକିସ୍ତାନ, ୧୯୯୬ରେ ଭାରତ ସହ ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ ୨୦୧୧ରେ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍‌‌ ଆୟୋଜନ କରିଥିଲେ। ଚଳିତ ବିଶ୍ୱକପ୍‌‌ ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ରେ ଶେଷ ହେବ। ଦେଶର ୧୦ ଗୋଟି ଷ୍ଟାଡିୟମରେ ପ୍ରତିଯୋଗିତାର ମୋଟ୍‌‌ ୪୮ ମ୍ୟାଚ୍‌‌ ଖେଳାଯିବ। ଉଭୟ ଉଦ୍‌‌ଘାଟନୀ ଓ ଉଦ୍‌‌ଯାପନୀ ମ୍ୟାଚ୍‌‌ ଅହମ୍ମଦାବାଦ୍‌‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବ। ଏଥର ବିଶ୍ୱକପ୍‌‌ର ବିଜେତା ଦଳକୁ ପ୍ରାୟ ୩୩.୩୦ କୋଟି ଓ ଉପବିଜେତା ଦଳକୁ ୧୬.୬୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ବିଜୟରୁ ଆରମ୍ଭ ଲକ୍ଷ୍ୟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ

ଉଦ୍‌‌ଘାଟନୀ ମ୍ୟାଚରେ ଗତ ୨୦୧୯ ବିଶ୍ୱକପର ଚାମ୍ପିଅନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ତେଣୁ ବିଜୟୀ ହୋଇ ଦୁଇ ଦଳ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଜୋଶ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଓ କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ। ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ୍‌‌ ଷ୍ଟୋକ୍ସ ଏହି ମ୍ୟାଚ୍‌‌ରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୱିଲିୟମସନ ଏହି ମ୍ୟାଚ୍‌‌ ଖେଳିବେନି। ତେଣୁ ତାଙ୍କ ଅନୁପସ୍ଥିତିରେ ଟମ୍‌‌ ଲଥାମ ଦଳର ନେତୃତ୍ୱ ନେବେ। ଗତ ବିଶ୍ୱକପ୍‌‌ରେ ଇଂଲଣ୍ଡ ଫାଇନାଲରେ ସୁପର ଓଭର ଓ ବାଉଣ୍ଡରୀ ସଂଖ୍ୟାରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମଥର ପାଇଁ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା।

ଇଂଲଣ୍ଡ: ଜୋଶ ବଟଲର୍‌‌ (ଅଧିନାୟକ), ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ଓ ଜନ୍ନୀ ବେୟାରଷ୍ଟୋ, ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।

ନ୍ୟୁଜିଲାଣ୍ଡ: କେନ୍‌‌ ୱିଲିୟମସନ (ଅଧିନାୟକ), ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ଡେଭନ କନୱେ, ଟମ୍‌‌ ଲାଥମ, ଗ୍ଲେନ ଫିଲିପ୍ସ, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ, ମ୍ୟାଟ୍‌‌ ହେନରୀ, ଇଶ୍‌‌ ଶୋଧୀ, ଟିମ୍‌‌ ସୌଦୀ।

ସୂଚନା ଅନୁଯାୟୀ, ଆଘାତ କାରଣରୁ କେନ୍‌‌ ୱିଲିୟମସନ ବିଶ୍ବକପର ଉଦ୍‌‌ଘାଟନୀ ମ୍ୟାଚରେ ଅଂଶଗ୍ରହଣ କରିପାରିବେ ନାହିଁ । ଫଳରେ ଟମ୍‌‌ ଲାଥମ ନ୍ୟୁଜିଲାଣ୍ଡର ଅଧିନାୟକ ଦାୟିତ୍ବ ତୁଲାଇବେ ।

ଆଜିଠୁ ଆଇପିଏଲ୍‌ର ୧୬ ତମ ସଂସ୍କରଣ : ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଓ ଚେନ୍ନାଇ
ଅହମ୍ମଦାବାଦ୍‌‌: ଗତଥରର ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଓ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌‌-୨୦୨୩ର ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯିବ। ଅଭିଜ୍ଞତାରେ ଭରପୁର ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ବନାମ ଉତ୍ସାହୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗଠିତ ଗୁଜରାଟ ଟିମ୍‌‌ ମଧ୍ୟରେ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଏହି ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ସହ ଖେଳି ହାର୍ଦ୍ଦିକ ନିଜକୁ ଫିଟ୍‌‌ ରଖିଛନ୍ତି। ଦୀର୍ଘ ୪ ବର୍ଷ ପରେ ଘରୋଇ ସମର୍ଥକଙ୍କ ଆଗରେ ଏହି ପ୍ରତିଯୋଗିତା ଖେଳାଯାଉଥିବାରୁ ଏହାକୁ ନେଇ ଉଭୟ ଖେଳାଳି ଓ ସମର୍ଥକ ବେଶ ଉତ୍ସାହିତ ଅଛନ୍ତି।

ଗୁଜରାଟ ଟାଇଟନ୍ସର ଏହା ହୋମ୍‌‌ ଗ୍ରାଉଣ୍ଡ। ଗତବର୍ଷ ଏହି ଦଳ ଆଇପିଏଲ୍‌‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ପଦାର୍ପଣ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ପଦାର୍ପଣ ଋତୁରେ ଚାମ୍ପିଅନ୍‌‌ ହୋଇ ଅନେକ ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ଇତିହାସ ସୃଷ୍ଟି କରିଥିଲା। ଗତଥର ଚେନ୍ନଇ ବିପକ୍ଷରେ ଦୁଇଟିଯାକ ମୁକାବିଲାକୁ ମଧ୍ୟ ଗୁଜରାଟ ଜିତିନେଇଥିଲା। ଏକ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ଗତବର୍ଷ ଖେଳାଯାଇଥିବା ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟଲ ଜିତିବା ପରେ ଏହି ଦଳଠାରୁ ଅନେକ କିଛି ଆଶା କରାଯାଉଛି। ଏହି ମୁକାବିଲାରେ ମଧ୍ୟ ଗୁଜରାଟକୁ ଫେବରାଇଟ ବିବେଚନା କରାଯାଉଛି। ଏଭଳି ସମୟରେ ପାଣ୍ଡ୍ୟା ବନାମ ଧୋନି ମୁକାବିଲା ରୋମାଞ୍ଚକ ହେବ ବୋଲି କୁହାଯାଇପାରେ।

ଆୟୋଜକ ବିସିସିଆଇ ଏଥର ପ୍ରତିଯୋଗିତାରେ କିଛି ନୂଆ ନିୟମ ପ୍ରଣୟନ କରିଛି। ଏହାକୁ ଦଳ ଗୁଡ଼ିକ କିପରି ବିନିଯୋଗ କରିବେ, ତାହା ଉପରେ ମ୍ୟାଚ୍‌‌ର ସ୍ଥିତି ମଧ୍ୟ ନିର୍ଭର କରୁଛି। ରଣନୀତି ପ୍ରସ୍ତୁତ କରିବାରେ ଚେନ୍ନାଇ ଅଧିନାୟକ ଧୋନି ଜଣେ ବିଶେଷଜ୍ଞ। ଏହା ବାଦ୍‌‌ ସେ ସମସ୍ତ ପ୍ରକାର ପରିସ୍ଥିତି ସହ ଖାପ୍‌‌ ଖୁଆଇବାରେ ମଧ୍ୟ ସିଦ୍ଧହସ୍ତ। ମିଡିଆ ରିପୋର୍ଟକୁ ବିଶ୍ୱାସ କଲେ ଧୋନିଙ୍କର ଏହା ଶେଷ ଆଇପିଏଲ୍‌‌। ଏଣୁ ସେ ଚତୁର୍ଥ ଟାଇଟଲ ଜିତି ସମ୍ମାନର ସହ ବିଦାୟ ନେବାକୁ ନିଶ୍ଚୟ ଯୋଜନା କରିଥିବେ। ଏଣୁ ତାଙ୍କ ଲାଗି ଏହି ଶେଷ ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି। ଖେଳାଳି ନିଲାମ ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ଏହା ସହ ଇମ୍ପାକ୍ଟ ପ୍ଲେୟରଙ୍କ ବ୍ୟବହାର ଏହି ସଂସ୍କରଣରେ ନୂଆ ସମୀକରଣ ସୃଷ୍ଟି କରିବ। ଦଳର ଆବଶ୍ୟକତା ଅନୁଯାୟୀ ମ୍ୟାଚ୍‌‌ର ଯେ କୌଣସି ସମୟରେ ଏହି ଇମ୍ପାକ୍ଟ ପ୍ଲେୟର ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଆସିପାରିବେ। ଏଣୁ ରଣନୀତିରେ ମାହିର ଧୋନି ଇମ୍ପାକ୍ଟ ପ୍ଲେୟରଙ୍କୁ କିପରି ବିନିଯୋଗ କରି ଫାଇଦା ଉଠାଇବେ ତାହା ଉପରେ ଦଳର ସଫଳତା ନିଶ୍ଚିତ ନିର୍ଭର କରିବ।

ଅନ୍ୟପକ୍ଷରେ ଅଭିଜ୍ଞ ଓ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଗୁଜରାଟ ଦଳ ବେଶ ଆତ୍ମବିଶ୍ୱାସୀ ହୋଇପଡ଼ିଛି। ଏଭଳି କ୍ଷେତ୍ରରେ ପାଣ୍ଡ୍ୟାଙ୍କ ଦଳକୁ ହରାଇବାକୁ ହେଲେ ପ୍ରତିପକ୍ଷ ଦଳକୁ ନିଶ୍ଚିତଭାବେ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ। କେନ୍‌‌ ୱିଲିୟମ୍‌‌ସନ, ଜୀବନରେ ଶ୍ରେଷ୍ଠ ଫର୍ମରେ ଥିବା ଶୁବମାନ ଗିଲ ଯେ କୌଣସି ସମୟରେ, ଯେ କୌଣସି ଦଳ ବିପକ୍ଷରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେବାର ଦକ୍ଷତା ରଖିଛନ୍ତି। ବୋଲିଂରେ ମଧ୍ୟ ନିୟନ୍ତ୍ରିତ ଖେଳାଳି ଦଳର ସଫଳତାର ଜୋରଦାର ଯୋଗଦାନ ଦେଇଛନ୍ତି। ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ତାଙ୍କ ଟିମ୍‌‌କୁ ଫାଇଦାରେ ରଖିବ ବୋଲି ଆଶା କରିବା ସ୍ୱାଭାବିକ୍‌‌।

ଚେନ୍ନାଇ ସୁପର କିଙ୍ଗ୍‌‌ସ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ଓ ୱିକେଟରକ୍ଷକ), ଡେଭନ କନୱେ, ଋତୁରାଜ ଗାଏକ୍ୱାଡ, ଅମ୍ବତି ରାୟୁଡୁ, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍‌‌ ପ୍ରିଟୋରିଓସ, ଦୀପକ ଚହର, ଆଜିଙ୍କ୍ୟ ରାହାଣେ, ଶୁଭ୍ରାଂସୁ ସେନାପତି, ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ ଓ ସମରଜିତ ସିଂ।

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ୍‌‌, କେନ୍‌‌ ୱିଲିୟମସନ, ମାଥ୍ୟୁ ୱେଡ୍‌‌ (ୱିକେଟ ରକ୍ଷକ), ରଶିଦ୍‌‌ ଖାନ୍‌‌, ଅଲଜରୀ ଯୋଶେଫ୍‌‌, ଓଡିଆନ ସ୍ମିଥ୍‌‌, ଯୋଶୁଆ ଲିଟ୍ଟଲ, ଶ୍ରୀକର ଭରତ, ମହମ୍ମଦ୍‌‌ ସାମି, ରାହୁଲ ତେୱାତିଆ, ଆର୍‌‌ ସାଇ କିଶୋର, ସାଇ ସୁଦର୍ଶନ, ବିଜୟ ଶଙ୍କର ଓ ଶିବମ ମାଭି।