Startup Odisha - The Sakala

ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଅଭିନବ ଉଦ୍ଭାବନ ପ୍ରଦର୍ଶନ କରି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶାର ୩ ଟି ଷ୍ଟାର୍ଟଅପ୍। ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍) ଅଧୀନରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବକମାନେ ଏକାଠି ହୋଇଥିଲେ।

ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ମନୋନୀତ ହୋଇଥିବା ଏହି ତିନୋଟି ଓଡ଼ିଆ କମ୍ପାନୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ମିଳିଥିଲା। ଏହି ତିନୋଟି ଷ୍ଟାର୍ଟଅପ୍ ହେଉଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ନିଉରପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ-ହାଇଫା ବାୟୋସାଇନ୍ସ। ଏହି ଷ୍ଟାର୍ଟଅପ୍ ଗୁଡ଼ିକ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା ପାଇଁ ଜ୍ଞାନକୌଶଳ ଭିତ୍ତିକ ସମାଧାନ ଉପସ୍ଥାପନ କରିଥିଲେ।

ଶୀତଲ ଜେମାନେଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟକ ଜ୍ଞାନକୌଶଳ ପ୍ରଦର୍ଶନ କରିଥିଲା। ଏହି କମ୍ପାନୀ ରୂପାନ୍ତରଣକ୍ଷମ ବେଡ୍-ଚେୟାର୍ ସିଷ୍ଟମ୍ ଏବଂ ଏକ୍ସୋସ୍କେଲେଟନ୍ ଟେକ୍ନୋଲୋଜି ଭଳି ଅଟୋମେଟେଡ୍ ଏବଂ ରୋବୋଟିକ୍ ଗମନାଗମନ ସମାଧାନ ବିକଶିତ କରିଥାଏ, ଯାହା ସେମାନଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାରେ ସାହାଯ୍ୟ କରିଥାଏ।

ସେହିପରି, ଅନୁପ ପାଇକରାୟଙ୍କ ନେତୃତ୍ୱରେ ପରିଚାଳିତ ନିଉରପ୍ ଟେକ୍ ସଲ୍ୟୁସନ୍ସ ପକ୍ଷରୁ ଚୁଲିଭ୍ (CHULIV) ନାମକ ଏକ ସ୍ୱଚ୍ଛ ରନ୍ଧନ ଉପକରଣ ପ୍ରଦର୍ଶିତ ହୋଇଥିଲା। ଏହା ଇନ୍ଧନ ଦକ୍ଷତା ବୃଦ୍ଧି କରିବା ସହ ଘର ଭିତରେ ବାୟୁ ପ୍ରଦୂଷଣ କମାଇବା ପାଇଁ ବିକଶିତ କରାଯାଇଛି। ପାରମ୍ପରିକ ରନ୍ଧନ ପ୍ରଣାଳୀ ସହ ଜଡ଼ିତ ସ୍ୱାସ୍ଥ୍ୟ ଓ ପରିବେଶ ସମସ୍ୟାର ସମାଧାନ ପାଇଁ ଏହି ଉଦ୍ଭାବନ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ, ଅଧିରାଜ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଅର୍ବାନ-ହାଇଫା ବାୟୋସାଇନ୍ସ କୃଷି ବର୍ଜ୍ୟବସ୍ତୁରୁ ଛତୁ ଭିତ୍ତିକ ଚମଡ଼ା ବିକଳ୍ପ ଉତ୍ପାଦନ ଉପରେ ଏହାର କାର୍ଯ୍ୟ ପ୍ରଦର୍ଶନ କରିଥିଲା। ଏହି ଷ୍ଟାର୍ଟଅପ୍ ଅକ୍ଷୟ ସମ୍ପଦ ବ୍ୟବହାର କରି ସ୍ଥାୟୀ ସାମଗ୍ରୀ ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ରାଷ୍ଟ୍ରପତି ଭବନର ଏହି ସମ୍ମାନଜନକ ପ୍ଲାଟଫର୍ମରେ ଏହି ତିନୋଟି ସଂସ୍ଥାର ଅଂଶଗ୍ରହଣ ଜାତୀୟ ସ୍ତରରେ ଓଡ଼ିଶାର ଇନୋଭେସନ୍-ଡ୍ରାଇଭେନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବଢ଼ୁଥିବା ଶକ୍ତିକୁ ଦର୍ଶାଉଛି।

ଫ୍ୟାସନ ଦୁନିଆରେ ଓଡ଼ିଆ ପୁଅଙ୍କ କମାଲ: ଲଞ୍ଚ୍ କଲେ ନୂଆ ବ୍ରାଣ୍ଡ 'ଷ୍ଟାରର୍'
ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଏବେ କେବଳ ଚାକିରି ପଛରେ ନ ଗୋଡ଼ାଇ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିବାରେ ଆଗ୍ରହ ଦେଖାଉଛନ୍ତି। ଏହି କ୍ରମରେ ଦୁଇଜଣ ଓଡ଼ିଆ ଯୁବକ ଫ୍ୟାସନ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି। ତାପସ ରଞ୍ଜନ ନନ୍ଦ ଏବଂ ସୂର୍ଯ୍ୟକାନ୍ତ ଛୋଟରାୟ ମିଳିତ ଭାବେ 'ଷ୍ଟାରର୍' (Starrer) ନାମକ ଏକ ନୂଆ ମେନ୍‌ସ ଫ୍ୟାସନ ବ୍ରାଣ୍ଡର ଶୁଭାରମ୍ଭ କରିଛନ୍ତି।

ଫ୍ୟାସନ ଦୁନିଆରେ ନୂଆ ଅଧ୍ୟାୟ

ବିଶେଷ କରି ପୁରୁଷମାନଙ୍କ ପାଇଁ ପ୍ରସ୍ତୁତ ଏହି ବ୍ରାଣ୍ଡରେ ଅତ୍ୟାଧୁନିକ ଡିଜାଇନ୍ ଏବଂ ଉନ୍ନତମାନର ପୋଷାକ ଉପଲବ୍ଧ ହେଉଛି। ଆଜିକାଲିର ଯୁବବର୍ଗଙ୍କ ପସନ୍ଦ ଏବଂ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡକୁ ସଜାଯାଇଛି। ଗ୍ରାହକମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ 'starrer.in' ମାଧ୍ୟମରେ ଘରେ ବସି ନିଜ ପସନ୍ଦର ଫ୍ୟାସନେବଲ୍ ପୋଷାକ କିଣିପାରିବେ।

ଓଡ଼ିଆ ଉଦ୍ୟୋଗୀଙ୍କ ସଫଳ ପ୍ରୟାସ

ନିଜସ୍ୱ ବ୍ରାଣ୍ଡ ତିଆରି କରିବା ଏବଂ ବଜାରରେ ଏହାକୁ ପ୍ରତିଷ୍ଠିତ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ତାପସ ଏବଂ ସୂର୍ଯ୍ୟକାନ୍ତଙ୍କ ଏହି ପ୍ରୟାସ ରାଜ୍ୟର ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ସାଜିଛି। 'ଷ୍ଟାରର୍' ମାଧ୍ୟମରେ ସେମାନେ କେବଳ ବ୍ୟବସାୟ କରୁନାହାନ୍ତି, ବରଂ ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଫ୍ୟାସନ ଜଗତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ, ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ
ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ ସୁପରହିଟ । ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି କେନ୍ଦ୍ରର ସାବାସୀ । ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସ କରିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି । ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା ସହ ଆଗକୁ ଷ୍ଟାର୍ଟଅପ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ଓଡ଼ିଶାକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ। ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ । ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ । ନବୀନ ପରିକଳ୍ପନାରେ ବଡ଼ ରାଜ୍ୟଙ୍କ ଗ୍ରୁପରେ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ହୋଇଛି ସାକାର। ଷ୍ଟାର୍ଟଅପରେ ଓଡ଼ିଶା ଆଗଉଛି । ଟପ ଫରଫର୍ମର ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା । ଯାହାକୁ ସ୍ବୀକୃତି ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି । ୩୩ଟି ବିଭିନ୍ନ ମାନଦଣ୍ଡ ନେଇ ଡିପିଆଇଆଇଟି ରାଜ୍ୟ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ ୨୦୨୨ରେ ଓଡ଼ିଶାର ଟପ୍ ପରଫର୍ମର  ହୋଇଛି । ବିଶେଷକରି ନୂଆ ଉଦ୍ୟୋଗୀମାନଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛି। ଉଦ୍ୟୋଗୀ ସଂଖ୍ୟା ବଢ଼ାଇବା ଆମର ଲକ୍ଷ୍ୟ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାୟ କହିଛନ୍ତି ।

ଆଗକୁ ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ନୂଆ ଷ୍ଟାର୍ଟଅପ୍ ନୀତି ଆଣିବା ଉପରେ ବିଚାର କରାଯାଉଛି। ବିଶ୍ବସ୍ତରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭ୍ୟାସ, ଇଏସଜି ଏବଂ ମହିଳା ଉଦ୍ୟମିତାର ପ୍ରସାର ଉପରେ ସେଥିରେ ଫୋକସ କରାଯିବ । ଓଡ଼ିଶାରେ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ବାସ୍ଥ୍ୟ ସେବା, ଫିନଟେକ୍ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ସେଥିରୁ ୪୨% ସଂସ୍ଥାର ନେତୃତ୍ବ ନେଉଛନ୍ତି ମହିଳା । ୨୦୨୫ ସୁଦ୍ଧା ରାଜ୍ୟ ସରକାର ୫୦୦୦ ଷ୍ଟାର୍ଟଅପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା । ରାଜ୍ୟରେ ୨୭ ଇନକ୍ୟୁବେଟର ରହିଥିବା ବେଳେ ଚାରି ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ଓ-ହବ୍ ହେଉଛି ଦେଶର ଅନ୍ୟତମ ବୃହତ୍ତମ ଇନକ୍ୟୁବେଟର।

ନୂଆ ଷ୍ଟାର୍ଟଅପଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ପ୍ରସ୍ତୁତ ଓଡ଼ିଶା ଷ୍ଟାର୍ଟ୍ଅପ୍ ନୀତି ଓଡିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିଛି। ଷ୍ଟାର୍ଟଅପରେ ଓଡ଼ିଶା ଟପ ଫରଫର୍ମର ଭାବେ ଦେଶରେ ଉଭା ପରେ  5T ଅଧ୍ୟକ୍ଷ ଖୁସିରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ରାଜ୍ୟରେ ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ; ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’
ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ ଡ୍ରାପର।

ଆଲୋଚନା କାଳରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଭୁରି ଭୁରି‌ ପ୍ରଶଂସା କରିଛନ୍ତି ଡ୍ରାପର। ବର୍ତ୍ତମାନ ସମୟରେ ବିଶ୍ବରେ ସଫଳତା ହାସଲ କରିଥିବା ଟେସ୍ ଲା, ସ୍ପେଶଏକ୍ସ, ହଟ୍‌‌ମେଲ୍‌ ଏବଂ ସ୍କାଇପ୍‌ ଭଳି ବୈଷୟିକ କମ୍ପାନୀରେ ପ୍ରାରମ୍ଭରେ ନିବେଶ କରି ପରିଚିତି ଲାଭ କରିଥିବା ଏହି ବିଟ୍‌ ‌କଏନ୍‌ ଅରବପତି ନିବେଶକ ଷ୍ଟାର୍ଟଅପ୍‌‌ଗୁଡିକୁ ମଧ୍ୟ ବ୍ୟାପକ ଆକାରରେ ସମର୍ଥନ ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ କିଭଳି ଆଗେଇ ନିଆଯାଇପାରିବ ତାହାର ବିବିଧ ଉପାୟ ସମ୍ପର୍କରେ ଡ୍ରାପରଙ୍କ ଟିମ୍‌‌ ଏବଂ ଷ୍ଟାର୍ଟଅପ୍‌‌ ଓଡ଼ିଶା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।

ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଷ୍ଟାର୍ଟଅପ ରାଙ୍କିଙ୍ଗ ୨୦୨୧ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଏହାକୁ ଆଗେଇନେବା, ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାକୁ ସମର୍ଥନ କରିବାକୁ ଆମେ ଓଡ଼ିଶାରେ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସ୍ଥାପନ ନେଇ ଆଲୋଚନା କରିଛୁ। ଏ କ୍ଷେତ୍ରରେ ସକାରାତ୍ମକ ମତାମତ ମିଳିଛି ଏବଂ ଆମେ ମିଳିତ ଭାବରେ କିଭଳି କାର୍ଯ୍ୟ କରିପାରିବୁ ସେ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛୁ। ଓଡ଼ିଶାରେ ରହିଥିବା ସମ୍ଭାବନା ଦୃଷ୍ଟିରୁ ଏହାର ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହୋଇପାରିବ ବୋଲି ଡଃ ରାୟ କହିଛନ୍ତି। ୨୦୩୦ ସୁଦ୍ଧା ୧୦ ଲକ୍ଷ ଉଦ୍ୟୋଗୀ ସୃଷ୍ଟି କରିବାର ଦୂରଦୃଷ୍ଟି ଓ ଲକ୍ଷ୍ୟ ନେଇ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ’ ସମଗ୍ର ବିଶ୍ୱରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇ ଆସୁଛି।