National Parties - The Sakala

ଏଡିଆର୍‌ ରିପୋର୍ଟ, ସମ୍ପତ୍ତି ଠୁଳରେ ବିଜେପି ସବୁଠୁ ଆଗରେ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜନୈତିକ ଦଳର ପାଣ୍ଠିକୁ ନେଇ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର)’ ପକ୍ଷରୁ ସର୍ବଶେଷ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ବିଜେପିର ସମ୍ପତ୍ତି ସବୁଠୁ ଅଧିକ ରହିଥିବା କୁହାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ସୂଚନା ଦେଇଥିବା ୮ଟି ଦଳ ମଧ୍ୟରେ ବିଜେପି, କଂଗ୍ରେସ, ସିପିଏମ୍‍, ବିଏସ୍‍ପି, ଏଆଇଟିସି, ଏନ୍‍ସିପି, ସିପିଆଇ ଓ ଏନ୍‍ଇଇପି ରହିଛନ୍ତି। ଏହି ସମସ୍ତ ଦଳର ମୋଟ ସମ୍ପତ୍ତି ମୂଲ୍ୟ ୮୮୨୯.୧୫୮ କୋଟି ଟଙ୍କା ରହିଥିବା ବେଳେ କେବଳ ବିଜେପିର ସମ୍ପତ୍ତି ମୂଲ୍ୟ ୬୦୪୬ କୋଟି ଟଙ୍କା ରହିଛି।

୨୦୨୦-୨୧ ବର୍ଷରେ ଏହି ଦଳଗୁଡିକର ସମ୍ପତ୍ତି ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା। କିନ୍ତୁ ବର୍ଷକ ପରେ ଏହି ପରିମାଣ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ ବର୍ଷରେ ବିଜେପିର ଘୋଷିତ ସମ୍ପତ୍ତି ମୂଲ୍ୟ ୪୯୯୦.୧୯୫ କୋଟି ଟଙ୍କା ରହିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୬୦୪୬.୮୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‍ ଗୋଟିଏ ବର୍ଷ ମଧ୍ୟରେ ବିଜେପିର ସମ୍ପତ୍ତି ପରିମାଣ ୨୧.୧୭% ବୃଦ୍ଧି ପାଇଛି। ସେହିଭଳି କଂଗ୍ରେସର ସମ୍ପତ୍ତି ପରିମାଣ ୨୦୨୦-୨୧ ବର୍ଷରେ ୬୯୧.୧୧ କୋଟି ଟଙ୍କା ଥିବାବେଳେ ୧୬.୫ ପ୍ରତିଶତ ଅଭିବୃଦ୍ଧିରେ ୨୦୨୧-୨୨ରେ ଏହା ୮୦୫.୬୮ କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଇଛି। କିନ୍ତୁ ଏହି ସମୟରେ ବହୁଜନ ସମାଜ ପାର୍ଟି (ବିଏସପି)ର ସମ୍ପତ୍ତି ପରିମାଣ ହ୍ରାସ ପାଇଛି। ପୂର୍ବରୁ ଦଳର ସମ୍ପତ୍ତି ମୂଲ୍ୟ ୭୩୨.୭୯ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୨୧-୨୨ ସୁଦ୍ଧା ଏହି ପରିମାଣ ୫.୭୪ ପ୍ରତିଶତ ହ୍ରାସରେ ୬୯୦.୭୧ କୋଟି ଟଙ୍କାକୁ ଖସି ଆସିଛି। ତେବେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ର ସମ୍ପତ୍ତି ପରିମାଣ ଏହି ବର୍ଷକ ମଧ୍ୟରେ ୧୫୧.୭୦% ବୃଦ୍ଧି ପାଇଛି। ୨୦୨୦-୨୧ ରେ ୧୮୨ କୋଟି ଟଙ୍କାରୁ ୨୦୨୧-୨୨ ବର୍ଷରେ ଦଳର ସମ୍ପତ୍ତି ୪୫୮.୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏନ୍‍ସିପିର ସମ୍ପତ୍ତି ପରିମାଣ ଏହି ସମୟ ମଧ୍ୟରେ ୩୦.୯୩୧ କୋଟି ଟଙ୍କାରୁ ୭୪.୫୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ସିପିଆଇର ସମ୍ପତ୍ତି ପରିମାଣ ୧୪.୦୫ କୋଟି ଟଙ୍କାରୁ ୧୫.୭୨୮ କୋଟି ଏବଂ ଏନପିଇପିର ସମ୍ପତ୍ତି ପରିମାଣ ୧.୭୪୨ କୋଟି ଟଙ୍କାରୁ ୧.୮୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଇଛି।

୨୦୨୦-୨୧ ବର୍ଷରେ ରାଜନୈତିକ ଦଳଗୁଡିକ ସେମାନଙ୍କ ଉପରେ ୧୦୩.୫୫୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବା ଘୋଷଣା କରିଥିଲେ। କଂଗ୍ରେସ ସର୍ବାଧିକ ୭୧.୫୮ କୋଟି ଆର୍ଥିକ ବୋଝରେ ଥିବା ଘୋଷଣା କରିଥିବାବେଳେ ଏହା ପଛକୁ ୧୬.୧୦୯ କୋଟି ସହିତ ସିପିଆଇଏମ୍‍ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ୨୦୨୧-୨୨ ରେ କଂଗ୍ରେସ ଉପରେ ସର୍ବାଧିକ ୪୧.୯୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବାବେଳେ ସିପିଆଇଏମ୍‍ ଉପରେ ୧୨.୨୧ କୋଟି ଏବଂ ବିଜେପି ଉପରେ ୫.୧୭ କୋଟି ଟଙ୍କା ଥିବା ଦର୍ଶାଯାଇଛି।

ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ଆସୁଛି ପୁଳା ପୁଳା ଟଙ୍କା : ୧୬ ବର୍ଷରେ ଅଜ୍ଞାତ ଉତ୍ସରୁ ଆୟ ୧୫,୦୭୭ କୋଟି
ନୂଆଦିଲ୍ଲୀ : ଜାତୀୟ ସ୍ତରର ବିଭିନ୍ନ ରାଜନୈତିକ ଦଳ ୨୦୦୪-୦୫ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୧୫ ,୦୭୭.୯୭ କୋଟି ଟଙ୍କା ଆୟ କରିଛନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳମାନଙ୍କୁ ମିଳିଥିବା ଦାନ ଅର୍ଥକୁ ନେଇ ଆୟକର ବିଭାଗ ନିକଟରେ ରଖାଯାଇଥିବା ତଥ୍ୟକୁ ଆଧାର କରି ‘ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ଜଣାପଡ଼ିଛି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଏବଂ ଆଞ୍ଚଳିକ ଦଳ ଦାନ ସୂତ୍ରରେ ମୋଟ ୬୯୦.୬୭ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ତେବେ ଏହି ସଂଗୃହୀତ ଅର୍ଥ ମଧ୍ୟରୁ ଅଧିକାଂଶ ପରିମାଣର ଅର୍ଥ ଅଜ୍ଞାତ ଉତ୍ସରୁ ରାଜନୈତିକ ଦଳମାନଙ୍କୁ ମିଳିଥିବା କୁହାଯାଇଛି। ଜାତୀୟ ସ୍ତରର ପ୍ରାୟ ୮ ଏବଂ ଆଞ୍ଚଳିକ ସ୍ତରର ୨୭ ଦଳ ଏହି ପରିମାଣର ଅର୍ଥ ହାସଲ କରିଛନ୍ତି।

ଏଡିଆର ରିପୋର୍ଟ ଅନୁଯାୟୀ ବିଜେପି, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି), ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ( ଏଆଇଟିସି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କସିଷ୍ଟ) (ସିପିଏମ), ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି), ବହୁଜନ ସମାଜବାଦୀ ପାର୍ଟି(ବିଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିଇପି) ଭଳି ୮ ଜାତୀୟ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ଅଜ୍ଞାତ ଉତ୍ସରୁ ମୋଟ ୪୨୬.୭୪ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌), ଏଜିପି,ଏଆଇଏଡିଏମକେ, ଏଆଇଏଫବି, ଏଆଇଏମଆଇଏମ୍, ଏଆଇୟୁଡିଏଫ୍, ବିଜେଡି, ସିପିଆଇ (ଏମଏଲ), ଡିଏମଡିକେ, ଡିଏମକେ, ଜିଏଫପି, ଜେଡିଏସ୍, ଜେଡିୟୁ, ଜେଏମଏମ, ଏମଏନଏସ୍, କେସି-ଏମ, ଏନଡିପିପି, ଏନପିଏଫ୍, ପିଏମକେ, ଆରଏଲଡି, ଏସଏଡି, ଏସଡିଏଫ୍‌, ଶିବସେନା, ଏସକେଏମ୍, ଟିଡିପି, ଟିଆରଏସ୍‌ ଏବଂ ୱାଇଏସଆର-କଂଗ୍ରେସ ଭଳି ୨୭ଟି ଆଞ୍ଚଳିକ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା କହିଛନ୍ତି।

ତେବେ ଅଜ୍ଞାତ ସୂତ୍ରରୁ ସର୍ବାଧ୍ଖକ ଆୟ କରିଥିବା ଦଳ ମଧ୍ୟରେ କଂଗ୍ରେସ ରହିଛି। ୨୦୨୦-୨୧ ବର୍ଷରେ ଏହି ଦଳ ସର୍ବାଧିକ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି। ଯାହାକି ସମସ୍ତ ଜାତୀୟ ଦଳ ଅଜ୍ଞାତ ସୂତ୍ରରୁ ଆୟ କରିଥିବା ମୋଟ ପରିମାଣର ୪୧.୮୯ ପ୍ରତିଶତ। ଏହାପଛକୁ ବିଜେପି ଅଜ୍ଞାତ ସୂତ୍ରରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଅଜ୍ଞାତ ସୂତ୍ରରୁ ସର୍ବାଧିକ ଆୟ କରିଥିବା ଆଞ୍ଚଳିକ ଦଳ ମଧ୍ୟରେ ୱାଇଏସଆର କଂଗ୍ରେସ ୯୬.୨୫୦୭ କୋଟି ଟଙ୍କା ଆୟ କରିଥିଲା ବେଳେ ଡିଏମକେ ୮୦.୦୨ କୋଟି, ବିଜେଡି ୬୭ କୋଟି,ଏମଏନଏସ୍‌ ୫.୭୭୩ କୋଟି ଏବଂ ଆପ୍‌ ୫.୪ କୋଟି ଟଙ୍କା ଆୟ କରିଥିବା କୁହାଯାଇଛି। ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ଅଜ୍ଞାତ ସୂତ୍ରରୁ ମିଳିଥିବା ମୋଟ ରାଶି ମଧ୍ୟରୁ ୪୭.୦୬ ପ୍ରତିଶତ ଅର୍ଥ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଛି। ୨୦୦୪-୦୫ ଏବଂ ୨୦୨୦-୨୧ ବର୍ଷ ମଧ୍ୟରେ କେବଳ କଂଗ୍ରେସ ଏବଂ ଏନସିପିକୁ ଏହି ବଣ୍ଡ ମାଧ୍ୟମରେ ୪୨୬୧,୮୩ କୋଟି ଟଙ୍କା ମିଳିଛି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି।