ADR Report - The Sakala

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୈଦାନରେ ଥିବା ୩୪୯ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ କୋଟିପତି: ଏଡିଆର୍ ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୋଟ୍‌ ୩୪୯ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୮୮ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧିକ ମାମଲା । ୧୭ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୨ଜଣଙ୍କ ନାରେ ଦୁଷ୍କର୍ମ ମାମଲା ରହିଛି । ସେହିପରି ୩୪୯ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ବିଜେଡିର ବସ୍ତା ପ୍ରାର୍ଥୀ ଶୁଭାଷିନୀ ଜେନା ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ୧୩୫କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି । ସେହିପରି ମୟୁରଭଞ୍ଜ ଉଦଳାର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ର ସବୁଠାରୁ ଗରିବ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପାଖରେ ରହିଛି ମାତ୍ର ୬୪୫ଟଙ୍କା । ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ବୟସ୍କ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସର ନିରଞ୍ଜନ ପଟ୍ଟନାୟକ । ୮୧ ବର୍ଷ ବୟସରେ ନିର୍ବାଚନ ଲଢୁଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଚଳିତ ଲୋକସଭା ନିର୍ବାଚନରେ ସର୍ବୋମୋଟ୍‌ ୮୩୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୬୪୪ଜଣଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ଏମାନଙ୍କ ମଧ୍ୟରୁ ୧୧୮୮ଜଣ ହତ୍ୟା, ହତ୍ୟା ଉଦ୍ୟମ ଏବଂ ମହିଳା ବିରୋଧୀ ହିଂସା ଭଳି ସଙ୍ଗିନ ଅପରାଧିକ ମାମଲାରେ ଜଡିତ ଥିବା ଏଡିଆର୍‌ ରିପୋର୍ଟ ପ୍ରକାଶ କରିଛି।

ଆସିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ: ସବୁଠୁ ଧନୀ ପ୍ରାର୍ଥୀ ସନାତନ ମହାକୁଡ଼, ଗରିବ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ
ଭୁବନେଶ୍ବର: ଆସିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ । ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା ।

୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ଥିବାବେଳେ କେନ୍ଦୁଝର ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ।

ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ସେହିପରି ପୁରୀ ବ୍ରହ୍ମଗିରି ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ଘଡେଇ ଓ ଖୋର୍ଦ୍ଧା ଭୁବନେଶ୍ଵର ଉତ୍ତର ସିପିଆଇ-ଏମଏଲ ପ୍ରାର୍ଥୀ ଗୋପୀନାଥ ନାୟକଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୨ ହଜାର ଟଙ୍କା ବୋଲି ଜଣାପଡିଛି । ତୃତୀୟ ପର୍ଯ୍ୟାୟର ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି । ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ କରିଥିବା ନେଇ ସତ୍ୟପାଠ ଦାଖଲ କରିଥିବା ବେଳେ ୩୨ ଜଣ ଅଷ୍ଟମ ପାସ, ୪୯ ଜଣ ଦଶମ, ୮୬ ଜଣ ସ୍ନାତକ, ୬ ଜଣ ଡକ୍ଟରେଟ୍ କରିଛନ୍ତି ।

ସତ୍ୟପାଠ ବିଶ୍ଳେଷଣ ହୋଇଥିବା ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୭ ଜଣ ପୁରୁଷ ହୋଇଥିବା ବେଳେ ୪୪ ଜଣ ମହିଳା । ସେହିପରି ଜଣେ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ ଥିବା ବେଳେ ୪୧ରୁ ୫୦ ବର୍ଷ ବୟସ ବର୍ଗରେ ଅଛନ୍ତି ସର୍ବାଧିକ ୧୨୯ ଜଣ ।

ଏଡିଆର୍‌ ରିପୋର୍ଟ, ସମ୍ପତ୍ତି ଠୁଳରେ ବିଜେପି ସବୁଠୁ ଆଗରେ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜନୈତିକ ଦଳର ପାଣ୍ଠିକୁ ନେଇ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର)’ ପକ୍ଷରୁ ସର୍ବଶେଷ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ବିଜେପିର ସମ୍ପତ୍ତି ସବୁଠୁ ଅଧିକ ରହିଥିବା କୁହାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ସୂଚନା ଦେଇଥିବା ୮ଟି ଦଳ ମଧ୍ୟରେ ବିଜେପି, କଂଗ୍ରେସ, ସିପିଏମ୍‍, ବିଏସ୍‍ପି, ଏଆଇଟିସି, ଏନ୍‍ସିପି, ସିପିଆଇ ଓ ଏନ୍‍ଇଇପି ରହିଛନ୍ତି। ଏହି ସମସ୍ତ ଦଳର ମୋଟ ସମ୍ପତ୍ତି ମୂଲ୍ୟ ୮୮୨୯.୧୫୮ କୋଟି ଟଙ୍କା ରହିଥିବା ବେଳେ କେବଳ ବିଜେପିର ସମ୍ପତ୍ତି ମୂଲ୍ୟ ୬୦୪୬ କୋଟି ଟଙ୍କା ରହିଛି।

୨୦୨୦-୨୧ ବର୍ଷରେ ଏହି ଦଳଗୁଡିକର ସମ୍ପତ୍ତି ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା। କିନ୍ତୁ ବର୍ଷକ ପରେ ଏହି ପରିମାଣ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ ବର୍ଷରେ ବିଜେପିର ଘୋଷିତ ସମ୍ପତ୍ତି ମୂଲ୍ୟ ୪୯୯୦.୧୯୫ କୋଟି ଟଙ୍କା ରହିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୬୦୪୬.୮୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‍ ଗୋଟିଏ ବର୍ଷ ମଧ୍ୟରେ ବିଜେପିର ସମ୍ପତ୍ତି ପରିମାଣ ୨୧.୧୭% ବୃଦ୍ଧି ପାଇଛି। ସେହିଭଳି କଂଗ୍ରେସର ସମ୍ପତ୍ତି ପରିମାଣ ୨୦୨୦-୨୧ ବର୍ଷରେ ୬୯୧.୧୧ କୋଟି ଟଙ୍କା ଥିବାବେଳେ ୧୬.୫ ପ୍ରତିଶତ ଅଭିବୃଦ୍ଧିରେ ୨୦୨୧-୨୨ରେ ଏହା ୮୦୫.୬୮ କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଇଛି। କିନ୍ତୁ ଏହି ସମୟରେ ବହୁଜନ ସମାଜ ପାର୍ଟି (ବିଏସପି)ର ସମ୍ପତ୍ତି ପରିମାଣ ହ୍ରାସ ପାଇଛି। ପୂର୍ବରୁ ଦଳର ସମ୍ପତ୍ତି ମୂଲ୍ୟ ୭୩୨.୭୯ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୨୧-୨୨ ସୁଦ୍ଧା ଏହି ପରିମାଣ ୫.୭୪ ପ୍ରତିଶତ ହ୍ରାସରେ ୬୯୦.୭୧ କୋଟି ଟଙ୍କାକୁ ଖସି ଆସିଛି। ତେବେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ର ସମ୍ପତ୍ତି ପରିମାଣ ଏହି ବର୍ଷକ ମଧ୍ୟରେ ୧୫୧.୭୦% ବୃଦ୍ଧି ପାଇଛି। ୨୦୨୦-୨୧ ରେ ୧୮୨ କୋଟି ଟଙ୍କାରୁ ୨୦୨୧-୨୨ ବର୍ଷରେ ଦଳର ସମ୍ପତ୍ତି ୪୫୮.୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏନ୍‍ସିପିର ସମ୍ପତ୍ତି ପରିମାଣ ଏହି ସମୟ ମଧ୍ୟରେ ୩୦.୯୩୧ କୋଟି ଟଙ୍କାରୁ ୭୪.୫୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ସିପିଆଇର ସମ୍ପତ୍ତି ପରିମାଣ ୧୪.୦୫ କୋଟି ଟଙ୍କାରୁ ୧୫.୭୨୮ କୋଟି ଏବଂ ଏନପିଇପିର ସମ୍ପତ୍ତି ପରିମାଣ ୧.୭୪୨ କୋଟି ଟଙ୍କାରୁ ୧.୮୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଇଛି।

୨୦୨୦-୨୧ ବର୍ଷରେ ରାଜନୈତିକ ଦଳଗୁଡିକ ସେମାନଙ୍କ ଉପରେ ୧୦୩.୫୫୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବା ଘୋଷଣା କରିଥିଲେ। କଂଗ୍ରେସ ସର୍ବାଧିକ ୭୧.୫୮ କୋଟି ଆର୍ଥିକ ବୋଝରେ ଥିବା ଘୋଷଣା କରିଥିବାବେଳେ ଏହା ପଛକୁ ୧୬.୧୦୯ କୋଟି ସହିତ ସିପିଆଇଏମ୍‍ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ୨୦୨୧-୨୨ ରେ କଂଗ୍ରେସ ଉପରେ ସର୍ବାଧିକ ୪୧.୯୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବାବେଳେ ସିପିଆଇଏମ୍‍ ଉପରେ ୧୨.୨୧ କୋଟି ଏବଂ ବିଜେପି ଉପରେ ୫.୧୭ କୋଟି ଟଙ୍କା ଥିବା ଦର୍ଶାଯାଇଛି।

ଏଡିଆର ରିପୋର୍ଟ: ୭୧ ସାଂସଦଙ୍କ ସମ୍ପତ୍ତି ୨୮୬% ବୃଦ୍ଧି, ୧୪ ଗୁଣ ବଢ଼ିଛି ବରୁଣ ଗାନ୍ଧୀଙ୍କ ସମ୍ପତ୍ତି
ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ସଂସଦକୁ ନିର୍ବାଚିତ (୨୦୦୯ରୁ ୧୯ ମଧ୍ୟରେ) ହୋଇଥିବା ୭୧ ସାଂସଦଙ୍କ ସମ୍ପତ୍ତି ହାରାହାରି ୨୮୬ ପ୍ରତିଶତ ବୃଦ୍ଧି ପାଇଛି। ପ୍ରତ୍ୟେକ ସାଂସଦଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୧୭.୧୯ କୋଟି ଟଙ୍କା ବଢ଼ିଛି। ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ୨୦୦୯ରେ ବିଭିନ୍ନ ଦଳ ତଥା ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ୭୧ ସାଂସଦଙ୍କ ହାରାହାରି ସମ୍ପତ୍ତି ୬.୧୫ କୋଟି ଥିବାବେଳେ ୨୦୧୪ରେ ୧୬.୨୩ କୋଟି ଟଙ୍କାକୁ ଏବଂ ୨୦୧୯ରେ ୨୩.୭୫ କୋଟି ଟଙ୍କାକୁ ପହଞ୍ଚି ଯାଇଥିଲା। ଏହି ସାଂସଦଙ୍କ ମଧ୍ୟରେ ବିଜେପିର ୬ ଜଣ ସାମିଲ ଅଛନ୍ତି।

ସେହିପରି ଏନସିପି, ସିରୋମଣି ଅକାଳୀ ଦଳ, ବିଜେଡ଼ି ଏବଂ ଏଆଇୟୁଡିଏଫ୍‌ର ଜଣେ ଲେଖାଏଁ ସାଂସଦ ପ୍ରଥମ ଦଶଜଣଙ୍କ ମଧ୍ୟରେ ରହିଛନ୍ତି। ୧୦ ବର୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲଙ୍କ ସମ୍ପତ୍ତି ସର୍ବାଧିକ ୧୫୭.୬୮ କୋଟି ଟଙ୍କା ବୃଦ୍ଧି ପାଇଛି। ୨୦୧୯ରେ ତାଙ୍କ ସମ୍ପତ୍ତି ୬୦.୩୧ କୋଟି ଥିବାବେଳେ ୨୦୧୯ ବେଳକୁ ଏହା ୨୧୭.୯୯ କୋଟି ଟଙ୍କା ହୋଇଯାଇଥିଲା। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଶରଦ ପାୱାରଙ୍କ ଝିଅ ତଥା ବାରାମତୀର ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ରହିଛନ୍ତି। ୨୦୦୯ରେ ତାଙ୍କ ସମ୍ପତ୍ତି ୫୧.୫୩ କୋଟି ଥିଲା। ୨୦୧୯ରେ ଏହା ୧୪୦.୮୮ କୋଟିରେ ପହଞ୍ଚି ଯାଇଥିଲା। ବିଜେଡି ସାଂସଦ ପିନାକୀ ମିଶ୍ର ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସାଂସଦ ପିସି ମୋହନଙ୍କ ସମ୍ପତ୍ତିରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି। ୨୦୦୯ରେ ବେଙ୍ଗାଲୁରୁ ସାଂସଦ ମୋହନଙ୍କ ସମ୍ପତ୍ତି ୫ କୋଟି ଥିଲା। ୨୦୧୯ରେ ଏହା ୭୫ କୋଟିରେ ପହଞ୍ଚି ଥିଲା।

ପିଲିଭିତ ସାଂସଦ ବରୁଣ ଗାନ୍ଧୀଙ୍କ ସମ୍ପତ୍ତି ମଧ୍ୟ ପ୍ରାୟ ୧୪ ଗୁଣ ବଢ଼ିଛି। ୨୦୦୯ରେ ତାଙ୍କ ସମ୍ପତ୍ତି ୪.୯୨ କୋଟି ଥିବାବେଳେ ୨୦୧୯ରେ ଏହା ୬୦.୩୨ କୋଟିରେ ପହଞ୍ଚି ଯାଇଛି। ଏହି ସମୟରେ ତାଙ୍କ ମାଆ ତଥା ସୁଲ୍‌ତାନପୁର ସାଂସଦ ମେନକା ଗାନ୍ଧୀଙ୍କ ସମ୍ପତ୍ତି ୧୭ କୋଟିରୁ ୫୫ କୋଟିରେ ପହଞ୍ଚିଛି। ଏହି ସାଂସଦଙ୍କ ତାଲିକାରେ ବିଜେପିର ୪୩ ଜଣ ସାଂସଦ ସାମିଲ ଅଛନ୍ତି। ୧୦ ବର୍ଷରେ ଏମାନଙ୍କର ହାରାହାରି ସମ୍ପତ୍ତି ପ୍ରାୟ ୧୫ କୋଟି ବଢ଼ିଛି। ଏହି ମାମଲାରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। କଂଗ୍ରେସର ୧୦ ସାଂସଦଙ୍କ ସମ୍ପତ୍ତି ହାରାହାରି ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ବ୍ୟତୀତ ଟିଏମ୍‌ସିର ୭ ଲୋକସଭା ସାଂସଦଙ୍କ ସମ୍ପତ୍ତିରେ ହାରାହାରି ୫ କୋଟି ଟଙ୍କା ବୃଦ୍ଧି ହୋଇଛି। ୨୦୦୯ରେ ବିଜୟୀ ଟିଏମ୍‌ସି ସାଂସଦଙ୍କ ସମ୍ପତ୍ତି ୭୬ ଲକ୍ଷ ଥିଲା। ଏହା ୨୦୧୯ ବେଳକୁ ୫.୯ କୋଟି ହୋଇ ଯାଇଥିଲା। ଏହି ତାଲିକାରେ ବିଜେଡି ଚତୁର୍ଥ, ଶିବସେନା ପଞ୍ଚମ,ଏଆଇଏମଆଇଏମ ଷଷ୍ଠ ସ୍ଥାନରେ ରହିଛି।

ରାଜନୈତିକ ଦଳକୁ ଅଜଣା ସ୍ରୋତରୁ ଆସୁଛି ପୁଳା ପୁଳା ଟଙ୍କା : ୧୬ ବର୍ଷରେ ଅଜ୍ଞାତ ଉତ୍ସରୁ ଆୟ ୧୫,୦୭୭ କୋଟି
ନୂଆଦିଲ୍ଲୀ : ଜାତୀୟ ସ୍ତରର ବିଭିନ୍ନ ରାଜନୈତିକ ଦଳ ୨୦୦୪-୦୫ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ମୋଟ ୧୫ ,୦୭୭.୯୭ କୋଟି ଟଙ୍କା ଆୟ କରିଛନ୍ତି। ବିଭିନ୍ନ ସମୟରେ ରାଜନୈତିକ ଦଳମାନଙ୍କୁ ମିଳିଥିବା ଦାନ ଅର୍ଥକୁ ନେଇ ଆୟକର ବିଭାଗ ନିକଟରେ ରଖାଯାଇଥିବା ତଥ୍ୟକୁ ଆଧାର କରି ‘ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ଜଣାପଡ଼ିଛି। କେବଳ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ରାଜନୈତିକ ଏବଂ ଆଞ୍ଚଳିକ ଦଳ ଦାନ ସୂତ୍ରରେ ମୋଟ ୬୯୦.୬୭ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ତେବେ ଏହି ସଂଗୃହୀତ ଅର୍ଥ ମଧ୍ୟରୁ ଅଧିକାଂଶ ପରିମାଣର ଅର୍ଥ ଅଜ୍ଞାତ ଉତ୍ସରୁ ରାଜନୈତିକ ଦଳମାନଙ୍କୁ ମିଳିଥିବା କୁହାଯାଇଛି। ଜାତୀୟ ସ୍ତରର ପ୍ରାୟ ୮ ଏବଂ ଆଞ୍ଚଳିକ ସ୍ତରର ୨୭ ଦଳ ଏହି ପରିମାଣର ଅର୍ଥ ହାସଲ କରିଛନ୍ତି।

ଏଡିଆର ରିପୋର୍ଟ ଅନୁଯାୟୀ ବିଜେପି, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି), ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ( ଏଆଇଟିସି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କସିଷ୍ଟ) (ସିପିଏମ), ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି), ବହୁଜନ ସମାଜବାଦୀ ପାର୍ଟି(ବିଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିଇପି) ଭଳି ୮ ଜାତୀୟ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ଅଜ୍ଞାତ ଉତ୍ସରୁ ମୋଟ ୪୨୬.୭୪ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌), ଏଜିପି,ଏଆଇଏଡିଏମକେ, ଏଆଇଏଫବି, ଏଆଇଏମଆଇଏମ୍, ଏଆଇୟୁଡିଏଫ୍, ବିଜେଡି, ସିପିଆଇ (ଏମଏଲ), ଡିଏମଡିକେ, ଡିଏମକେ, ଜିଏଫପି, ଜେଡିଏସ୍, ଜେଡିୟୁ, ଜେଏମଏମ, ଏମଏନଏସ୍, କେସି-ଏମ, ଏନଡିପିପି, ଏନପିଏଫ୍, ପିଏମକେ, ଆରଏଲଡି, ଏସଏଡି, ଏସଡିଏଫ୍‌, ଶିବସେନା, ଏସକେଏମ୍, ଟିଡିପି, ଟିଆରଏସ୍‌ ଏବଂ ୱାଇଏସଆର-କଂଗ୍ରେସ ଭଳି ୨୭ଟି ଆଞ୍ଚଳିକ ଦଳ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା କହିଛନ୍ତି।

ତେବେ ଅଜ୍ଞାତ ସୂତ୍ରରୁ ସର୍ବାଧ୍ଖକ ଆୟ କରିଥିବା ଦଳ ମଧ୍ୟରେ କଂଗ୍ରେସ ରହିଛି। ୨୦୨୦-୨୧ ବର୍ଷରେ ଏହି ଦଳ ସର୍ବାଧିକ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି। ଯାହାକି ସମସ୍ତ ଜାତୀୟ ଦଳ ଅଜ୍ଞାତ ସୂତ୍ରରୁ ଆୟ କରିଥିବା ମୋଟ ପରିମାଣର ୪୧.୮୯ ପ୍ରତିଶତ। ଏହାପଛକୁ ବିଜେପି ଅଜ୍ଞାତ ସୂତ୍ରରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଅଜ୍ଞାତ ସୂତ୍ରରୁ ସର୍ବାଧିକ ଆୟ କରିଥିବା ଆଞ୍ଚଳିକ ଦଳ ମଧ୍ୟରେ ୱାଇଏସଆର କଂଗ୍ରେସ ୯୬.୨୫୦୭ କୋଟି ଟଙ୍କା ଆୟ କରିଥିଲା ବେଳେ ଡିଏମକେ ୮୦.୦୨ କୋଟି, ବିଜେଡି ୬୭ କୋଟି,ଏମଏନଏସ୍‌ ୫.୭୭୩ କୋଟି ଏବଂ ଆପ୍‌ ୫.୪ କୋଟି ଟଙ୍କା ଆୟ କରିଥିବା କୁହାଯାଇଛି। ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ଅଜ୍ଞାତ ସୂତ୍ରରୁ ମିଳିଥିବା ମୋଟ ରାଶି ମଧ୍ୟରୁ ୪୭.୦୬ ପ୍ରତିଶତ ଅର୍ଥ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଛି। ୨୦୦୪-୦୫ ଏବଂ ୨୦୨୦-୨୧ ବର୍ଷ ମଧ୍ୟରେ କେବଳ କଂଗ୍ରେସ ଏବଂ ଏନସିପିକୁ ଏହି ବଣ୍ଡ ମାଧ୍ୟମରେ ୪୨୬୧,୮୩ କୋଟି ଟଙ୍କା ମିଳିଛି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି।