Fertilizer - The Sakala

ଖତରୁ ୫୨ ଲକ୍ଷ ଆୟକଲାଣି ବିଏମ୍‌‌ସି
ଭୁବନେଶ୍ୱର : ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି। ରାଜଧାନୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ମୋ ଖତ କ୍ରୟ କରୁଛନ୍ତି। ଇତି ମଧ୍ୟରେ ୨୬୦ ମେଟ୍ରିକ ଟନ୍‌‌ ଖତର ବିକ୍ରୟ କରାଯାଇଥିବା ଜଣାପଡ଼ିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଗୁଡ଼ିକରେ ଓଦା ଅଳିଆକୁ ଖତରେ ପରିଣତ କରାଯାଉଛି। ଯାହାକୁ ପରବର୍ତ୍ତୀ ସମୟରେ ମୋ ଖତ କାଉଣ୍ଟର ସମେତ ଅନଲାଇନ୍‌‌ରେ ବିକ୍ରି କରାଯାଉଛି।

ଯଦି କୌଣସି ଲୋକ ୨୫ କିଲୋରୁ ଅଧିକ ଖତ ଆବଶ୍ୟକତା କରୁଛନ୍ତି ତେବେ ସେମାନଙ୍କୁ ହୋମ୍‌‌ ଡେଲିଭରି ମଧ୍ୟ ଦିଆଯାଉଛି। ବଡ଼ କଥା ହେଉଛି ଯେ ଏହି ଖତର ମାନ ଓ ଗୁଣବତ୍ତା ଭଲ ରହୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ବୋଲି ବିଏମ୍‌‌ସି କହିଛି। ବର୍ତ୍ତମାନ ରାଜମହଲ ସ୍ଥିତ ଗୋଟିଏ କିଓସ୍କରେ ଏହି ଖତ ବିକ୍ରୟ ହେଉଥିବା ବେଳେ ଖତର ଅଧିକ ଆଦୃତ ଓ ଗ୍ରହଣୀୟତାକୁ ଦେଖି ଅଧିକ ସଂଖ୍ୟାରେ କିଓସ୍କ ସ୍ଥାପନ କରି ବିକ୍ରିକୁ ତ୍ୱରାନ୍ୱିତ କରିବାକୁ ବିଏମସି ଯୋଜନା ରଖିଛି। ଫ୍ଲିପକାର୍ଟର୍ ଓ ଅମାଜନ ଭଳି ସଂସ୍ଥା ସହ ଅନୁବନ୍ଧିତ ହୋଇ ଅନ୍‌‌ଲାଇନରେ ମୋ ଖତ ଯୋଗାଇ ଦିଆଯାଉଛି। ମୋ ଖତରୁ ମିଳୁଥିବା ଲାଭାଂଶକୁ ଏହି କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଛି।

ରାଜ୍ୟକୁ ଧାର୍ଯ୍ୟ ସମୟରେ ମିଳୁନି ସାର, କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ନବୀନ । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର ୩୧ ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଲେଖିଥିବା ଚିଠିରେ ନବୀନ ଲେଖିଛନ୍ତି ଯେ ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟ ୟାସ୍, ଜଓ୍ବାଦ ଓ ଗୁଲାବ ବାତ୍ୟା ପାଇଁ ଚାଷୀକୁଳ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏଣୁ ଯଥାଶିଘ୍ର ରାଜ୍ୟକୁ ସାର ଯୋଗାଣ କରାଯାଉ ବୋଲି ନବୀନ ଦାବି କରିଛନ୍ତି ।