Ghulam Nabi - The Sakala

କଂଗ୍ରେସରୁ ‘ଆଜାଦ’ ହେବା ପରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କଲେ ଗୁଲାମ ନବୀ, ଜାମ୍ମୁ କାଶ୍ମୀରରେ କଲେ ବିରାଟ ରାଲି
ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରରେ ବିରାଟ ରାଲି କରି ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିଛନ୍ତି ଆଜାଦ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ୧୧ଟା ବେଳେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ସେଠାରୁ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେହି ସଭାସ୍ଥଳରେ ହିଁ ଆଜାଦ୍‌ ତାଙ୍କ ନୂଆ ଦଳ ନେଇ ଲୋକଙ୍କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ନୂଆ ରାଜନୈତିକ ଦଳର ନାମ ଚୂଡାନ୍ତ ହୋଇନାହିଁ। କିନ୍ତୁ ଜାମ୍ମୁ କାଶ୍ମୀରର ଲୋକ ଦଳର ନାମ ଓ ପତାକା ଚୂଡନ୍ତ କରିବେ। ମୁଁ ମୋ ଦଳର ନାମ ହିନ୍ଦୁସ୍ତାନୀ ନାମ ରଖିବି, ଯାହାକୁ ସମସ୍ତେ ବୁଝି ପାରିବେ।’ ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ତାଙ୍କ ଦଳର ମୂଳ ଲକ୍ଷ୍ୟ ରହିବ। ଏବା ବ୍ୟତୀତ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ନିଜ ମାଟିକୁ ଫେରାଇ ଆଣିବା ସହ ସେମାନଙ୍କୁ ନିଯୁକ୍ତି ଦେବାକୁ ଦଳ କାର୍ଯ୍ୟ କରିବ।

ଅନ୍ୟପଟେ ଏହି ରାଲିରେ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ୟ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ ରେ ଇସ୍ତଫା ଦେଇଥିଲେ ଏବଂ କଂଗ୍ରେସ ସହିତ ତାଙ୍କର ୫୦ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ। ଇସ୍ତଫା ସହିତ ସେ କଂଗ୍ରେସ ଦଳର ଅବନତି ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ଯେବେଠାରୁ କଂଗ୍ରେସର ଶକ୍ତି ରାହୁଲ ଗାନ୍ଧୀଙ୍କ ହାତକୁ ଆସିଛି, ସେବେଠାରୁ ଦଳ କ୍ରମାଗତ ଭାବେ ଅବନତି ଆଡକୁ ଗତି କରୁଛି। ଏଥିପାଇଁ ରାହୁଲ ଗାନ୍ଧୀଙ୍କ ପିଲାଳିଆମି କାର୍ଯ୍ୟ ଦାୟୀ । ଇସ୍ତଫା ଦେବା ପରେ ସେ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା ମଧ୍ୟ କରିଥିଲେ।

ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ବଡ଼ ଝଟକା, ଗୁଲାମଙ୍କ ସମର୍ଥନରେ ଦଳ ଛାଡିଲେ ଆଉ ୫ ପୂର୍ବତନ ବିଧାୟକ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି।

ଇସ୍ତଫା ଦେଇଥିବା ୫ ପୂର୍ବତନ ବିଧାୟକ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ସେମାନେ ହେଲେ କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି। ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଉଳ୍ଲେଖଯୋଗ୍ୟ ଆଜି କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ ।କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ।

ଅନ୍ୟପଟେ ଗୁଲାମ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେରିବା ସମ୍ଭବ ହେଉନାହିଁ।

କଂଗ୍ରେସରୁ ଇସ୍ତଫା ପରେ ଆଜାଦଙ୍କ ବଡ଼ ଘୋଷଣା : ଜମ୍ମୁ-କାଶ୍ମୀର ଫେରି ଗଢିବେ ନୂଆ ଦଳ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୁଲାମନବୀ ।

ଏଥି ସହିତ ଗୁଲାମନବୀ ଆଜାଦ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି। କିନ୍ତୁ ମୁଁ ମୋ ନିଜ ନିଷ୍ପତ୍ତିରେ ରହିଛି। ତେବେ ଗଣମାଧ୍ୟମ ସହ ଆଲୋଚନାରେ ସେ ନୂଆ ପାର୍ଟି ଗଢିବେ ବୋଲି କହିଛନ୍ତି। ଏହା ସହିତ ଜାତୀୟ ରାଜନୀତିକୁ ଜମ୍ମୁ-କାଶ୍ମୀର ରାଜନୀତି ମାଧ୍ୟମରେ ଫେରିବେ ବୋଲି ସେ ସୂଚିତ କରିଛନ୍ତି। ତେବେ ସେ ବିଜେପିରେ ସାମିଲ ହେବେ କି ବୋଲି ପ୍ରଶ୍ନର ଜବାବରେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ଏହି ଗୋଟିଏ କଥା କହି ଆସୁଥିବା ଆଜାଦ କହିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି।

ତେବେ ସବୁ ଦଳ ପ୍ରତି ତାଙ୍କର ସମାନ ସମ୍ମାନ ଥିବା କହିଛନ୍ତି। କୌଣସି ରାଜନୈତିକ ଦଳ ପ୍ରତି ସେ କେବେ ଅପଶବ୍ଦ ପ୍ରୟୋଗ କରି ନାହାନ୍ତି। ଏଣୁ ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ବୋଲି ଆଜାଦ କହିଛନ୍ତି। ତେବେ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ପଚରା ଯିବାରୁ ବ୍ୟକ୍ତିଗତ ଭାବେ ଗାନ୍ଧି ପରିବାର ସହ ତାଙ୍କର ସୁସମ୍ପର୍କ ଥିବା କହିଛନ୍ତି। ତେବେ ଏହା ବ୍ୟକ୍ତିଗତ ସମ୍ପର୍କର କଥା ନୁହେଁ ମୁଁ କଂଗ୍ରେସ ପତନର କଥା କହୁଛି ବୋଲି ସେ କହିଛନ୍ତି। ଯିଏ କଂଗ୍ରେସରେ ୫୦ ବର୍ଷ ବିତାଇ ସାରିଲାଣି ତାକୁ ଏବେ କିପରି ଲାଗୁଥିବ ତାହା ଅନୁମାନ କରନ୍ତୁ ବୋଲି କହିଛନ୍ତି ଆଜାଦ।

ଉଲ୍ଲେଖଯୋଗ୍ୟ ଯେ ଗୁଲାମନବୀ ଆଜାଦ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ତାଙ୍କ ଆଖପାଖରେ ଅନୁଭବହୀନ ଲୋକଙ୍କୁ ରଖୁଥିବା ଓ ବରିଷ୍ଠ ନେତାଙ୍କୁ କଣଠେସା କରୁଥିବା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଏପରି ଲାଗୁଛି ଜେପରି ସୁରକ୍ଷା କର୍ମୀ ଓ ପର୍ସନାଲ ଷ୍ଟାଫ ତାଙ୍କର ସବୁ ନିଷ୍ପତ୍ତି ନିଅନ୍ତି। ଦୁର୍ଭାଗ୍ୟକୁ ରାହୁଲ ରାଜନୀତିକୁ ଆସିବା କାଳରେ ତାଙ୍କୁ ଉପାଧ୍ୟକ୍ଷ କରିଦିଆଯାଇଥିଲା। ସେ କଂଗ୍ରେସର ସମ୍ପୂର୍ଣ୍ଣ ପରାମର୍ଶତନ୍ତ୍ର ର ସମାପ୍ତ କରିଦେଇଥିଲେ। ଯାହାର ପରିଣାମ ପାର୍ଟିକୁ ୨୦୧୪ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ନିର୍ବାଚନମାନଙ୍କରେ ଦେଖିବାକୁ ପଡୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।