Ghulam Nabi Azad - The Sakala

ପୁଣି କଂଗ୍ରେସକୁ ଫେରିବେ କି ଗୁଲାମନବୀ ଆଜାଦ ! ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ଘର ବାହୁଡ଼ା କରି ନିଜ ପାର୍ଟିକୁ ଫେରିପାରନ୍ତି ! ଏ ନେଇ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା ଚଳାଇଛନ୍ତି । ପ୍ରଥମେ ଆଜାଦଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ ପ୍ରୟାଶ କରାଯାଉଛି ।

ଚଳିତ ବର୍ଷ ଅଗଷ୍ଟ ୨୬ରେ ଆଜାଦ ନିଜର ୫୨ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ କ୍ଷମତା ଉପରେ ପ୍ରଶ୍ନ ଉଠାଇ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ କିଛି ଚାଟୁକାର ଘେରି ରହିଛନ୍ତି । କଂଗ୍ରେସରୁ ଇସ୍ତଫା ଦେବାପରେ ଗୁଲାମନବୀ ଆଜାଦ ନିଜର ନୂଆ ଦଳ ଗଠନ କରିଥିଲେ । ଏହି ଦଳର ନାମ ଆଜାଦ ଡେମୋକ୍ରେଟିକ ଦଳ ବୋଲି ନାମିତ କରିଥିଲେ । ଆଜାଦଙ୍କ ଏଭଳି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା । ଦଳର କିଛି ବରିଷ୍ଠ ନେତା ମଧ୍ୟ ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ ।

ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବାର ମାତ୍ର ୪ ମାସ ମଧ୍ୟରେ ଦଳ ଭାଙ୍ଗିବା ସହ ନିଜେ ଆଜାଦ ରାଜନୈତିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ଏହି କ୍ରମରେ ଏବେ ସେ ପୁଣି କଂଗ୍ରେସକୁ ଫେରିବା ନେଇ ସକରାତ୍ମକ ଭାବନା ପ୍ରତିପୋଷଣ କରିଛନ୍ତି । ଏପଟେ କଂଗ୍ରେସ ବି ବିନା ସର୍ତରେ ତାଙ୍କୁ ଦଳକୁ ଫେରାଇଆଣିବାକୁ ଚେଷ୍ଟା ଚଳାଉଛି । ଏହା ଯଦି ସଫଳ ହୁଏ ତେବେ କଂଗ୍ରେସ ଜମ୍ମୁକାଶ୍ମୀରରେ ପୁଣିଥରେ ନିଜର ବଳ ଫେରିପାଇବ ବୋଲି ଅନୁମାନ କରାଯାଉଛି ।

ନୂଆ ଦଳ ଘୋଷଣା କଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ
ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ଆଜାଦ୍‌ଙ୍କ ନୂଆ ରାଜନୈତିକ ଦଳର ନାମ ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରହିଛି। ଆଜି ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ସେ ଏହି ନାମ ଘୋଷଣା କରିଛନ୍ତି। ଏହି ଅବସରରେ ସେ ତାଙ୍କ ନୂଆ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।

ଆଜି ଆଜାଦ୍‌ ତାଙ୍କ ନିଜସ୍ବ ନୂଆ ରାଜନୈତିକ ଦଳର ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ। ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନ ହେଉ। ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ।

ସେ କହିଛନ୍ତି, ନୂଆ ଦଳ ଗଠନ ନିମନ୍ତେ ଆମେ ଅନ୍ୟ କୌଣସି ଦଳର ପରାମର୍ଶ ନେଇ ନାହୁଁ। ମୋ ଦଳ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଏଥି ସହିତ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ଏଥି ସହିତ ଆଜି ତାଙ୍କ ନୂଆ ଦଳର ପତାକା ମଧ୍ୟ ଉନ୍ମୋଚନ କରି ଗୁଲାମ୍‌ ନବୀ ଆଜାଦ୍‌ ପତାକା ର ତିନୋଟି ରଙ୍ଗ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ହଳଦିଆ ରଙ୍ଗ ସୃଜନଶୀଳତା ଏବଂ ବିବିଧତାକୁ ସୂଚାଏ, ଧଳା ଶାନ୍ତି ଏବଂ ନୀଳ ସ୍ୱାଧୀନତା ଏବଂ ସମୁଦ୍ରର ଗଭୀରତାଠାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ସୂଚାଏ ।

ପାଗ ବଦଳି ଯାଇଛି, ଆଜାଦ ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି: ଜୟରାମ ରମେଶ
ନୂଆଦିଲ୍ଲୀ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହୋଇଛନ୍ତି। ଏହାପରେ ସେ ଆସନ୍ତା କିଛି ଦିନ ମଧ୍ୟରେ ନିଜର ଏକ ନୂଆ ଦଳ ଗଢ଼ିବାକୁ ଘୋଷଣା ମଧ୍ୟ କରିଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପରି ସେ କାହାକୁ ବ୍ୟକ୍ତିଗତ ସମାଲୋଚନା କରନ୍ତି ନାହିଁ। ସେ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ନୀତିକୁ ସମାଲୋଚନା କରନ୍ତି। ରାହୁଲ ଗାନ୍ଧୀ ବାରମ୍ବାର ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ନେଇ ଆଜାଦ୍ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ନେଇ କଟାକ୍ଷ କରି କହିଛନ୍ତ ଯେ, ଏବେ ପାଗ ବଦଳି ଯାଇଛି, ଏ ମହାଶୟ (ଗୁଲାମ ନବୀ ଆଜାଦ) ଏବେ ବିଜେପିର ବିଶ୍ୱସ୍ତ ସିପାହୀ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯେତେବେଳେ ସେ ସାତ ବର୍ଷ ଧରି ସଂସଦରେ ବିରୋଧୀଦଳର ନେତା ଭୂମିକାରେ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ନାମ ଭାଜପା ସହ ଯୋଡା ଯାଉଛି। ଆଜାଦ କହିଛନ୍ତି, ଜି-୨୩ ଗଠନ ପରେ ରାହୁଲ ତାଙ୍କୁ ଭାଜପା ସହିତ ଯୋଡ଼ିବା ଆରମ୍ଭ କରିଥିଲେ। ଏହି ମିଥ୍ୟା ଖବର କଂଗ୍ରେସ ୱାର୍କିଂ କମିଟି ଏବଂ ନେତାଙ୍କଠାରୁ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଜି-୨୩ ପକ୍ଷରୁ ଚିଠି ଲେଖାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ମୁଁ କହିଥିଲି, ପ୍ରଧାନମନ୍ତ୍ରୀ ମୋଦୀ ପାଗଳ ନୁହଁନ୍ତି ଯେ ସେ ଆମକୁ କଂଗ୍ରେସକୁ ମଜବୁତ କରିବାକୁ କହିବେ। ମତେ କେହି ଆଦେଶ ଦେଇ ପାରିବେ ନାହିଁ। ମୋ ବିରୋଧରେ କୌଣସି ମାମଲା ନାହିଁ ଏବଂ ଗୋଟିଏ ଏଫଆଇଆର ରୁଜୁ ହୋଇ ନାହିଁ। ମୋର କୌଣସି ସମ୍ପତ୍ତି ନାହିଁ। ମୁଁ କାହିଁକି କାହାକୁ ଭୟ କରିବି ବୋଲି ଆଜାଦ କହିଛନ୍ତି। ତେବେ ଆଜାଦଙ୍କ ଏହି ମନ୍ତବ୍ୟ ପରେ ଜୟରାମ ରମେଶ ତାଙ୍କୁ ବିଜେପିର ବିଶ୍ୱସ୍ତ ସିପାହୀ କହି ଟାର୍ଗେଟ କରିଛନ୍ତି।

କଂଗ୍ରେସରୁ ‘ଆଜାଦ’ ହେବା ପରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କଲେ ଗୁଲାମ ନବୀ, ଜାମ୍ମୁ କାଶ୍ମୀରରେ କଲେ ବିରାଟ ରାଲି
ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରରେ ବିରାଟ ରାଲି କରି ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିଛନ୍ତି ଆଜାଦ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ୧୧ଟା ବେଳେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ସେଠାରୁ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେହି ସଭାସ୍ଥଳରେ ହିଁ ଆଜାଦ୍‌ ତାଙ୍କ ନୂଆ ଦଳ ନେଇ ଲୋକଙ୍କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ନୂଆ ରାଜନୈତିକ ଦଳର ନାମ ଚୂଡାନ୍ତ ହୋଇନାହିଁ। କିନ୍ତୁ ଜାମ୍ମୁ କାଶ୍ମୀରର ଲୋକ ଦଳର ନାମ ଓ ପତାକା ଚୂଡନ୍ତ କରିବେ। ମୁଁ ମୋ ଦଳର ନାମ ହିନ୍ଦୁସ୍ତାନୀ ନାମ ରଖିବି, ଯାହାକୁ ସମସ୍ତେ ବୁଝି ପାରିବେ।’ ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ। ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ତାଙ୍କ ଦଳର ମୂଳ ଲକ୍ଷ୍ୟ ରହିବ। ଏବା ବ୍ୟତୀତ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ନିଜ ମାଟିକୁ ଫେରାଇ ଆଣିବା ସହ ସେମାନଙ୍କୁ ନିଯୁକ୍ତି ଦେବାକୁ ଦଳ କାର୍ଯ୍ୟ କରିବ।

ଅନ୍ୟପଟେ ଏହି ରାଲିରେ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ୟ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ସୂଚନାଯୋଗ୍ୟ ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ ରେ ଇସ୍ତଫା ଦେଇଥିଲେ ଏବଂ କଂଗ୍ରେସ ସହିତ ତାଙ୍କର ୫୦ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ। ଇସ୍ତଫା ସହିତ ସେ କଂଗ୍ରେସ ଦଳର ଅବନତି ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ଯେବେଠାରୁ କଂଗ୍ରେସର ଶକ୍ତି ରାହୁଲ ଗାନ୍ଧୀଙ୍କ ହାତକୁ ଆସିଛି, ସେବେଠାରୁ ଦଳ କ୍ରମାଗତ ଭାବେ ଅବନତି ଆଡକୁ ଗତି କରୁଛି। ଏଥିପାଇଁ ରାହୁଲ ଗାନ୍ଧୀଙ୍କ ପିଲାଳିଆମି କାର୍ଯ୍ୟ ଦାୟୀ । ଇସ୍ତଫା ଦେବା ପରେ ସେ ଏକ ନୂତନ ଦଳ ଗଠନ କରିବାକୁ ଘୋଷଣା ମଧ୍ୟ କରିଥିଲେ।

ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ବଡ଼ ଝଟକା, ଗୁଲାମଙ୍କ ସମର୍ଥନରେ ଦଳ ଛାଡିଲେ ଆଉ ୫ ପୂର୍ବତନ ବିଧାୟକ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି।

ଇସ୍ତଫା ଦେଇଥିବା ୫ ପୂର୍ବତନ ବିଧାୟକ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ସେମାନେ ହେଲେ କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି। ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଉଳ୍ଲେଖଯୋଗ୍ୟ ଆଜି କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ ।କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ।

ଅନ୍ୟପଟେ ଗୁଲାମ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେରିବା ସମ୍ଭବ ହେଉନାହିଁ।

କଂଗ୍ରେସରୁ ଇସ୍ତଫା ପରେ ଆଜାଦଙ୍କ ବଡ଼ ଘୋଷଣା : ଜମ୍ମୁ-କାଶ୍ମୀର ଫେରି ଗଢିବେ ନୂଆ ଦଳ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୁଲାମନବୀ ।

ଏଥି ସହିତ ଗୁଲାମନବୀ ଆଜାଦ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି। କିନ୍ତୁ ମୁଁ ମୋ ନିଜ ନିଷ୍ପତ୍ତିରେ ରହିଛି। ତେବେ ଗଣମାଧ୍ୟମ ସହ ଆଲୋଚନାରେ ସେ ନୂଆ ପାର୍ଟି ଗଢିବେ ବୋଲି କହିଛନ୍ତି। ଏହା ସହିତ ଜାତୀୟ ରାଜନୀତିକୁ ଜମ୍ମୁ-କାଶ୍ମୀର ରାଜନୀତି ମାଧ୍ୟମରେ ଫେରିବେ ବୋଲି ସେ ସୂଚିତ କରିଛନ୍ତି। ତେବେ ସେ ବିଜେପିରେ ସାମିଲ ହେବେ କି ବୋଲି ପ୍ରଶ୍ନର ଜବାବରେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ଏହି ଗୋଟିଏ କଥା କହି ଆସୁଥିବା ଆଜାଦ କହିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି।

ତେବେ ସବୁ ଦଳ ପ୍ରତି ତାଙ୍କର ସମାନ ସମ୍ମାନ ଥିବା କହିଛନ୍ତି। କୌଣସି ରାଜନୈତିକ ଦଳ ପ୍ରତି ସେ କେବେ ଅପଶବ୍ଦ ପ୍ରୟୋଗ କରି ନାହାନ୍ତି। ଏଣୁ ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ବୋଲି ଆଜାଦ କହିଛନ୍ତି। ତେବେ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ପଚରା ଯିବାରୁ ବ୍ୟକ୍ତିଗତ ଭାବେ ଗାନ୍ଧି ପରିବାର ସହ ତାଙ୍କର ସୁସମ୍ପର୍କ ଥିବା କହିଛନ୍ତି। ତେବେ ଏହା ବ୍ୟକ୍ତିଗତ ସମ୍ପର୍କର କଥା ନୁହେଁ ମୁଁ କଂଗ୍ରେସ ପତନର କଥା କହୁଛି ବୋଲି ସେ କହିଛନ୍ତି। ଯିଏ କଂଗ୍ରେସରେ ୫୦ ବର୍ଷ ବିତାଇ ସାରିଲାଣି ତାକୁ ଏବେ କିପରି ଲାଗୁଥିବ ତାହା ଅନୁମାନ କରନ୍ତୁ ବୋଲି କହିଛନ୍ତି ଆଜାଦ।

ଉଲ୍ଲେଖଯୋଗ୍ୟ ଯେ ଗୁଲାମନବୀ ଆଜାଦ ସୋନିଆ ଗାନ୍ଧିଙ୍କୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ତାଙ୍କ ଆଖପାଖରେ ଅନୁଭବହୀନ ଲୋକଙ୍କୁ ରଖୁଥିବା ଓ ବରିଷ୍ଠ ନେତାଙ୍କୁ କଣଠେସା କରୁଥିବା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଏପରି ଲାଗୁଛି ଜେପରି ସୁରକ୍ଷା କର୍ମୀ ଓ ପର୍ସନାଲ ଷ୍ଟାଫ ତାଙ୍କର ସବୁ ନିଷ୍ପତ୍ତି ନିଅନ୍ତି। ଦୁର୍ଭାଗ୍ୟକୁ ରାହୁଲ ରାଜନୀତିକୁ ଆସିବା କାଳରେ ତାଙ୍କୁ ଉପାଧ୍ୟକ୍ଷ କରିଦିଆଯାଇଥିଲା। ସେ କଂଗ୍ରେସର ସମ୍ପୂର୍ଣ୍ଣ ପରାମର୍ଶତନ୍ତ୍ର ର ସମାପ୍ତ କରିଦେଇଥିଲେ। ଯାହାର ପରିଣାମ ପାର୍ଟିକୁ ୨୦୧୪ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ନିର୍ବାଚନମାନଙ୍କରେ ଦେଖିବାକୁ ପଡୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା ଓ ପିଲାଳିଆମୀ କଂଗ୍ରେସକୁ ଅଡୁଆରେ ପକାଇଥିଲା, ଦଳର ପତନ ପାଇଁ ରାହୁଲ ସମ୍ପୂର୍ଣ୍ଣ ଦାୟୀ : ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଆଜି ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିବାଥିବା ବେଳେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ସେ ସୋନିଆଙ୍କୁ ଲେଖିଥିବା ଚିଠିରେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ସେ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରିଛନ୍ତି।

ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେଣିବା ସମ୍ଭବ ହେଉନାହିଁ।

ସେହିପରି ରାହୁଲଙ୍କ ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା ଯେତେବେଳେ ରାହୁଲ ଗାନ୍ଧୀ ଗଣମାଧ୍ୟମ ଉପସ୍ଥିତିରେ ସରକାରଙ୍କ ଅଧ୍ୟାଦେଶକୁ ଚିରି ଦେଇଥିଲେ। ସେହି ନିୟମକୁ କଂଗ୍ରେସର କୋର ଗ୍ରୁପରେ ଆଲୋଚନା କରାଯାଇ କ୍ୟାବିନେଟ ଅନୁମୋଦନ କରାଯାଇଥିଲା । ଏହିପରି ପିଲାଳିଆମୀ ଆଚରଣ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଥିଲା। ସେ ଲେଖିଛନ୍ତି ଯେ ମୁଁ ଆପଣଙ୍କ ସ୍ୱାମୀ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀଙ୍କ ସହ କାମ କରିଥିଲି। ମୁଁ କଂଗ୍ରେସକୁ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଦେଇଛି, କିନ୍ତୁ ବର୍ତ୍ତମାନ ମୁଁ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି ଏବଂ ଦଳ ସହ ମୋର ସମ୍ପର୍କ ବିଚ୍ଛିନ୍ନ କରୁଛି।

ଗୁଲାମନବୀ ଆଜାଦ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ନିର୍ବାଚନ ପରଠାରୁ ଦଳର ଅବସ୍ଥା ବିଗିଡି ଯାଇଛି। ସମ୍ପ୍ରସାରିତ ୱାର୍କିଂ କମିଟି ବୈଠକରେ ଦଳ ପାଇଁ ଜୀବନ ଦେଇଥିବା ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅପମାନିତ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ପରେ ଆପଣ ଅନ୍ତରୀଣ ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସବୁଠାରୁ ଖରାପ କଥା ହେଉଛି ଯେ ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହୋଇଛି। ରାହୁଲ ଗାନ୍ଧୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ଏବଂ ଆହୁରି ବଡ କଥା ଯେ ରାହୁଲଙ୍କ ବ୍ୟକ୍ତିଗତ ସହାୟକ ଓ ସୁରକ୍ଷା କର୍ମୀ ଅନେକ ନିଷ୍ପତ୍ତି ନେଉଥିଲେ ।

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ
ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ସେ ଆଜି ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଆଜାଦ ତାଙ୍କ ଇସ୍ତଫା ଦଳର ଅଧ୍ଯକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। କିଛି ଦିନ ପୂର୍ବରୁ କଂଗ୍ରେସ ତାଙ୍କୁ ଜାମ୍ମୁ କାଶ୍ମୀର କଂଗ୍ରେସ କମିଟିର ସଭାପତି କରିଥିଲା। କିନ୍ତୁ ଆଜାଦ ଦୁଇ ଘଣ୍ଟା ପରେ ଏଥିରୁ ଇସ୍ତଫା ଦେଇଥିଲେ।

୭୩ ବର୍ଷିୟ ଆଜାଦ ତାଙ୍କ ରାଜନୀତିର ଶେଷ ପର୍ଯ୍ୟାୟରେ ପୁଣିଥରେ ରାଜ୍ୟ କଂଗ୍ରେସର ଦାୟିତ୍ବ  ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଏହା ବଦଳରେ ୪୭ ବର୍ଷିୟ ବିକାଶ ରସୁଲ ୱାନୀଙ୍କୁ ଦେଇଥିଲେ। ୱାନି ଗୁଲାମ ନବୀ ଆଜାଦର ଅତି ନିକଟତର। ସେ ବାନିହାଲରୁ ବିଧାୟକ ରହି ସାରିଛନ୍ତି। ଆଜାଦ ଏହି ନିଷ୍ପତ୍ତିକୁ ପସନ୍ଦ କରୁ ନ ଥିଲେ। କୁହାଯାଉଛି ଯେ କଂଗ୍ରେସ ନେତୃତ୍ୱ ଆଜାଦଙ୍କ ନିକଟବର୍ତ୍ତୀ ନେତାମାନଙ୍କ ପକ୍ଷ ଛେଦନ ଆରମ୍ଭ କରିଥିଲା । ଏଥିରେ ଆଜାଦ ଅସନ୍ତୋଷ ରହିଥିଲେ।

ଗୁଲାମ ନବୀ ଆଜାଦ ଜି -୨୩ ଗୋଷ୍ଠୀର ସଦସ୍ୟ ଥିଲେ

ଗୁଲାମ ନବୀ ମଧ୍ୟ ଆଜାଦ ପାର୍ଟି ବ୍ୟତୀତ ଜି -୨୩ ଗୋଷ୍ଠୀର ଏକ ଅଂଶ ଥିଲେ। ଦଳରେ ବଡ଼ ପରିବର୍ତ୍ତନରେ ଏହି ଜି -୨୩ ଗୋଷ୍ଠୀର ବିଶେଷ ଭୂମିକା ରହିଥାଏ। ଏହି ସମସ୍ତ କାର୍ଯ୍ୟକଳାପ ମଧ୍ୟରେ ଗୁଲାମନବୀ ଆଜାଦ ଓ କଂଗ୍ରେସ ସହ ତାଙ୍କର ସମ୍ପର୍କ ଉପରେ ପ୍ରଶ୍ନ ଉଠିଛି। ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାରରେ ଗୁଲାମ ନବୀ ଆଜାଦଙ୍କୁ କେନ୍ଦ୍ର ସମ୍ମାନିତ କରିଛି।