Moradabad - The Sakala

ସ୍ୱାମୀକୁ ପକୋଡ଼ା ଆଣିବାକୁ ପଠାଇ ବସ୍‌ରୁ ଫେରାର୍ ହେଲା ନବବଧୂ, ପ୍ରେମିକ ସହ ପଳାଇଥିବା ସନ୍ଦେହ
ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନବବଧୂ ନିଜ ସ୍ୱାମୀଙ୍କୁ ବସ୍‌ରୁ ତଳକୁ ପକୋଡ଼ା ଆଣିବାକୁ ପଠାଇ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସ୍ୱାମୀ ପକୋଡ଼ା ଧରି ଫେରିବା ବେଳକୁ ସ୍ତ୍ରୀ ନିଜ ସିଟ୍‌ରେ ନଥିଲେ। ପରିବାର ଲୋକଙ୍କ ସନ୍ଦେହ ଯେ, ମହିଳା ଜଣକ ନିଜ ପ୍ରେମିକ ସହ ଫେରାର୍ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି।

ହୋଲି ମନାଇବାକୁ ଯାଇଥିଲେ ବାପଘର

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଆମରୋହା ଜିଲ୍ଲାର ପୀତମ ସିଂହ ଗତ ୧ ଡିସେମ୍ବର ୨୦୨୫ ରେ ରାମପୁର ଜିଲ୍ଲାର ରିମ୍‌ଝିମ୍ (୧୮) ଙ୍କୁ ବିବାହ କରିଥିଲେ। ହୋଲି ପର୍ବ ପାଳନ କରିବା ପାଇଁ ରିମ୍‌ଝିମ୍ ପ୍ରାୟ ଏକ ସପ୍ତାହ ପୂର୍ବରୁ ନିଜ ବାପଘରକୁ ଯାଇଥିଲେ। ଗତ ୯ ମାର୍ଚ୍ଚ ୨୦୨୬ ରେ ପୀତମ ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଉଭୟ ପ୍ରଥମେ ସୈଫନୀରୁ ବିଲାରୀ ଅଭିମୁଖେ ବସ୍‌ରେ ଯାତ୍ରା କରିଥିଲେ ଏବଂ ପରେ ବିଲାରୀ ବସ୍ ଷ୍ଟାଣ୍ଡରୁ ମୁରାଦାବାଦ ଯିବା ପାଇଁ ଅନ୍ୟ ଏକ ବସ୍‌ରେ ବସିଥିଲେ।

ପକୋଡ଼ା ଆଣିବାକୁ ଗଲେ ସ୍ୱାମୀ, ସ୍ତ୍ରୀ ଗାଏବ

ଦିନ ପ୍ରାୟ ୨ଟା ସମୟରେ ବସ୍‌ଟି ବିଲାରୀ ବସ୍ ଷ୍ଟାଣ୍ଡରେ ଅଟକିଥିଲା। ଏହି ସମୟରେ ରିମ୍‌ଝିମ୍ ପକୋଡ଼ା ଖାଇବାକୁ ଇଚ୍ଛା ପ୍ରକାଶ କରିବା ସହ ସାମ୍ନାରେ ଗରମ ପକୋଡ଼ା ଛଣାଇ ଆଣିବାକୁ ସ୍ୱାମୀଙ୍କୁ କହିଥିଲେ। ସ୍ତ୍ରୀଙ୍କ କଥା ମାନି ପୀତମ ପାଖରେ ଥିବା ଏକ କ୍ୟାଣ୍ଟିନ୍‌କୁ ପକୋଡ଼ା ଏବଂ ପାଣି ଆଣିବା ପାଇଁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ସେ ଯେତେବେଳେ ଖାଦ୍ୟ ଧରି ବସ୍‌କୁ ଫେରିଲେ, ସେତେବେଳେ ସେଠାରେ ତାଙ୍କ ସ୍ତ୍ରୀ ନଥିଲେ। ସେ ତୁରନ୍ତ ତାଙ୍କ ମୋବାଇଲ୍‌କୁ ଫୋନ୍ କରିଥିଲେ, କିନ୍ତୁ ତାହା ସୁଇଚ୍ ଅଫ୍ ଥିଲା।

ପ୍ରେମିକ ସହ ଫେରାର୍ ହୋଇଥିବା ନେଇ ଥାନାରେ ଅଭିଯୋଗ

ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ରିମ୍‌ଝିମ୍ କାହା ସହ ଫୋନ୍‌ରେ କଥା ହେଉଥିଲେ ଏବଂ ତା'ପରେ ବସ୍‌ରୁ ତଳକୁ ଓହ୍ଲାଇ କୁଆଡ଼େ ପଳାଇଥିଲେ। ବସ୍ ଷ୍ଟାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ନିରାଶ ହୋଇ ପୀତମ ବିଲାରୀ ଥାନାରେ ଏକ ନିଖୋଜ ଅଭିଯୋଗ ରୁଜୁ କରିଛନ୍ତି। ଅଭିଯୋଗରେ ସେ ସନ୍ଦେହ ପ୍ରକାଶ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ବାପଘର ଗାଁର ଇମ୍ରାନ୍ ନାମକ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଛନ୍ତି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରି ମହିଳାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି।

ନିର୍ବାଚନ ସରିବାର ଦିନକ ପରେ ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ହୃଦଘାତରେ ମୃତ୍ୟୁ
ମୋରାଦାବାଦ: ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି ଆସନରୁ କୁଅଁର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୁଅଁର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

କୁଅଁରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ‌ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ। କୁଅଁରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ‌।

କୁଅଁର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ। କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ଭୟଙ୍କର ଅଗ୍ନିକାଣ୍ଡ: ୩ ମହଲା କୋଠାରେ ଲାଗିଲା ନିଆଁ, ୫ମୃତ ଓ ୨ ଗୁରୁତର
ମୋରଦାବାଦ: ଉତ୍ତର ପ୍ରଦେଶର ମୋରଦାବାଦରେ ଥିବା ଗୋଟିଏ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି  ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ଯୁ ଘଟାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ବିଲଡିଂରେ ନିଆଁ ଲାଗି ଯାଇଥିଲା।  ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି। ସେହିପରି ଘଟଣାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।