SUGAR FREE - The Sakala
ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ମିଠାହୀନ ଜୀବନକୁ ସ୍ୱାଦଯୁକ୍ତ କରୁଥିବା ‘ସୁଗାର ଫ୍ରି’ ଯେ ଚିନି ପରି ମିଠା ସ୍ୱାଦ ଆଣୁଥିବା ସାମଗ୍ରୀଠାରୁ ଅଧିକ କ୍ଷତିକାରକ ଏ କଥା ଅନେକ ଜାଣନ୍ତି ନାହିଁ। ‘ଫ୍ରି ସୁଗାର’ର ମିଠା ପ୍ରତାରଣାରେ କେବଳ ଖାଉଟି ବା ଉପଭୋକ୍ତା କ୍ଷତିଗ୍ରସ୍ତ ହେଉ ନାହାନ୍ତି; ମେଦ ବହୁଳତା, ଡ଼ାଏରିଆ ପରି ବିଭିନ୍ନ ରୋଗକୁ ମଧ୍ୟ ନିମନ୍ତ୍ରଣ କରୁଛନ୍ତି।
ରାକ୍ଷୀ ପୂର୍ଣ୍ଣିମାରୁ ସାରା ଦେଶରେ ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରୁ ଆରମ୍ଭ କରି ନୂଆବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଉତ୍ସବ ପାଇଁ ଆମେ ‘ମୁହଁ ମିଠା କରିବାର ପରମ୍ପରା’କୁ ଦୋହରାଇ ଥାଉ। ହେଲେ କରୋନା ପରବର୍ତ୍ତୀ ସମୟରେ ଲୋକମାନେ ପୂର୍ବାପେକ୍ଷା ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଯାଇଛନ୍ତି। ତେଣୁ ଲୋକମାନେ ଏବେ ନିଜ ଖାଦ୍ୟରେ ଚିନିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛନ୍ତି ଓ ବିକଳ୍ପ ଭାବରେ ‘ଲୋ ସୁଗାର’ ବା ‘ସୁଗର ଫ୍ରି’ ଭାବରେ ଗ୍ରହଣ କରିଛନ୍ତି। ପରିଣତିସ୍ୱରୂପ ଗତ ୩ ବର୍ଷ ମଧ୍ୟରେ ଦେଶର ମିଠା ବଜାରର ଏକ ବଡ଼ ଅଂଶ ସୁଗର ଫ୍ରି ମିଠା ଦଖଲ କରିଛି। ଭାରତରେ ମିଠାର ବଜାର ପାଖାପାଖି ୬୦ ହଜାର କୋଟି ଟଙ୍କାର ଥିବା ବେଳେ ଏଥିରେ ସୁଗରଫ୍ରି ମିଠା ପାଖାପାଖି ୫୦୦ କୋଟି ଟଙ୍କାର ବ୍ୟବସାୟ ହେଉଛି। ଗ୍ରାହକମାନଙ୍କ ସ୍ୱାସ୍ଥ୍ୟପ୍ରତି ବଢ଼଼ୁଥିବା ସଚେତନତା ଭାବ ଧୀରେ ଧୀରେ ‘ସୁଗର-ଫ୍ରି’ ଓ ‘ନୋ ଆଡେଡ୍‍ ସୁଗର ଫ୍ରି’ ମିଠାର ବଜାର ଚାହିଦାକୁ ଅଧିକ ବଢ଼଼ାଇବାରେ ଲାଗିଛି। ବଜାରରେ ମିଳୁଥିବା ଏହି ‘ସୁଗର ଫ୍ରି’ ମିଠା ଶରୀରର କ୍ୟାଲୋରୀସ୍ତରକୁ ବଢ଼଼ାଇବାକୁ ଦେବନି ଓ ଚିନିର ମାତ୍ରକୁ ଶରୀରରେ ନିୟନ୍ତ୍ରଣ କରି ରଖିବ ବୋଲି ସାଧାରଣତଃ ଖାଉଟିମାନେ ମନେ କରୁଛନ୍ତି। ସୁନ୍ଦର ପ୍ୟାକେଜିଂ ହୋଇ ବିକ୍ରି ହେଉଥିବା ଏହି ମିଠାରେ ମିଶୁଥିବା କୃତ୍ରିମ ବା ସିନ୍ଥେଟିକ୍‍ ମିଠା କେବଳ ହାନିକାରକ ନୁହେଁ, ଚିନିଠାରୁ ଅଧିକ କ୍ଷତିକାରକ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି।
ଭାରତୀୟ ଖାଦ୍ୟ ସଂରକ୍ଷଣ ଏବଂ ମାନକ ପ୍ରାଧିକରଣ ବିଭାଗ(ଫାସି) ଦ୍ୱାରା ପ୍ରଦାନ କରାଯାଉଥିବା ରିପୋର୍ଟ ଅନୁସାରେ ୧୦୦ ଗ୍ରାମ ଖାଦ୍ୟ ପଦାର୍ଥରେ ଚିନିର ମାତ୍ରା ୫ ଗ୍ରାମରୁ କମ୍‍ ଥିଲେ ତାହାକୁ ‘ଲୋ ସୁଗର’ ବୋଲି କୁହାଯାଇ ପାରିବ। ସେହିପରି ପ୍ରତି ୧୦୦ ଗ୍ରାମ ଓଜନର ଖାଦ୍ୟରେ ଚିନିର ମାତ୍ରା ୦.୦୫ ଗ୍ରାମରୁ ଅଧିକ ନ ଥିଲେ ତାହା ନୋ ସୁଗର ଭାବରେ ବିବେଚିତ ହେବ। ‘ନୋ ଆଡେଡ ସୁଗର’ ନାମରେ ବିକ୍ରି ହେଉଥିବା ଉତ୍ପାଦରେ ମିଠା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ରିଫାଇନ୍‍ଡ ସୁଗର ବ୍ୟବହାର ହେବା କଥା ନୁହେଁ। ମାତ୍ର ଅଧିକାଂଶ କମ୍ପାନୀ ‘ନୋ ଆଡ଼େଡ଼୍‍ ସୁଗର’, ‘ନୋ ସୁଗର’ ଆଦି ଘୋଷଣାପତ୍ର ବା ଟ୍ୟାଗ୍‍ ଲାଇନ ଲେଖି ଗ୍ରାହକମାନଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିଛନ୍ତି। ମିଠା ପ୍ରସ୍ତୁତ ପାଇଁ କମ୍ପାନୀମାନେ ଚିନି ପରିବର୍ତ୍ତେ କୃତ୍ରିମ ବା ସିନ୍ଥେଟିକ୍‍ ମିଠା ବ୍ୟବହାର କରୁଛନ୍ତି। ଚିନି ପରିବର୍ତ୍ତେ କେଉଁ ପ୍ରକାର ମିଠା ବ୍ୟବହାର କରାଯାଉଛି ସେ ସମ୍ପର୍କରେ ମିଠାଗୁଡ଼ିକରେ ଉଲ୍ଲେଖ କରାଯାଉ ନାହିଁ। ଏହାର ପ୍ରସ୍ତୁତି ତାରିଖ ଓ ବ୍ୟବହାର ଶେଷ ଅବଧି ମଧ୍ୟ ମିଠା ଉପରେ ଉଲ୍ଲେଖ କରାଯାଉ ନାହିଁ। କେବଳ ସେତିକି ନୁହେଁ ବିକ୍ରି ହେଉଥିବା ମିଠା ଉପରେ ଏଥିରେ ମିଶୁଥିବା ସାମଗ୍ରୀକୁ ବିଭାଗୀକରଣ କରଣ କରାଯାଉନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସୁଗରଫ୍ରି, ରିଫାଇନ୍‍ଡ ସୁଗର ନାମରେ ବିଭିନ୍ନ କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ମିଠା ଚିନିକୁ ନିୟନ୍ତ୍ରଣ କରୁନି ବରଂ ଅଧିକ ରୋଗ ସୃଷ୍ଟି କରୁଛି। ୧ କିଲୋଗ୍ରାମ ରିଫାଇନ୍‍ଡ ଚିନିରେ ୪ କ୍ୟାଲେରୀ ଥାଏ। ଯାହାକି ଶରୀରର ମୋଟାପଣ, ଡାଇବେଟିସ୍‍ ସହ ଦାନ୍ତକୁ ନଷ୍ଟ କରିଦିଏ। କେବଳ ଚିନି କି ମିଠା ନୁହେଁ ଏବେ ବିକଳ୍ପ ଖାଦ୍ୟ ଭାବେ ବଜାରରେ ଉପଲବ୍ଧ ହେଉଥିବା ଖଜୁରୀ, ଗୁଡ, ମହୁ, କର୍ଣ୍ଣ ସିରଫ, ମାଲଟୋଡେକ୍ସାଟିନ୍‍, ଏଥାଇଲ୍ମାଲ୍‍ଟାଲ୍‍ ଭଳି ସାମଗ୍ରୀ ବି ସମାନ ଭାବେ ଶରୀରକୁ କ୍ଷତି ପହଞ୍ଚାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ପାଇଁ ଦିନକୁ ୨୫ ଗ୍ରାମରୁ ଅଧିକ ଚିନି ଗ୍ରାହଣ କରିବା ଠିକ୍‍ ନୁହେଁ। ମାତ୍ର ଲୋକେ ଖାଦ୍ୟରେ ମିଠା ନିମନ୍ତେ ରାସାୟନିକ ସାମଗ୍ରୀ ଓ କୃତ୍ରିମ ମିଠା ସାମଗ୍ରୀ ବ୍ୟବହାର କରୁଛନ୍ତି। ନୋ ଆଡେଡ ସୁଗର ନାମରେ ବିକ୍ରି ହେଉଥିବା ଗୁଲାବଜାମୁନ୍‍ରେ ୨୭ ଗ୍ରାମର ଚିନି ରହୁଥିବା ପ୍ରମାଣିତ ହୋଇଛି। ଏପରିକି ଦେଶରେ ବିଭିନ୍ନ କମ୍ପାନୀର ମହୁରେ ଚିନି ସିରପ୍‍ ମିଶୁଥିବା ନେଇ ଏକ ଜାତୀୟ ସଂସ୍ଥା କିଛିମାସ ତଳେ ରିପୋର୍ଟ ଦେଇଛି। ସମ୍ପ୍ରତି ସାରା ଦେଶରେ ଏବେ ୧୦ କୋଟି ଲୋକ ମଧୁମେହରେ ପୀଡ଼ିତ, ଅନୁରୂପ ଭାବରେ ପ୍ରାୟ ୮ କୋଟି ଲୋକ ପ୍ରି ଡ଼ାଇବେଟିକ୍‍ ସ୍ଥିତିରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ ପାଖାପାଖି ୮ କୋଟି ଲୋକ ପ୍ରି ଡାଇବେଟିକ୍‍ର ଶିକାର ହୋଇ ସାରିଛନ୍ତି। ଏହି ସ୍ଥିତିରେ ଚିନିର ବିକଳ୍ପ ଭାବରେ ‘ଲୋ ସୁଗର,’ ‘ସୁଗାର ଫ୍ରି’ ବ୍ୟବହାର କରିବା ପାଇଁ କମ୍ପାନୀମାନଙ୍କ ପ୍ରଲୋଭନରେ ପ୍ରଭାବିତ ଜନସାଧାରଣ ଏବେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଗୁଡ ଫର ଡାଇବେଟିସ ଲେଖାଥିବା ଜିନିଷ କିଣିବା ବେଳେ ହୋଇଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ପାର୍ବଣ ଋତୁରେ ମିଠର ଚାହିଦା ଭଳ ରହିଥାଏ। ହେଲେ କୋଭିଡ ପରଠାରୁ ଲୋକଙ୍କ ସ୍ବାସ୍ଥ୍ଯ ଅବସ୍ଥା ବିଗିଡିଛି। ସ୍ବାସ୍ଥ୍ଯକୁ ନେଇ ସଚେତନ ହୋଇଛନ୍ତି। ମିଠା ଅର୍ଥାତ ସୁଗାର ଜାତୀୟ ଖାଦ୍ୟଠୁ ଦୂରେଇବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଧ୍ଯ ବଜରରେ ଲୋ- ସୁଗର ଓ ସୁଗର ଫ୍ରି ଜନିଷର ଚାହିଦା ବଢିବାରେ ଲାଗିଛି।
ଏଥିସହ ବର୍ତ୍ତମାନ ସୁଦ୍ଧା ଡାଇବେଟିସ ରୋଗର କୌଣସି ସଠିକ୍ ଚିକିତ୍ସାର ସୂତ୍ର ବାହାରି ନାହିଁ । ତେଣୁ ଡାକ୍ତରମାନେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ତରିକା ବତାଇଛନ୍ତି । ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ, ତେବେ ଏହା ଭୟଙ୍କର ବୀମାରୀ ସୃଷ୍ଟି କରିଥାଏ ।
ଭାରତରେ ଖାଦ୍ୟ ପଦାର୍ଥର ବଜାର ପ୍ରାୟ ୬୦ ହଜାର କୋଟି। ଏଥିରେ ଚିନିମୁକ୍ତ ଦ୍ରବ୍ୟର ଅଂଶ  ୫୦୦ କୋଟିରୁ ଅଧିକ।  ଏହି ଅଂଶ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗୁଛି। ଯେଉଁଥିରେ ସୁଗର ଫ୍ରି, ଲୋ ସୁଗର ଓ ନୋ ଆଡେଡ ସୁଗର ଲେବଲ ରହୁଛି । ଉକ୍ତ ଜନିଷର ଚାଦିହା ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ମିଠା ପ୍ରେମୀମାନଙ୍କ ମଧ୍ଯରେ ଏହି ଜିନିଷ ଆଦ୍ରୁତ ଲାଭ କରୁଛି।
ଯଦି ଆପଣ କେବଳ ଏହି ଲେବଲଗୁଡିକୁ ଦେଖି ଜନିଷ କିଣୁଛନ୍ତି। ଆଉ ଭାବୁଛନ୍ତି ଯେ ଏହି ମିଠା ଜାତୀୟ ଉତ୍ପାଦଗୁଡ଼ିକ ତୁମର କ୍ୟାଲୋରୀ ସ୍ତରକୁ ବୃଦ୍ଧି କରିବ ନାହିଁ । ସୁଗରକୁ ନିୟନ୍ତ୍ରଣରେ ରଖିବ।  ତେବେ ସାବଧାନ ହୋଇ ଯାଆନ୍ତୁ। କେବଳ ପ୍ୟାକେଜ୍ ଉତ୍ପାଦଗୁଡିକର ଲେବଲ୍ ଦେଖି କିଣନ୍ତୁ ନାହିଁ। ପ୍ୟାକେଜ୍ ଉପରେ ଦିଆଯାଇଥିବା ପୁଷ୍ଟିକର ସୂଚନାକୁ ଭଲ ଭାବରେ ଦେଖନ୍ତୁ ।
ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) କହିଛି ଯେ, ଲୋ ସୁଗାରର ଦାବି କେବଳ କରାଯାଇପାରିବ ଯେଉଁଥିରେ ୧୦୦ ଗ୍ରାମ ଓଜନର ଜିନିଷରେ ସୁଗରର ପରିମାଣ ୫ ଗ୍ରାମରୁ କମ୍ ଥିବ। ସୁଗର ଫ୍ରି ପାଇଁ  ୧୦୦ ଗ୍ରାମ ଓଜନ ପ୍ରତି ଚିନି ପରିମାଣ ୦.୫ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ହେଲେ କମ୍ପାନୀଗୁଡିକ ଯଦି ଏହି ନିୟମକୁ ପାଳନ କରୁ ନାହାନ୍ତି ତେବେ ଏହା ଶରୀର ପ୍ରିତ ହାନିକରକ ଅଟେ।