flight-passengers - The Sakala

ବିମାନଯାତ୍ରା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲା ଡିଜିସିଏ : କଟକଣା ନମାନିଲେ ବିମାନରୁ ଓହ୍ଲାଇ ଦିଆଯିବ
ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ଦେଶରେ ପୁଣିଥରି କରୋନା ବୃଦ୍ଧି ପାଉଥିବା କାରଣରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଶନିବାର ଜାରି କରାଯାଇଥିବା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବିମାନ ଯାତ୍ରୀଙ୍କୁ ମଧ୍ୟ ଗାଇଡଲାଇନକୁ ସଠିକ ରୁପେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ବିମାନ ଯାତ୍ରା ଗାଇଡଲାଇନ ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦେବା ପାଇଁ ମଧ୍ୟ ଡିଜିସିଏ ନିର୍ଦେଶ ଦେଇଛି।

Passengers will be de-boarded if they don't wear masks properly inside aircraft or don't follow COVID appropriate behaviour. If a passenger violates protocol despite repeated warnings then the passenger will be treated as 'unruly passenger': Directorate General of Civil Aviation pic.twitter.com/4HhXznJBYX

— ANI (@ANI) March 13, 2021

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତରଫରୁ ଜାରି ସର୍କୁଲାରରେ କୁହାଯାଇଛି ଯେ ବିମାନବନ୍ଦରରେ ପ୍ରବେଶ କରିବାଠୁ ବାହାରିବା ଯାଏଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ। ଯାତ୍ରା ସମୟରେ ସାମାଜିକ ଦୂରତା ଓ କୋଭିଡ ଗାଇଡଲାଇନ ପାଳନ ନ କଲେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଯେଉଁମାନେ ଯାତ୍ରା ସମୟରେ ବାରମ୍ବାର ନିୟମ ଉଲଙ୍ଘନ କରିବେ ସେମାନଙ୍କୁ ଉପଦ୍ରବୀ ଯାତ୍ରୀ ବୋଲି କୁହାଯିବ। ଉପଦ୍ରବୀ ଯାତ୍ରୀଙ୍କ ତାଲିକାରେ ଥିବା ଯାତ୍ରୀଙ୍କ ବିମାନ ଯାତ୍ରା ବ୍ୟାନ କରାଯିବ। ନୂଆ ନିୟମ ଅନୁସାରେ ଏହି ବ୍ୟାନ ୬ ମାସ, ବର୍ଷେ କିମ୍ବା ୨ ବର୍ଷ ଯାଏଁ ରହିବ।

ଡିଜିସିଏ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ କିଛି ଯାତ୍ରୀ ଠିକ୍ ଭାବରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଏହି ନୂଆ ନିର୍ଦ୍ଦେଶ ଦିଆଯାଇଛି। ଅଧିକାଂଶ ଯାତ୍ରୀ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି। କିନ୍ତୁ ମାସ୍କ ଉଭୟ ପାଟି ଏବଂ ନାକକୁ ଘୋଡ଼ାଇ ରଖିବା ଉଚିତ୍। କେବଳ ଚେକିଂ ହେଉଥିବା ସ୍ଥାନରେ ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି। ଆଉ ବିମାନରେ ବସିବା ବେଳେ ଏହି ନିୟମକୁ ଠିକ୍ ଭାବେ ଅନୁପାଳନ କରୁ ନାହାନ୍ତି। କରୋନାକୁ ଦୂରେଇ ରଖିବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବା ଜରୁରୀ ଡିଜିସିଏ କହିଛି।