Chatrapur - The Sakala
ବ୍ରହ୍ମପୁର ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଭୁବନେଶ୍ବର: ଆଜି ଠାରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ବିଜୁ ଜନତାଦଳର ପ୍ରଶିକ୍ଷଣ ଶିବିର। ସେହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର। ଆଜି ଠାରୁ ତିନିଦିନ ଧରି ଏହି ଶିବିର ଅନୁଷ୍ଠିତ ହେ । ଶିବିରରେ ପର୍ଯ୍ୟାୟ କ୍ରମରେ ସକ୍ରିୟ କର୍ମୀମାନଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଯୁବ ପିଢିଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ଟାଉନ ହଲରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ଓ ସମସ୍ତ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ସେହିପରି ଛତ୍ରପୁର ରିଡିଙ୍ଗ ହଲ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।
ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର
ଛତ୍ରପୁର(ପ୍ରଶାନ୍ତ ମହାରଣା): ଆଧୁନିକତାର ଛାପ ଓ ଚାପରେ ଦିନକୁ ଦିନ ବିଭିନ୍ନ ସମ୍ପ୍ରଦାୟର ଲୋକେ ସେମାନଙ୍କ କୌଳିକ ବୃତ୍ତି ପ୍ରତି ବିମୁଖ ହେଉଛନ୍ତି। ଜୀବିକା ହରାଇ କାରିଗରମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ମାଟିର ଗାଁ ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛି।
ଛତ୍ରପୁର ଉପଖଣ୍ଡ ବିରିପୁର ଗ୍ରାମର କୁମ୍ଭାର ପରିବାର ମାଟିରେ ବିଭିନ୍ନ ସମାଗ୍ରୀ ତିଆରି କରି ବେଶ ଚର୍ଚ୍ଚାରେ ରହିଥିଲେ। ଦିନ ଥିଲା ଏଠାରେ ମାଟିର ନର୍ମାଣ କରାଯାଉଥିବା ସାମଗ୍ରିର ବେଶ ଚାହିଦା ଥିଲା। ସେମାନେ ମାଟିରେ ବିଭିନ୍ନ ପ୍ରକାରର ପାତ୍ର ପ୍ରସ୍ତୁତ କରି ଭଲ ଦୁଇ ପାଇସା ରୋଜଗାର କରି ପରିବାର ସୁଖରେ ଚଳାଉଥିଲେ। କିନ୍ତୁ କାଳକ୍ରମେ ପ୍ଲାଷ୍ଟିକ, ଷ୍ଟିଲ ଓ କାଚରେ ନିର୍ମିତ ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବା ଯୋଗୁଁ କୁମ୍ଭାରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ପାତ୍ର ଗୁଡିକର ଚାହିଦା ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ବହୁ ବର୍ଷରୁ ପୂର୍ବ ପୁରୁଷର ବିରିପୁର ଗ୍ରାମରେ ୨ଶହ ପରିବାର ଲୋକ ଏହି କୌଳିକ ବୃତ୍ତି ଆପଣାଇ ଜୀବିକାନିର୍ବାହ କରି ଆସୁଥିଲେ। ଉକ୍ତ ଗ୍ରାମକୁ ମାଟି ଗ୍ରାମ ବିରିପୁରୁ ବୋଲି ଲୋକେ କହି ଆସୁଥିଲେ। କିନ୍ତୁ ବର୍ତ୍ତମାନ ମାତ୍ର ୨୦ଟି ପରିବାର ଏହି ବୃତ୍ତିକୁ ଆପଣାଇଥିବା ବେଳେ ଅନ୍ୟମାନେ ବୃତ୍ତି ଛାଡିଲେଣି। ଦିନକୁ ଦିନ ମାଟିର ଅଭାବ ସମେତ ଜାଳେଣି ପାଇଁ କାଠ ଅଭାବ ଯୋଗୁଁ ବହୁ ପରିବାର ବୃତ୍ତିରୁ ନିବୃତ୍ତ ରହିଛନ୍ତି। ମାଟିର ଦୀପ, କଳସ, ସରା ଆଦି ପ୍ରାଚୀୟ କାଳରୁ ରହିଥିଲେ ହେଁ ଏବେ ତାହା ଧୀରେ ଧୀରେ ଲୋପ ପାଇଲାଣି। ଏନେଇ ଗ୍ରାମର ଧର୍ମା ମୁଦୁଲି କୁହନ୍ତି ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରିବାକୁ ପଡୁଛି। ପରିଶ୍ରମ ଅନୁସାରେ ପ୍ରାପ୍ୟ ମିଳୁନି। କିନ୍ତୁ ଏହି ବୃତ୍ତିରୁ ନିଜକୁ ଦୂରେଇ ରଖିପାରୁନୁ। ସେହିଭଳି କୁମ୍ଭକାର ରୋହିତ ମୁଦୁଲି କୁହନ୍ତି ଗ୍ରାମର ବହୁ ପରିବାର ଏହି କୌଳିକ ବୃତ୍ତି ଛାଡି ଅନ୍ୟତ୍ର ଯାଇ କାମ କରୁଛନ୍ତି। କେବଳ ପୂଜା ପର୍ବାଣରେ କିଛି ବ୍ୟବସାୟ କରୁଛନ୍ତି। ବର୍ତ୍ତମାନର ଯୁବପିଢି କୌଳିକବୃତିରୁ ନିଜକୁ ଦୂରେଇ ରଖୁଥିବା ବେଳେ ମାଟି ପାତ୍ର ତିଆରିର ଭବିଷ୍ୟତ ମଧ୍ୟ ସ୍ମୃତିରେ ସୀମିତ ହୋଇଯିବ।
ଛତ୍ରପୁର: ୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ, ଆଜି ବିଷ ପିଇ ଆତ୍ମହତ୍ୟା କଲା ପୁଅ । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏହି ଅଘଟଣ । ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ହତ୍ୟା ଘଟଣାର ୧୩ ଦିନ ପରେ ତାଙ୍କ ପୁଅ ଦେବାଶିଷ ପଣ୍ଡା(୨୬) ନିଜ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ନିଜ ଘରେ ନିଜ ସମ୍ପର୍କୀୟଙ୍କ ଗହଣରେ ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ବିଷ ପିଇଦେଇଥିଲେ ଦେବାଶିଷ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଛତ୍ରପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଯୋଗ୍ୟ, ଗତ ଫେବୁଆରୀ ୧୬ ତାରିଖ ଦିନ କୌଣସି ଦୁର୍ବୁତ୍ତ ଘରେ ପଶି ଦେବାଶିଷ ପଣ୍ଡାଙ୍କ ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ଏବେ ପୁଅ ଆତ୍ମହତ୍ୟା କରିଛି ।
ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ବୁଲୁଛି ଆନ୍ଧ୍ରାର ବେଆଇନ ଟ୍ରଲର
ଛତ୍ରପୁର: ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ନିକଟ ୨କିମି ମଧ୍ୟରେ ଆନ୍ଧ୍ରାର ଟ୍ରଲର ଗୁଡ଼ିକ ବେଆଇନ ଭାବେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ବିରୋଧ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବହୁବାର ଆନ୍ଧ୍ରାର ଟ୍ରଲର୍‌ ଗୁଡ଼ିକ ଏଭଳି ଏହି ଅଞ୍ଚଳକୁ ଆସି ସ୍ଥାନୀୟ ମତ୍ସଜୀବୀଙ୍କ ଜୀବୀକା ଛଡ଼ାଇ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ନିକଟ ୩ କିମି ପରିବେଶରେ ଆନ୍ଧ୍ରା ଟ୍ରଲର ଗୁଡ଼ିକ ଘୁରି ବୁଲୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେଖି ବିଭାଗୀୟ ଅଧିକାରୀ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ।
ନିୟମାନୁଯାୟୀ ସମୁଦ୍ର ଟ୍ରଲର ମାଛ ମାରିବା ବେଆଇନ ହେଉଥିବାରୁ କିପରି ଆନ୍ଧ୍ରାର ମାଛ ବ୍ୟବସାୟୀ ମାନେ ଏହି ଅଞ୍ଚଳରେ ପ୍ରବେଶ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିୟମ ରହିଥିଲେ ମଧ୍ୟ ଏହା ସଠିକ୍‌ ଭାବେ କରାଯାଇନଥିବାରୁ ଆନ୍ଧ୍ରାର ଦଲାଲ ମାନେ ଏହି ଅଞ୍ଚଳରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ମାଛ ନେଇ ଯାଉଥିବା ନେଇ ବହୁବାର ଅଭିଯୋଗ ଆସିଥିଲେ । ମଧ୍ୟ ଏହା ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅଞ୍ଚଳର ମତ୍ସଜୀବୀମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଉଥିବା ବେଳେ କମ ପରିମାଣରେ ମାଛ ପଡୁଥିବା ଦେଖିବାକୁ ମିଳୁଛି । ମତ୍ସ୍ୟଜୀବୀ ମାନେ ନିଜର ଗୁଜୁରାଣ ମେଣ୍ଟାଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ ଅଧିକାରୀ, ତଟରକ୍ଷୀ ବାହିନୀ ଓ ପୁଲିସ୍‌ର କଡ଼ାକଡ଼ି ସମୁଦ୍ର ଭିତରେ ପାଟ୍ରୋଲିଂ କଲେ ଏପରି ଟ୍ରଲର ଗୁଡ଼ିକ ବହୁ ଧରାପଡ଼ିବ ବୋଲି ଅଞ୍ଚଳର ମତ୍ସ୍ୟଜୀବୀ ମାନେ କହିବା ସହ ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଡିଭାଇଡ଼ରରେ ପିଟି ହେଲା ବାଇକ୍, ୨ ମୃତ
ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ଦୁହେଁ ଛିଟିକି ହୋଇ ରାସ୍ତା ମଝିରେ ପଡ଼ିଥିଲେ। ଜଣଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଥିଲା ବେଳେ ଦୁହିଁଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ଛତ୍ରପୁର ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।