Bargarh Dhanu Yatra - The Sakala

ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ...
ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଚୟନ ହେଲେ ସୁଶୀଲ କୁମାର ମେହେର। ଏନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ( ADM) ମହେନ୍ଦ୍ର ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ୪୪ ଜଣ କଳାକାର କଂସ ଚୟନ ପାଇଁ ଆବେଦନ କରିଥିବା ବେଳେ ୩୬ଜଣ କଳାକାର ୫ ଜଣ ବିଚାରକଙ୍କ ସମ୍ମୁଖରେ ନିଜର  ଚମତ୍କାର ଅଭିନୟ ପ୍ରଦର୍ଶନ କରିଥିଲେ।

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଦିନ ୨ରୁ ଆରମ୍ଭ ହେବ ସାଂସ୍କୃତିକ ଶୋଭାଯାତ୍ରା
ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଠାରୁ ଆରମ୍ଭ ହେଉଛି। ଏହା ୧୧ ଦିନ ଧରି ଚାଲିବ। ଏନେଇ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ବରଗଡ଼ ସହର ପାଲଟିବ ମଥୁରା ନଗରୀ। ଚାଲିବ କଂସ ମହାରାଜଙ୍କ ରାଜୁତି। କଂସ ମହାରାଜଙ୍କଠାରୁ ସମସ୍ତ କଳାକାର ଚଳିତ ବର୍ଷ ଖୁବ୍ ଉତ୍ସାହିତ ଅଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ କଳାକାରଙ୍କ ଲାଗି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିସାରିଛନ୍ତି।

ଶୁକ୍ରବାର ଦିନ ଦୁଇଟାରୁ  ବରଗଡ଼ ଗାନ୍ଧୀ ଛକରୁ ପ୍ରଥମେ ଆରମ୍ଭ  ହେବ ସାଂସ୍କୃତିକ ଶୋଭାଯାତ୍ରା। ସନ୍ଧ୍ୟା ୫ ଟାରେ  ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା  କରାଯିବ। ତା ପରେ ସମଲେଶ୍ଵରୀ ମନ୍ଦିରରୁ ଆସି ହାଟପଦା ସ୍ଥିତ ରାଜ ଦରବାରରେ ସନ୍ଧ୍ୟା ୭ଟାରେ ପହଞ୍ଚି ରାଜ ଦରବାର ଉଦଘାଟନ ହେବା ସହ ଚାଲିବ ମହାରାଜ କଂସଙ୍କ ରାଜୁତି। ଏହି ଶୋଭାଯାତ୍ରାରେ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ,ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଧନୁଯାତ୍ରା ମହୋତ୍ସବ ସମିତିର ସଂଯୋଜକ ସୁରେଶ୍ଵର ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ବରଗଡ଼ ବିଡିଓ ବେର କ୍ରୁସ ଡୁଙ୍ଗଡୁଙ୍ଗ, ତହସିଲଦାର ସୋନାଲି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ବରିଷ୍ଟ ସାମ୍ୱାଦିକ ରବି ନାରାୟଣ ପଣ୍ଡା, ସୁରେନ୍ଦ୍ର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେବେ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭଖୁଣ୍ଟି ସ୍ଥାପନ
ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହୋଇଛି ଶୁଭଖୁଣ୍ଟି। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରୁ ଆଜ୍ଞାମାଳ ନେଇଥିଲେ। ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ  ଶୁଭଖଣ୍ଟି ସ୍ଥାପନ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।

ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
ବରଗଡ଼: ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ । ବଦଳିବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର  କଂସ । ଏହି କଂସ ଭୂମିକା ପାଇଁ ହେବ ଚୟନ। କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ହୋଇଥିଲେ ନିଳମ୍ବିତ। ଆସନ୍ତା ଜାନଆରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

ସୂଚନା ଅନୁଯାୟୀ, ମହାପ୍ରୟାଣ ଗାଡିର ଡ୍ରାଇଭର ହୃଷିକେଶ ଭୋଇ ଜଣେ ମୃତ ପରିବାର ଠାରୁ ୩ ହଜାର ଟଙ୍କା ନେଇଥିଲେ ଲାଞ୍ଚ । ଚାକିରିରୁ ବହିସ୍କୃତ ହେବାପରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ବାରଣ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା କମିଟି ବୈଠକରେ ହେଲା ନିଷ୍ପତ୍ତି । ଗତ ୨ ବର୍ଷ ହେଲା ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଥିଲେ।

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ
ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜାନୁଆରୀ ୧୫ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଙ୍ଗମଞ୍ଚ । ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଧନୁଯାତ୍ରା ମହୋତ୍ସବ ସମିତିର ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୭୬ ବର୍ଷରେ ଧନୁଯାତ୍ରା ମହୋତ୍ସବ ପଦାର୍ପଣ ହେଉଥିବାରୁ ଅଧିକ ଆକର୍ଷଣ କରାଯିବ ବୋଲି ନିଷ୍ପତି ହୋଇଛି ।

ଜାନୁଆରୀ ୧୫ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୫ ତାରିଖରୁ  ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକେ ଏହି ନିଷ୍ପତ୍ତି ନିଆଯାଇଛି। ୧୧ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଧନୁଯାତ୍ରା କମିଟି, ଜ଼ିଲ୍ଲା ପ୍ରଶାସନ ତଥା ବରଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସର୍ବସମ୍ମତି କ୍ରମେ ଏହି ତାରିଖ ଧାର୍ଯ୍ୟ କରାଯାଇଛି ।

ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବାବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ । ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି ।

୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି ହେମାଲି (କୁଲି କାମ କରୁଥିବା ଲୋକେ) ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ । ଅନ୍ୟମତେ କେତେକ ଉତ୍ସାହୀ ଯୁବକ ସମ୍ବଲପୁରରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଆସିବା ପରେ ବରଗଡ଼ ନାଏକପଡ଼ା ରାମଜୀ ମନ୍ଦିର ପ୍ରଙ୍ଗଣରେ ଏକ ବୈଠକ କରି ଧନୁଯାତ୍ରାର ରୂପରେଖ ପ୍ରସ୍ତୁତ କରିଥିଲେ ।

ପରମ୍ପରା ଓ ମନୋରଞ୍ଜନର ମିଶ୍ରରାଗ: ବରଗଡ଼ ଧନୁଯାତ୍ରା
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଭୂମି, ଓଡ଼ିଶାର ଭାତହାଣ୍ଡି, ଶ୍ରୀନୃସିଂହନାଥଙ୍କ ପୀଠସ୍ଥଳୀ ତଥା ସୂକ୍ଷ୍ମ ବୟନକଳା ସମ୍ପନ୍ନ ସମ୍ବଲପୁରୀ ବସ୍ତ୍ରର ଆଦିଭୂମି ବରଗଡ଼ର ପରିଚିତିରେ ଅନ୍ୟତମ ସୁଦୃଶ୍ୟ ଫର୍ଦ୍ଦ ବରଗଡ଼ର ‘ଧନୁଯାତ୍ରା’। ଭାରତର ସ୍ୱାଧୀନତା ପ୍ରାପ୍ତିର ସମସାମୟିକ ଏ ଯାତ୍ରା ବିଶ୍ୱର ସର୍ବବୃହତ୍‌‌ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ଲାଭ କରି ବରଗଡ଼କୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ କରାଇଛି।

ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେଉଥବା ଏ ଯାତ୍ରା ୧୧ ଦିନ ପରେ ପୌଷ ପୂର୍ଣ୍ଣମୀରେ ସମାପ୍ତ ହୁଏ। ଏହି ୧୧ଦିନ ସମଗ୍ର ବରଗଡ଼ ମଥୁରା ନଗରୀରେ, ବରଗଡ଼ ନିକଟସ୍ଥ ଅମ୍ବାପାଲି ଗ୍ରାମ ଗୋପପୁରରେ ଏବଂ ଉଭୟ ନଗର ଓ ଗ୍ରାମ ମଧ୍ୟରେ ପ୍ରବାହିତ କ୍ଷୁଦ୍ରନଦୀ ‘ଜୀରା’ ଯମୁନାରେ ରୂପାନ୍ତରିତ ହୁଏ। ବିନା ସାଜସଜ୍ଜାରେ ପ୍ରତିଟି ବରଗଡ଼ବାସୀ ଏ ମହାନାଟକର ଅଭିନେତା ପାଲଟିଯାଏ। ମଥୁରାଧିପତି ରୂପରେ କଂସ ମହାରାଜଙ୍କ ରାଜତ୍ୱକୁ ସ୍ୱୀକାର ସ୍ୱତଃପ୍ରବୃତ୍ତ ଭାବରେ। ପ୍ରତି ସନ୍ଧ୍ୟାରେ ସୁସଜ୍ଜିତ ତଥା ସୁନିର୍ମିତ ପ୍ରାସାଦରେ କଂସ ମହାରାଜଙ୍କ ଦରବାର ବସେ। ମହାରାଜଙ୍କ ବିଲକ୍ଷଣୀୟ ଅଟ୍ଟହାସ୍ୟ ବରଗଡ଼ର କୋଣାନୁକୋଣରେ ପ୍ରତିଧ୍ୱନିତ ହୁଏ। ପ୍ରଜାଗଣଙ୍କ ମନୋରଞ୍ଜନ ନିମନ୍ତେ ଦରବାରରେ ନୃତ୍ୟ, ଗୀତ ଆୟୋଜିତ ହୁଏ। ସହରରେ ମୀନାବଜାର ଓ ଭଳିକି ଭଳି ପ୍ରଦର୍ଶନୀ ଆୟୋଜିତ ହୁଏ। ଘରେ ଘରେ ଅତିଥି ଅଭ୍ୟାଗତଙ୍କ ଗହଳି ଲାଗେ।

ତେବେ ଏହି ଧନୁଯାତ୍ରା ସମ୍ପୂର୍ଣ୍ଣ ଭାବରେ ପରମ୍ପରା ଆଧାରିତ। ଶ୍ରୀ ହରିବଂଶମ, ଶ୍ରୀମଦ ଭାଗବତମ୍‌‌, ଓଡ଼ିଆ ଭାଗବତ, କେଏମ୍‌‌ ମୁନ୍‌‌ସୀ କୃତ କୃଷ୍ଣାବତାର ପ୍ରଭୃତି ଲୀଳାମୟ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କିତ ସମସ୍ତ ଗ୍ରନ୍ଥ ଓ ପୁରାଣମାନଙ୍କରେ ବର୍ଣ୍ଣିତ ଧନୁର୍ଯଜ୍ଞ, ଧନୁଉତ୍ସବ ବା ଧନୁର୍ମଖ ହିଁ ବରଗଡ଼ ଧନୁଯାତ୍ରାର ପୃଷ୍ଠଭୂମି। ଶ୍ରୀ ହରିବଂଶମ୍‌‌ର ବର୍ଣ୍ଣନା ଅନୁସାରେ ଭୋଜବଂଶର ମହାରାଜ ‘ପୁରୁରବା’ ବେଣୁ ବୃକ୍ଷରେ ଏକ ଧନୁ ନିର୍ମାଣ ପୂର୍ବକ ତ’ଦ୍ୱାରା ମର୍ତ୍ତ୍ୟ ବିଜୟ କରିଥିଲେ। ପରବର୍ତ୍ତୀକାଳରେ ସେହି ବଂଶରେ କଂସ ଜନ୍ମନେଲେ ଏବଂ ସେହି ଧନୁ ଦ୍ୱାରା ତ୍ରିପୁର ବିଜୟ କଲେ। ଏହି ଧନୁଟି ଇନ୍ଦ୍ରଙ୍କ ଧନୁପରି ଅତି ଅଦ୍ଭୁତ ଓ ମନୋରମ ଥିଲା।

ଶ୍ରୀମଦ୍‌‌ ଭାଗବତମ୍‌‌ରେ ଲିଖିତ-

‘ତସ୍ମିନ୍‌‌ ପ୍ରବିଷ୍ଟୋ ଦଦୃଶେ ଧନୁରୈନ୍ଦ୍ରମିବାଦ୍ଭୁତମ୍‌‌।’

ନିଜର ପ୍ରଜାଗଣଙ୍କ ସମ୍ମୁଖରେ ନିଜର ଐଶ୍ୱର୍ଯ୍ୟ ଓ ପ୍ରତିପତ୍ତିର ପ୍ରଦର୍ଶନ, ଧନୁ ପ୍ରତି କୃତଜ୍ଞତା ସଂଦର୍ଶନ ତଥା ଇଷ୍ଟଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ମହାରାଜ କଂସ ଧନୁଯାତ୍ରା ଆୟୋଜନ କରିଥିବା ବିଷୟ ଶ୍ରୀ ହରିବଂଶମ୍‌‌ରେ ଉଲ୍ଲିଖିତ:

‘କସ୍ୟଚିତ୍‌‌ ତ୍ୱଥ କାଳସ୍ୟ ମଥୁରାୟାଂ ମହୋତ୍ସବଂ, ପିନାକିନାଂ ସମୁଦ୍ଦିସ୍ୟ ଚକ୍ରେ କଂସୋ ମରାଧିପଃ।’

ବରଗଡ଼ ଧନୁଯାତ୍ରାରେ କଂସ ପରିବାରର ଏକପାର୍ଶ୍ବରେ ଅସ୍ଥାୟୀ ଶିବ ମନ୍ଦିରଟିଏ ନିର୍ମିତ ହୋଇଥାଏ ଏବଂ ତତ୍‌‌ସମ୍ମୁଖରେ ବିରାଟ ସ୍ୱର୍ଣ୍ଣିମ ଧନୁଟିଏ ସ୍ଥାପିତ ହୋଇଥାଏ। ପ୍ରତ୍ୟହ କଂସ ମହାରାଜ ଦରବାରକୁ ଆଗମନ କରିବା ପରେ ସର୍ବାଗ୍ରେ ଶିବଙ୍କୁ ପୂଜନ କରିବା ପରମ୍ପରା ପ୍ରଚଳିତ।ତେବେ ଯେଉଁ କାରଣରୁ ଧନୁଯାତ୍ରା ଆୟୋଜିତ ହେଲେ ମଧ୍ୟ ଚିରଶତ୍ରୁ ଶ୍ରୀକୃଷ୍ଣଙ୍କୁ ବଧ କରିବା ଥିଲା ଏହି ଯାତ୍ରାର ପ୍ରଚ୍ଛନ୍ନ ଓ ପ୍ରମୁଖ ଉଦ୍ଦେଶ୍ୟ। ‘ଧନୁଯାତ୍ରା ନୁହେଁ ଏତ କପଟ ଯାତ୍ରା’- ବରଗଡ଼ ଧନୁଯାତ୍ରାର ମହାନାୟକ ମହାରାଜ କଂସଙ୍କର ଏହି ଜନପ୍ରିୟ ଓ ବଳିଷ୍ଠ ସଂଳାପ ଉକ୍ତ ଉଦ୍ଦେଶ୍ୟକୁ ଉଜାଗର କରେ।

ଭଗିନୀ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତା’ର ବିନାଶର କାରଣ ହେବ ବୋଲି ଭବିଷ୍ୟବାଣୀ ଶୁଣିବା ପରେ ଭୟଭୀତ କଂସ ସମସ୍ତ ଭଗିନେୟଙ୍କୁ ହତ୍ୟା କରିବା ବେଳେ ବାସୁଦେବ କର୍ତ୍ତୃକ କୃଷ୍ଣ ଗୋପପୁରରେ ପହଞ୍ଚି ନନ୍ଦ ଯଶୋଦାଙ୍କ ଦ୍ୱାରା ପରିପାଳିତ ହୁଅନ୍ତି। ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାର ସମସ୍ତ ପ୍ରୟାସ ଅସଫଳ ହୁଅନ୍ତେ ମହାରାଜ କଂସ ପରିଶେଷରେ ଏହି ଧନୁ ଉତ୍ସବକୁ ହିଁ କୃଷ୍ଣ ନିଧନର ମାଧ୍ୟମ କରି ଶ୍ରୀକୃଷ୍ଣ ବଳରାମଙ୍କୁ ମଥୁରାକୁ ନିମନ୍ତ୍ରଣ କରିଛନ୍ତି। ହରିବଂଶମ୍‌‌ରେ ଏହି ମର୍ମରେ ଲିଖିତ ଅଛି-

‘ବକ୍ତବ୍ୟଂ ଚ ବ୍ରଜେ ତସ୍ମିନ୍‌‌ ସମୀପେ ବ୍ରଜବାସିନାମ୍‌‌, ରାଜା ଧନୁର୍ମଖଂ ନାମ କାରୟିଷ୍ୟତି ବୈ ସୁଖୀ।’

ତେବେ କଂସଙ୍କର ଧନୁଯାତ୍ରାର ସମୟ- ବୈଶାଖ ଶୁକ୍ଳପକ୍ଷ ସପ୍ତମୀ ଏବଂ ସେଦିନ ଗୁରୁବାର ଥିଲା ବୋଲି ପୁରାଣରେ ଉଲ୍ଲେଖ ଅଛି।

ଧନୁ ଉତ୍ସବ ଦେଖିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ବଳରାମ ମଥୁରାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣ ସେହି ଚର୍ଚ୍ଚିତ ଧନୁକୁ ଅବଲୀଳାକ୍ରମେ ଧାରଣ କରି ତହିଁରେ ଗୁଣ ଚଢ଼ାଇବା ସମୟରେ ତାହା ମଧ୍ୟଭାଗରୁ ଭାଙ୍ଗି ଯାଇଛି। ଶ୍ରୀମଦ୍‌‌ ଭାଗବତମ୍‌‌ରେ ଏହି ଧନୁଭଙ୍ଗର ଦୃଶ୍ୟ ଅତି ତମତ୍କାର ଭାବରେ ବର୍ଣ୍ଣିତ –

କରେଣ ବାମେନ ସଲୀଳମୁଦ୍ଧୃତଂ, ସବ୍ୟଂ ଚ କୃତ୍ୱା ନିମିଷେଣ ପଶ୍ୟତାମ୍‌‌

ନୃଣାଂ ବିକୃଷ୍ୟ ପ୍ରବଭଂବ ମଧ୍ୟତୋ, ଯଥେକ୍ଷୁଦଣ୍ଡଂ ମଦକର୍ଯୁରୁକ୍ରମଃ।

ଶ୍ରୀକୃଷ୍ଣ କର୍ତ୍ତୃକ କଂସବଧକୁ ନେଇ ଭିନ୍ନ ଭିନ୍ନ ଗ୍ରନ୍ଥରେ ବର୍ଣ୍ଣନାରେ ଭିନ୍ନତା ପରିଲକ୍ଷିତ ହୁଏ। କେତେକତ୍ର ଶ୍ରୀକୃଷ୍ଣ ଓ କଂସଙ୍କ ମଧ୍ୟରେ ସ୍ୱଳ୍ପଯୁଦ୍ଧର ବର୍ଣ୍ଣନା ରହିଥିବା ବେଳେ କେଉଁଠି ଶ୍ରୀକୃଷ୍ଣ କେବଳ ମାତୁଳ କଂସଙ୍କର କେଶ ଆକର୍ଷଣ କରିବାରୁ ମହାରାଜ ମଞ୍ଚରୁ ବା ସିଂହାସନରୁ ଭୂପତିତ ହୋଇ ମୃତ୍ୟୁବରଣ କରିଥିବାର ଉଲ୍ଲେଖ ମିଳେ। ଏହି ମର୍ମରେ ଗୋପଲୀଳାକାରଙ୍କ ବର୍ଣ୍ଣନା ଭାବଗର୍ଭକ ଓ ହୃଦୟସ୍ପର୍ଶ –

ସଞ୍ଚାଣ ପ୍ରାୟ ଧାତିକାରେ। କେଶ ଧଇଲେ କୃଷ୍ଣ କରେ।

ଅସୁର ନ ପାରଇ ଚଳି। କୃଷ୍ଣଙ୍କୁ ଚାହିଁଲା ନିରୋଳି।

ଚକ୍ଷୁ ବାଟରେ ଜୀବ ଗଲା। କୃଷ୍ଣର ଶରୀରେ ପଶିଲା।

ବରଗଡ଼ ଧନୁଯାତ୍ରାରେ ଏ ଉଭୟଙ୍କର ମିଶ୍ରଣ ଦେଖାଯାଏ। ଯେହେତୁ ଏହା ମଞ୍ଚ ନାଟକ, ତେଣୁ ଦର୍ଶକ ମଣ୍ଡଳୀ ଅସୀମ ଆଗ୍ରହ ଓ ଉତ୍କଣ୍ଠାରେ ଏ ଚରମକ୍ଷଣର ଅପେକ୍ଷାରେ ଥା’ନ୍ତି। ଶ୍ରୀକୃଷ୍ଣ ଓ କଂସାସୁର ମଧ୍ୟରେ କିଛିକାଳ ଦ୍ୱନ୍ଦ୍ୱ ଓ ଗଦାଯୁଦ୍ଧ ହୁଏ ଏବଂ ଶେଷରେ ଶ୍ରୀକୃଷ୍ଣଙ୍କ ପଦାଘାତରେ ପ୍ରବଳପ୍ରତାପୀ କଂସାସୁର ମଞ୍ଚ ତଳକୁ ପଡ଼ିଯା’ନ୍ତି।

ବରଗଡ଼ରେ ଧନୁଯାତ୍ରାର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଭଟଲି ନିକଟସ୍ଥ ଭୁଲିଆ ଡିହି ଗ୍ରାମରେ ସ୍ୱାଧୀନତା ପୂର୍ବରୁ ଧନୁଯାତ୍ରା ଅନୁଷ୍ଠିତ ହେଉଥିଲା। ତାହା ଦେଖି ୰କାଙ୍ଗାଳି ନାୟକ ବରଗଡ଼ରେ ଧନୁଯାତ୍ରା କରିବାକୁ ମନସ୍ଥ କରି ତତ୍‌‌କାଳୀନ ଗୌନ୍ତିଆ ୰ଋଷଭ କରଙ୍କୁ ଅନୁରୋଧ କରନ୍ତେ, ସେ ଆନନ୍ଦରେ ସମ୍ମତି ପ୍ରଦାନ କରିଥିଲେ। ବରଗଡ଼ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗିତା ଓ ସହଭାଗିତାରେ ୧୯୪୮ରୁ ଧନୁଯାତ୍ରା ଆରମ୍ଭ ହେଲା। ଅମ୍ବାପାଲି ଗୋପପୁର ଭାବରେ ଏବଂ ଜୀରାନଦୀ ଯମୁନା ଭାବରେ ସର୍ବଜନସ୍ୱୀକୃତ ହୋଇ ଅଦ୍ୟାବଧି ପ୍ରଚଳିତ। ବିଭିନ୍ନ କାରଣରୁ ମଝିମଝିରେ କିଛି ବର୍ଷ ଏ ଯାତ୍ରା ସ୍ଥଗିତ ରହିଥିଲେ ମଧ୍ୟ ୧୯୬୯ରୁ ଆଜି ପର୍ଯ୍ୟନ୍ତ ଏହା ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇ ଆସୁଛି।

ତେବେ କରୋନା ପାଇଁ ଏହା ଦୁଇବର୍ଷ ବନ୍ଦ ରହିବା ପରେ ଏଥର ଜନସାଧାରଣଙ୍କ ମଧ୍ୟରେ ଯାତ୍ରା ପାଇଁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି। ସ୍ୱାଧୀନତା ପ୍ରାପ୍ତିର ସମସାମୟିକ ଏ ଯାତ୍ରା ବର୍ତ୍ତମାନ ଆଉ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଅନୁଷ୍ଠାନ ମଧ୍ୟରେ ସୀମିତ ନୁହେଁ। ଏହାକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ତଥା ଅଧିକରୁ ଅଧିକ ଚିତ୍ତାକର୍ଷକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ, ଧନୁଯାତ୍ରା କମିଟି, ବିଧାୟକ, କଳାକାର, ମଞ୍ଚ କାରିଗର ପ୍ରଭୃତି ସମସ୍ତେ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେବାକୁ ଯତ୍‌‌ପରୋନାସ୍ତି ପ୍ରଚେଷ୍ଟା କରିଥା’ନ୍ତି। ଏହି ଯାତ୍ରାର ମହାନାୟକ କଂସ ମହାରାଜ ଭୂମିକାରେ ସର୍ବପ୍ରଥମେ ୰ବୁନ୍ଦେରଥ ଅଭିନୟ କରିଥିଲେ। କିନ୍ତୁ ତୃତୀୟ କଂସ ୰ଯୁଧିଷ୍ଠିର ଶତପଥିଙ୍କୁ ସର୍ବଶ୍ରେଷ୍ଠ କଂସରାଜଙ୍କ ମାନ୍ୟତା ଦିଆଯାଏ। ରୂପ, ବ୍ୟକ୍ତିତ୍ୱ, ପ୍ରତ୍ୟୁତ୍ପନ୍ନମତିତା, ଅଭିନୟ କଳାରେ ଅପୂର୍ବ ଦକ୍ଷତା ହେତୁ ୰ଯୁଧିଷ୍ଠିର ଶତପଥି ଅଦ୍ୟାବଧି ବରଗଡ଼ ଦର୍ଶକଙ୍କ ସ୍ମୃତିରେ ଅମର ହୋଇ ରହିଛନ୍ତି।

ପରମ୍ପରାନୁସାରେ କୌଣସି ଶୁଭକାର୍ଯ୍ୟ ପୂର୍ବରୁ ନିର୍ବିଘ୍ନ ପରିସମାପ୍ତି ପାଇଁ ଏକ ମାଙ୍ଗଳିକ ଅନୁଷ୍ଠାନ କରାଯାଏ। ଧନୁଯାତ୍ରା ପୂର୍ବରୁ ଏକ ଶୁଭଲଗ୍ନରେ ଉଭୟ ମଥୁରା (ବରଗଡ଼) ଓ ଗୋପପୁର (ଅମ୍ବାପାଲି)ରେ ମହାସମାରୋହରେ ଶୁଭସ୍ତମ୍ଭ ସ୍ଥାପନ କରାଯାଏ। ଏଥିରେ ବରଗଡ଼ କଲେକ୍ଟର କର୍ତ୍ତାର ଭୂମିକା ନିର୍ବାହ କରିବାର ଏକ ନିଆରା ପରମ୍ପରା ରହିଛି। ଶୁଭସ୍ତମ୍ଭ ସ୍ଥାପନର ପରମ୍ପରା ଭରତମୁନିଙ୍କ ନାଟ୍ୟ ଶାସ୍ତ୍ର ବର୍ଣ୍ଣିତ ‘ଜର୍ଜର’ ବା ‘ଇନ୍ଦ୍ରଧ୍ୱବୋତ୍ସବ’କୁ ମନେପକାଇଦିଏ। ଏହି ଶୁଭସ୍ତମ୍ଭ ସ୍ଥାପନ ପରେ କାର୍ଯ୍ୟର ସମାପ୍ତି ପର୍ଯ୍ୟନ୍ତ କର୍ତ୍ତା ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ଜୀବନ ଯାପନ କରିବାର ବିଧାନ ଏହି ଉତ୍ସବକୁ ଏକ ଯଜ୍ଞର ମାନ୍ୟତା ଦେଇଛି।

ବରଗଡ଼ ଧନୁଯାତ୍ରାରେ ବଳିପ୍ରଥା ଅନୁସୃତ ନହୋଇ ଏହାକୁ ଏକ ସାତ୍ତ୍ୱିକ ଯଜ୍ଞରେ ପରିଣତ କରିଛି। ଏହି ମହାନାଟକର କଥାବସ୍ତୁକୁ ଅଧିକ ମନୋଜ୍ଞ କରିବାକୁ ଏଥିରେ ‘ଧନଶ୍ରୀ ଓଷା’ର ସଂଯୋଜନା କରାଯାଇଛି। କଂସ ମହାରାଜଙ୍କ ପାଟରାଣୀ ପଦ୍ମାବତୀଙ୍କ ‘ଧନଶ୍ରୀ ଓଷା’ ନିମନ୍ତେ କାଳୀନ୍ଦି ହ୍ରଦର ପଦ୍ମ ଆବଶ୍ୟକ। ମହାରାଜଙ୍କ ଆଦେଶାନୁସାରେ ଶ୍ରୀକୃଷ୍ଣ ପଦ୍ମ ଆଣିବାକୁ ଯିବେ ଏବଂ ତହିଁରେ ଥିବା କାଳୀୟନାଗ ତାଙ୍କୁ ଦଂଶନ କରିବ। ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ କଂସ ମହାରାଜଙ୍କ ଏହା ଅନ୍ୟ ଏକ ଷଡ଼ଯନ୍ତ୍ର ଅଟେ। କିନ୍ତୁ ଏହା ସଫଳ ନ ହୁଅନ୍ତେ ମହାରାଜ ଅନ୍ୟ ଏକ କାର୍ଯ୍ୟକ୍ରମର ପରିକଳ୍ପନା କରନ୍ତି। ପଡ଼ୋଶୀ ମିତ୍ର ରାଜ୍ୟର ରାଜନ୍ୟବର୍ଗ ତଥା ନିଜର ପାରିଷଦବର୍ଗଙ୍କୁ ନେଇ ‘ରଙ୍ଗସଭା’ର ଆୟୋଜନ କରନ୍ତି। ତେବେ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବିଭାଗର ମୁଖ୍ୟମାନେ ମଧ୍ୟ ନିମନ୍ତ୍ରିତ ଅତିଥି ଭାବରେ ରାଜନ୍ୟବର୍ଗଙ୍କର ସହ ମଞ୍ଚାସୀନ ଥାଆନ୍ତି। ସ୍ୱଭାବ ସୁଲଭ ଭଙ୍ଗୀରେ ମହାରାଜ ବିଭାଗୀୟ ମୁଖ୍ୟମାନଙ୍କୁ ବିଭିନ୍ନ ବିଭାଗର ହାନି, ଲାଭ, ନଗରବାସୀଙ୍କ ଅଭାବ ଅସୁବିଧା ସମ୍ପର୍କରେ ପ୍ରଶ୍ନ କରି ସ୍ପଷ୍ଟ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଉଥା’ନ୍ତି। ଅସନ୍ତୁଷ୍ଟ ହେଲେ ଅର୍ଥଦଣ୍ଡରେ ଦଣ୍ଡିତ କରୁଥା’ନ୍ତି। ମହାରାଜଙ୍କ ପ୍ରତ୍ୟୁତ୍ପନ୍ନମତିତା, ତନ୍ନିହିତ ବ୍ୟଙ୍ଗ ଓ ସକାରାତ୍ମକ ସମାଲୋଚନା ହିଁ ଦର୍ଶକଙ୍କୁ ଆମୋଦିତ କରିଥାଏ। ରଙ୍ଗସଭା ଦିନ ହିଁ ସର୍ବାପେକ୍ଷା ଅଧିକ ଦର୍ଶକ ଉପସ୍ଥିତ ରହିଥିବାର ଦୃଷ୍ଟିକୁ ଆସେ। ଏହି ରଙ୍ଗସଭା ମାଧ୍ୟମରେ ମହାରାଜ କଂସଙ୍କୁ ଜଣେ ପ୍ରଜାନୁରଞ୍ଜକ ଶାସକ ଭାବରେ ଦେଖାଇବାର ପ୍ରଚେଷ୍ଟା କଲାପରି ମନେହୁଏ।

ସାମଗ୍ରିକଭାବରେ ଦେଖିବାକୁ ଗଲେ ବରଗଡ଼ର ଧନୁଯାତ୍ରା ଏକ ପ୍ରାଚୀନ ଅନୁଷ୍ଠାନର ଆଧୁନିକ ସଂସ୍କରଣ। ସମୟ ସହ ତାଳଦେଇ ଏଥିରେ କିଛି ଆଧୁନିକତାର ସ୍ପର୍ଶ ଦିଆଯାଇଥିଲେ ମଧ୍ୟ ଏହା ସହ ସମ୍ପର୍କିତ ପ୍ରତିଟି କାର୍ଯ୍ୟକ୍ରମର ମୂଳଭିତ୍ତି ଆମର ଗୌରବମୟ ପ୍ରାଚୀନ ପରମ୍ପରା ହିଁ ଅଟେ। ଆଜି ଏହି ଯାତ୍ରାର ପ୍ରସିଦ୍ଧି ପଛରେ ଏହି ପରମ୍ପରାର ସୁଦୃଢ଼ ଭିତ୍ତି ଯେ ଏକ ପ୍ରମୁଖ କାରଣ, ଏଥିରେ ସନ୍ଦେହର ଅବକାଶ ନାହିଁ।

(ଡ. ସଙ୍ଗୀତା ରଥ)

(ବରଗଡ଼, ମୋ: ୯୬୬୮୬୫୮୧୪୨)

ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ହୀରକ ଜୟନ୍ତୀ ଲାଗି ସମଗ୍ର ସହର ଚଳଚଞ୍ଚଳ
ବରଗଡ଼: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ। ଚଳିତବର୍ଷ ହୀରକ ଜୟନ୍ତୀ (୭୫ ବର୍ଷ ପୂର୍ତ୍ତି) ପାଳନ କରୁଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସମଗ୍ର ସହର ଚଳଚଞ୍ଚଳ ହୋଇପଡ଼ିଛି। ଧନୁଯାତ୍ରା ପାଇଁ ସହର ସାରା ଉଜ୍ବଳ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସେହିପରି ସହରର ବିଭିନ୍ନ କାନ୍ଥରେ ଐତିହାସିକ ତଥା ପୌରାଣିକ ଚିତ୍ରଗୁଡିକ ସ୍ଥାନୀତ କରାଯାଇଛି। ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ। ସେଠାରେ ଯାତ୍ରାର ସଫଳତା ନେଇ ପୂଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଶୋଭାଯାତ୍ରା ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ବରଗଡ଼ ଧନୁଯାତ୍ରା ଉଦଘାଟି୍‍ତ ହେବ। ପରମ୍ପରା ଅନୁସାରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଲୋକସଭା ସାଂସଦ ପୂଜାରୀ, ଏବଂ ବିଧାୟକ ଆଚାର୍ଯ୍ୟ ଯୋଗଦେଇ ହୀରକ ଜୟନ୍ତୀ ଧନୁଯାତ୍ରା ମହୋତ୍ସବକୁ ଉଦଘାଟନ କରିବେ ବୋଲି ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଜଣାଇଥିବା ବେଳେ ସହ ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀଙ୍କୁ ଧନୁଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।

ଧନୁଯାତ୍ରା ଅବସରରେ ବରଗଡ଼ ସହର ମଥୁରା ନଗରୀ , ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ ରୁପାନ୍ତରିତ ହୋଇଯାଉଥିବା ବେଳେ ସହରର ସମସ୍ତ ଜନସାଧାରଣ ମଥୁରା ନଗରୀର ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥାନ୍ତି। ବରଗଡ଼ ସହରର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜ ଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଅନୁରୂପ ଭାବେ ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତବର୍ଷ ମହାରାଜା କଂସଙ୍କ ରାଜ ଦରବାରର ଉଚ୍ଚତା ୪୨ ଫୁଟ ଥିବାବେଳେ ଏହାର ଲମ୍ବ ପ୍ରାୟ ୧୨୦ ଫୁଟ ରହିଥିବାର ଜଣାପଡ଼ିଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫୦ ରୁ ଊର୍ଦ୍ଧ୍ବ ନୃତ୍ୟ ଦଳ ବିଭିନ୍ନ ଦିନରେ ରାଜ ଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି। ତେବେ ଯାତ୍ରା ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହିଞ୍ଚିଥିବା ବେଳେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଅନ୍ୟ ପକ୍ଷରେ ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର , ଓରମାସ୍‌, ପଲ୍ଲୀଶ୍ରୀ ମେଳା, ଟ୍ରେଡ୍‌ ଫେୟାର ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି।

ଚିଚୋଲି ଗ୍ରାମର ହୃଷୀକେଶ ଭୋଇ ପୁଣି ଥରେ ଚଳିତବର୍ଷ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀଣ୍ଣ ହେଉଛନ୍ତି। ସେହିପରି କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର ଓ କିଶନ କୁମାର ବିର୍ତ୍ତିଆଙ୍କ ସମେତ ରାଧା ବୈଷ୍ଣବୀ ଅଭିନୟ କରୁଛନ୍ତି। ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷ ପୂର୍ତ୍ତି ହୀରକ ଜୟନ୍ତୀ ପାଳନ କରୁଥିବା ବେଳେ ଏହା ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଉଦଯାପିତ ହେବ। ୧୧ ଦିନ ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରାରେ କୃଷ୍ଣ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ। ଉଦଘାଟନୀ ସଂଧ୍ୟାରେ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ତଥା ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ।

ବରଗଡ଼ ଧନୁଯାତ୍ରାର କୌଣସି ପାଣ୍ଡୁଲିପି ନ ଥିବା ବେଳେ ମହାଭାରତ, ହରିବଂଶ ପୁରାଣ, ଶ୍ରୀମଦ୍‍ ଭାଗବତ ଗୀତା ଆଦିର ପୌରାଣିକ କଥାବସ୍ତୁକୁ ଆଧାର କରି ବରଗଡ଼ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇଥାଏ ବୋଲି ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା କହିଛନ୍ତି। ସେହିପରି ଚଳିତବର୍ଷ ବରଗଡ଼ ଧନୁଯାତ୍ରାର ଅନ୍ୟାନ୍ୟ ଭୂମିକାରେ ମହାମନ୍ତ୍ରୀ ଅକୃର ଜଗନ୍ନାଥ ସାହୁ , ଉଗ୍ରସେନ ଆର୍ତ୍ତତ୍ରାଣ ମହାପାତ୍ର, ମହାମନ୍ତ୍ରୀ ଗୋଲାପ ଚନ୍ଦ୍ର ଦାଶ , ଗର୍ଗ ମୁନି ଅଇଁଠୁ ସାହୁ , ବସୁଦେବ ମନୋଜ କୁମାର ସାହୁ , ଦେବକୀ କନକ ଡନସେନା ଚୌଧୁରୀ, ମୁଖ୍ୟ ସେନାପତି ଦୟାନନ୍ଦ ମାଝୀ , ଚାଣୁର ମୁନେଶଚାନ୍ଦ ଆଚାର୍ଯ୍ୟ , ମୁଷ୍ଟିକ ସୂର୍ଯ୍ୟ ପ୍ରକାଶ କର୍ଣ୍ଣ, ସେନାପତି ଚନ୍ଦ୍ରକେତୁ ସଂଗ୍ରାମ ଦେହୁରୀ, ସାତ୍ୟକି ସେବାନନ୍ଦ ନାୟକ, ନାରଦ ଲିଙ୍ଗରାଜ ଦାଶ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିର୍ତ୍ତିଆ
ବରଗଡ:କିଷନ ବିର୍ତ୍ତିଆ ହେବେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂଆ ବଳରାମ । ବରଗଡ଼ ଧନୁଯାତ୍ରା ମହେତ୍ସାବର ହୀରକ ଜୟନ୍ତୀ ପାଳନ ପାଇଁ ଗୋପପୁର କମିଟି ତରଫରୁ ସୋମବାର ପୁନର୍ବାର କଳାକାର ଚୟନ ଶିବିରର ଆୟୋଜନ କରାଯାଇ କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ମନୋନୀତ କରାଯାଇଛି ।

ସୂଚନା ଯୋଗ୍ୟ, ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ଶିଶୁ କଳାକାର ଶ୍ରେୟା°ସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା । ମାତ୍ର ଗତ ୯ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଥିବା ବେଳେ ଧନୁଯାତ୍ରା ଆୟୋଜକମାନଙ୍କୁ ମଧ୍ୟ ନିରାଶ କରିଥିଲା। ହେଲେ ଯାତ୍ରା ନିଶ୍ଚିନ୍ତ ଥିବାରୁ ଶୋକଗ୍ରସ୍ତ ଗୋପପୁର କମିଟି ଇଚ୍ଛା ନ ଥାଇବି ଆଜି ପୁର୍ନବାର କଳାକାର ଚୟନ ଶିବିରର ଆୟୋଜନ କରି ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରିଥିଲେ । ବୈଠକରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ , କମିଟିର ଧନୁଯାତ୍ରା ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁ କଳାକାର କିଷନ ବିର୍ତ୍ତିଆଙ୍କୁ ଚୟନ କରାଯାଇଥିଲା । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁଆରୀ ୬ ତାରିଖ ଯାଏ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ।

ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର ଶ୍ରେୟାନ୍ସଙ୍କ ମୃତ୍ଯୁ
ବରଗଡ଼: ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିବା ୧୨ ବର୍ଷର କୁନି କଳାକାର ଶ୍ରେୟାନ୍ସ ପୂଜାରୀଙ୍କ ମୃତ୍ୟୁ ଘଟିଛି। ସେ ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ମୂର୍ଚ୍ଛା ହୋଇ ଯାଇଥିଲେ। ପରେ ଶ୍ରେୟାନ୍ସ ଙ୍କୁ ଉଦ୍ଧାର କରାଯାୟୀ ବରଗଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରେୟାନ୍ସ ଗତ ୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କୁନି କଳାକାର ଭାବେ ଅଭିନୟ କରୁଥିଲେ। ଏଥର ମଧ୍ଯ ସେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ
ବରଗଡ: ମାର୍ଗଶୀର ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ବିଶ୍ୱର ସର୍ବବୃହୁତ ଖୋଲା ରଙ୍ଗମଂଚ ବରଗଡ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ୬ ଟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ନେଇ ଏହି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହେଉଥିବା ବେଳେ ଏ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରୁ ବାହାରି ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଲୋକବାଦ୍ୟ ସଞ୍ଚାର, ସଙ୍କୀର୍ତନ୍ୟ ସହ ବ୍ୟାଣ୍ଡବାଦ୍ୟ ସାମିଲ ହେବା ସହ ସମଲେଶ୍ୱରୀ ମନ୍ଦିରରେ ପୂଜା କରାଯାଇଥିବା ଇନ୍ଦ୍ରଧ୍ୱଜକୁ ନିଆଯାଇଥିଲା। ପରେ ହାଟପଦାସ୍ଥିତ ମାଁ ଦୁର୍ଗାଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ସଞ୍ଚାର ପଡିଆକୁ ଶୋଭାଯାତ୍ରା ପହଞ୍ଚି ଥିଲା । ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ ଜିଲ୍ଳାପାଳ ମୋନିଷା ବାନାର୍ଜି କର୍ତା ଦାୟିତ୍ୱ ତୁଳାଇଥିଲେ ।

ତେବେ ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରାଜପୁରୋହିତ ଦାଶ ଚାରି ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୫ ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ । ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ବରଗଡ଼ ଏସପି ପି ପରମାର ସ୍ମିତ , ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ , ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ , ଉପଜିଲ୍ଳାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା , ପ୍ରଚାର ପ୍ରସାର କମିଟୀର ଆବାହକ କଲ୍ୟାଣୀ ଦାଶ, ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ, ସିଡିଏମଓ ଡାକ୍ତର ସାଧୁଚରଣ ଦାଶ , ଡ.ତପସ୍ୱିନୀ ଗୁରୁ,କନକ ଡନସେନା ,ନାଟ୍ୟକାର ନକୁଲ ବାଦୀ , ଭୁବନ ଭୋଇ, ନଗରପାଲ ଶ୍ରୀମତୀ କଳ୍ପନା ମାଝୀ, ଆର୍ତତ୍ରାଣ ମହାପାତ୍ର , ଗୋଲାପ ଚନ୍ଦ୍ର ଦାଶ, କିଶୋର ମିଶ୍ର, ମୁନେଶ ଆଚାର୍ଯ୍ୟଙ୍କ ସମେତ ଗୋପପୁର ଏବଂ ବିଭିନ୍ନ କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ ।ହୃଷିକେଶ ଭୋଇ ବରଗଡ ଧନୁଯାତ୍ରାରେ ପୂର୍ବରୁ ୯ ଥର କଂସ ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ସହ ଦଶମ ଥର ପାଇଁ ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଗାମୀ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଶେଷ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସମୟରେ ବରଗଡ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରୀତ ହେଉଥିବା ବେଳେ ବରଗଡ ଏବଂ ଅମ୍ବାପାଲି ମଧ୍ୟରେ ବୋହି ଯାଉଥିବା ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଈ ଭାବରେ ପରିଗଣିତ ହୋଇଥାଏ । ଏ ଅବସରରେ ମଥୁରାନଗରୀରେ ୧୧ ଦିନ ପର୍ଯ୍ୟନ୍ତ କଂସର ରାଜତ୍ୱ ଚାଳୁଥିବା ବେଳେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳର ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ ।

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ନୂଆ କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ
ବରଗଡ଼: ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ବରଗଡ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ସହ ନୂଆ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛି ଧନୁଯାତ୍ରା କମିଟି । ନୂଆ କଳାକାର ଚୟନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅକ୍ଟୋବର ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ ସେମାନଙ୍କ ଆବେଦନ ପତ୍ର ଦାଖଲ କରି ପାରିବେ।

ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ,ଅକୃର, ଉଗ୍ରେସନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ପରି ମହାରାଜା ଓ ରାଜାଙ୍କ ପାର୍ଶ୍ଵ କଳାକାର ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେବ। ଆବେଦନପତ୍ର ଗୁଡ଼ିକ ଇ-ମେଲ କିମ୍ୱା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଡାକ କିମ୍ବା ବ୍ୟକ୍ତିଗତ ଭାବେ ଦାଖଲ କରିହେବ। ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ। ବିନା ସ୍କ୍ରିପ୍ଟର ଖୋଲା ମଞ୍ଚରେ ଅଭିଜ୍ଞତା ଥିବା ଆବଶ୍ୟକ, ଧନୁଯାତ୍ରାରେ କଂସ ଅଭିନୟ କରୁଥିବା କଳାକାର ଅନ୍ୟ ମଞ୍ଚରେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ଭଳି ମୋଟ ୧୦ଟି ସର୍ତ୍ତାବଳୀ କଳାକାରମାନଙ୍କ ପାଇଁ ରହିଛି।