NHRC - The Sakala
ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର
ଭୁବନେଶ୍ଵର: ବାଲିଅନ୍ତା ଭିଡ଼ ହିଂସାରେ କନଷ୍ଟେବଳ ସୌମ୍ୟରଂଜନ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତନାଘନା। NHRC ରେ ହାଜର ହୋଇଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଥିବା ଯୁବତୀ। ତା ସହିତ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ହାଜର ହୋଇଛନ୍ତି। ଉଭୟଙ୍କୁ NHRC ପକ୍ଷରୁ ନୋଟିସ୍ ହୋଇଥିଲା। ଅନ୍ୟପଟେ NHRC ରେ ହାଜର ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଦେଇଛନ୍ତି ଚାଂଚଲ୍ୟକର ବୟାନ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସାରିଥିଲେ ସୁଦ୍ଧା ଆମ୍ବୁଲାନ୍ସକୁ କଲ କରିଥିବା ବ୍ୟକ୍ତି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ବୋଲି କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।
ଘଟଣା ଘଟିବ ଦିନ ଅର୍ଥାତ ମେ’ ୭ ତାରିଖରେ ସ୍ଥାନୀୟ ଅଡ଼ସପୁର ମେଡିକାଲ୍‌ର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌ କରଥିଲେ। ପୂର୍ବାହ୍ନ ୧୧.୦୬ରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲ୍‌ କରିଥିଲେ। ୧୧.୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆମ୍ବୁଲାନ୍ସ କର୍ମଚାରୀ କଲ୍‌ କରିଥିବା ବ୍ୟକ୍ତିଙ୍କୁ କଲ୍‌ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ କହିଥିଲେ ଯେ, ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ୍‌ ପଳାଇଛନ୍ତି। ବ୍ୟକ୍ତି ଜଣଙ୍କ ଏହା କହି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ। ସେହି ସମୟରେ ରାସ୍ତାରୁ ଅତି ପାଖରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ ଦୁର୍ବୃତ୍ତ ମାନେ। କିନ୍ତୁ ମାଡ଼ ଖାଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ସେ ବ୍ୟକ୍ତି ଜଣକ। ତେବେ ସେ ବ୍ୟକ୍ତି ଜଣକ କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତାହା ଏବେ ତନାଘନା କରୁଛି ଜାତୀୟ ମାନବାଧିକାର ଆୟୋଗ।
ଅନ୍ୟପଟେ ଜାତୀୟ ମାନବାଧିକାର କମିସନଙ୍କ ପାଖରେ ହାଜର ହୋଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର । କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ.ଡି. ବେହେରା ହାଜର ହୋଇଛନ୍ତି । ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ଗୋପୀ, ପୂର୍ବତନ ବାଲିଅନ୍ତା ଥାନା ଆଇଆଇସି ।
ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ଭୁବନେଶ୍ବରରେ NHRC ଟିମ୍‌
ଭୁବନେଶ୍ୱର: ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ପହଞ୍ଚିଲା NHRC ଟିମ୍‌ । ଭୁବନେଶ୍ବରରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।
ସେହିପରି ଘଟଣାଦିନ ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଜେରା କରାଯିବ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ମଧ୍ୟ ଟିମ୍ ସାମ୍ନାରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁର କାରଣ ବଖାଣିବେ ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କ ଗଣଦୁଷ୍କମମ ଘଟଣାଗର ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଏଥି ସହିତ ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏେଂ ତାଙ୍କୁ ଦିଆଯାଇଥିବା କ୍ଷତପିୂରଣ/ପରାମର୍ଶ ସମ୍ପର୍କରେ ସଚୂନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି ।
ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍‌ ପ୍ରମାଣ ମିଳିଛି । ଗିରଫ ୧୦ ଜଣ ଅଭିଯୁକ୍ତଙ୍କ ମୋବାଇଲ୍‌ ଜବତ କରାଯାଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ସେ କହିଛନ୍ତି ।
ଖବର ଅନୁଯାୟୀ, ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିକୁ ଜଣେ ୨୦ ବର୍ଷର କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିରେ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍‌.ସାଇନିଙ୍କ ତତ୍ତ୍ୱାବଧାନରେ ୯ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବର ଡ୍ରେନରେ ଭାସି ଛାତ୍ର ଜ୍ୟୋତିରଞ୍ଜନ ମୃତ୍ଯୁ ଘଟଣା: ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଜ୍ୟୋତିରଞ୍ଜନକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦେଶ ଦେଇଛନ୍ତି।  ଗତବର୍ଷ ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱରରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଞ୍ଜନ ବେହେରାକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ଗତକାଲି ତାଙ୍କ ରାୟ ସହ ନିର୍ଦେଶ ଦେଇଛନ୍ତି।
ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତି ରଞ୍ଜନ ବେହେରା ଟ୍ୟୁସନକୁ ସାଇକେଲ ନେଇ ଯାଉଥିବା ସମୟରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ମୁକୁଳା ଡ୍ରେନରେ ପଡି ଭୀଷଣ ବର୍ଷକ୍ଷ ଜନିତ ପ୍ରବଳ ପାଣିର ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ। ମୃତ ଜ୍ୟୋତି ରଞ୍ଜନ ପରିବାରର ଏକ ମାତ୍ର ପୁତ୍ର ଥିଲେ। ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ କୋର ଗ୍ରୁପ ସଦସ୍ୟ ମନୋଜ ଜେନା କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଆବେଦନ କରିଥିଲେ। ମାନ୍ୟବର କମିଶନ ଏହି ମାମଲାର ସବିଶେଷ ତଥ୍ୟ ଦୁଇ ସପ୍ତାହରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏନ.ଜି. ଟି ର ଗାଇଡ଼ ଲାଇନ ଅନୁଯାଇ ଡ୍ରେନ ଗୁଡିକ ଖୋଲା ରଖା ଯାଇ ପାରିବ ନାହିଁ। ଯେହେତୁ ଭୁବନେଶ୍ୱର ମହାନଗର ନିଗମ ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଇ ନାହାନ୍ତି ତେଣୁ ତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ତା ସହିତ ଆଗକୁ ଏପରି ଘଟଣା ନ ଘଟିବା ପାଇଁ ସବୁ ମୁକୁଳା ଡ୍ରେନକୁ ସ୍ଲାବ ପକାଇ ତୁରନ୍ତ ଘୋଡାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।