APP - The Sakala
ପଞ୍ଜାବର ୮ଟି ଲୋକସଭା ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଆଜି ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଏହାସହ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିବା ଗୁରୁପ୍ରୀତ ସିଂ ଜିପିଙ୍କୁ ମଧ୍ୟ ଟିକେଟ୍ ମିଳିଛି।
ଅମୃତସରରୁ କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିଓ୍ବାଲା ମଇଦାନକୁ ଓହ୍ଲାଇବେ । ମନ୍ତ୍ରୀ ଲଲଜିତ ସିଂ ଭୁଲାର ଖଦୁର ସାହିବରୁ ପ୍ରାର୍ଥୀ ହେବେ । ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବଲବୀର ସିଂଙ୍କୁ ପଟିଆଲାରୁ ପ୍ରାର୍ଥୀ କରାଯାଇଛି । ବଥିଣ୍ଡାରୁ ଗୁରୁମିତ ସିଂ ଖୁଦିଆନଙ୍କୁ ପାର୍ଥୀ କରାଯାଇଛି । ଗୁରୁମିତ ବର୍ତ୍ତମାନ ପଞ୍ଜାବର କୃଷି ମନ୍ତ୍ରୀ ଅଟନ୍ତି । ସେହିପରି ଜଳନ୍ଧର ଆସନରୁ ସୁଶିଲ କୁମାର ରଙ୍କୁ ଙ୍କୁ ଟିକେଟ ମିଳିଛି । ଫରିଦକୋର୍ଟରୁ କରମଜିତ୍ ଅନମୋଲଙ୍କୁ ଟିକେଟ୍ ଦିଆଯାଇଛି ।
ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ଏଡାଇ ଯାଇଛନ୍ତି । ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦୀତ, ମାମଲା ବର୍ତ୍ତମାନ କୋର୍ଟରେ ଅଛି ବୋଲି ଆପ୍ କହିଛି।
ଆଜି ଦଳ ଏକ ବିବୃତ୍ତିରେ କହିଛି ଯେ, ଇଡି ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ମାମଲା ବର୍ତ୍ତମାନ କୋର୍ଟରେ ଅଛି ଆଉ କୋର୍ଟରେ ହିଁ ବିଚାର ହେବ।  ଇଡି ବାରମ୍ବାର ସମନ ଜାରି କରିବା ପରିବର୍ତ୍ତେ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।
ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା: ପଞ୍ଜାବ ପରେ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି ।  ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ, ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ। ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଗାମୀ ଲୋକସଭା ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।
ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୩ ମସିହା । ଏହି ସମୟରେ ଅନେକ ଆକଳନ ମଧ୍ୟ ବାହାରକୁ ଆସିଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୪.୮ ବିଲିୟନ ଅତିକ୍ରମ କରିଛି। ଦୁନିଆର ଅଧିକାଂଶ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ୍ ବିତାଉଛନ୍ତି ବୋଲି ରିପୋର୍ଟରୁ ପ୍ରକାଶା ପାଇଛି। ଚଳିତ ବର୍ଷ ସବୁଠୁ ଡିଲିଟ ହୋଇଥିବା ସୋସିଆଲ ମିଡିଆ ଆପର ନାଁ ମଧ୍ୟ ପ୍ରକାଶ ପାଇଛି।
୨୦୨୩ରେ ଅଧିକ ଡିଲିଟ୍ ହୋଇଥିବା ଆପ୍ :
ଆମେରିକୀୟ ଟେକ୍ ଫାର୍ମ ଟିଆରଜି (TRG ) ଡାଟାସେଣ୍ଟର୍ ଏକ ରିପୋର୍ଟ ପ୍ରକାଶ କରିଛି ।  ଯେଉଁଥିରେ ଚଳିତ ବର୍ଷର ସର୍ବାଧିକ ଡିଲିଟ୍ ହୋଇଥିବା ଆପ୍ ବିଷୟରେ ସୂଚନା ଦିଆଯାଇଛି। ଲଞ୍ଚ ହେବାର ୨୪ ଘଣ୍ଟା ମଧ୍ୟରେ ଥ୍ରେଡ୍ ଆପରେ ୧୦୦ ମିଲିୟନ୍ ଉପଭୋକ୍ତା ଯୋଡି ହୋଇଥିଲେ। ହେଲେ ଆସନ୍ତା ୫ ଦିନ ମଧ୍ୟରେ ଥ୍ରେଡ୍ ଆପ  ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ହରାଇଛି।
ଇନଷ୍ଟାଗ୍ରାମ ହେଉଛି ସବୁଠାରୁ ଡିଲିଟ୍ ହୋଇଥିବା ଆପ୍ :
ରିପୋର୍ଟ ଅନୁଯାୟୀ, ବିଶ୍ ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାର ଉପାୟ ଖୋଜିଛନ୍ତି। ୧୦, ୨୦,୦୦୦ ରୁ ଅଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ଆପ୍ ଡିଲିଟ୍ କରିଥିବା ଜଣାପଡ଼ିଛି।
ଅଧିକାଂଶ ଡିଲିଟ୍ ହୋଇଥିବା ଆପ୍ ତାଲିକାରେ ଦ୍ୱିତୀୟରେ ସ୍ନାପଚାଟ  ରହିଛି। ଏହି ଆପକୁ ୧ ଲକ୍ଷ ୨୮ ହଜାର ୫୦ ଲୋକଙ୍କ ଦ୍ୱାରା ଡିଲିଟ୍ ହୋଇଛି। ଏହା ପରେ X (ଟ୍ୱିଟର), ଟେଲିଗ୍ରାମ, ଫେସବୁକ୍, ଟିକଟକ୍, ୟୁଟ୍ୟୁବ୍, ହ୍ବାଟସଆପ୍  ଏବଂ ୱିଚାଟ୍ ର ନାମ ଅଛି। ୪୯ ହଜାର ଲୋକ ଫେସବୁକ୍ ଆପ୍ ଡିଲିଟ୍ କରିଥିବା ବେଳେ ହ୍ବାଟସଆପ୍  ଡିଲିଟ୍ କରିଥିବା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୪,୯୫୦ ରହିଛି।
ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ମାନ୍ୟତା ଦଳ
ଭୁବନଶ୍ବର: ଆମ୍ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିଛି। ଜାତୀୟ ଦଳ ମାନ୍ୟତା ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ଅନ୍ୟ ୩ଟି ପାର୍ଟିରୁ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ୩ ଦଳ ହେଲେ ଏନସିପି, ଟିଏମସି ଓ ସିପିଆଇ ।
ସିସୋଦିଆ ଓ ସତୈନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବ ଆପ୍
ନୂଆଦିଲ୍ଲୀ: ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନ୍‌ଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବାକୁ ସବୁ ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଦୁଇ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କୌଣସି ଦୁର୍ନୀତି ହୋଇ ନାହିଁ ଭଲ କାମକୁ ରୋକିବା ପାଇଁ ମନ୍ତ୍ରୀ ଦ୍ୱୟଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି ବୋଲି କେଜରିୱାଲ୍ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି।
हमारे मंत्रियों को झूठे केस में गिरफ़्तार करके ये दिल्ली के काम रोकना चाहते हैं। मैं दिल्ली वालों को भरोसा दिलाना चाहता हूँ कि दिल्ली के काम बिल्कुल नहीं रुकेंगे। https://t.co/0jLkjvHBIe
— Arvind Kejriwal (@ArvindKejriwal) March 1, 2023
ତାଙ୍କର ଉଦ୍ଦେଶ୍ୟ ଦୁର୍ନୀତି ରୋକିବା ନୁହେଁ ବରଂ ଦିଲ୍ଲୀ ସରକାର କରୁଥିବା ବିକାଶମୁଳକା କାମକୁ ରୋକିବା ବୋଲି ଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି। ଏ ନେଇ ମାର୍ଚ୍ଚ ୫ରୁ ଆମ୍ଭ ହେବ ବିଶାଳ ବିକ୍ଷୋଭ ଅଭିଯାନ। ଏଥିରେ ଆପ୍‌ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ। ଏହି ସମୟରେ ସେମାନେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେ। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମଡେଲର ସଫଳତାରେ ଅତିଷ୍ଠ ହୋଇ କେମିତି ସିସୋଦିଆ ଓ ଜୈନଙ୍କୁ ଗିରଫ କରିଛନ୍ତି, ସେକଥା ଲୋକଙ୍କୁ ବୁଝାଇବେ ବୋଲି କେଜ୍ରିୱାଲ ପରାମର୍ଶ ଦେଇଛନ୍ତି।
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀ  ବିବାଦ ଘେରରେ ଥିଲେ।
ସୂଚନା ଅନୁଯାୟୀ, ସିବିଆଇ ଦ୍ୱାରା ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ଜାମିନ ନିମନ୍ତେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଆବେଦନରେ ସିସୋଦିଆ ତାଙ୍କ ଗିରଫକୁ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରୁଥିବା ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାକୁ ନେଇ ସିଧା ସୁପ୍ରିମକୋର୍ଟ ଆସିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଜାମିନ ନିମନ୍ତେ ଉଚ୍ଚନ୍ୟାୟାଳୟରେ ମଧ୍ୟ ଅପିଲ କରିପାରିଥାନ୍ତେ ବୋଲି କହିଥିଲେ। ଏହାର ଜବାବରେ ଆମଆଦମୀ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କହିଥିବା ବେଳେ ଏବେ ଜାମିନ ଲାଗି ହାଇକୋର୍ଟରେ ପିଟିସନ ଦାୟର କରାଯିବ ବୋଲି କହିଥିଲେ।
ଦିଲ୍ଲୀରେ ଅପରେସନ୍‌ ଲୋଟସ୍‌ ବିଫଳ, ବିଧାୟକଙ୍କୁ ଦିଆଯାଇଥିଲା ୫ କୋଟିର ଅଫର୍‌: ଆପ୍‌
ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ ପରଠାରୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଦିଲ୍ଲୀରେ ଅପରେସନ ଲୋଟସ୍‌ ବିଫଳ ହୋଇଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି। ବିଜେପି ସରକାର ଭାଙ୍ଗିବା ଲାଗି ଉଦ୍ୟମ କରିଥିଲା। ସରକାର ଭାଙ୍ଗିବା ପାଇଁ ଆପ୍ ବିଧାୟକଙ୍କୁ ୫ କୋଟି ଲେଖାଏଁ  ଅଫର ଦିଆଯାଇଥିଲା। ତେବେ ବିଜେପିର ଏହି ଅଭିଯାନ ସଫଳ ହୋଇପାରି ନ ଥିଲା ବୋଲି ଆପ୍‌ ପ୍ରବକ୍ତା ସୌରଭ ଭରଦ୍ବାଜ କହିଛନ୍ତି। ଏହାର ଭିଡିଓ ପ୍ରମାଣ ମଧ୍ୟ ରହିଛି। ଖୁବଶୀଘ୍ର ଏହାକୁ ଜାରି କରାଯିବ। ଦିଲ୍ଲୀ ସରକାର ଭାଙ୍ଗିବାକୁ ଚାହୁଁଥିବାରୁ ସିସୋଦିଆଙ୍କ ଘରେ ଚଢ଼ଉ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ ଅଭିଯୋଗ ଲଗାଇ ଥିଲେ।
ସେ ସୋମବାର ଗୁଜୁରାଟରେ କହିଥିଲେ ଯେ ବିଜେପି ଆମ ନେତାଙ୍କୁ କିଣିବାକୁ ପ୍ରୟାସ କରୁଛି। କିନ୍ତୁ ଏହା ବିଫଳ ହୋଇଯାଇଛି। ସିବିଆଇ-ଇଡି ଦୁର୍ନୀତି ବିରୋଧୀ ଯାଞ୍ଚ ନୁହେଁ, ବରଂ ସରକାରୀ ଭାଙ୍ଗିବା ପାଇଁ ଚଢ଼ଉ କରୁଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଭଳି ଦିଲ୍ଲୀ ସରକାର ମଧ୍ୟ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ ହେଉଛି। କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଏହି ମାମଲାରେ ୧୦ ଦିନ ଭିତରେ ସିସୋଦିଆଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ସିବିଆଇ ଉପରେ ଚାପ ପକାଯାଉଛି। ୨ରୁ ତିନି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସିବିଆଇ ଚଢ଼ଉ ପରେ ମନୀଷ ସିସୋଦିଆଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା ଜାରି ରହିଛି। ସିସୋଦିଆ କହିଥିଲେ ଯେ ଆପ୍‌କୁ ଭାଙ୍ଗିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ସମସ୍ତ ମାମଲା ମଧ୍ୟ ପ୍ରତ୍ୟାହାର କରି ଦିଆଯିବ।