tukuni sahu - The Sakala

ନୂଆପଡ଼ା ଉପନିର୍ବାଚନ: କିଭଳି ହୋଇଥିଲା ଅନିୟମିତତା, ଗୋଟି ଗୋଟି କରି କହିଲା ବିଜେଡ଼ି
ଭୁବନେଶ୍ବର: ଯାହା ଯାହା ବିଜେଡି CEOଙ୍କ ପାଖରେ ଅଭିଯୋଗ କରିଥିଲା ତାହା ଗଣମାଧ୍ୟମରେ ପରିବେଷଣ କରାଯାଇଥିବାରୁ ବିଜେଡ଼ି ଧନ୍ୟବାଦ ଜଣାଇଛି। ଏଥିସହ ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ବିଜେଡ଼ି ବର୍ଷିଛି। ଭୋଟ ଚୋରି ଅଭିଯୋଗ ସହ, ସରକାରୀ କଳର ଅପବ୍ୟବହାରକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତେବେ ନିର୍ବାଚନର ପ୍ରହସନ କାହିଁକି ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଅଭିଯୋଗ ଥିଲା- ମହିଳାମାନଙ୍କୁ ଶାଢ଼ୀ ଟଙ୍କା ବଣ୍ଟନ, ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘରେ ବିନା ୱାରେଣ୍ଟ ସର୍ଚ୍ଚ, ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରେଡ, କୋରାପୁଟ ବିଜେପି ବିଧାୟକଙ୍କ PSO ଗୁଳି ଚଳାଇଲେ, ଜାଣିଶୁଣି ନବୀନ ପଟ୍ଟନାୟକଙ୍କ ବିମାନ ଉଡାଣ ବିଳମ୍ବ କରାଗଲା, ମତଦାନ କେନ୍ଦ୍ର ଆଗରେ ବିଜେପି ତମ୍ବୁ ବାନ୍ଧି ଭୋଟରଙ୍କୁ ପ୍ରଭାବିତ କରୁଥିଲେ, ସ୍କୁଲରେ ମନ୍ତ୍ରୀଙ୍କ ସଭା, ଛତିଶଗଡ ଅପରାଧୀଙ୍କୁ ଆଣି ଲୋକଙ୍କୁ ଭୟଭୀତ କଲେ, ମୁଖ୍ୟମନ୍ତ୍ରୀ ରାସ୍ତା ଅବରୋଧ କରି କିପରି ସଭା କରୁଥିଲେ। ଏତେ ଇର୍ଷା ଯେ ବିଜେଡି ପୋଷ୍ଟର ଲାଗିଲେ, ତାକୁ ବୁଲି ବୁଲି ନଷ୍ଟ କଲେ। ଛତିଶଗଡରୁ ଅସାମାଜିକ ଲୋକଙ୍କ ଦ୍ୱାରା ଲୋକଙ୍କୁ ଭୟଭୀତ କରୁଥିଲେ। ସାଇଲେଣ୍ଟ ପିରିଅଡରେ ବିଜେପି ନେତା ବୁଲିବା କଥା ଜିଲ୍ଲାପାଳ, CEO ଦେଖି ବି ନିରବ ରହିଲେ। ବିଜେପି ଛତିଶଗଡ, ମଧ୍ୟ ପ୍ରଦେଶ, ଗୁଜୁରାଟରୁ ନେତା ଆଣିଥିଲେ। ସେମାନେ ଓ ବିଜେପି ନେତା ରହି ଟଙ୍କା ବାଣ୍ଟିଲେ।

ବିଜେଡି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆଚରଣ ବିଧି ମାନିଛି। ବିଜେପି ନେତାଙ୍କ ଗାଡି ସର୍ଚ୍ଚ ନ କରି ଟଙ୍କା ବାଣ୍ଟିବାରେ ସରକାରୀ କର୍ମଚାରୀ ସାହାଯ୍ୟ କରୁଥିଲେ। ବିଜେଡି କର୍ମୀ ଅଭିଯୋଗ କଲେ, ତାଙ୍କୁ ମିଛ ମାମଲାରେ ପୋଲିସ ଧରୁଥିଲା। ସରକାରୀ କଳ ବିଜେପି ପାଇଁ କାମ କରୁଥିଲା। EVM ଗୋଟେ ଟ୍ରକରେ ଗଞ୍ଜାମରୁ ଆସିଥିଲା। ଜିଲ୍ଲାପାଳ ତାକୁ ଷ୍ଟ୍ରଙ୍ଗ ରୁମ ବଦଳରେ ଅନ୍ୟ କେଉଁଠି ରଖିଥିଲେ। ଯେଉଁ EVM ବ୍ୟବହାର ହେଲା, ଯେଉଁଥିରେ ଭୋଟ ଦେଲେ ବି ବିଜେପିକୁ ଯାଉଥିଲା। ବିଜେପି କର୍ମୀ ବୁଥରେ ପଶି ବିଜେଡି ଏଜେଣ୍ଟଙ୍କୁ ଧମାକାଉଥିଲେ।

କୋମନାରେ ମହିଳା ଭୋଟରଙ୍କ ଭୋଟ ବିଜେପି କର୍ମୀ ଦେଇ ଦେଇଥିଲେ। ହେଲେ ଆମର ବିଶ୍ୱାସ, ନୂଆପଡା ଲୋକଙ୍କ ନବୀନ ପଟ୍ଟନାୟକଙ୍କ ଉପରେ ଭଲ ପାଇବା ଅଛି। ସେମାନେ ବହୁ ମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି। ଯଦି EVM ଜାଲିଆତି ହୋଇଛି, ତାହା କିଛି ଦିନରେ ଜଣା ପଡିଯିବ। ଲୋକ କ୍ଷମା ଦେବେନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ନୂଆପଡାରେ ନିର୍ବାଚନୀ ଅନିୟମିତତା ହେଲା । ଯେମିତି ଆଚରଣ ଵିଧି ମାନିବା କଥା, ହେଲାନି। ବିଜେଡିକୁ ସରକାରୀ ଅଫିସର ଆକ୍ଷେପ କରୁଥିଲେ। ସେମାନେ ବିଜେପି ଏଜେଣ୍ଟ ଭାବେ କାମ କରୁଥିଲେ। ବୁଥର 100 ମିଟର ଭିତରେ ନିର୍ବାଚନ ଚିହ୍ନ ବ୍ୟବହାର କରି ପାରିବେ ନାହିଁ। ହେଲେ ବିଜେପି ତାହା କଲା। ପ୍ରତି ବିଜେଡି ନେତାଙ୍କୁ ଟାର୍ଗେଟ କରି ହଇରାଣ କରାଯାଇଥିଲା। ଯଦି ସରକାରୀ କଳ ଲଗାଇ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ତାହା ବିଜୟ ନୁହେଁ। ଲୋକେ ଆଜି ବି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି। ସେ ବିକାଶ କରିଛନ୍ତି। 16 ମାସରେ ବିଜେପି ସରକାର କିଛି କଲେନି। ନିର୍ବାଚନ କମିଶନ ଆଇନଗତ ଦିଗରେ କାମ କରନ୍ତୁ। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ନିର୍ବାଚନର ପ୍ରହସନ କାହିଁକି? ଏହା ନିନ୍ଦନୀୟ। ଏହାକୁ ଭଗବାନ କ୍ଷମା ଦେବେନି ବୋଲି ବିଜେଡି PAC ସଦସ୍ୟ ଟୁକୁନି ସାହୁ କହିଛନ୍ତି।

ଗାଡି ନମ୍ବର OD- 26-C- 2222। ଏହି ଘରୋଇ ଗାଡିରେ EVM ଅଛି। ଗଞ୍ଜାମରୁ ଟ୍ରକରେ EVM ଆସିଥିବା CEO ପାଖରେ ବିଜେଡି ଅଭିଯୋଗ କରିଥିଲେ। ଯାହାକୁ ଖଣ୍ଡନ କରିଥିଲେ CEO। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଦେଇଛି ବିଜେଡ଼ି। ଏ ଲୋକ କିଏ ବୋଲି ପ୍ରଶ୍ନ କରିଛି ବିଜେଡ଼ି। ସେ ତ ସରକାରୀ ଅଧିକାରୀ ନୁହେଁ। EVM ନେବାର ଅନୁମତି ପତ୍ର କାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଚୋର ଓ ପୋଲିସ ଗୋଟେ ଦଳକୁ ପଳେଇଲେ। ଆଉ କେମିତି ଚୋରକୁ ଧରିବେ। IG ହିମାଂଶୁ ଲାଲ ଛୁଟି ନେଇ ପରିବାର ଛାଡି ନୂଆପଡା ଗଲେ। ପୋଲିସର କର୍ଡନରେ ଟଙ୍କା ବଣ୍ଟନ, EVM ବୁଲା ପାଇଁ ସେ ଏକ ରୁମରୁ ମନିଟରିଂ କରାଯିବ। ତାଙ୍କୁ ଲୋଭ ଦିଆଯାଇଛି ଡିଜିପି କରିବାକୁ। ଗତକାଲି ନିର୍ବାଚନ ସମୟରେ ଗଣତନ୍ତ୍ରକୁ ଗଳା ଚାପି ହତ୍ୟା କରାଗଲା। ଲୋକମତ EVM ରେ ପଡିବା ଆଗରୁ ସଭାସମିତିରୁ ଜଣା ପଡେ। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ ଲୋକ ନଥିଲେ। ବଳକା ଖାଦ୍ୟ ଖାଇ ଗାଈ ମଲେ। ମନମୋହନ ସାମଲଙ୍କ କାର୍ଯ୍ୟକ୍ରମରେ ୨୦ ଲୋକ ଥିଲେ। ହେଲେ ନବୀନ ପଟ୍ଟନାୟକଙ୍କ କୋମନା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ରହିଲେ।

ଗୁଇନ୍ଦା ରିପୋର୍ଟ ଗଲା ଯେ, କୋମନା ବିଜେଡି ଦଖଲରେ ଅଛି। ସରକାର ଆରମ୍ଭ କଲେ ଅପରେସନ। ଯେଉଁ ବୁଥରେ ବିଜେଡି ଭଲ ଭୋଟ ପାଇଥାନ୍ତା, ସେଠି EVM ଖରାପ ବାହାରିଲା ।  ନୂଆପଡା ଲୋକ କହିଲେ ବିଜେପି ଟଙ୍କା ବାଣ୍ଟୁଛି। ବିଜଡ଼ି ଥାନାକୁ ଜଣାଇଲା। ହେଲେ ବିଜେଡି ନେତା ଗିରଫ ହେଲେ। ନିର୍ବାଚନର କଣ ଆବଶ୍ୟକ ଥିଲା ଯେତେବେଳେ ଗଣତନ୍ତ୍ରକୁ ହତ୍ୟା କରାଗଲା.। ବିଜେପି ମାଡିମୋକାଚି ନିଜ ଆଡ଼କୁ ଭୋଟ ନେବାକୁ କାମ କଲେ। ସରକାରୀ ଅଧିକାରୀ ବିଜେପି ଚିରୁକୁଟି ବାଣ୍ଟିଲେ। ପ୍ରଶାସନ ସରକାରଙ୍କ ପୋଷା ଶୁଆ ପାଲଟି ଗଲା। ଗଣତନ୍ତ୍ରକୁ ବଞ୍ଚାଇବାକୁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ସମୟରେ ଫଳାଫଳ ଆସିବ। ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଜବାବ ଦେବେ। ବିଜେପି ଭିତରେ ଭୟ ଭରି ଯାଇଛି ବୋଲି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି।

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡ଼ଭାଇଜରୀ, ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଥିବାରୁ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିଛି।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ଓବିସି ସେଲ୍‌ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହିବା ସହିତ ବିଜୁ ମହିଳା ଜନତା ଦଳ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ।

ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ପ୍ରତ୍ୟେକ କ୍ଷେତ୍ରରେ ଚରମ ଅବହେଳା କରୁଥିବାରୁ, ଓଡିଶା ଆଜି ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ନିକଟରେ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜରୀରେ ଓଡିଶା ସମେତ ଭାରତର ୬ଟି ରାଜ୍ୟକୁ ଯିବାକୁ ସେମାନଙ୍କ ନାଗରିକ ମାନଙ୍କୁ ବାରଣ କରାଯାଇଛି। ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟାରେ ମହିଳା ମାନେ ଦୁଷ୍କର୍ମର ଶିକାର ହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବାରୁ, ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଅପବାଦ ଆଣିଛି। ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଓ ଏକ ବର୍ଷ ପୂର୍ତ୍ତିରେ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ସରକାରଙ୍କ ମୁହଁରେ ଏହା କାଳି ବୋଳି ଦେଇଛି ଓ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ ହୋଇଛି। ରାଜ୍ୟର ମନ୍ତ୍ରୀ ମାନେ ଟ୍ରମ୍ପଙ୍କ କଥାକୁ ପ୍ରତିବାଦ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀ ଏହାର ସଫେଇ ଦେବାର ଆବଶ୍ୟକତା ରହିଛି। ଟ୍ରମ୍ପଙ୍କ କଥାକୁ ବିଜେପି ସର୍ବଦା ଗୁରୁତ୍ୱ ଦେଇଆସୁଥିବା ବେଳେ ଏବେ ଏହି ଆଡ଼ଭାଇଜରୀକୁ ନେଇ କେନ୍ଦ୍ର ସରକାର ଚୁପ୍‌ କାହିଁକି? ରାଜ୍ୟରେ ଏକ ଦୁର୍ବଳ ସରକାର ଥିବାରୁ, ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଉଛନ୍ତି। ଏହାକୁ ନେଇ ବିଜୁ ଜନତା ଦଳ ଉଦ୍‌ବେଗ ପ୍ରକାଶ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଆସୁଛି। କିନ୍ତୁ, ସରକାର କେବଳ ଉତ୍ସବରେ ମାତିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ, ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଓ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ସ୍ଥାନ ପାଇବା ଓଡିଶା ପାଇଁ ଲଜ୍ଜାର ବିଷୟ।

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସା ସାଉଁଟି ଥିବାବେଳେ, ଏବେ ବିଜେପି ସରକାର ରାଜ୍ୟ ପାଇଁ ନିନ୍ଦା ଓ ଅପବାଦ ଆଣୁଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲା। ସେହିପରି ଦୁଇ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ଓ ଥରେ ଏସିଆନ ଆଥଲେଟିକ ଚାମ୍ପିୟାନସିପ ଆୟୋଜନ କରି ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା। ବିଧାନସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶ୍ୱେତପତ୍ର ଅନୁଯାୟୀ, ୨୦୨୪ରେ ୩୦୫୪ ଦୁଷ୍କର୍ମ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୮% ଅଧିକ। ଆଜି ଏକ ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା ବାବଦରେ ସରକାରୀ କର୍ମଚାରୀ ମାନେ ମଧ୍ୟ ଅବଗତ ନାହାନ୍ତି। ରାଜ୍ୟର ୯୫% ଲୋକ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି ବୋଲି ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପରାଗପଣିଆକୁ ପଦାରେ ପକାଇଛି।

ଟୁକୁନି ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କ ସମ୍ମାନ ବୃଦ୍ଧି ପାଇଁ ସେମାନଙ୍କୁ ସ୍ୱାବଲମ୍ୱୀ କରିବା ସହିତ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ ବିଦେଶ ଭ୍ରମଣ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ବିଜେପି ସରକାର ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜୁ ମହିଳା ଜନତା ଦଳ ତରଫରୁ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ।

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ପିଟିଲା ପିକଅପ୍ ଭ୍ୟାନ: ଗାଡିର ବ୍ୟାପକ କ୍ଷତି, ମନ୍ତ୍ରୀ ସାମାନ୍ୟ ଆହତ
ଟିଟିଲାଗଡ଼: ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ମନ୍ତ୍ରୀଙ୍କ ଗାଡିକୁ ପିଟିଲା ପିକଅପ୍ ଭ୍ୟାନ। ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ବ୍ୟାପକ କ୍ଷତି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମନ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ରେଳ ବିଭାଗରେ ନିୟୋଜିତ ଅଛି । ତେବେ ପିକଅପ୍ ଭ୍ୟାନ ଡ୍ରାଇଭର ପ୍ରବଳ ମଦ୍ୟପାନ କରି ଗାଡି ଚଲାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ସଇଁତଳା ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ଏକତରଫା ଭାବେ ଏଭଳି ଧର୍ମଘଟ ନ କରନ୍ତୁ ଘରୋଇ ବସ୍ ମାଲିକ ସଂଘ: ପରିବହନ ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ନ କରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି। ଜନ ସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂଜା ପାର୍ବଣ ସମୟରେ ଯାତ୍ରୀଙ୍କ ଅସୁବିଧା ନ ହେଉ, ବସମାଲିକ ସଂଘ ଏକ ତରଫା ନିଷ୍ପତ୍ତି ନ ନିଅନ୍ତୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅନୁରୋଧ କରିଛନ୍ତି। ସରକାରଙ୍କ ସହ ଆଲୋଚନା କରି ବସ୍ ମାଲିକ ସଂଘର ଧର୍ମଘଟ ନ କରିବା ଉଚିତ। ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଅଛି । ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ମୋର ଆଶା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଏକତରଫା ଭାବେ ଏଭଳି ଧର୍ମଘଟ ବସ୍ ମାଲିକ ସଂଘ ନ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଲକ୍ଷ୍ମୀ ବସ୍ ଯେପରି ଚାଲିଛି ସେ ପରି ଚାଲିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ମହାନଦୀ ଜଳ ବିବାଦ: ସମାଧାନ ପାଇଁ ସମସ୍ତଙ୍କର ସହଯୋଗ ଲୋଡିଲେ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି । ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳ କାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ। ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ । ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ । ଛତିଶଗଡ ସରକାରଙ୍କ ଯୋଗୁ ଅଣ ମୌସୁମୀରେ ଓଡ଼ିଶା ପଟକୁ ଜଳ ଆସୁନି। ବଡ଼ ବଡ଼ ବାରେଜ କରି ଛତିଶଗଡ ଜଳ ଅବରୋଧ କରୁଛି। ୨୭.୪୮ ଏକର ଫୁଟ ଜଳ ବ୍ୟବହାର କରୁଛି ଛତିଶଗଡ। ଓଡ଼ିଶାକୁ ଅଣ ମୌସୁମୀରେ ୨ ନିୟୁତ ଏକର ଫୁଟ ଜଳ ଦେବା ପାଇଁ ଛତିଶଗଡ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ଯକାରୀ ହେଉନି। ଏବେ ଜଳ ବିବାଦ ଟ୍ରିବୁନାଲରେ ବିଚାରଧୀନ ଅଛି।

ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାଲିମେଳା ଗ୍ରସ୍ତ
ବାଲିମେଳା :ମାଲକାନଗିରି ଜିଲ୍ଲା ବାଲିମେଳା ପୋଟେରୁ ଜଳ ସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଘା ଲିଫ୍ଟକୁ ଅଚାନକ ଗ୍ରସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଚାନକ ଗ୍ରସ୍ତ କରି ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟରେଜକୁ ଯାଇ ସେଠାରେ ଥିବା ଦୁଇଟି କେନାଲ ଗମ୍ଫାକୋଣ୍ଡା ଓ ତମସା କେନାଲର ଅନୁଧ୍ୟାନ କରିଥିଲେ। ଏହି ସମୟରେ ପୋଟେରୁ ଜଳ ସେଚନ ବିଭାଗର ବିଭାଗୀୟ ଜନ୍ତ୍ରୀ ମାନଙ୍କ ସହ ଜଳ ସେଚନ ଓ ଚାଷୀଙ୍କ ଫସଲ ଉତପାଦନ ଉପରେ ଆଲୋଚନା କରିଥିଲେ ଆଲୋଚନା ମଧ୍ୟରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ପଚାରିଥିଲେ ଯେ କେଉଁ ସବୁ ଅଞ୍ଚଳ ଗୁଡିକୁ ଜଳ ସେଚନ କରାଯାଉଛି ଓ କିଭଳି ସମସ୍ୟା ଅଛି ଏହା ଉପରେ ଆଲୋକପାତ କରିଥିଲେ।

ଏଥିସହ ମେଘାଲିଫ୍ଟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଅଧିକାରୀ ମନ୍ତ୍ରୀଙ୍କୁ ଜଣାଇ ଥିଲେ ଯେ ଏହି ପ୍ରକଳ୍ପ ମାଧ୍ୟମରେ ୨୮ ଟି ଗ୍ରାମ ଯଥା ୫୨୦୦ ହେକ୍ଟର ଚାଷଜମି ରେ ଉଠା ଜଳ ସେଚନ ହୋଇପାରିବ ବା ୨୮ ଗ୍ରାମର ଚାଷୀ ଉପକୃତ ହୋଇପାରିବେ। ଏଥିସହିତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବାଲିମେଳ ସ୍ଥିତ ୮୮ ବାଟାଲିୟନ ସୀମାସୁରକ୍ଷା ବାହିନୀର କମାଣ୍ଡେଣ୍ଟ ଭିନୋଦ ସାରିନ ମନ୍ତ୍ରୀଙ୍କୁ ଜାଣିଥିଲେ ଯେ ଚିତ୍ରକୋଣ୍ଡାର ସ୍ଵାଭିମାନ ଅଞ୍ଚଳରେ ପେଟ୍ରୋଲିଂ ନିମନ୍ତେ ବାଲିମେଳା ଜଳଭଣ୍ଡାରରେ ମଟର ବୋଟର ଅବଶ୍ୟକତାକୁ ଜଣାଇଥିଲେ ଏବଂ ବାଲିମେଳା ବାସିନ୍ଦାଙ୍କ ଦ୍ଵାରା ବାଲିମେଳାରୁ କଟକ ଭାୟା ରାୟଗଡା ଓ ଗଞ୍ଜାମର ଭଞ୍ଜନଗର ଏବଂ ଆସିକା ନିମନ୍ତେ ହାଇଟେକ ବସର ଅବଶ୍ୟକ ବୋଲି କହି ଏକ ଦାବିପତ୍ର ଦେଇଥିଲେ।

ଏହି ଗ୍ରସ୍ତ ସମୟରେ ମାଲକାନଗିରି ଜିଲାପାଲ ବିଶାଳ ସିଂ ,ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଜନ୍ତ୍ରୀ ଚନ୍ଦ୍ର ଶେଖର ମିଶ୍ର, ପୋଟେରୁ ଅଧିକ୍ଷଣ ଜନ୍ତ୍ରୀ ଅଭିରାମ ବେହୁରିୟା ଓ ଅନ୍ୟ ବିଭାଜନର ଜନ୍ତ୍ରୀ ସ୍ଥାନୀୟ ଜନ୍ତ୍ରୀ ଉପସ୍ଥିତ ଥିଲେ । ଏଥିସହ ଉଠା ଜଳସେଚନନ ପ୍ରକଳ୍ପର ନିର୍ବାହୀ ଜନ୍ତ୍ରୀ ବିକାଶ ପ୍ରଧାନ ଓ ତାଙ୍କ କର୍ମଚାରୀ ଉପସ୍ଥିତ ଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲେକ୍ସିଅସ କିସପୋଟାଙ୍କ ନିରୀକ୍ଷଣରେ ସୁରକ୍ଷା କଡାକଡି କରଯାଇଥିଲା ।

ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି, ସ୍କ୍ରାପ ହେବ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଗାଡ଼ି
ଭୁବନେଶ୍ୱର: ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନ ଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ। କେଉଁ କେଉଁ ଗାଡ଼ି ହଟିବ ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୨୦୨୩ ମାର୍ଚ୍ଚ ସୁଦ୍ଧା ପୁରୁଣା ଗାଡ଼ି ହଟାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ  ଓ ସ୍କୁଟର ରହିଛି। ୧୨ ଲକ୍ଷ ୯୯ ହଜାର ୩୫୧ଟି ବାଇକ/ସ୍କୁଟର ସ୍କ୍ରାପିଂ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

୫୦ଲକ୍ଷ ବ୍ୟୟରେ ରାଜ୍ୟର ପ୍ରତି ବ୍ଲକ୍‌ରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ
ଭୁବନେଶ୍ବର : ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ଅଟକଳ ମୂଲ୍ୟ ୫୦ଲକ୍ଷ ଟଙ୍କା ରହିଛି ବୋଲି ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।  ବିଧାନସଭାରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳା ମାନଙ୍କ ବିକାଶ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ ଲକ୍ଷ ୨ହଜାର ୧୩ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି। ପ୍ରତି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟାଳୟ ଖୋଲିଲେ ମହିଳାମାନେ ଉପକୃତ ହେବେ ।

ମନ୍ତ୍ରୀ ଟୁକୁନି ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ବିଶେଷ କରି ମହିଳାଙ୍କ ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆର୍ଥିକ ସହାୟତା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀ ମାନଙ୍କୁ ୧୫ ହଜାର ଓ ଡିଜିଟାଲ ଶସକ୍ତିକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି । ସେହିପରି ୩୩୮ ଗୋଟି ମହସଂଘ ଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି ।

ସେହିପରି ମନ୍ତ୍ରୀ କହିଛନ୍ତି ଏହାସହ ମିଶନ ଶକ୍ତିରେ ଋଣ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦ ୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।