PWC Report - The Sakala

ପିଡବ୍ଲ୍ୟୁସି ଇଣ୍ଡିଆ ରିପୋର୍ଟ: ଚାକିରି ବଦଳାଇବାକୁ ଚାହୁଁଛନ୍ତି ୩୦%ରୁ ଅଧିକ ଭାରତୀୟ କର୍ମଚାରୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ବ ମାନ୍ଦାବସ୍ଥା ପ୍ରଭାବରେ ବିଶ୍ବରେ ଅଧିକାଂଶ ବଡ଼ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଦେଶର ୩୦ ପ୍ରତିଶତରୁ ଅଧିକ କର୍ମଚାରୀ ଚାକିରି ବଦଳାଇବାକୁ ଚାହୁଁଥିବା ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ କୁହାଯାଇଛି।

ଏଥିରେ ୭୧ ପ୍ରତିଶତ କର୍ମଚାରୀଙ୍କ ବିଶ୍ବାସ ହେଉଛି ସେମାନଙ୍କ କ୍ୟାରିଅରରେ ଆଗକୁ ବଢିବାକୁ ଦିଆଯାଉନାହିଁ। ଗତ କିଛି ବର୍ଷ ମଧ୍ୟରେ ଭାରତର କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ପଦ୍ଧତିରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଏହି ରିପୋର୍ଟ ପିଡବ୍ଲ୍ୟୁସିର ‘ଗ୍ଲୋବାଲ୍ ୱାର୍କଫୋର୍ସ ହୋପ୍ ଏବଂ ଫିୟର୍ସ ସର୍ଭେ ୨୦୨୨’ ର ଅନୁସନ୍ଧାନ ଉପରେ ଆଧାରିତ। ଏହି ସର୍ଭେରେ ଭାରତର ୨,୬୦୮ କର୍ମଚାରୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ହେଉଛନ୍ତି ସ୍ଥାୟୀ କର୍ମଚାରୀ। ସର୍ଭେରେ ୩୪ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ, ଭବିଷ୍ୟତରେ ସେମାନେ ଚାକିରି ବଦଳାଇବାର ସମ୍ଭାବନା ଅଧିକ। ସର୍ବଭାରତୀୟ ସ୍ତରରେ ୧୯ ପ୍ରତିଶତ କର୍ମଚାରୀ ଏହି ମତ ଦେଇଛନ୍ତି।

ଏହା ବ୍ୟତୀତ ୩୨ ପ୍ରତିଶତ କର୍ମଚାରୀ ମଧ୍ୟ ଚାକିରି ଛାଡିବାକୁ ଯୋଜନା କରଥିବା ନେଇ ସୂଚନା ଦେଇଛନ୍ତି। ଯେତେବେଳେ କି, ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା କର୍ମଚାରୀମାନେ ଏକ ନୂତନ ଚାକିରି ଖୋଜିବାର ସମ୍ଭାବନା ଅଧିକ ଥିବା ସର୍ଭେରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩୭ ପ୍ରତିଶତ ସୂଚାଇ ଦେଇଛନ୍ତି ଯେ ସେମାନେ ଆସନ୍ତା ଏକ ବର୍ଷରେ ନିଯୁକ୍ତି କ୍ଷେତ୍ର ପରିବର୍ତ୍ତନ କରିପାରନ୍ତି। ସର୍ବେକ୍ଷଣ ଅନୁଯାୟୀ, ୧୯୯୦ ଦଶକର ଶେଷ ଭାଗ ଏବଂ ୨୦୧୦ ଦଶକ ପ୍ରାରମ୍ଭ ଭାଗରୁ ଜନ୍ମ ହୋଇଥିବା କର୍ମଚାରୀମାନେ ଚାକିରି ଛାଡିବାର ସମ୍ଭାବନା କମ୍ ଥିବା ସର୍ଭେରେ ଦର୍ଶାଯାଇଛି।