dengue in bbsr - The Sakala

ରାଜଧାନୀରେ ଡେଙ୍ଗୁ ଆତଙ୍କ: ୧୯୦୦ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ଥମିବାର ନାମ ନେଉନାହିଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ୨୪୦୮ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି। ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ ପାର କରିଛି। ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ  ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରେଡ଼ ଯୋନରେ ଖୋର୍ଦ୍ଧା, ଭୁବନେଶ୍ୱର ପାଲଟିଛି ହଟସ୍ପଟ। ସବୁ ଆଗୁଆ ପଦକ୍ଷେପ ସତ୍ତ୍ୱେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ। ସାପ୍ତାହିକ ଗୁରୁବାର ଓ ରବିବାର ଦୁଇ ଦିନିଆ ଡ୍ରାଏ ଡେ’ ପାଳନ ଓ ସଚେତନତା ଶୋଭାଯାତ୍ରା ସହ ଉଦ୍ୟମ ଚାଲିଛି।

ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ ସ୍ଥିତି : ବଢୁଛନ୍ତି ରୋଗୀ, ମେଡିକାଲରେ ପ୍ଲେଟଲେଟ୍‍ ଓ ଶଯ୍ୟା ଅଭାବ
ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରରୁ ପ୍ରବଳ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଗଣ୍ଟାରେ ଚିହ୍ନଟ ୧୩୯ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରୁ ୧୩୫ ଜଣ ଡେଙ୍ଗୁ ରୋଗୀ ରହିଥିବା ବେଳେ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଏପରି ସ୍ଥିତିରେ କ୍ୟାପିଟାଲ ହସ୍‍ପିଟାଲରେ ଶଯ୍ୟା ଅଭାବ ଦେଖାଦେଲାଣି। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ଘଟଣା ନଜରକୁ ଆସିଛି। ଆର୍ଥିକ ସ୍ୱଚ୍ଛଳ ଲୋକେ ଘରୋଇ ଡାକ୍ତରଖାନାକୁ ଯାଉଥିବା ବେଳେ ଅଭାବୀ ଲୋକେ ଛଟପଟ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଚିନ୍ତାଜନକ ଥିବା କ୍ୟାପିଟାଲ ହସ୍‍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ରୋଗୀଙ୍କ ସଂଖ୍ୟାକୁ ଦେଖି ଶଯ୍ୟା ସଂଖ୍ୟା ବଢାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ସମ୍ପ୍ରତି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍‍ ସଂଖ୍ୟା ୧୯୨୬ରେ ପହଞ୍ଚିଲାଣି।

ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଗତ ଚାରିମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଫେଇ ଗାଡ଼ିରେ ମାଇକ୍‍ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି, ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରାଯାଉଛି। ବସ୍ତିରେ ସଚେତନତା ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଅଳିଆପାହାଡ଼ ଗଦା ହେଉଛି। କିଛି ଦିନ ହେଲା ସଫେଇକୁ ନେଇ ଜଟିଳ ପରିସ୍ଥିତି ଦେଖା ଦେଇଥିବା ବେଳେ ସଫେଇ କର୍ମଚାରୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ସମ୍ଭବ ହେଉ ନାହିଁ। ବର୍ଷା ଋତୁ ଏବଂ ଏବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ବର୍ଷ ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଆଉ ଏହି ସୁଯୋଗରେ ସଫା ପାଣିରେ ଏଡିସ୍‍ ମଶା ବେଶ୍‍ ଭଲ ଭାବେ ବଂଶ ବିସ୍ତାର କରୁଛି। ଦିନ ବେଳା ଏଡିସ୍‍ ମଶାର ଦଂଶନ ଡେଙ୍ଗୁ ରୋଗୀ ବୃଦ୍ଧି କରୁଛି।

ଏହା ଛଡ଼ା ରାଜଧାନୀରେ ନିର୍ମାଣ କାମ ଜୋର୍‌ସୋରରେ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଛି। କିଛି ସୌଖୀନ ଲୋକ ଘର ଭିତରେ ଓ ଛାତ ଉପରେ କୁଣ୍ଡରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଉଛନ୍ତି। ଏହା ମଧ୍ୟ ମଶାଙ୍କ ପାଇଁ ଏକ ନିରାପଦ ସ୍ଥାନ ପ୍ରମାଣିତ ହେଉଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ଘର ଆଖପାଖରେ ଲତାବୁଦା ସଫା କରିବା ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଏଭଳି ଦାୟିତ୍ୱହୀନତା ଡେଙ୍ଗୁ ବଢାଉଛି।

ଭୁବନେଶ୍ୱରରେ ହୁ ହୁ ହୋଇ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଗୋଟିଏ ଦିନରେ ଚିହ୍ନଟ ହେଲେ ୩୨ ଡେଙ୍ଗୁ ରୋଗୀ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୭୬୭ ରୋଗୀ ରହିଛନ୍ତି। ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ  ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଗତକାଲି ଅର୍ଥାତ ୨୨ ତାରିଖରେ କେବଳ ଭୁବନେଶ୍ବର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି।

ସେପଟେ ଭୁବନେଶ୍ବର ୟୁନିଟ୍‌-୯ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଘରେ ଘରେ ଜର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ। ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି ।

ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍‌ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଉଛି । ବିଏମ୍‌ସି ପକ୍ଷରୁ କରାଯାଉଥିବା ସଚେତନତା କିଛି କାମ ଦେଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।