Sweta Utkal Kumari - The Sakala

ଶ୍ୱେତା ଆତ୍ମହତ୍ୟା ମାମଲା : ଭାଇରାଲ ହେଲା ଆଉ ଏକ ହ୍ୱାଟ୍‍ସଆପ୍‍ ଚାଟ୍‌, ସୌମ୍ୟଜିତ୍‍କୁ ଧରିବାକୁ ଭୁବନେଶ୍ୱର ବାହାରେ ଦୁଇଟି ଟିମ୍‍
ଭୁବନେଶ୍ୱର : ଶ୍ୱେତା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଶ୍ୱେତାଙ୍କର ଗୋଟିଏ ପରେ ଗୋଟିଏ ହ୍ୱାଟ୍ସଆପ୍‍ ଚାଟ ଭାଇରାଲ ହେବା ପରେ ସୌମ୍ୟଜିତଙ୍କ ଚରିତ୍ରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଜଣେ ଯୁବତୀଙ୍କ ସହ ଶ୍ୱେତାଙ୍କର ହ୍ୱାଟ୍‍ସଆପ୍‍ ବାର୍ତ୍ତାଳାପ ଭାଇରାଲ ହେବା ପରେ ସୌମ୍ୟଜିତ୍‍ ଯେ ଟଙ୍କା ପାଇଁ ଏକାଧିକ ଯୁବତୀଙ୍କୁ ଫସାଉଥିଲେ ତାହା ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ହ୍ୱାଟ୍‍ସଆପ୍‍ର ସତ୍ୟତା ନେଇ କେହି ସ୍ପଷ୍ଟ କରିନାହାନ୍ତି।

ଭାଇରାଲ୍‍ ହୋଇଥିବା ହ୍ୱାଟ୍‍ସଆପ ଚାଟ୍‍ ଅନୁସାରେ ଶ୍ୱେତା ଜଣେ ଯୁବତୀଙ୍କୁ ସୌମ୍ୟଜିତ୍‍ଙ୍କ ସମ୍ପର୍କରେ ସଚେତନ କରାଉଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ସୌମ୍ୟଜିତ୍‍ଙ୍କ ଫାସରେ ଫସିଯାଅନି। ପ୍ରଥମେ ସୌମ୍ୟଜିତ୍‍ ମିଠା କଥା କହି ଜାଲରେ ଫସେଇବ, ତୁମ ଗୁଣକୁ ନେଇ ପ୍ରଶଂସା କରିବ। ତା’ ପରେ ସମ୍ପର୍କ ନିବିଡ଼ କରିବାକୁ ଜାଲ ବୁଣିବ। ଏହା ପରେ ତୁମଠାରୁ ପଇସା ନେଇ ତୁମକୁ ଅଦରକାରୀ ଜିନିଷ ଭାବେ ଛାଡ଼ିଦେବ ବୋଲି ସମ୍ପୃକ୍ତ ଯୁବତୀଙ୍କୁ ହ୍ୱାଟ୍‍ସ ଆପ୍‍ ମେସେଜରେ ଚେତାଇଛନ୍ତି।

ଶ୍ୱେତାଙ୍କୁ ସୌମ୍ୟଜିତ୍‍ ନିର୍ଯାତନା ଦେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଶ୍ୱେତାଙ୍କୁ ସେ ଜବରଦସ୍ତି ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଜଣାପଡ଼ିଛି। ଚାକିରି ଛାଡ଼ିବା ପରେ ସୌମ୍ୟଜିତ୍‍ ଶ୍ୱେତାଙ୍କ ସହ ରହୁଥିଲେ। ଏହି ସମୟରେ ସେ ନିର୍ଯାତନା ଦେବା ସହ ଟଙ୍କା ଲୁଟି ନେଉଥିଲେ। ଏତିକିରେ ତାଙ୍କ ମନ ଭରିନଥିଲା। ଶ୍ୱେତା ଟଙ୍କା ଦେବା ବନ୍ଦ କରି ଦେବା ପରେ ଅନ୍ୟ ଯୁବତୀଙ୍କୁ ଫସାଇଥିଲେ। ଜଣେ ନୁହେଁ ଏକାଧିକ ଯୁବତୀଙ୍କ ସହ ସୌମ୍ୟ ସମ୍ପର୍କ ରଖିଥିବା ଶ୍ୱେତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଭଲ ପାଇବା ବାହାନାରେ ପ୍ରେମରେ ଫସାଇ ଟଙ୍କା ଲୁଟିବା ଥିଲା ସୌମ୍ୟଜିତ୍‍ଙ୍କ କାମ। ତେଣୁ ସୌମ୍ୟଜିତ୍‍ ଫସାଇଥିବା ଏକାଧିକ ଯୁବତୀଙ୍କୁ ସଚେତନ କରୁଥିଲେ ଶ୍ୱେତା।

ସୌମ୍ୟଜିତ୍‍ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ସାହାସ ଜୁଟାଇଥିଲେ ଶ୍ୱେତା। କିନ୍ତୁ ଥାନାକୁ ଗଲେ ସୌମ୍ୟଜିତ୍‍ଙ୍କ ନିକଟରେ ଥିବା ଅଶ୍ଲୀଳ ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ। ଯେଉଁଥି ପାଇଁ ଶ୍ୱେତା ଲୋକ ଲଜ୍ଜ୍ୟା ଭୟରେ ଥାନାକୁ ଯିବା ପାଇଁ ଡରିଥିଲେ। ଏକାଧିକ ଥର ସୌମ୍ୟଙ୍କୁ ଫୋନ୍‍ କରି ଶ୍ୱେତା ଭୁଲ୍‍ ମାଗି ତାଙ୍କ ସହ ରହିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୌମ୍ୟଜିତ୍‍ ତାଙ୍କ ଫୋନ୍‍ ଉଠାଉନଥିଲେ। ଯଦି ଉଠାଉଥିଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଚମକ ଦେଉଥିଲେ। ସୌମ୍ୟଜିତ୍‍ଙ୍କ ବିରୋଧରେ ପୁଲିସ ଏକାଧିକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିବା ପାଇଁ ୨ଟି ଟିମ୍‍ ଭୁବନେଶ୍ୱର ବାହାରକୁ ଯାଇଥିବା ଜଣାପଡ଼ିଛି। ସୌମ୍ୟଜିତ୍‍ ଗିରଫ ହେବା ପରେ ପୂରା ଘଟଣା ପଦାକୁ ଆସିବ ବୋଲି ପୁଲିସ କହିଛି।

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ଵାସରୁଦ୍ଧ ହୋଇ ଘଟିଛି ମୃତ୍ୟୁ ବେକ ବ୍ୟତୀତ ଶରୀର ର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ କିଛି ସମୟ ପରେ ଚନ୍ଦ୍ରଶେଖରପୁର ଥାନାରେ ପହଁଚିବ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଆଧାରରେ ଆଗେଇବ ତଦନ୍ତ ପ୍ରକ୍ରିୟା ସେପଟେ ଏଯାଏଁ ଥାନାରେ ହାଜର ହୋଇନାହାନ୍ତି ସୌମ୍ୟ ଓକିଲଙ୍କ ଜରିଆରେ ଆଉ କିଛି ସମୟ ମାଗିଥିବା ସୂଚନା । ଫର୍ମାଟି ହୋଇଥିବା ଶ୍ଵେତାଙ୍କ ଫୋନ ରିଟ୍ରାଇଭ ହୋଇଛି କଲରେକର୍ଡ଼, ଭିଡିଓ, ଫଟୋ ପୋଲିସ ହାତରେ ଲାଗିଛି । ହସ୍ତଗତ ତଥ୍ୟ ସମ୍ପର୍କରେ ସୌମ୍ୟଙ୍କୁ ପଚରାଉଚରା କରାଯିବ କମିଶନରେଟ ପୋଲିସ ସୂତ୍ରରୁ ସୂଚନା ।

ପୁଲିସ ହାତରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ସିଡ଼ିଆର ରିପୋର୍ଟ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ କରିଥିଲେ ଶ୍ୱେତା
ଭୁବନେଶ୍ବର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ପୁଲିସ ହାତରେ ଲାଗିଛି ଶ୍ଵେତା ଉତ୍କଳ କୁମାରୀଙ୍କ ମୋବାଇଲ ସିଡ଼ିଆର ରିପୋର୍ଟ। ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ ଶ୍ୱେତା। ରାତି ୧ ଟା ୩୦ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଶେଷ କଲ କରିଥିଲେ ଶ୍ୱେତା। କିନ୍ତୁ ଶ୍ଵେତାଙ୍କ କଲ ରିସିଭ କରିନଥିଲେ ସୌମ୍ୟଜିତ।

ଅନ୍ୟପଟେ ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ନୋଟିସ କରିଛି। ଫୋନ ଯୋଗେ ନୋଟିସ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ନୋଟିସ ପରେ ଆଜି ସୌମ୍ୟଜିତ ଥାନାରେ ହାଜର ହେବାନେଇ ପୁଲିସ କହିଥିବା ବେଳେ ସୌମ୍ୟଜିତ ଫେରାର ଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ସୌମ୍ୟଜିତ ତାଙ୍କ ସମ୍ବଳପୁର ସ୍ଥିତି ଘରୁ ଏକ ବୁଲେଟ ବାଇକରେ କେଉଁଆଡେ ଯାଉଥିବା ସିସିଟିଭି ଫୁଟେଜ୍‌ ଭାଇରାଲ ହେଉଛି ।

ତେବେ ପୁଲିସ କହିବା କଥା ସୌମ୍ୟଜିତ ଭୁବନେଶ୍ବର ଆସୁଥିବା କହିଛନ୍ତି। କିନ୍ତୁ ଏଯାଏଁ ସେ ଥାନାରେ ହାଜର ହୋଇନଥିବା ବେଳେ  ତାଙ୍କ ଫୋନ୍‌ ବର୍ତ୍ତମାନ ସୁଇଚଅଫ୍‌ ଆସୁଛି। ଏଣୁ ସେ ଏବେ କେଉଁଠି ଅଛନ୍ତି। ସେ ଫେରାର ହୋଇଛନ୍ତି ନା ଆଜି ପୁଲିସ ନିକଟରେ ହାଜର ହେବେ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।

ରହସ୍ୟ ଘେରରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ, ପୁରୁଷ ବନ୍ଧୁ ସୌମ୍ୟଙ୍କୁ ନୋଟିସ କଲା ପୁଲିସ
ଭୁବନେଶ୍ୱର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କୁ ତାଙ୍କ ପୁରୁଷବନ୍ଧୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ଆର୍ଥିକ ଶୋଷଣ କରୁଥିବା ନେଇ ଶ୍ୱେତାଙ୍କ ବାପା ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କ କିଛି ଫଟୋ, ଭିଡିଓକୁ ନେଇ ସୌମ୍ୟଜିତ ମହାପାତ୍ର ତାଙ୍କୁ ବ୍ଲାକ୍‍ମେଲିଂ କରି ଟଙ୍କା ଲୁଟୁଥିବାର ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ ଆଧାରରେ ପୁଲିସ ସୌମ୍ୟଜିତ୍‍ଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ମାତ୍ର ଏନେଇ ସୌମ୍ୟ ମୁହଁ ଖୋଲିନାହାନ୍ତି।

ଅନ୍ୟପଟରେ ଶ୍ୱେତାଙ୍କ ଡାଏରୀରୁ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ମୃତ୍ୟୁ ପୂର୍ବରୁ ଏହି ଡାଏରୀରେ ଶ୍ୱେତା ପ୍ରେମିକ ସୌମ୍ୟଜିତ୍‍ଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୌମ୍ୟଜିତଙ୍କୁ ସେ ଦୀର୍ଘଦିନ ହେବ ଭଲ ପାଉଥିଲେ ବୋଲି ଡାଏରୀରେ ଉଲ୍ଲେଖ ରହିଥିବା ପୁଲିସ କହିଛି। ଏହି ଡାଏରୀ ହାତକୁ ଆସିବା ପରେ ସୌମ୍ୟଜିତ୍‍ ଏବେ ପୁଲିସ ସ୍କାନରକୁଆସିଛନ୍ତି। ସେହିପରି ଶ୍ୱେତା ଏବଂ ପ୍ରେମିକ ସୌମ୍ୟଜିତ ମହାପାତ୍ରଙ୍କ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ ଭାଇରାଲ ହୋଇଛି। ଏଥିରେ ସୌମ୍ୟଜିତ ପ୍ରେମିକା ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବାର ଶୁଣିବାକୁ ମିଳୁଛି। ଅଡ଼ିଓରେ ସୋମ୍ୟଜିତ୍‍ଙ୍କ ବିରୋଧରେ ସୌମ୍ୟା କିଛି ଗୁରୁତର ଅଭିଯୋଗ ଆଣିଛନ୍ତି। ‘ତୁମେ ମୋ ସହିତ ଡାର୍ଟିି ଗେମ୍‍’ ଖେଳୁଛ ବୋଲି ଶ୍ୱେତା ଏଥିରେ କହୁଥିବା ଶୁଣାଯାଉଛି। ସେହିପରି ଜୀବନରୁ ଦୂରେଇ ଯିବାକୁ ସୌମ୍ୟଜିତ୍‍ ଶ୍ୱେତାଙ୍କୁ ଧମକ ଦେଉଥିବା ଏବଂ ଅନ୍ୟ ଜଣକୁ ଧରି ବୁଲିବାକୁ ମଧ୍ୟ କହୁଥିବା ଶୁଣାଯାଉଛି। ଏପରିକି ତାଙ୍କୁ ଫୋନ୍‍ ନ କରିବାକୁ ଓ ଥାନାକୁ ଗଲେ ବି କିଛି ଲାଭ ହେବ ନାହିଁ ବୋଲି କହୁଥିବା ମଧ୍ୟ ଶୁଣାଯାଉଛି।

ଶ୍ୱେତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ୱେତା-ସୌମ୍ୟଜିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରିକି କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା। ହେଲେ ସୌମ୍ୟଙ୍କ ପରିବାର ଲୋକେ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିବାରୁ ଏଥିରେ ଅରାଜି ହୋଇଥିଲେ ଶ୍ୱେତାଙ୍କ ବାପା। ପରେ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା। ଏପରିକି ସୌମ୍ୟଙ୍କ କଥାବାର୍ତ୍ତା ଠିକ୍‍ ନଥିଲା। ସେ ସବୁବେଳେ ପ୍ରେମିକା ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଜୋରଦାର କରୁଛି। ଖୁବ୍‍ ଶୀଘ୍ର ସୌମ୍ୟଜିତଙ୍କୁ ପଚରାଉଚରା କରିବ ପୁଲିସ।

ସେପଟେ ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ନୋଟିସ କରିଛି। ଫୋନ ଯୋଗେ ନୋଟିସ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ନୋଟିସ ପରେ ଆଜି ସୌମ୍ୟଜିତ ଥାନାରେ ହାଜର ହୋଇପାରନ୍ତି। ପୁଲିସ ଶ୍ଵେତାଙ୍କ ପରିବାର ଲୋକେ ସୌମ୍ୟଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ପଚରାଉଚୁରା କରିପାରନ୍ତି। ସୌମ୍ୟଜିତ ଶ୍ୱେତାଙ୍କୁ ଶାରୀରିକ, ମାନସିକ, ଓ ଆର୍ଥିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ମୃତ ଶ୍ୱେତାଙ୍କ ବାପା । ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପୁରୁଷ ବନ୍ଧୁ ଦାୟୀ ବୋଲି କହିଛନ୍ତି ଶ୍ୱେତାଙ୍କ ଭାଇ । ସେମାନେ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ।ପରସ୍ପରକୁ ବିବାହ କରିଥାନ୍ତେ । ହେଲେ ସୌମ୍ୟଜିତଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ଭାଇ।