Crocodile Fear - The Sakala
କଣାସ: ଦୀର୍ଘ ଏକ ମାସ ଧରି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଶେଷରେ ଜାଲରେ ପଡ଼ିଛି। କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ଦୟା ଓ ତାର ଶାଖା ନଦୀ ମକରା ଏବଂ ରାଜୁଆରେ ଦୀର୍ଘ ଏକ ମାସ ହେଲା କୁମ୍ଭୀର ଆତଙ୍କ ଦେଖାଦେଇଥିଲା। ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଶନିବାର ମଧ୍ୟାହ୍ନରେ ଗଡ଼ବଳଭଦ୍ରପୁର ବେହେରାସାହିର ଶତାଧିକ ମତ୍ସ୍ୟଜୀବୀ ୫ଟି ଦେଶୀ ଡଙ୍ଗା ମାଧ୍ୟମରେ ଜାଲ ନେଇ କୁମ୍ଭୀରକୁ ଧରିଛନ୍ତି। ସେମାନେ ବୋତଳମା ନିକଟ ଦୟାନଦୀରେ ଜାଲ ଘେରାଇଥିଲେ। ପ୍ରଥମେ କୁମ୍ଭୀରଟି ଜାଲ ଚିରି ଖସି ଯାଇଥିଲା। ପୁନଶ୍ଚ ମତ୍ସ୍ୟଜୀବୀମାନେ ଜାଲ ଘେରାଇ କୁମ୍ଭୀରକୁ ଧରିଥିଲେ।
ଖବର ପାଇ କଣାସ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଓ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ, ଖୋର୍ଦ୍ଧା ଓ ନନ୍ଦନକାନନ କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ନେବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶହଶହ ଲୋକ କୁମ୍ଭୀରକୁ ଦେଖିବା ପାଇଁ ଜମା ହେବାରୁ ସୁରକ୍ଷା ଦୃଷ୍ଟିରୁ କୁମ୍ଭୀରକୁ ଅଧିକାରୀମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ପରିସରକୁ ନେଇ ଆସିଥିଲେ। ପୁଲିସ୍‌ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ କଣାସ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବନ ବିଭାଗ ଉପସ୍ଥିତିରେ ନନ୍ଦନକାନନ କର୍ମଚାରୀ କୁମ୍ଭୀରକୁ ସୁରକ୍ଷିତ ଭାବେ ନନ୍ଦନକାନନକୁ ନେଇ ଯାଇଥିଲେ।
ଜଳକା ନଦୀରେ ବୁଲୁଛି କୁମ୍ଭୀର, ଭୟଭୀତ ଅବସ୍ଥାରେ ବନ୍ୟା ବିପନ୍ନ
ରୁପ୍ସା/ବସ୍ତା: ସାବଧାନ ! ନଦୀରେ ବୁଲୁଛି କୁମ୍ଭୀର । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଗାନ୍ଧୀଛକ ନିକଟ ଦେଇ ଗତି କରି ଥିବା ଜଳକା ନଦୀ ୬.୫୨ରେ ବିପଦ ସଙ୍କଟ ଉପରେ ବନ୍ୟା ଜଳ ପ୍ରବାହିତ କରୁଥିବା ବେଳେ ୧୩ ଟି ପଂଚାୟତ ର ଲୋକ ଜଳମଗ୍ନ ଅବସ୍ଥାରେ ରହିଛନ୍ତି । ତେବେ ଏହାର ପ୍ରଭାବରେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ବହୁ ପରିବାର ନିରାପଦ ସ୍ଥାନକୁ ଆସିଥିବା ବେଳେ ଅନେକ ପରିବାର ଜଳ ମଗ୍ନରେ ରହିଛନ୍ତି ।
ଏଥି ମଧ୍ୟରେ ଜଳକା ନଦୀର ଗାନ୍ଧିଛକ ନିକଟରେ କୁମ୍ଭୀର ପହଁରୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ତା ବ୍ଲକରେ ଉଭୟ ଜଳକା ସମେତ ସୁବର୍ଣ୍ଣରେଖା ନଦୀର ପ୍ରଭାବରେ ବନ୍ୟା ପରିସ୍ଥିତିରେ ଲୋକେ ଜଳମଗ୍ନ ରେ ଯାତାୟାତ କରୁଛନ୍ତି । ଏହିପରି ସ୍ଥିତିରେ ବିଷଧର ସାପ କାମୁଡ଼ା ସମେତ ଓ ଜୀବଜନ୍ତୁ ଉପରେ ଭୟଭୀତ ଅବସ୍ଥାରେ ଜନ ଜୀବନ ବିତୁ ଥିବା ବେଳେ ଏବେ କୁମ୍ଭୀର ଆତଙ୍କ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କୁମ୍ଭୀର ବୁଲୁଥିବା ନେଇ ବନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥିବା ବେଳେ କୁମ୍ଭୀର ଆତଙ୍କ ପାଇଁ ଅତିଆବଶ୍ୟକ ନଥିଲେ ପାଣିକୁ ନ ଓଲ୍ହାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।