Viral Marriage Invitation Card - The Sakala

ଚର୍ଚ୍ଚାରେ ବାହାଘର ନିମନ୍ତ୍ରଣ କାର୍ଡ: ‘ଔଷଧ ଖୋଳ’ ଭଳି ଡିଜାଇନ୍‌ କରିଛନ୍ତି ନିଜ ବିବାହ କାର୍ଡ
ହାଇଦ୍ରାବାଦ: ସୃଜନଶୀଳତାର କୌଣସି ସୀମା ନାହିଁ । ଏହାକୁ ପ୍ରମାଣ କରିଛନ୍ତି ତାମିଲନାଡୁର ଜଣେ ବ୍ୟକ୍ତି । ବ୍ୟକ୍ତି ଜଣକ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ‘ଔଷଧ ଖୋଳ’ ଭଳି ଡିଜାଇନ୍‌ କରିଛନ୍ତି ନିଜ ବିବାହ କାର୍ଡ । ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ । ନିଜ ବିବାହ କାର୍ଡରେ ସେ ଅଜବ ସୃଜନଶୀଳତା ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ବିବାହର ଏହି ନିଆରା ନିମନ୍ତ୍ରଣ କାର୍ଡ ଚର୍ଚ୍ଚାର ବିଷୟ ହୋଇଛି । ବ୍ୟକ୍ତିଜଣକ ନିଜ ବିବାହ କାର୍ଡକୁ ‘ଔଷଧ ଖୋଳ’ ଭଳି ଡିଜାଇନ୍‌ କରାଇଛନ୍ତି, ଯାହାକୁ ଦେଖି ଲୋକେ ଆଚମ୍ବିତ ହେଉଛନ୍ତି ।

ଯିଏବି ଏହାକୁ ପ୍ରଥମେ ଦେଖିବ ଏହା ଏକ ନିମନ୍ତ୍ରଣ କାର୍ଡ ନୁହେଁ, ବରଂ ଏକ ଔଷଧ ଖୋଳ ଭଳି ମନେହେବ । କିନ୍ତୁ ଧ୍ୟାନର ସହ ଏହା ଉପରେ ଲେଖାଯାଇଥିବା ଅକ୍ଷରକୁ ପଢ଼ିଲେ, ଜାଣିପାରିବେ ଯେ ଏହା ଏକ ବିବାହ କାର୍ଡ । କାର୍ଡରେ ବ୍ୟକ୍ତି ନିଜର ଓ ନିଜ ଭାବୀ ପତ୍ନୀଙ୍କ ନାମ, ବିବାହ ତାରିଖ, ଭୋଜି ସମୟ ସହିତ ଅନେକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି ।

ଔଷଧ ଫତା ରୂପକ ଏହି ନିମନ୍ତ୍ରଣ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଉଲ୍ଲେଖ ହୋଇଛି- ଏଜିଲାରାସନ୍‌ ୱେଡ୍‌ସ ବସନ୍ତକୁମାରୀ । ବିବାହ ତାରିଖ ସେପ୍ଟେମ୍ବର ୫ ତାରିଖ । ସମସ୍ତ ବନ୍ଧୁ ଓ ପରିଜନ ବିବାହରେ ଆସିବାକୁ ଭୁଲିବେ ନାହିଁ ବୋଲି ମଧ୍ୟ ଉଲ୍ଲେଖ ହୋଇଛି । ମାମଲାଟି ତାମିଲନାଡୁର । ବ୍ୟକ୍ତିଜଣକ ଫାର୍ମାସି ସହ ସଂଶ୍ଳିଷ୍ଟ ବୋଲି ଚର୍ଚ୍ଚା ହେଉଛି । କାର୍ଡକୁ ଦେଖି ଯେ କେହି ଧୋକା ଖାଇଯିବ ବୋଲି ୟୁଜର୍‌ ପ୍ରତିକ୍ରିୟା ଦେଇଛନ୍ତି ।