5-T - The Sakala

ସରକାରୀ ନିଯୁକ୍ତିର ଦ୍ରୁତଗତି : ବର୍ଷକରେ ପୂରଣ ହୋଇଛି ୨୦ ହଜାର ପଦବୀ, ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ‘୫-ଟି’
ଭୁବନେଶ୍ୱର : ଗୋଟିଏ ପଟେ କୃଷି ଓ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସରକାରୀ ନିଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ମାତ୍ର ବର୍ଷକ ମଧ୍ୟରେ ଖାଲିଥିବା ପ୍ରାୟ ୨୦ ହଜାର ବିଭିନ୍ନ ପଦବୀ ପୂରଣ କରାଯାଇଛି। ଆସନ୍ତା ୧୪ ତାରିଖରେ ସମବାୟ ବିଭାଗରେ ୪୫୦ ଜଣ ବ୍ୟାଙ୍କିଙ୍ଗ୍‌‌ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ସେମାନଙ୍କୁ ସେଣ୍ଟ୍ରାଲ କୋଅପରେଟିଭ୍‌‌ ବ୍ୟାଙ୍କରେ ନିୟୋଜିତ କରାଯିବ। କୌଣସି ପ୍ରତିକୂଳ ପରିସ୍ଥିତି ବେକାରୀ ସମସ୍ୟା ଦୂର କରିବାର ପ୍ରତିବଦ୍ଧତାକୁ ପ୍ରଭାବିତ କରିପାରିନାହିଁ; ବରଂ ସରକାରୀ ନିଯୁକ୍ତି ଗାଡ଼ି ଦ୍ରୁତ ଗତିରେ ଚାଲିଛି।

ଗତ କାଲି ସ୍ୱାସ୍ଥ୍ୟ ବିଭାଗରେ ୧୪୩ ଜଣ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଗଷ୍ଟ ୧୯ ତାରିଖ ଦିନ ରାଜ୍ୟ ସରକାର ୫୫୦ ଜଣ ଲ୍ୟାବ୍‌‌ ଟେକ୍ନିସିଆନ୍‌‌ଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପ୍ରଦାନ କରିଥିଲେ। ଅଗଷ୍ଟ ୩୦ ତାରିଖରେ ୨୭୪ ଜଣ ଅଧ୍ୟାପକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଉକ୍ତ ଦିନ ୩୫ ଜଣ ସହକାରୀ ପରିବେଶ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସେହିପରି ସେପ୍ଟେମ୍ବର ୮ ତାରିଖରେ ୧୪୭ ଜଣ କମନ୍‌‌ କ୍ୟାଡର୍‌‌ ଅଡିଟର୍‌‌ ଅର୍ଥ ବିଭାଗରେ ନିଯୁକ୍ତି ପାଇଥିବା ବେଳେ ୯ ତାରିଖରେ ୧୮୪ ଜଣ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ କୃଷି ବିଭାଗରେ ନିଯୁକ୍ତି ଦିଆଯାଇ ଥିଲା। ଅଗଷ୍ଟ ୨୫ ତାରିଖ ଦିନ ୩୩୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ଜୁନିଅର ଲାଇବ୍ରେରିଆନ୍‌‌ ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧୭ ତାରିଖ ଦିନ ୩୦ ଜଣ ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ୍‌‌ ଇଞ୍ଜିନିୟର ଶକ୍ତି ବିଭାଗରେ କର୍ମନିଯୁକ୍ତି ପାଇଥିଲେ। ୨୦୨୧ ଜୁଲାଇ ୧ ତାରିଖ ଦିନ ୫୬ ଜଣ ଇକୋନୋମିକ୍‌‌ ଇନଭେଷ୍ଟିଗେଟର ଯୋଜନା ଓ ସଂଯୋଜନ ବିଭାଗରେ ନିଯୁକ୍ତି ପାଇଥିଲେ। ଜୁନ୍‌‌ ୨୬ ତାରିଖ ଦିନ ୩୯ ଜଣ କ୍ରୀଡ଼ାବିତ୍‌‌ଙ୍କୁ ରାଜ୍ୟ ସରକାର ପୁଲିସ ବିଭାଗରେ ଚାକିରି ପାଇଥିଲେ। ଗତବର୍ଷ ଡିେସେମ୍ବର ମାସରେ ୬ହଜାର ୩୧ ଏବଂ ଚଳିତ ବର୍ଷ ଅଗଷ୍ଟ ମାସରେ ୬ହଜାର ୯ଶହ ଶିକ୍ଷକ ନିଯୁକ୍ତି ପାଇଥିଲେ। ଆଦର୍ଶ ବିଦ୍ୟାଳୟରେ ୧୭୪୯ ଶିକ୍ଷକ ନିଯୁକ୍ତି ପାଇଥିଲେ। ଏଥି ସହ ଦୁଇଟି ପର୍ଯ୍ୟାୟରେ ୧୨୭୨ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବା ପରଠାରୁ ରାଜ୍ୟର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେବେ ଏଥିରେ ସମସ୍ୟା ରହିଥିଲା ମାନବସମ୍ବଳର ଅଭାବ। ତେଣୁ ରାଜ୍ୟବାସୀଙ୍କ ନିକଟରେ ସରକାରୀ ସେବା ଓ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ ଚୟନ ଆୟୋଗ, ଓଡ଼ିଶା ସେବା ଚୟନ ବୋର୍ଡର ଦାୟିତ୍ୱ ମଧ୍ୟ ବହୁତ ବଢ଼଼ି ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ପଦବୀ ପୂରଣ ନୁହେଁ, ପୂରା ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ପାରଦର୍ଶୀ ହେବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।

ନିଯୁକ୍ତି ପାଉଥିବା ପ୍ରାର୍ଥୀମାନେ ନିଯୁକ୍ତି ସମାରୋହରେ ଏହାକୁ ସ୍ୱିକାର କରିବା ସହିତ ‘୫-ଟି’ ଉପକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ସରକାରୀ ବିଭାଗରେ ଦକ୍ଷତା ବଳରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇ ପାରୁଛି। ‘୫-ଟି’ ଉପକ୍ରମର ଅନୁପାଳନ ସ୍ୱରୂପ ନିଷ୍ଠାପର ଭାବେ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସରକାରୀ ବିଭାଗରେ ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସବୁ ବିଭାଗ ନିୟମିତ ଭାବେ ନିଜର ଖ।।ଲି ପଦବୀ ସମ୍ପର୍କରେ ସରକାରଙ୍କୁ ଅବଗତ କରୁଛନ୍ତି ଏବଂ ସମୀକ୍ଷା ପରେ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାର ବହୁ ସଂଖ୍ୟକ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଫଳରେ ସରକାରୀ ବିଭାଗ ଉପରେ ଦାୟିତ୍ୱ ବହୁ ଗୁଣରେ ବଢ଼଼ିଛି। ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ହେଉଛି କର୍ମଚାରୀଙ୍କର। ଦକ୍ଷ ମାନବସମ୍ବଳର ଅଭାବ ବହୁ ଗୁଣରେ ଦୂର ହୋଇଥିବାରୁ ସରକାରୀ କାର୍ଯ୍ୟକ୍ରମର ସୁଫଳ ପହଞ୍ଚିବା ତ୍ୱରାନ୍ୱିତ ହୋଇପାରିଛି।

‘୫-ଟି’ ଉପକ୍ରମରେ ଆରମ୍ଭ ହେଲା ଅଭିନବ ଆଇଟି ପ୍ରକଳ୍ପ : ଜଳଭଣ୍ଡାର, ୧୧ ପ୍ରମୁଖ ନଦୀ ଅବବାହିକାରେ ଲାଗିବ ସେନ୍ସର
ଭୁବନେଶ୍ୱର : ପ୍ରତିବର୍ଷ ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ଏହାର ନିୟନ୍ତ୍ରଣ ଓ କ୍ଷୟକ୍ଷତି ପରିମାଣ ହ୍ରାସ। ବନ୍ୟା ଦ୍ୱାରା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ତେବେ ଆଗୁଆ ପଦକ୍ଷେପ ଯୋଗୁଁ ଜୀବନହାନୀକୁ ରୋକିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏହି ସଫଳତାକୁ ଆଉ ଏକ ପାଦ ଆଗକୁ ନେଇଛି ‘୫-ଟି’ ଉପକ୍ରମ। ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ମାଧ୍ୟମରେ ବନ୍ୟା, ବାତ୍ୟାର କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ରାଜ୍ୟର ୧୧ଟି ପ୍ରମୁଖ ନଦୀ ଅବବାହିକାରେ ବନ୍ୟା ସମ୍ପର୍କିତ ରିୟଲ୍‍ ଟାଇମ୍‍ ପୂର୍ବ ସୂଚନା ମିଳିବା ସହିତ ରାଜ୍ୟର ରିୟଲ୍‍ ଟାଇମ୍‍ ଜଳ ସମ୍ପଦର ସୂଚନା, ଜଳସେଚନ ପରିଚାଳନା ଏବଂ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ସାମିଲ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ବିଭିନ୍ନ ପ୍ରକାର ତଦାରଖ ବ୍ୟବସ୍ଥାକୁ ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ତିନି ଭାଗରେ ବିଭକ୍ତ କରାଯାଇଛି। ଏହି ତିନି ଉପକ୍ରମ ସହିତ ପ୍ରଚଳିତ ବ୍ୟବସ୍ଥା ଜଳ ସମ୍ପଦ ବିଭାଗର ଗୋଟିଏ ନିୟନ୍ତ୍ରଣ କକ୍ଷ ଦ୍ୱାରା ପରିଚାଳିତ ହେବ। ତେବେ ଏଥିରେ ମୁଖ୍ୟ ହେଉଛି ବନ୍ୟା ସମ୍ପର୍କିତ ଆଗୁଆ ସୂଚନା। ଏଥିପାଇଁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା ଭଳି ୧୧ଟି ପ୍ରମୁଖ ନଦୀର ଅବବାହିକା ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି।

ଏହାସହ ଜଳଭଣ୍ଡାରକୁ ମଧ୍ୟ ସଫ୍ଟୱେର ସଲ୍ୟୁସନ୍‍ ସହିତ ଯୋଡ଼ାଯିବ। ବିଭିନ୍ନ ସ୍ଥାନରେ ଲାଗିଥିବା ସେନ୍ସର୍‍ ଜଳଭଣ୍ଡାର ସ୍ଥିତି ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନିୟନ୍ତ୍ରଣ କକ୍ଷକୁ ସୂଚନା ହସ୍ତଗତ ହେବ। ଯଦ୍ଦ୍ୱାରା ଜଳଭଣ୍ଡାରରୁ ହସ୍ତଗତ ସୂଚନା ଅନୁସାରେ ବନ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେଉଥିବା ଅଞ୍ଚଳରେ ସେ ସମ୍ପର୍କିତ ସୂଚନା ସଫ୍ଟୱେରରେ ଅପଲୋଡ୍‍ ହୋଇଯିବ। ସଫ୍ଟୱେର ସହିତ ଏସ୍‍ଆରସି ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଏବଂ ନିଷ୍ପତ୍ତି ଗ୍ରହଣକାରୀ ବିଭାଗକୁ ଯୋଡ଼ାଯିବ। ସେମାନେ ମଧ୍ୟ ତୁରନ୍ତ ଆଗୁଆ ସୂଚନା ପାଇ ଉଦ୍ଧାର କାର୍ଯ୍ୟ ଅବା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବେ। ଧନଜୀବନ ରକ୍ଷା ଦିଗରେ ଏହି କୌଶଳ ବେଶ୍‍ ସହାୟକ ହେବ ବୋଲି କୁହାଯାଇଛି।

ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ସଫ୍ଟୱେର ସଲ୍ୟୁସନ୍‍ରେ ଏକ ୟୁନିପାଇଡ୍‍ ଡାସ୍‍ ବୋର୍ଡ ରହିବ। ଏଥିରେ ବର୍ଷା ପରିମାଣ ଦର୍ଶାଉଥିବା ଡାସ୍‍ବୋର୍ଡ, ଜଳ ଭଣ୍ଡାର ଡାସ୍‍ ବୋର୍ଡ, ଭୂତଳ ଜଳ ଡାସ୍‍ ବୋର୍ଡ, ମାଇନର ଇରିଗେସନ୍‍ ଏବଂ ଅନୁରୂପ ଜଳସେଚନ ଜଳ ଟ୍ୟାଙ୍କ୍‍ ଡାସ୍‍ ବୋର୍ଡ ସଂଲଗ୍ନ ହେବ। ସେହିପରି ମୃତ୍ତିକା ଆର୍ଦ୍ରତା ଡାସ୍‍ ବୋର୍ଡ, ଉଠା ଜଳସେଚନ ବ୍ୟବସ୍ଥା, ଜଳ ଆବଶ୍ୟକତା ଡାସ୍‍ବୋର୍ଡ, ଜଳ ଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା ଏବଂ ଜଳମଗ୍ନ ସମ୍ପର୍କିତ ପୂର୍ବାନୁମାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ।

ସେହିପରି କେନାଲ ଜଳସେଚନ ପରିଚାଳନା ବ୍ୟବସ୍ଥାକୁ ସଫ୍ଟୱେର ଆଧାରିତ କରାଯିବା ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ କମ୍ପ୍ୟୁଟର୍‍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଅପରପକ୍ଷେ ସଫ୍ଟୱେର ବ୍ୟବସ୍ଥାରେ ପ୍ରୋଜେକ୍ଟ ମଡ୍ୟୁଲ, ଜମି ଅଧିଗ୍ରହଣ ମଡ୍ୟୁଲ, ଥଇଥାନ ପୁର୍ନବାସ ମଡ୍ୟୁଲ, ବିଭାଗର ପ୍ରଦର୍ଶନ ମଡ୍ୟୁଲ ଭଳି ଅନେକ କାର୍ଯ୍ୟକୁ ଗୋଟିଏ ନିୟନ୍ତ୍ରଣ କକ୍ଷ ସହ ଯୋଡ଼ାଯିବ। ରିମୋର୍ଟ ସେନ୍‍ସିଂ ଆଧାରିତ ପ୍ରକଳ୍ପ/ଯୋଜନାର ଅଗ୍ରଗତି ଜାଣିବା ମଧ୍ୟ ଏହାଦ୍ୱାରା ସମ୍ଭବ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।