INDvsZIM - The Sakala

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ: ସିରିଜ୍ କ୍ଲିନ୍‍ ସୁଇପ୍‍ ଲକ୍ଷ୍ୟରେ ଭାରତ
ହରାରେ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚରେ ଏକତରଫା ବିଜୟ ପରେ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ସିିରିଜ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଠାରେ ଚାଲିଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଜିମ୍ବାୱେ ଦଳ ଆଦୌ ଭଲ ଖେଳିପାରୁ ନାହିଁ। ଏହି ଦଳ ନିକଟରେ ନା ଅଛି ବ୍ୟାଟିଂ ଦକ୍ଷତା ନା ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବାର କ୍ଷମତା। ଘରୋଇ ଦଳର ଏପରି ଦୟନୀୟ ସ୍ଥିତି ଯୋଗୁଁ ଭାରତ ପ୍ରଥମ ଦୁଇଟି ଦିନିକିଆରେ ସହଜ ବିଜୟ ହାସଲ କରିଛି। ଏହା ମଧ୍ୟରୁ ପ୍ରଥମ ଦିନିକିଆକୁ ୧୦ ୱିକେଟରେ ଓ ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଛି। ଏହାରି ମଧ୍ୟରେ ସୋମବାର ତୃତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଖେଳାଯିବ। ଘରୋଇ ଦଳର ପ୍ରଦର୍ଶନ ଯାହା, ସେଥିରେ ଏହି ଦଳ ଯେ କିଛି ବିପର୍ଯ୍ୟୟ ସୃଷ୍ଟି କରିବ, ତାହା ବର୍ତ୍ତମାନ ସ୍ଥିତିରେ ଆଶା କରାଯାଉ ନାହିଁ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ୍‍ ଜିତି ସିରିଜ୍‍ ସୁଇପ୍‍ କରିବାକୁ ନିଶ୍ଚିତ ଚେଷ୍ଟା କରିବ। ଏହା ସହ ଅଧିନାୟକ ଲୋକେଶ ରାହୁଲ ମଧ୍ୟ କିଛି ସମୟ ବ୍ୟାଟିଂ ପ୍ରାକ୍ଟିସ୍‍ କରିବା ଲାଗି ଇନିଂସ ଓପନ କରିବାର ସମ୍ଭାବନା ରହିଛି। ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ୍‍ ଖେଳାଯିବାକୁ ଥିବାରୁ ଏହି ମ୍ୟାଚ୍‍ରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଲୋକେଶ ରାହୁଲଙ୍କ ନେତୃତ୍ୱରେ ଏହି ସିରିଜ୍‍ ଖେଳୁଥିବା ଭାରତୀୟ ଦଳ ଏଯାଏ ସେପରି କିଛି ବଡ଼ ତ୍ରୁଟି କରିନାହିଁ। ଦଳଗତ ଭାବେ ଜଣେ ବିଫଳ ହେଲେ ଅନ୍ୟ ଜଣେ ସଫଳ ହୋଇଛନ୍ତି। ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆରେ ଓପନିଂ କରିବାକୁ ଆସି ୯ଟି ବଲ୍‍ ପରେ ଆଉଟ ହୋଇଯାଇଥିଲେ। ସେ ମାତ୍ର ୫ଟି ବଲ୍‍ ଖେଳି ୧ ରନ୍‍ କରିପାରିଥିଲେ। ଦୀର୍ଘଦିନ ପରେ ଖେଳିବାକୁ ଆସିଥିବା ରାହୁଲଙ୍କ ଲାଗି ଏହା ଏକ ଦୁର୍ଘଟଣା ହୋଇପାରେ, କିନ୍ତୁ ସେ ଅଧିକ ସମୟ କ୍ରିଜ୍‍ରେ ରୁହନ୍ତୁ ତାହା ସମସ୍ତେ ଆଶା କରୁଛନ୍ତି। ଭାରତୀୟ ଦଳର ସବୁ ଫର୍ମାଟରେ ତାଙ୍କୁ ସ୍ଥାନ ମିଳୁଛି। ଅଗଷ୍ଟ ୨୮ରେ ଭାରତ ଏସିଆ କପ୍‍ ରେ ପାକିସ୍ତାନ ସହ ମୁକାବିଲା କରିବା ପୂର୍ବରୁ ମ୍ୟାଚ୍‍ ପ୍ରାକ୍ଟିସ୍‍ ପାଇବା ପାଇଁ ରାହୁଲଙ୍କ ଲାଗି ଏହା ଶେଷ ସୁଯୋଗ। ଏହାକୁ ସେ ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଉଛି। ତାଙ୍କ ବ୍ୟତୀତ ଆଉ ଜଣେ ନିୟମିତ ସୀମିତ ଓଭର ଖେଳାଳି ଇଶାନ କିସାନ ପ୍ରଥମ ସୁଯୋଗକୁ ହାତଛଡ଼ା କରିଛନ୍ତି। ସେ ଯଦି ତୃତୀୟ ମ୍ୟାଚ୍‍ରେ ସୁଯୋଗ ପାଆନ୍ତି, ତେବେ ଏଥିରୁ ଫାଇଦା ଉଠାଇବେ ବୋଲି ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଏହି ସିରିଜ୍‍ ରେ ଯେଉଁମାନେ ସୁଯୋଗ ପାଇଛନ୍ତି, ତାହାକୁ ସେମାନେ ଭଲଭାବେ ବ୍ୟବହାର କରିଛନ୍ତି। ଏମାନଙ୍କ ପରି ରାହୁଲ-କିସାନ ମଧ୍ୟ ସୁଯୋଗର ସଦ୍‍ବ୍ୟବହାର କରିବେ।

ବୋଲିଂରେ ଭାରତୀୟମାନେ ବେଶ ପ୍ରଭାବଶାଳୀ ହୋଇଛନ୍ତି। ମହମ୍ମଦ୍‍ ସିରାଜ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ଏହି ସିରିଜ୍‍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏମାନେ ବ୍ରେକ୍‍ଥ୍ରୁ ଦେବା ସହ ପ୍ରତିପକ୍ଷ ଘରୋଇ ଦଳକୁ ଚାପରେ ରଖିବାକୁ ସମର୍ଥ ହୋଇଛନ୍ତି। ଦୀର୍ଘ ୬ ମାସ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଚହର ପ୍ରଥମ ଦିନିକିଆରେ ଏକା ଏକା ଜିମ୍ବାୱେକୁ ହରାଇଦେଇଥିଲେ। ତାଙ୍କୁ ଦ୍ୱିତୀୟ ଦିନିକିଆରେ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍‍ ଖେଳିଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ୩ଟି ୱିକେଟ ନେଇଥିଲେ। ଏଣୁ ଯିଏ ସୁଯୋଗ ପାଉଛି, ସେ ସଫଳ ହେଉଛି। ଜିମ୍ବାୱେ ଯଦି ନିଜ ପ୍ରଦର୍ଶନରେ ଉନ୍ନତ୍‍ି ଆଣେ, ତେବେ ଏହି ସିରିଜ୍‍ ରେ ଭାରତ ଲାଗି ଆହ୍ୱାନ ସୃଷ୍ଟି କରିପାରିବ। ଏମାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବାଂଲାଦେଶକୁ ହରାଇବାର ଶ୍ରେୟ ଧୀରେ ଧୀରେ କମିଯାଉଛି। ଦଳ ମଧ୍ୟ ବ୍ୟାଟିଂରେ ପରୀକ୍ଷଣ କରୁଛି। କିନ୍ତୁ ଗତ କିଛିବର୍ଷ ଧରି ଭଲ ଖେଳୁଥିବା ସିନ୍‍ ୱିଲିୟମ୍ସ ଏବଂ ସିକନ୍ଦର ରାଜାଙ୍କୁ ନିମ୍ନ ଭାଗରେ ଖେଳିବାକୁ ସୁଯୋଗ ଦେଉଛି। ଏମାନଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ନ ଆଣିଲେ ଭାରତ ବିପକ୍ଷରେ ଏହି ଦଳ ଏକ ଭଲ ସ୍କୋର କରିବ ବୋଲି ଆଶା କରିବା ନିରର୍ଥକ ହେବ।

ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ଆଜି; ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଭାରତ
ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏଠାରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଥିଲାବେଳେ ଘରୋଇ ଦଳ ବରାବର ସ୍ଥିତିକୁ ଆସିବାକୁ ନିଶ୍ଚିତ ଉଦ୍ୟମ କରିବ। ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମୁକାବିଲାକୁ ଭାରତ ଏକତରଫା ଭାବେ ଜିତିନେଇଥିଲା। ଯାହା ଫଳରେ ଜିମ୍ବାୱେ ଯେ ଭାରତର ବିଜୟରେ ପ୍ରତିବନ୍ଧକ ସୃଷ୍ଟି କରିବ ଏହା ଆଶା କରାଯାଉ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଆଗରେ ଅନେକ ଆହ୍ୱାନ ରହିଛି। ଏହାକୁ ମୁକାବିଲା କରିବାକୁ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳାଳିମାନେ ଯେ ଉଦ୍ୟମ କରିବେ ତାହା ନିଃସନ୍ଦେହରେ କୁହାଯାଇପାରେ।

ଏହି ସିରିଜ୍‍ ଶେଷ ହେବା ପରେ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏସିଆକପ୍‍ ଟି-୨୦ କ୍ରିକେଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ରାହୁଲଙ୍କ ମ୍ୟାଚ୍‍ ପ୍ରାକ୍ଟିସ ନାହିଁ। ଏଠାରେ ଭାରତ ପ୍ରଥମ ଦିନିକିଆ ୧୦ ୱିକେଟରେ ଜିତିଥିଲାବେଳେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଏଭଳି ସ୍ଥିତିରେ ଭାରତ ଲାଗି ସବୁଠାରୁ ବଡ଼ ଆହ୍ୱାନ ହେଉଛି ରାହୁଲ, ଦୀପକ ହୁଦା ଓ ସଞ୍ଜୁ ସାମସନଙ୍କୁ ପର୍ଯ୍ୟାପ୍ତ ବ୍ୟାଟିଂ ସୁଯୋଗ ଦେବା। ହରାରେ ସ୍ପୋର୍ଟ୍ସ କ୍ଲବ୍‍ ପିଚ୍‍ରେ ପ୍ରଥମଘଣ୍ଟା ଖେଳ ବୋଲରଙ୍କୁ ସୁହାଉଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ପେସ୍‍ ବୋଲର। ଏଣୁ ଭାରତ ଏଭଳି ପିଚ୍‍ରେ ନିଜ ବ୍ୟାଟରଙ୍କୁ ଟେଷ୍ଟ କରିବାକୁ ନିଶ୍ଚିତ ଆଶା ରଖିବ। ଏସିଆ କପ୍‍ରେ ଭାରତ ପ୍ରଥମ ମ୍ୟାଚ୍‍ ପାକିସ୍ତାନ ସହ ଖେଳିବ। ଏହି ମ୍ୟାଚ୍‍ରେ ବିଶ୍ୱର କେତେକ ଶ୍ରେଷ୍ଠ ଦ୍ରୁତ ବୋଲର ଖେଳିବେ। ଏହି ଦଳର ସାହିନ ଶାହା ଆଫ୍ରିଦୀ ଉଭୟ ପଟେ ସୁଇଂ ବୋଲିଂ କରିବାର ଦକ୍ଷତାର ଅଧିକାରୀ। ଏଣୁ ଏଠାରେ ଯଦି ସୁଇଂ ବୋଲରଙ୍କୁ ମୁକାବିଲା କରିବା ସମ୍ଭବ ହୁଏ, ତେବେ ଆଫ୍ରିଦୀ ଏଣ୍ଡ କୋଙ୍କୁ ରାହୁଲ ମୁକାବିଲା କରିବା ସହଜ ହେବ। ଏହା କହିବା କଥା ହେଲା ଦ୍ୱିତୀୟ ମ୍ୟାଚ୍‍ରେ ଭାରତ ଟସ୍‍ ଜିତିଲେ ପ୍ରଥମେ ବ୍ୟାଟିଂ ନେବା ଉଚିତ୍‍। ସେହିପରି ଅଧିନାୟକ ରାହୁଲ ଇନିଂସ ଓପନ କରି ଅଧିକ ସମୟ ମ୍ୟାଚ୍‍ରେ ତିଷ୍ଠି ରହିବା ଆବଶ୍ୟକ। ଫଳରେ ସେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ପ୍ରାକ୍ଟିସ ପାଇବା ସହ ଏସିଆ କପ୍‍ ଲାଗି ନିଜକୁ ପ୍ରସ୍ତୁତ କରିନେବେ। ହୁଦା ଓ ସାମସନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବା ଆବଶ୍ୟକ।

ସେହିପରି ଜିମ୍ବାୱେ ଇନିଂସର ଶେଷ ଭାଗରେ ନଂ-୮ ଓ ନଂ-୯ ବ୍ୟାଟର ଲଢ଼େଇ କରିଥିଲେ। ଏହାର ଅର୍ଥ ହେଲା, ସେତେବେଳେ ବୋଲରଙ୍କୁ ପିଚ୍‍ରୁ ସହାୟତା ମିଳୁ ନଥିଲା। ଦ୍ୱିତୀୟ ପାଳିରେ ବୋଲିଂ କଲେ ଭାରତୀୟ ବୋଲରଙ୍କୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡ଼ିବ। ନିକଟରେ ବାଂଲାଦେଶ ବିପକ୍ଷରେ ଜିମ୍ବାୱେ ଏଠାରେ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍‍ ରନ୍‍ ଚେଜ୍‍ କରି ଜିତିଥିଲା। ଏଣୁ ଭାରତ ଏହି ଚ୍ୟାଲେଞ୍ଜକୁ ସାମ୍‍ନା କରିବା ଆବଶ୍ୟକ। ସିରିଜ୍‍ ଜିତିବା ଉପରେ କାମଚଳା ହେଡ୍‍ କୋଚ୍‍ ଭିଭିଏସ୍‍ ଲକ୍ଷ୍ମଣ ନିଶ୍ଚିତ ଗୁରୁତ୍ୱ ଦେବେ। ଏହା ସହିତ ଭାରତକୁ ଏଭଳି ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରିବାକୁ ହେବ।