Capital Hopital - The Sakala
ଭୁବନେଶ୍ବର(ସୁମିତ୍ରା ସାହୁ): ଶିଶୁଟିଏ ପାଇଁ ମାଆ କ୍ଷୀର ଦୁନିଆର ପ୍ରଥମ ଓ ମହାର୍ଘ ସମ୍ପଦ, ଅମୃତ ତଥା ସୁରକ୍ଷାର ସଞ୍ଜୀବନୀ। କୁହାଯାଏ, ମାତୃତ୍ୱର ସାର୍ଥକତା ମଧ୍ୟ ତା’ଗର୍ଭରୁ ଜନ୍ମିତ ଶିଶୁକୁ ସ୍ତନ୍ୟପାନରେ ହିଁ ସମ୍ପୂର୍ଣ୍ଣ ହୁଏ। ହେଲେ ଏ ଦୁନିଆରେ ଏଭଳି ଅନେକ ଶିଶୁ ଜନ୍ମହୋଇ ଆଖି ଖୋଲିବା ପୂର୍ବରୁ ପୁଣି ମୃତ୍ୟୁଲୋକକୁ ଫେରିଯାଆନ୍ତି। ଅପରପକ୍ଷେ ଅନେକ ଶିଶୁ ପରେ ମାଆକୁ ହରାଇ ମାଆ କ୍ଷୀର ପାଇବାରୁ ବଞ୍ଚିତ ହୋଇଥାଆନ୍ତି। ମାତୃତ୍ୱ ଓ ଶିଶୁର ଅମୃତ ସ୍ପର୍ଶ ଅନୁପସ୍ଥିତି ମଧ୍ୟରେ ରହିଯାଉଥିବା ଏହି ଦୂରତ୍ୱକୁ ହ୍ରାସ କରିବା ପାଇଁ ଅଭିନବ ପ୍ରୟାସ ହେଉଛି ମାଆ କ୍ଷୀର ଭଣ୍ଡାର ବା ‘ମଦର୍‌ ମିଲ୍କ ବ୍ୟାଙ୍କ’। ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଉଦ୍ୟମ କରିଛନ୍ତି ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ। ହସ୍ପିଟାଲ ପରିସରରେ ଖୋଲାଯାଇଥିବା ‘ମଦର ମିଲ୍କ ବ୍ୟାଙ୍କ’ ଏବେ ନବଜାତ ଶିଶୁଙ୍କ ପାଇଁ କେବଳ ସଞ୍ଜୀବନୀ ପାଲଟିନି; ମାଆ କ୍ଷୀର ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ନବଜାତ ଶିଶୁ ମୃତ୍ୟୁହାର କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
୧୧,୫୧୨ ମାଆଙ୍କ ଅମୃତ ନେଲେଣି ୨୫,୦୮୮ ସନ୍ତାନ
ଶିଶୁମାନଙ୍କ ପାଇଁ ମାଆ କ୍ଷୀରର ଆବଶ୍ୟକତା ପୂରଣ କରିବାକୁ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ପରିସରରେ ୨୦୨୨ ଜାନୁଆରୀ ୭ ତାରିଖରେ ‘ହ୍ୟୁମ୍ୟାନ୍‌ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ’ ବା ‘ମଦର୍ସ ମିଲ୍କ ବ୍ୟାଙ୍କ୍‌’ (ମାଆ କ୍ଷୀର ଭଣ୍ଡାର) ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଜରିଆରେ ଖୋଲା ଯାଇଥିବା ଏହି ବ୍ୟାଙ୍କ୍‌କୁ କମ୍ପ୍ରେହେନସିଭ୍‌ ଲାକ୍ଟେସନ୍‌ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍‌ଏମ୍‌ସି) ମଧ୍ୟ କୁହାଯାଉଛି। ଯଦିଓ ପୂର୍ବରୁ ଏହି ବ୍ୟାଙ୍କ ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ବର୍ତ୍ତମାନ ମାଆମାନେ ନିଜ ଇଚ୍ଛାରେ ଏଠାକୁ ଆସି କ୍ଷୀର ଦାନ କରିବା ସହ ଶିଶୁ ୱାର୍ଡ ନିକଟରେ ଇନ୍‌ଫାଣ୍ଟ ଆଣ୍ଡ୍‌ ୟଙ୍ଗ୍‌ ଚାଇଲ୍‌ଡ ଫିଡିଂ ବା ଆଇଏୱାଇଏଫ୍‌ କାଉନ୍‌ସେଲିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି। ଯେଉଁଠାରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ୱତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍‌ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ମିଲ୍କ ବ୍ୟାଙ୍କ୍‌ ରାଜ୍ୟର ପ୍ରଥମ ହୋଇଥିବା ବେଳେ ଗତବର୍ଷ କଟକ ଏସ୍‌ସିବିରେ ମଧ୍ୟ ଏହି ବ୍ୟବସ୍ଥା ହୋଇଛି। ସାଧାରଣତଃ ପିଲାଟିଏ ଜନ୍ମ ହେବା ପରେ ମୃତ୍ୟୁ ହେଉଥିବା କାରଣରୁ ମାଆର କ୍ଷୀର ଜମି ରହି ଅନେକ ରୋଗ ସୃଷ୍ଟି କରିଥାଏ। ତେଣୁ ଏହାକୁ ନଷ୍ଟ ନକରି ଅନ୍ୟ ପିଲାମାନଙ୍କ ନିମନ୍ତେ ଦାନ କରିବାକୁ ହସ୍ପିଟାଲର ପ୍ରସୂତି ବିଭାଗରେ ୱାର୍ଡଗୁଡ଼ିକରେ ସଚେତନ କରାଯାଉଛି। ଫଳରେ ମାଆମାନେ ନିଜ ଇଚ୍ଛାରେ କ୍ଷୀରଦାନ କରୁଛନ୍ତି। ସେହିପରି ହସ୍ପିଟାଲ ବାହାରର ମଧ୍ୟ ମାଆମାନେ ସ୍ୱେଚ୍ଛାକୃତ ସ୍ତନ୍ୟପାନ କରୁଛନ୍ତି। ଏଥିପାଇଁ ପ୍ରଥମେ ମାଆଙ୍କୁ କାଉନସିଲିଂ କରାଯିବା ସହ କ୍ଷୀର ଦାନ ପାଇଁ ଗାଇଡ୍‌ଲାଇନ୍‌ ମଧ୍ୟ ରହିଛି। ଚଳିତ ବର୍ଷ ଜୁନ୍‌ ମଧ୍ୟରେ ୧୧ ହଜାର ୫୧୨ ମାଆ କ୍ଷୀର ଦାନ କରିଥିବା ବେଳେ ୨୫ ହଜାର ୮୮ ଜଣ ଶିଶୁ ଉପକୃତ ହୋଇଛନ୍ତି। ତେବେ ଏଠାରେ ପ୍ରତିଦିନ ୨.୪୮୯ ଲିଟର କ୍ଷୀର ସଂଗ୍ରହ କରାଯାଇଥିବା ସୂଚନା ରହିଛି।
କ୍ଷୀର ଦାନ ନିୟମ
କ୍ଷୀରଦାନ କରୁଥିବା ମାଆମାନଙ୍କର ୧୨ ମାସ ମଧ୍ୟରେ ରକ୍ତ ଗ୍ରହଣ କରି ନ ଥିବେ।
ବର୍ଷକ ମଧ୍ୟରେ ସେ ଶରୀର କୌଣସି ଅଙ୍ଗ ପ୍ରତ୍ୟାରୋପଣ କରାଇ ନ ଥିବେ କିମ୍ବା ପର୍ମାନେଣ୍ଟ ଟାଟୁ କିମ୍ବା କାନ ଫୋଡ଼ାଇ ନ ଥିବେ।
ବର୍ଷକ ମଧ୍ୟରେ ସେ ତମାଖୁ, ସିଗାରେଟ୍‌ କିମ୍ବା ମଦ୍ୟପାନ କରୁ ନ ଥିବେ।
ତାଙ୍କୁ ଏଚ୍‌ଆଇଭି, ଟିବି କିମ୍ବା କୌଣସି କ୍ରୋନିକ୍‌ ଡିଜିଜ୍‌ ହୋଇ ନ ଥିବ।
ଗତ ୩ ବର୍ଷ ମଧ୍ୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ନ ଥିବେ
ସେହିପରି ୧୫ ଦିନ ପର୍ଯ୍ୟନ୍ତ ତାଙ୍କର ଥଣ୍ଡା କିମ୍ବା କାଶ ଲାଗି ରହି ନ ଥିବ। ମାସକ ମଧ୍ୟରେ ରୁବେଲା, ମିଜାଇଲସ୍‌ ଭ୍ୟାକସିନ୍‌ ନେଇ ନ ଥିବେ। ୩ ମାସ ମଧ୍ୟରେ ଭ୍ୟାରିସିଲା ଭ୍ୟାକ୍‌ସିନ୍‌ ନେଇ ନ ଥିବେ। କୌଣସି ପ୍ରକାର ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ନ ଥିବେ କିମ୍ବା ମିଳିମିଳା, ହାଡ଼ଫୁଟି, ହରପିସ୍‌ ଭଳି ରୋଗରେ ଆକ୍ରାନ୍ତ ନ ଥିବେ।
ଦାନ, ସଂରକ୍ଷଣ ଓ ଗ୍ରହଣ ପ୍ରକ୍ରିୟା
ଏହି ୟୁନିଟ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ମାଆମାନଙ୍କୁ ସାନିଟାଇଜ୍‌ କରାଯାଇଥାଏ ଓ ପିନ୍ଧାବସ୍ତ୍ର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଶିଶୁମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ମାଆମାନଙ୍କ ସ୍ତନ ସଫା କରିବା ପାଇଁ ଏଠାରେ ୨ ପ୍ରକାର ପାଣି ଯଥା, ସୋପ୍‌ ୱାଟର ଏବଂ ଆରୋ ୱାଟର୍‌ ବ୍ୟବହାର କରାଯାଇ ମାଆଙ୍କୁ ମେସିନ୍‌ ନିକଟରେ ବସାଇ କ୍ଷୀର ସଂଗ୍ରହ କରାଯାଇଥାଏ। ଏହାପରେ ଏମ୍‌ଓଏମ୍‌(ମଦର ଓନ୍‌ ମିଲ୍କ) ବା ନିଜ ପିଲାପାଇଁ ଆବଶ୍ୟକ କ୍ଷୀରକୁ ବାଦ୍‌ଦେଇ ବଳକା କ୍ଷୀର ଫ୍ରିଜ୍‌ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏବଂ ପରେ -୨୦ ଡିଗ୍ରୀ (ମାଇନସ୍‌ ୨୦ ଡିଗ୍ରୀ) ରେ ଡିପ୍‌ଫ୍ରିଜ୍‌ରେ ରଖାଯାଏ। ଯଦିଓ କ୍ଷୀର ସଂଗ୍ରହ ଦିନରୁ ୩ ମାସ ପର୍ଯ୍ୟନ୍ତ ଏହାକୁ ଡିପ୍‌ଫ୍ରିଜ୍‌ରେ ରଖାଯାଇଥାଏ, କିନ୍ତୁ, ୩ମାସ ମଧ୍ୟରେ ଏହାକୁ ପାଶ୍ଚୋରାଇଜ୍‌ ବା ପୃଥକୀକରଣ କରାଯାଇଥାଏ। ଏଥିପାଇଁ ପୂର୍ବଦିନ ଅର୍ଥାତ୍‌ ୨୪ ଘଣ୍ଟା ପୂର୍ବରୁ ଡିପ୍‌ଫ୍ରିଜରୁ ବାହାର କରାଯାଇ ନର୍ମାଲ ଫ୍ରିଜ୍‌ରେ (ବରଫରୁ ତରଳ ହେବା ପାଇଁ) ରଖାଯାଇଥାଏ। ପ୍ରକ୍ରିୟାକରଣ କରାଯିବା ସ୍ଥାନକୁ ଭଲ ଭାବରେ ସଫା କରାଯିବା ସହ କ୍ଷୀରକୁ ମାଇକ୍ରୋବାୟୋଲୋଜି ଟେଷ୍ଟ ପାଇଁ ପଠାଯାଏ। ଏଥିପାଇଁ ନମୁନା ସଂଗ୍ରହ କରିବାକୁ ଆବଶ୍ୟକ ଉପକରଣ ଗୁଡ଼ିକ ୟୁଭି ଲାଇଟ୍‌ ଅନ୍‌ କରାଯାଇ କ୍ଲାରିଫାଏ କରାଯାଏ। ଏହି ଲାଇଟ୍‌ ବନ୍ଦ ହେବା ପରେ ବିଶୁଦ୍ଧୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାପରେ ପୁଣି ଥରେ କ୍ଷୀରକୁ କଲଚର୍‌ ଭାଲ୍‌ଭରେ ଟେଷ୍ଟ ପାଇଁ ପଠାଯାଏ। ରିପୋର୍ଟ ଆସିବା ପରେ ପରେ କ୍ଷୀରକୁ (୨୫୦ମିଲିଲିଟର) ବୋତଲରେ ସିଲ୍‌ କରାଯାଇ ଡିପ୍‌ ଫ୍ରିଜରେ ରଖାଯାଇଥାଏ। ତେବେ ଏହି କ୍ଷୀର ୨ ପ୍ରକାର ଯଥା, ପିଟି (ପ୍ରିଟର୍ମ), ଯେଉଁ କ୍ଷୀରକୁ ୩୭ ମାସ ପୂର୍ବର ହୋଇଥିବା ପିଲା ଖାଇବେ ଏବଂ ଏଫ୍‌ଟି (ଫୁଲ ଟର୍ମ)କୁ ୩୭ ମାସରୁ ଅଧିକ ଦିନର ଶିଶୁ ଖାଇପାରିବେ। ଏହି କ୍ଷୀରକୁ ଦେବା ପୂର୍ବରୁ ୨୪ ଘଣ୍ଟା ଆଗରୁ ନର୍ମାଲ ଫ୍ରିଜ୍‌ରେ ରଖାଯାଇ ତା ପରେ ଖାଇବାକୁ ଦିଆଯାଇଥାଏ। ଥରେ ବୋତଲର ସିଲ୍‌ ଖୋଲିବା ପରେ ୪ ଘଣ୍ଟା ମଧ୍ୟରେ ପିଲାମାନଙ୍କୁ ଦିଆଯାଇଥାଏ।
୪୦ ବର୍ଷ ପରେ ରୋଗ ଆଶଙ୍କା
ବିଶେଷଜ୍ଞଙ୍କ ମତରେ, ମାଆ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୋଷଣ ଶକ୍ତି ଭରି ରହିଛି। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶିଶୁର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଲାଗି ମାଆ କ୍ଷୀର ସର୍ବୋତ୍କୃଷ୍ଟ ଆହାର। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣର ଆବଶ୍ୟକତା ପୂରଣ କରିଥାଏ ମାଆ କ୍ଷୀର। ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଏହା ଶିଶୁକୁ ପୋଷଣଗତ ଆବଶ୍ୟକତା ପ୍ରଦାନ କରିଥାଏ। ଯେଉଁ ଶିଶୁମାନେ ମାଆର ପ୍ରଥମ କଷ କ୍ଷୀର ଅବା ୬ମାସ ପର୍ଯ୍ୟନ୍ତ କିମ୍ବା ଆଦୌ ମାଆ କ୍ଷୀର ନେଇ ନ ଥିବେ, ସେମାନେ ନିମୋନିଆ, ଥଣ୍ଡା, ଜ୍ୱର, ଡାଇରିଆ, କାନ ପାଚିବା ସହ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇଥାନ୍ତି। ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ସେମାନେ ମଧୁମେହ, ହୃଦ୍‌ଘାତ, ରକ୍ତଚାପ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ସଫଳ ସ୍ତନ୍ୟପାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ
ସିଏଲଏମ୍‌ସିର ଷ୍ଟାଫ୍‌ ନର୍ସମାନେ ଶିଶୁ ବିଭାଗ ୱାର୍ଡରେ ରହିଥିବା ଏସ୍‌ଏନ୍‌ୟୁ (ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍‌)ରେ ମାଆମାନଙ୍କୁ ସ୍ତନ୍ୟପାନ ବିଷୟରେ ସଚେତନ କରାଇଥାନ୍ତି। ଏପରିସ୍ଥଳେ ଯେଉଁମାନେ କ୍ଷୀର ଦାନ କରିବାକୁ ଚାହିଁବେ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଥାଏ। ଏହାପରେ ମାଆମାନଙ୍କୁ ସ୍କ୍ରିନିଂ ଏବଂ ୟୁନିଟ୍‌ର କର୍ମଚାରୀମାନେ କାଉନସିଲିଂ କରିଥାନ୍ତି। ମାଆମାନେ ନଖ ନ ରଖିବା, ଅଧିକ ଗହଣା ନ ପିନ୍ଧିବା, ସର୍ବଦା ପରିଷ୍କାର ବସ୍ତ୍ର ପରିଧାନ କରିବା, ହାତ ସଫା ରଖିବାକୁ ପରାମର୍ଶ ଦିଆଯାଏ।
ଆଇଏମ୍‌ଏସ୍‌ ଆକ୍ଟ କ’ଣ?
ଇନଫାଣ୍ଟ୍‌ ମିଲ୍କ ସବଷ୍ଟିଚ୍ୟୁଟ୍‌ ଆମେଣ୍ଟମେଣ୍ଟ (ଆଇଏମ୍‌ଏସ୍‌)ଆକ୍ଟ ଅନୁସାରେ, ନବଜାତ ଶିଶୁଙ୍କୁ ମାଆ କ୍ଷୀର ବିକଳ୍ପ ଭାବେ ଡବା କ୍ଷୀର ବା ଏହି ଜାତୀୟ ଖାଦ୍ୟ ଦେବାକୁ ପ୍ରେସକ୍ରାଇବ୍‌ କରାଯିବା ଉଚିତ୍‌ ନୁହେଁ। ପିଲା ଜନ୍ମ ପରେ କ୍ଷୀର ହେଉ ନ ଥିବା କହି ଡାକ୍ତରମାନେ ବିକଳ୍ପ ଖାଦ୍ୟ ନ ଦେଇ କିଭଳି ମାଆମାନେ କ୍ଷୀର ଦେଇପାରିବେ ସେଥିପାଇଁ ପରାମର୍ଶ ଦେବା ଉଚିତ୍‌। ଯେଉଁ ଡାକ୍ତର ବେବି ଫୁଡ୍‌ କମ୍ପାନୀଗୁଡ଼ିକର ପ୍ରମୋସନ୍‌ ପାଇଁ ଏହାକୁ ନବଜାତ ଶିଶୁଙ୍କୁ ଦେବାକୁ ଲିଖିତ ପରାମର୍ଶ ଦେବେ, ସେମାନଙ୍କ ନିମନ୍ତେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବିଧାନ ମଧ୍ୟ ରହିଛି।
କୌଣସି କ୍ରୋନିକ୍‌ ଡିଜିଜ୍‌ରେ ଆକ୍ରାନ୍ତ ମାଆଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ନିଜ ପିଲାଙ୍କୁ କ୍ଷୀର ଦେଇପାରିବେ। ଏଥିପାଇଁ ଡାକ୍ତରମାନେ ପିଲା ଜନ୍ମ ହେବାର ପ୍ରଥମ ଦିନରୁ ଡବା କ୍ଷୀର ପାଇଁ କିଭଳି ପ୍ରେସକ୍ରାଇବ୍‌ ନ କରିବେ ସେଥିପାଇଁ ସରକାରୀ ସ୍ତରରେ ସଚେତନା କରାଯିବା ଉଚିତ୍‌। ଫଳରେ ପ୍ରତ୍ୟେକ ବ୍ୟକ୍ତି ମାଆ କ୍ଷୀରର ମହତ୍ତ୍ୱ ଏବଂ ଏହାର ଉପକାରିତାକୁ ବୁଝିପାରିବେ।
-ଡା. ଆଲୋକ ସ୍ୱାଇଁ
(ସିଏଲଏମ୍‌ସି, ନୋଡାଲ୍‌ ଅଫିସର, କ୍ୟାପିଟାଲ ହସ୍ପିଟାଲ)
ଅସୁସ୍ଥତା, ମୃତ୍ୟୁ କିମ୍ବା ପ୍ରିମାଚ୍ୟୁର ଡେଲିଭରି ଆଦି ବିଭିନ୍ନ କାରଣରୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ମାଆଙ୍କ ଶିଶୁଙ୍କୁ ଏଠାରେ ସାଇତି ରଖାଯାଇଥିବା କ୍ଷୀର ଦିଆଯାଉଛି। ତେଣୁ ବର୍ତ୍ତମାନ କୌଣସି ଶିଶୁ ମାଆ କ୍ଷୀର ଅଭାବରୁ ମରିବେ ନାହିଁ କିମ୍ୱା ପୁଷ୍ଟିହୀନତାର ଶିକାର ହେବେ ନାହିଁ। ଏହା ବ୍ୟତୀତ ଆବଶ୍ୟକତାଠାରୁ ଅଧିକ ପରିମାଣର ମାଆ କ୍ଷୀର ଷ୍ଟକ୍‌ ରହିଲେ, ତାହାକୁ ରାଜ୍ୟର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ରହିବା ଉଚିତ୍‌।
– ଡା. ଧନଞ୍ଜୟ ଦାସ
ସୁପରିନ୍‌ଟେଣ୍ଡେଣ୍ଟ, କ୍ୟାପିଟାଲ୍‌ ହସ୍ପିଟାଲ୍‌
ଓଡ଼ିଶାର ଏହା ହେଉଛି ପ୍ରଥମ ମିଲ୍କ ବ୍ୟାଙ୍କ୍‌। ଯାହା ନବଜାତକଙ୍କ ନିମନ୍ତେ ବହୁ ଉପାଦେୟ ହୋଇଛି। କୋଭିଡ୍‌ ପୂର୍ବରୁ ଏହି ଯୋଜନା ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଇଛି। ଏଥିପାଇଁ ଔରଙ୍ଗାବଦରେ ସ୍ପେଶାଲ ଟ୍ରେନିଂ ନେଇ ଏଠାରେ ଇମ୍ପ୍ଲିମିଟେସନ୍‌ କରିଥିଲି। ଯାହ ବର୍ତ୍ତମାନ ଅନେକ ଶିଶୁଙ୍କୁ ମାଆକ୍ଷୀର ଯୋଗାଇବାରେ ସହାୟକ ହେଉଛି। ଏହାଦ୍ୱାରା ଶିଶୁ ମୃତ୍ୟୁହାର ମଧ୍ୟ କମିଛି। ପ୍ରତିଦିନ ପ୍ରାୟ ୩ ଲିଟର ମାଆ କ୍ଷୀର ସଂଗ୍ରହ ହେଉଥିବା ବେଳେ ଏକାଥରକେ ୨୦୦ ଲିଟର କ୍ଷୀର ଷ୍ଟକ୍‌ ରହିବାର କ୍ଷମତା ରହିଛି। ସବୁଠାରୁ ବଡ଼କଥା ହେଉଛି ଚଳିତ ବର୍ଷ ସିଏଲଏମ୍‌ସି ନ୍ୟାସନାଲ୍‌ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ ସାର୍ଟିଫାୟାଡ଼୍‌ ହୋଇଛି। ଏହା ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
– ଡା. ଲକ୍ଷ୍ମୀଧର ସାହୁ (ପୂର୍ବତନ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ)
ବର୍ତ୍ତମାନ ସିଏଲଏମ୍‌ସି ଠାରୁ ପ୍ରସୂତି ବିଭାଗ ପ୍ରାୟ ୪୦୦ ମିଟର ଦୂରରେ ରହିଥିବାରୁ ମିଲ୍କ ଡୋନେଟ୍‌ ପାଇଁ ମାଆମାନଙ୍କୁ ଆସିବାକୁ ସମସ୍ୟା ହେଉଛି। ପ୍ରସବ ପରେ ଦିନରେ ପ୍ରାୟ ୪ରୁ ୬ଥର ଯିବା ଆସିବା କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ସମ୍ଭବ ହେଉନାହିଁ। ପ୍ରସୂତି ବିଭାଗ ପରିସରରେ ଏକ ମିଲ୍କ କିଚେନ୍‌ ସ୍ଥାପନ କରାଯାଆନ୍ତା, ସେଠାରେ ସିଏଲଏମ୍‌ସିର ଷ୍ଟାଫ୍‌ ନର୍ସ ଜଣେ ଉପସ୍ଥିତ ରହି କ୍ଷୀର କଲେକସନ୍‌୍‌ କରିପାରନ୍ତେ। ଆବଶ୍ୟକ ସମସ୍ତ ଉପକରଣ ସେଠାରେ ରଖାଯାଇ ସଂଗୃହୀତ କ୍ଷୀର ସିଏଲଏମସିକୁ ଅଣାଯାଇ ପୃଥକୀକରଣ କରାଯାଇପାରନ୍ତା ଏବଂ ପ୍ରସୂତିମାନେ କ୍ଷୀର ଦାନ କରିବାକୁ ଅଧିକ ଆଗ୍ରହୀ ହୁଅନ୍ତେ।
– ଡା. ଅଲିଭା ଆଦ୍ୟାରଶ୍ମି ଆଚାର୍ଯ୍ୟ
ହସ୍ପିଟାଲ୍‌ ମ୍ୟାନେଜର
କ୍ୟାପିଟାଲ ହସ୍ପିଟାଲରୁ ଜଣେ ଦଲାଲକୁ ଗିରଫ କଲା ପୁଲିସ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଦଲାଲ ଗିରଫ। ଗଞ୍ଜାମରୁ ଆସି ୟୁନିଟ-୬ ରେ ରହୁଥିବା ଜିତେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ତାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଦୀର୍ଘ ଦିନ ଧରି କ୍ୟାପିଟାଲ ହସ୍ପିଟାଲରୁ ନିର୍ଦ୍ଧିଷ୍ଟ ଏକ ଘରୋଇ ହସ୍ପିଟାଲକୁ ରୋଗୀ ପଠାଇବା ସହ କମିଶନ ଆଧାରରେ କାମ କରୁଥିବା ନେଇ ପୁଲିସ ନିକଟରେ ସ୍ବୀକାର କରିଛି। ତାହ ସହ ଆଉ କିଛି ହସ୍ପିଟାଲ କର୍ମଚାରୀଙ୍କ ଲିଙ୍କ ନେଇ ଖବର ମିଳିଛି। ଖୁବଶୀଘ୍ର ଏଭଳି ଦଳାଲି କାରବାର ସହ ଜଡିତ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛି ପୁଲିସ।
ଭୁବନେଶ୍ବର: ପୁଣି  ଅଲୋଡା ହେଲା ଶିଶୁକନ୍ୟା । ଚିକିତ୍ସିତ ଅବସ୍ଥାରେ ପିଲାକୁ ଛାଡି ଚାଲିଗଲେ ବାପାମାଆ । ୧୯ ଦିନର ପିଲାକୁ ଛାଡି ଛୁ’ ମାରିଛନ୍ତି ବାପାମାଆ ।  ଏମିତି ଏକ ଘଟଣା ଦେଖିବାକୁ ମିିଳିଛି କ୍ୟାପିଟାଲ ହସ୍ପିଟାଲରେ।
ସୂଚନା ଅନୁଯାୟୀ, ନୟାଗଡରୁ ପିଲାଟିକୁ ଚିକିତ୍ସା ପାଇଁ ଆଣିଥିଲେ ଘରଲୋକେ । ଆମ୍ବୁଲାନ୍ସ ଯୋଗେ ଶିଶୁଟି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା । ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲା ଶିଶୁ। ବାପାମାଆଙ୍କ ଫୋନ ସୁଇଚ ଅଫ ଥିବା ସୂଚନା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ  ଲାଇନକୁ ଜଣାଯିବ। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ପ୍ରସଙ୍ଗ, ଆଜି ହେବ ଡିଏନ୍‌‌ଏ ପରୀକ୍ଷା
ଭୁବନେଶ୍ୱର: ନବଜାତ ଶିଶୁ ଅଦଳବଦଳ ପ୍ରସଙ୍ଗକୁ ନେଇ ବିବାଦକୁ ଆସିଛି କ୍ୟାପିଟାଲ ହସ୍ପିଟାଲ। ୫ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପ ଅନ୍ତ ଘଟିବ। ଆସନ୍ତାକାଲି ଡିଏନ୍‌‌ଏ ଟେଷ୍ଟ କରାଯିବ। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା। ମାନ୍ୟବର ଅଦାଲତ ସବୁଜ ସଙ୍କେତ ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ ଓ ତାଙ୍କ ପତ୍ନୀ ଏବଂ ଶିଶୁର ସମ୍ପୁଲ ରାଜ୍ୟ ଫୋରେନ୍‌‌ସିକ ଲାବ୍ରୋଟୋରୀ ପକ୍ଷରୁ ସଂଗ୍ରହ କରାଯିବ। ଉକ୍ତ ଡିଏନ୍‌‌ଏ ସାମ୍ପୁଲକୁ ପରୀକ୍ଷା ଲାଗି ପଠାଯିବ। ରିପୋର୍ଟ ଆସିବା ପରେ ଶିଶୁକନ୍ୟା କାହାର ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ନବଜାତ ଶିଶୁ କନ୍ୟା ଏବେ ସ୍ୱତନ୍ତ୍ର କ୍ୟାବିନ୍‌‌ରେ ମା’ ନିକଟରେ ରହିଛି। ନବଜାତ ଶିଶୁ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତରୀ ଟିମ ପକ୍ଷରୁ କୁହାଯାଇଛି। ତେବେ ଝିଅ ହୋଇଥିବା କଥାକୁ ପ୍ରାଣକୃଷ୍ଣଙ୍କ ପତ୍ନୀ ମାନୁଛନ୍ତି। ସେପଟେ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ମହିଳା ଆଟେଣ୍ଡାଣ୍ଟ୍‌‌ଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କୁ ଏବେ ତଦନ୍ତ ପରିସରଭୁକ୍ତ କରାଯାଇ ତଦନ୍ତକୁ ଆହୁରି ଜୋର୍‌‌ଦାର କରାଯାଉଛି।
ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲରେ ଖୋଲିବ ସ୍ୱତନ୍ତ୍ର କର୍କଟ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ନିରୂପଣ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ରୋଡ୍‍ ମ୍ୟାପ୍‍ ପ୍ରସ୍ତୁତ କରି କର୍କଟ ରୋଗର ଚିକିତ୍ସା ପାଇଁ ଏକ ବିଶାଳ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ପୂର୍ବରୁ କେବଳ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଉପରେ ରୋଗୀଙ୍କମାନେ ନିର୍ଭର କରୁଥିଲେ। କିନ୍ତୁ ଏହି ସଂସ୍ଥାନ ଉପରୁ ଚାପ କମାଇବା ଉଦ୍ଦେଶ୍ୟରେ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲ ପରିସରରେ ଏକ ସ୍ୱତନ୍ତ୍ର କର୍କଟ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଏ ଦିଗରେ ଭିତ୍ତିଭୂମି ପ୍ରତିଷ୍ଠା ସହ ଆବଶ୍ୟକୀୟ ମାନବ ସମ୍ବଳ ଓ ବିଶେଷଜ୍ଞ ନିଯୁକ୍ତି ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ନାମରେ ଏହି କର୍କଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଏଥିପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରିଥିଲେ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ କର୍କଟ କେନ୍ଦ୍ର ଖୋଲିଲେ କଟକ ଏଏଚ୍‍ପିଜିଆଇସି ଉପରେ ଚାପ ହ୍ରାସ ପାଇବ। ଏହି କ୍ରମରେ ଶୁକ୍ରବାର ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କ ସହିତ ଏଏଚ୍‍ପିଜିଆଇସିର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ଦୀନେଶ ପେନ୍ଧାରକର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।
୨୦୧୬ ମସିହାରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ କ୍ୟାନସର୍‍ ୟୁନିଟ୍‍ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ରୋଗୀମାନଙ୍କୁ ଏବେ ପରାମର୍ଶ ଏବଂ କେମୋ ଥେରାପି ଦିଆଯାଉଛି। ଏଠାରେ ୧୪ଟି ଶଯ୍ୟା ରହିଥିବା ବେଳେ ପାଲିଆଟିଭ୍‍ କେୟାର ସେଣ୍ଟର ଭାବେ ଏହା ବ୍ୟବହାର ହେଉଛି। କ୍ୟାନସର୍‍ ସେଣ୍ଟର ପ୍ରତିଷ୍ଠା ପାଇଁ ‘ଓଡ଼ିଶା କମ୍ପ୍ରିହେନ୍ସିଭ୍‍ କ୍ୟାନସର୍‍ କେୟାର ପ୍ରୋଗ୍ରାମ୍‍’ ଅଧୀନରେ ୫୦ କୋଟି ଟଙ୍କାର ବ୍ୟୟ ଅଟଳକ ପ୍ରସ୍ତୁତ କରାଯାଇଛି। ସେହିପରି ଷ୍ଟେଟ୍‍ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ୨୦.୩୫ କୋଟି ଟଙ୍କାର ବ୍ୟୟ ଅଟଳକ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ପିଜି ଇନ୍‍ଷ୍ଟିଚ୍ୟୁଟ୍‍ ରେ ନାମ ଲେଖା ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ବେଶ୍‍ ଗୁରୁତ୍ୱବହନ କରୁଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ମେଡିକାଲ କଲେଜ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଅନ୍ୟତମ ବଡ଼ ଡାକ୍ତରଖାନା ଭାବେ ପରିଗଣିତ ହେଉଛି। ଦୈନିକ ଏଠାକୁ ୫ ହଜାରରୁ ଅଧିକ ରୋଗୀ ଆସୁଛନ୍ତି। କିନ୍ତୁ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାର ଲୋକେ କର୍କଟ ଚିକିତ୍ସା ପାଇଁ କଟକ ଯାଉଛନ୍ତି। ସମଗ୍ର ରାଜ୍ୟରୁ କର୍କଟ ରୋଗୀ ଆସୁଥିବାରୁ କଟକ ସ୍ଥିତ ଏଏଚ୍‍ପିଜିଆଇସି ଉପରେ ପ୍ରବଳ ଚାପ ପଡୁଛି। ଏପରିସ୍ଥଳେ କ୍ୟାପିଟାଲ ହସ୍ପିଟାଲରେ କ୍ୟାନ୍ସର୍‍ କେୟାର ସେଣ୍ଟର ଆଣ୍ଡ ପବ୍ଲିକ୍‍ ହେଲଥ୍‍ ଲାବୋରେଟୋରୀ ପ୍ରତିଷ୍ଠା ହେଲେ ବହୁ ରୋଗୀ ଉପକୃତ ହୋଇପାରିବେ। ଖୁବ୍‍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଜଣାପଡିଛି।
ପୂର୍ବାପେକ୍ଷା ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଭିତ୍ତିଭୂମି ସୁଦୃଢ଼ କରିବା ଜରୁରୀ ହୋଇପଡିଛି। ଏପରିସ୍ଥଳେ ରାଜ୍ୟ ସରକାର ଏଏଚ୍‍ପିଜିଆଇସିର ନବକଳେବର କରୁଥିବା ବେଳେ ଝାରସୁଗୁଡ଼ାରେ କ୍ୟାନସର୍‍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ନିକଟରେ କିମ୍ସ ପକ୍ଷରୁ କ୍ୟାନସର୍‍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଭୁବନେଶ୍ୱର ଉପକଣ୍ଠରେ ୨୧୦ କୋଟି ଟଙ୍କା ବ୍ୟୟରେ ବାଗ୍‍ଚୀ ଶ୍ରୀ ଶଙ୍କର କ୍ୟାନସର୍‍ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନିର୍ମାଣ ଜାରି ରହିଛି। କର୍କଟ ଚିକିତ୍ସା ପାଇଁ କ୍ୟାନ୍ସର କେୟାର ପ୍ରୋଗ୍ରାମ୍‍ ମାଧ୍ୟମରେ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ୫୭୭ କୋଟି ଟଙ୍କା ବ୍ୟୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷେ ଏମ୍ସ ଭୁବନେଶ୍ୱରରେ କର୍କଟ ବିଭାଗକୁ ସୁଦୃଢ଼ କରାଯିବା ସହିତ ଯନ୍ତ୍ରଣା ଉପଶମ ୟୁନିଟ୍‍ ଖୋଲିବା ପାଇଁ ଲକ୍ଷ୍ୟ ରହିଛି।