Revenue Department - The Sakala

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା ଆକ୍ସନ । ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି । କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ । ଓଡ଼ିଶାର ଏହି ୬ଟି ଜିଲ୍ଲାରେ ସରକାରୀ ଜମିରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ରାଜ୍ୟ ସରକାର ନିଜର ପ୍ରୟାସକୁ ଜୋରଦାର କରିଛନ୍ତି। କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ନିରନ୍ତର ନଜର ରଖିବା ସହ ପୁନର୍ବାର ହେଉଥିବା ଚାଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀ ଏ ନେଇ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କ୍ଷେତ୍ରସ୍ତରରେ ନିରୀକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବାକୁ କହିଛନ୍ତି।

୨୦୨୫-୨୬ ଫସଲ ଋତୁରେ ଓଡ଼ିଶା ପୋଲିସ ଏହି ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ଥିବା ୧,୬୩୧ଟି ଜିପିଏସ୍-ମ୍ୟାପ୍ ପ୍ଲଟ୍ରେ ପ୍ରାୟ ୩୬,୫୦୮.୭୯୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏଥିମଧ୍ୟରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ଭାବରେ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଚାଷ ସ୍ଥାନଗୁଡ଼ିକର ଜିପିଏସ୍ (GPS) ତଥ୍ୟ ପୋଲିସ କର୍ତ୍ତୃପକ୍ଷ ରାଜସ୍ୱ ବିଭାଗ ସହିତ ଅଂଶୀଦାର କରିଛନ୍ତି। ଏହି ତଥ୍ୟ ଆଧାରରେ ବିଭାଗ ପକ୍ଷରୁ ଉକ୍ତ ପ୍ଲଟଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯିବ।

ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ଗଞ୍ଜେଇ ଚାଷୀମାନେ ସମାନ ସରକାରୀ ଜମିକୁ ଫେରିଆସୁଥିବା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂତନ ଫସଲ ଋତୁ ଆରମ୍ଭ ହୋଇସାରିଥିବାରୁ, ପୂର୍ବରୁ ଗଞ୍ଜେଇ ଚାଷ ଚିହ୍ନଟ ହୋଇ ନଷ୍ଟ ହୋଇଥିବା ପ୍ଲଟଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ (RI) ଏବଂ ରାଜସ୍ୱ ସୁପରଭାଇଜରମାନଙ୍କୁ ମିଳିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଚାଷ ଦେଖିବା ମାତ୍ରେ ସ୍ଥାନୀୟ ପୋଲିସ, ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) କିମ୍ବା ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) କୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

ରାଜସ୍ୱ ବିଭାଗ ନିଜର ଅଧିକାରୀମାନଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି। ଡାକ୍ତର ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ଗଞ୍ଜେଇ ଚାଷରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ମାଫିଆଙ୍କୁ ସହଯୋଗ କରୁଥିବା ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ ଜମି ଯେପରି ବାରମ୍ବାର ବେଆଇନ ଚାଷ ପାଇଁ ବ୍ୟବହାର ନହୁଏ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି, ବଦଳିଛି କେବଳ ମାତ୍ର ଇଂରାଜୀ ବନାନ । ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଇଂରାଜୀ ବନାନ ବା ସ୍ପେଲିଂକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଲେଖିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନୂତନ ନିୟମ ରାଜ୍ୟର ସମସ୍ତ ଜିଲ୍ଲା, ସବ୍-ଡିଭିଜନ୍, ତହସିଲ, ବ୍ଲକ୍, ପୌରପାଳିକା ଏବଂ ଏନଏସି (NAC) ଗୁଡ଼ିକ ପାଇଁ ଲାଗୁ ହେବ। ଏଣିକି ଇଂରାଜୀରେ ସ୍ଥାନର ନାମ ଲେଖିବା ବେଳେ ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଉଚ୍ଚାରଣକୁ ପ୍ରତିଫଳିତ କରିବ। ଉଦାହରଣ ସ୍ୱରୂପ, ବର୍ତ୍ତମାନର ‘Cuttack’ କୁ ଏଣିକି ‘Kataka’ (କଟକ), ‘Balasore’ କୁ ‘Baleshwar’ (ବାଲେଶ୍ୱର), ଏବଂ ‘Bolangir’ କୁ ‘Balangir’ ଭାବରେ ଲେଖାଯିବ। ସେହିପରି ଅନୁଗୋଳକୁ ‘Anugola’, ବରଗଡ଼କୁ ‘Baragada’, ସୁନ୍ଦରଗଡ଼କୁ ‘Sundaragada’, କେନ୍ଦୁଝରକୁ ‘Kendujhar’, ବ୍ରହ୍ମପୁରକୁ ‘Brahmapur’ ଏବଂ ରାଉରକେଲାକୁ ‘Raurkela’ ଭାବରେ ଇଂରାଜୀରେ ନାମକରଣ କରାଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ସ୍ଥାନର ନାମ ପରିବର୍ତ୍ତନ ନୁହେଁ। ଏହା କେବଳ ଇଂରାଜୀ ଅକ୍ଷରରେ ଲେଖାଯାଉଥିବା ବନାନ (Spelling) ରେ ଏକ ସଂଶୋଧନ ମାତ୍ର। ଏହା ଦ୍ୱାରା ପ୍ରଶାସନିକ ସୀମା, ପରିଚାଳନା କିମ୍ବା ପରିଚୟରେ କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ସରକାରୀ ନଥିପତ୍ରରେ ଇଂରାଜୀ ଲିପିଗତ ତ୍ରୁଟିକୁ ଦୂର କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ।

ଐତିହାସିକ ସମୟରୁ ଇଂରାଜୀ ବନାନରେ ରହିଆସିଥିବା ଅସଙ୍ଗତିକୁ ଦୂର କରି ଓଡ଼ିଶାର ଭାଷାଭିତ୍ତିକ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ଏହା ଏକ ପ୍ରଶଂସନୀୟ ଉଦ୍ୟମ। ଓଡ଼ିଶା ଗେଜେଟ୍‌ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା ସମଗ୍ର ରାଜ୍ୟରେ ସମାନ ଭାବରେ କାର୍ଯ୍ୟକାରୀ ହେବ।

ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା
ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ତାତୁଛି ଓଡିଶା । ଦିନକୁ ଦିନ ଅସମ୍ଭାଳ ହେଲାଣି ତାପମାତ୍ରା । ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ହିଟୱେଭକୁ ସାମ୍ନା କରିବା ପାଇଁ ରାଜସ୍ବ ବିଭାଗ ତରଫରୁ ନୂଆ SOP ପ୍ରସ୍ତୁତ ହୋଇଛି ।  ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳ ଚାହିଁଲେ ଏସଓପି ବାହାରେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ।

11 ଟାରୁ 3 ଟା ପର୍ଯ୍ୟନ୍ତ ଗରମ ସମୟ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ବ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତି ପୂରଣ ଦିଆଯାଉଛି । ରିପୋର୍ଟ ପାଇବାର 24 ଘଣ୍ଟା ଭିତରେ ପଇସା ମିଳିବ ବୋଲି କାଗିଛି ରାଜସ୍ବ ବିଭାଗ ।

ଡିମାର୍କସେନ ପାଇଁ ଦୌଡିବାକୁ ପଡ଼ିବନି ତହସିଲ ଅଫିସ, ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ....
ଭୁବନେଶ୍ବର: ଡିମାର୍କସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି, କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି। ଆଉ ମାସ ମାସ ସମୟ ଗଡିବନି। ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ। ସେହିଦିନ ତହସିଲ ଅଧିକାରୀ ଅମିନ ଏବଂ ପୋଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କସେନ। ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ। ଆବେଦନ ସବମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସ ଭାବେ ଆସିଯିବ। ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ।

ପ୍ରମିଳା ମଲ୍ଲିକଙ୍କ ଇସ୍ତଫା, ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁଦାମ ମାର୍ଣ୍ଡି କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟ, ବିଧାନସଭାରେ ବିଜେଡି ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ଗୁରୁବାର ପ୍ରମିଳା ମଲ୍ଲିକ ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାଥାଉ କି, ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ, ଆସନ୍ତାକାଲି ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କୁ ଗତକାଲି ଦଳ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣଶ କରାଯାଇଥିଲା । ନାମାଙ୍କନ ପତ୍ର ଭରିବା ପୂର୍ବରୁ ପ୍ରମିଳା ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି ନୂତନ ପଦ
ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଗତ ୧୨ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।

ଏହି କ୍ରମରେ ଶୁକ୍ରବାର ନୂତନ ଭାବେ ୧୯୮ ପଦ ସୃଷ୍ଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ପଦକୁ ମିଶାଇଲେ ମୋଟ ପଦ ସଂଖ୍ୟା ୧୨୯୦ରେ ପହଞ୍ଚିବ। ନୂତନ ପଦ ଗୁଡ଼ିକ ମଧ୍ୟରେ ୩୨ ଅତିରିକ୍ତ ତହସିଲଦାର, ୫ ସହକାରୀ ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ, ୨ ସହ ନିବନ୍ଧକ, ୧୧ କୋର୍ଟ ଅଫିସର, ୨ ସହକାରୀ ନିର୍ଦ୍ଦେଶକ ଏବଂ ଛୁଟି, ଡେପୁଟେସନ୍‍ ଓ ଟ୍ରେନିଂ ରିଜର୍ଭ ବାବଦରେ ୧୧୮ ଜଣଙ୍କ ପାଇଁ ପଦ ସୃଷ୍ଟି କରାଯିବ।