Job - The Sakala
ଭୁବନେଶ୍ବର: ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାର ମେନ ଏକ୍ସାମ ବାତିଲ କରାଯାଇଛି। ବାତିଲର କାରଣ ଏହି ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଥିଲେ। କିନ୍ତୁ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ , ୫ ଗୁଣା ପିଲାଙ୍କୁ ମେନ୍ ପରୀକ୍ଷା ପାଇଁ ଚୟନ କରାଯିବ। ଏହାକୁ ଚ୍ୟାଲେଞ୍ଜ କରି ପିଟିସନ ଫାଇଲ କରାଯାଇଥିଲା। ଏହି ମାମଲାର ଶୁଣାଣୀ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ କରିଥିଲେ।  ଏହି ପରୀକ୍ଷା ପାଇଁ ଅନ୍ୟ ଆଶାୟୀମାନେ ଅବେଦନ କରିପାରିବେ ନାହିଁ। କେବେଳ ଯେଉଁମାନେେ ଏହି ପରୀକ୍ଷା ପାଇଁ ପୂର୍ବରୁ ଆବେଦନ କରିଥିଲେ ସେମାନେ ହିଁ ଏହି ପରୀକ୍ଷା ଦେଇପାରିବେ। ପୁନଃ ପ୍ରିଲିମ ପରୀକ୍ଷା ହେବ। ଏହି ସମସ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ RI, ARI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ରଦ୍ଦ କରିଛି OSSSC। ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ଅଗଷ୍ଟ ୧୫ ସୁଦ୍ଧା ପ୍ରିଲିମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକଶ ପାଇପାରେ ବୋଲି ଜଣାପଡ଼ିଛି।
ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ବାରା ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଥିଲା। ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖବର ଆସିଥିଲା। ଯାହା ପରେ ରାଜ୍ୟର କିଛି ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରିବା ସହ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଥିଲେ।
ସୂଚନା ଅନୁଯାୟୀ, ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ପ୍ରିଲିମ୍‌ ପାସ୍‌ କରିଥିଲେ। ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ୨୩ ଏପ୍ରିଲରେ ସୂଚନା ଦିଆଯାଇଥିଲା।
୨୦୨୪ ଦୁନିଆ ପାଇଁ ବେଶ ଆହ୍ବାନପୂର୍ଣ୍ଣ, ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ AI
ନୂଆଦିଲ୍ଲୀ: ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଦୈନିକ କିଛି ନା କିଛି ବଡ଼ ଖବର ସାମ୍ନାକୁ ଆସୁଛି। ମନୁଷ୍ୟ କାମକୁ ସହଜ କରିବା ଲକ୍ଷ୍ୟ ନେଇ ଏଆଇର ସୃଷ୍ଟି। ପୁଣି ଏବେ କୁହାଯାଉଛି ଯେ, ଏଆଇ ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ। ଖୋଦ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା ଏହା କହିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମଗ୍ର ବିଶ୍ୱରେ ଚାକିରି ସୁରକ୍ଷା ପାଇଁ ବିପଜ୍ଜନକ ପ୍ରମାଣିତ ହେବ। ବିକଶିତ ଦେଶଗୁଡିକରେ ୬୦ ପ୍ରତିଶତ ଚାକିରୀ ଏଆଇ ହେତୁ ବିପଦରେ ପଡ଼ିବ ବୋଲି ଆଜି ସ୍ୱିଜରଲ୍ୟାଣ୍ଡ୍‌ର ଡାଭୋସ୍‌ଠାରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ର ବାର୍ଷିକ ବୈଠକରେ ଯୋଗଦେବା ପୂର୍ବରୁ ଜର୍ଜିଆଭା ଏହା କହିଛନ୍ତି।
ଆଇଏମ୍‌ଏଫ୍‌ର ଏକ ନୂତନ ରିପୋର୍ଟକୁ ଦର୍ଶାଇ ଜର୍ଜିଆଭା କହିଛନ୍ତି ଯେ ବିକାଶଶୀଳ ଦେଶମାନଙ୍କରେ ଏଆଇର ପ୍ରଭାବ କମ୍ ହୋଇପାରେ, କିନ୍ତୁ ବିଶ୍ୱରେ ପ୍ରାୟ ୪୦% ଚାକିରି ଏଆଇ ଦ୍ୱାରା ପ୍ରଭାବିତ ହୋଇପାରେ। ଏଥିସହିତ ସେ ୨୦୨୪କୁ ନେଇ ସେ ବିଶ୍ୱକୁ ଚେତାବନୀ ଦେଇଛି। ୨୦୨୪ ବିଶ୍ୱ ଅର୍ଥନୀତି ପାଇଁ ଏକ କଷ୍ଟକର ବର୍ଷ ହୋଇପାରେ। କରୋନା ଅବଧି ସମୟରେ ନିଆଯାଇଥିବା ଋଣ ଜାଲରୁ ଦୁନିଆ ଏ ପର୍ଯ୍ୟନ୍ତ ମୁକୁଳି ପାରିନାର୍ହି। ଚଳିତ ବର୍ଷ ବିଶ୍ବର ୬୦ରୁ ଅଧିକ ଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ମନାଇବା ପାଇଁ ଟଙ୍କା ଖର୍ଚ୍ଚ କରିବେ, ଏହାଦ୍ୱାରା ଦେଶର ଉପରେ ଋଣ ଭାର ଆହୁରି ବୃଦ୍ଧି ପାଇବ। ତଥାପି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍ପାଦନ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ। ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି, ବତ୍ତର୍ମାନ ସ୍ୱଳ୍ପ ଆୟକାରୀ ଦେଶଗୁଡ଼ିକୁ ଶୀଘ୍ର ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଉପରେ ଆମେ ବିଶେଷ ଧ୍ୟାନ ଦେବା ଉଚିତ୍, ଯାହା ଦ୍ବାରା ସେମାନେ ଏଆଇ ଆସିବାଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଲାଭ ଉଠାଇପାରିବେ। ଆଇଏମ୍ଏଫ୍ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବ ବ୍ୟାପୀ ଅଧା ଚାକିରୀ ଏଆଇ ଦ୍ୱାରା ପ୍ରଭାବିତ ହେବ। ଚାକିରିର ଅବଶିଷ୍ଟ ଅଧା ଉପରେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳେ | ରିପୋର୍ଟ ଅନୁଯାୟୀ, ଯେଉଁ ଦେଶରେ ଉଚ୍ଚ କୁଶଳୀ ଚାକିରିର ଚାହିଦା ରହିଛି ସେଠାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିପଦ ସର୍ବାଧିକ ହେବ। ଆଇଏମ୍ଏଫ୍ ମୁଖ୍ୟ ଜର୍ଜିଆଭା କହିଛନ୍ତି, ଗୋଟିଏ ପଟେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଗମନ ସହିତ ଆପଣଙ୍କ ଚାକିରି ସମ୍ପୂର୍ଣ୍ଣ ରୂପେ ଚାଲିଯାଇପାରେ। ଅନ୍ୟ ପଟେ, ଚାକିରି ସଂଖ୍ୟା ବଢ଼ିପାରେ। ଯଦି ଚାକିରିର ସୁଯୋଗ ବୃଦ୍ଧି ହୁଏ, ତେବେ ଆପଣଙ୍କର ଉତ୍ପାଦକତା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଆୟ ଏବଂ ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇବ। ଏହା ଦେଶର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ।
ଚଳିତବର୍ଷ ବୈଷୟିକ ଶିଳ୍ପରେ ଯାଇଛି ୨ ଲକ୍ଷରୁ ଅଧିକ ଚାକିରି
ନୂଆଦିଲ୍ଲୀ: ସାର ବିଶ୍ବରେ ବର୍ଷ ୨୦୨୨ରେ ଟେକ୍ନୋଲୋଜି କ୍ଷେତ୍ରରେ କର୍ମଚାରୀ ଛଟେଇ ପର୍ବ ଆରମ୍ଭ ହାଇଥିଲା। ଏବେ ବି ଏହି କ୍ଷେତ୍ରରେ ଛଟେଇ ପ୍ରକ୍ରିୟା ଜାରି ରହିଛି। ଇତିମଧ୍ୟରେ ୨୦୨୩ର ୫ ମାସ ବିତିଗଲାଣି। ଏହି ସମୟ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଏହି କ୍ଷେତ୍ରରେ ଚାକିରି ହରାଇଛନ୍ତି। ବର୍ଷ ସରିବାକୁ ଆଉ ୭ ମାସ ବାକି ରହିଛି। ତେଣୁ ଏହି ପରିଭାବେ ଛଟେଇ ଜାରି ରହିଲେ ୨୦୨୩ ଶେଷ ହେବାକୁ ବେଳକୁ ପରିସ୍ଥିତି କଣ ହୋଇଥିବା ତାହା ଏବେଠାରୁ ଆକଳନ କରିବା ମୁସ୍କିଲ।
ଛଟେଇର ପରିସଂଖ୍ୟାନ ଉପରେ ନଜର ରଖୁଥିବା ଲେଅଫ୍‌ଡଟ୍‌ଏଫ୍‌ୱାଇଆଇର ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସାରା ବିଶ୍ବରେ ୧୦୫୬ଟି ଟେକ୍ କମ୍ପାନୀ ପ୍ରାୟ ୧.୬୪ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଯେତେବେଳେ କି ୨୦୨୩ର ମସିହାରେ ମେ ୧୮ ପର୍ଯ୍ୟନ୍ତ, ୧,୯୭,୯୮୫ ଲୋକ ଏହି କ୍ଷେତ୍ରରେ ଚାକିରି ହରାଇଛନ୍ତି। ଏହି ଚାକିରିଗୁଡିକ ୬୯୬ ଟେକ୍ କମ୍ପାନୀକୁ ଯାଇଛି। ଏହିପରି ଭାବେ ୨୦୨୩ର କିଛି ମାସ ମଧ୍ୟରେ କର୍ମଚାରୀ ଛଟେଇ ୨୦୨୨ର ସମ୍ପୂର୍ଣ୍ଣ ବର୍ଷ ର ସଂଖ୍ୟାକୁ ଅତିକ୍ରମ କରିଯାଇଛି। ଚଳିତବର୍ଷର ଆଗାମୀ ୭ ମାସରେ ଆହୁରି ଅଧିକ ଲୋକଙ୍କ ଚାକିରୀ ଯିବାର ସମ୍ଭାବନା ଥିବାବେଳେ ଆମାଜନ୍‌, ମେଟା, ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ପରି କମ୍ପାନୀଗୁଡିକ ବହୁ ସଂଖ୍ୟାରେ ଛଟେଇ କରିସାରିଛନ୍ତି। ଆଗାମୀ ମାସଗୁଡିକରେ ମଧ୍ୟ ଏହି କମ୍ପାନୀଗୁଡିକ ଅଧିକ ଲୋକଙ୍କୁ ଛଟେଇ କରିପାରନ୍ତି। ଗୁଗୁଲ୍, ମେଟା, ଆମାଜନ ଏବଂ ମାଇକ୍ରୋସଫ୍ଟ ଆଗାମୀ ଦିନରେ ଅଧିକ ଷଳାକଙ୍କୁ ଚାକିରିରୁ ବିଦା କରିବାକୁ ହ୍ରାସ ଘୋଷଣା କରିଛନ୍ତି।
ଗତ ସପ୍ତାହରେ ୬୦୦୦ ଲୋକଙ୍କୁ ଚାକିରୀରୁ ହଟାଇବାକୁ ମେଟା ଘୋଷଣା କରିସାରିଛି। ୨୦୨୨ ନଭେମ୍ବରରେ କମ୍ପାନୀ ୧୧,୦୦୦ ଲୋକଙ୍କୁ ଚାକିରୀରୁ ବରଖାସ୍ତ କରିଥିବାବେଳେ ୨୦୨୩ ମାର୍ଚ୍ଚରେ ମୋଟ ୧୦,୦୦୦ ଚାକିରି ହ୍ରାସ କରିବାକୁ ଘୋଷଣା କରିଥିଲା। ଏଥିସହିତ ଖର୍ଚ୍ଚ ହ୍ରାସ କରିବା ପାଇଁ ଆମାଜନ ଅନେକ ବିଭାଗ ବନ୍ଦ କରିବା ବିଷୟରେ ମଧ୍ୟ ଘୋଷଣା କରିଛି। ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ କମ୍ପାନୀ ଏହାର କର୍ମଚାରୀ ସଂଘ୍ୟା ଅଧା କରିଦେଇଛି। ଏଥିରେ ଭାରତରେ ଥିବା କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା। ଭାରତର ଡିଜ୍‌ନୀ, ଶେୟାରଚାର୍ଟ, ରିବେଲ ଫୁଡ୍‌, ଭାରତ ଏଗ୍ରି ଏବଂ ଓଲାରେ କର୍ମଚାରୀ ଛଟେଇ ଜାରି ରହିଛି। ଆସେଞ୍ଚର ଭଳି କମ୍ପାନୀ ୧୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟାରେ ରହିଛନ୍ତି। କେବଳ ଆପଲ୍ ହେଉଛି ଏକମାତ୍ର କମ୍ପାନୀ ଯେ କି ବଡ଼ ଧରଣର କୌଣସି ଚଟେଇ କରୁନାହିଁ।
ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ; ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଦ ପୂରଣ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌‌
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଦି ବିଭାଗରେ ଖାଲି ପଦ ପୂରଣ କରାଯିବ। ସେହିପରି ପୁଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଶିକ୍ଷକ ନିଯୁକ୍ତି ଜାରି ରହିଥିବା ବେଳେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଜାରି ରହିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ନିଯୁକ୍ତି କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସେହି ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଏହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବ। ସେହିପରି ସମସ୍ତ ବିଭାଗ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ନିଯୁକ୍ତି ପ୍ରଦାନ କରିପାରିବେ ସେନେଇ ଏକ ନିଯୁକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ଏଭଳି ନକ୍ସା ଆଙ୍କୁଥିବା ବେଳେ ଚଳିତ ବର୍ଷ ଯୁବକ ଯୁବତୀଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବ ବୋଲି ଆକଳନ କରାଯାଉଛି। ଆଗାମୀ ୧୭ ତାରିଖରେ ସଚିବସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟରେ ପ୍ରଶାସନକୁ ଅଧିକରୁ ଅଧିକ କ୍ରିୟାଶୀଳ ଏବଂ ଲୋକକୈନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ‘୫-ଟି’ ଏବଂ ମୋ ସରକାରର ଉପକ୍ରମକୁ ଉପଯୋଗ କରି ରାଜ୍ୟ ପ୍ରଶାସନ ପ୍ରତିଟି ସେବା ଏବଂ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇ ଆସୁଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ପ୍ରଶାସନିକ ପ୍ରସ୍ତୁତି କରାଯାଊଛି। ଏହା ସହ ଲୋକହିତକର ଯୋଜନାଗୁଡ଼ିକ ନେଇ ସରକାରୀ ପ୍ରତିବଦ୍ଧତାର ପରିପୂରଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଘୋଷଣା କରିଥିଲେ ତାହା କେତେମାତ୍ରାରେ ପୂରଣ ହୋଇଛି ଏବଂ ଏ ନେଇ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପ୍ରଶାସନିକ ସ୍ତରରେ ସମୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଯେଉଁ ବଡ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତାହାର କାର୍ଯ୍ୟକାରିତା ସହ ପ୍ରକଳ୍ପୱାରୀ ସମୀକ୍ଷା କରାଯିବ। ରାଜ୍ୟର ବିତ୍ତୀୟ ପରିଚାଳନା ଦେଶର ଅନ୍ୟ ବଡ଼ ରାଜ୍ୟ ତୁଳନାରେ ଖୁବ୍‌‌ ଭଲସ୍ଥିତିରେ ଥିବା ବେଳେ ଆର୍ଥିକ ପ୍ରଗତିକୁ ମଧ୍ୟ ରାଜ୍ୟ ସରକାର ସମାନ ଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି। ତେଣୁ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ସ୍ଥିତି ଉପରେ ଆଲୋଚନା କରାଯିବ। ଏଥିପାଇଁ ଆସନ୍ତା ୧୭ ତାରିଖରେ ସଚିବସ୍ତରରେ ଏକ ବୈଠକ ଆହ୍ୱାନ କରାଯାଇଛି।
ବୈଠକରେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟରୁ ଯେପରି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରିବ ସେନେଇ ଆଲୋଚନା ହେବା ସହ ଯୁବକମାନଙ୍କ ଦକ୍ଷତା ବିକାଶ ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସରକାର ଅଧୀନରେ ସାଧାରଣ ଲୋକଙ୍କଠାରୁ ଫିଡବ୍ୟାକ୍‌‌ ସଂଗ୍ରହ କରାଯାଇ ସେହି ଅନୁଯାୟୀ ରାଜ୍ୟ ପ୍ରଶାସନର ବିଭିନ୍ନ ଅଙ୍ଗକୁୁ କ୍ରିୟାଶୀଳ କରାଯାଇପାରୁଛି। ଅତଏବ ମୋ ସରକାରର ଏହି ଫିଡବ୍ୟାକ୍‌‌ ପ୍ରକ୍ରିୟାକୁ ଅଧିକ କିପରି ତ୍ୱରାନ୍ୱିତ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବା ନେଇ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସେବା କେନ୍ଦ୍ର ସହ ଅଧିକରୁ ଅଧିକ ଜନସେବାକୁ ଯୋଡ଼ିବା ପାଇଁ ବୈଠକରେ ଆଲୋଚନା ହେବ। ସାଧାରଣ ଲୋକଙ୍କ ଦୁଆରେ ଯେପରି ଅଧିକରୁ ଅଧିକ ମାତ୍ରାରେ ସରକାରୀ ସେବା ପହଞ୍ଚିପାରିବ ସେନେଇ ତାହା ବୈଠକର ଏଜେଣ୍ଡାରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିକଟରେ ପରାମର୍ଶ ଦିଆଯାଇଥିବା ବେଳେ ଏନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି ନୂତନ ପଦ
ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ ଅତିରିକ୍ତ ପଦର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ରାଜସ୍ୱ ସେବା(ଗ୍ରୁପ-ବି)ରେ ୧୯୮ଟି ନୂତନ ପଦ ସୃଷ୍ଟି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଗତ ୧୨ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।
ଏହି କ୍ରମରେ ଶୁକ୍ରବାର ନୂତନ ଭାବେ ୧୯୮ ପଦ ସୃଷ୍ଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୂତନ ପଦକୁ ମିଶାଇଲେ ମୋଟ ପଦ ସଂଖ୍ୟା ୧୨୯୦ରେ ପହଞ୍ଚିବ। ନୂତନ ପଦ ଗୁଡ଼ିକ ମଧ୍ୟରେ ୩୨ ଅତିରିକ୍ତ ତହସିଲଦାର, ୫ ସହକାରୀ ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ, ୨ ସହ ନିବନ୍ଧକ, ୧୧ କୋର୍ଟ ଅଫିସର, ୨ ସହକାରୀ ନିର୍ଦ୍ଦେଶକ ଏବଂ ଛୁଟି, ଡେପୁଟେସନ୍‍ ଓ ଟ୍ରେନିଂ ରିଜର୍ଭ ବାବଦରେ ୧୧୮ ଜଣଙ୍କ ପାଇଁ ପଦ ସୃଷ୍ଟି କରାଯିବ।