Department of Fisheries & Animal Resources Development Department - The Sakala

ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ବିବିଧ ମାଛଚାଷ ଯୋଜନାର ରୋଡମ୍ୟାପ୍‍: ରାଜ୍ୟରେ ୨୦୨୫ ସୁଦ୍ଧା ଜଣକା ଖାଇବେ ୨୦ କିଲୋ ମାଛ
ଭୁବନେଶ୍ୱର: ଆସନ୍ତା ତିନିବର୍ଷ ଅର୍ଥାତ ୨୦୨୫ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ମାଛ ଖାଇବା ୨୦ କିଲୋକୁ ବୃଦ୍ଧି ପାଇବ। ଏଥିପାଇଁ ରାଜ୍ୟ ସରକାର ରୋଡମ୍ୟାପ୍‍ ପ୍ରସ୍ତୁତ କରିବା ସହ ମିଶନ ମୋଡରେ କାମ ଆରମ୍ଭ କରିଛନ୍ତି। ୨୦୧୯-୨୦ରେ ଜଣକା ୧୬.୨୪ କିଲୋ ମାଛ ଖାଉଥିବା ବେଳେ ଏହାକୁ ତିନିବର୍ଷ ମଧ୍ୟରେ ୨୦ କିଲୋରେ ପହଞ୍ଚାଇବା ପାଇଁ ଯୋଜନା ହୋଇଛି।

ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ଏହି ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗର ଅଧିକାରୀମାନେ ୫ଟି ଆଧାରରେ ଏଭଳି ରୋଡମ୍ୟାପ୍‍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ବିବିଧ ମାଛଚାଷ ଯୋଜନାରେ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ଆଗାମୀ ଦିନରେ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଅଧିକାରୀମାନେ ମତ ଦେଇଛନ୍ତି। ନିକଟ ଭବିଷ୍ୟତରେ ରାଜ୍ୟବାସୀ ଓଡ଼ିଶାରେ ବିଭିନ୍ନ ପ୍ରଜାତିର ମାଛ ଚାଷ ସହିତ ଏହାର ରପ୍ତାନୀ ଓ ଏହାଦ୍ୱାରା ସୃଷ୍ଟି ହେବାକୁ ଯାଉଥିବା ନିଯୁକ୍ତି ସୁଯୋଗ ଦେଖିପାରିବେ। ମାଛ ଚାଷରେ ବ୍ୟାପକତା ଯୋଗୁଁ ରାଜ୍ୟବାସୀ ସ୍ୱଳ୍ପ ମୂଲ୍ୟରେ ମାଛ ପାଇବା ଯୋଗୁଁ ଏହାର ମୁଣ୍ଡପିଛା ବ୍ୟବହାର ୧୬.୨୪ କିଲୋରୁ ତିନି ବର୍ଷ ମଧ୍ୟରେ ୨୦ କିଲୋକୁ ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ଆକଳନ କରୁଛନ୍ତି। ରାଜ୍ୟର ୬.୮୫ ଲକ୍ଷ ହେକ୍ଟର ପରିମିତ ମଧୁର ଜଳ ଉତ୍ସ ଥିବା ବେଳେ ଏଥିରୁ ପ୍ରାୟ ୬. ୬ ଲକ୍ଷ ଟନ୍‍ର ଦେଶୀୟ ପ୍ରଜାତିର ମାଛ ଉତ୍ପାଦିତ ହେଉଛି। ତେବେ ମଧୁରଜଳରେ ବିକଳ୍ପ ମାଛ ଭାବେ ତିଲାପିଆ ମାଛ ଚାଷ ଉପରେ ଜୋର ଦିଆଯାଇଛି ଯାହାକି ଆଗାମୀ ଦିନର ମାଛ ଆବଶ୍ୟକତା ସହାୟକ ହୋଇପାରିବ।

ମଧୁର ଜଳ ଉତ୍ସ ବ୍ୟତୀତ ମାଛ ଚାଷ ପାଇଁ ୪.୧୮ ଲକ୍ଷ ହେକ୍ଟର ଖାର ଜଳ ଇଲାକା ସହିତ ୪୮୦ କିଲୋମିଟର ଦୀଘଁ ଉପକୂଳ ରହିଛି। ୨୦୨୦-୨୧ରେ ରାଜ୍ୟରେ ୪୪ ହଜାର ୫୫୫ ଟନ୍‍ର ବିଭିନ୍ନ କିସମର ଚିଙ୍ଗୁଡି ଉତ୍ପାଦିତ ହୋଇଥିବା ବେଳେ ପାରାଦ୍ୱୀପ ବନ୍ଦର ଦେଇ ୧୭ ଟନ୍‍ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ବୃଦ୍ଧି ପାଇଁ ଲବଣାକ୍ତ ଜଳ ଏବଂ ସମୁଦ୍ର ଉପକୂଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଭେକ୍ଟିମାଛ ଉଭୟ ଖାରଜଳ, ଲବଣାକ୍ତ ଓ ମଧୁର ଜଳରେ ଭଲ ଭାବେ ବଢ଼଼ି ପାରୁଛନ୍ତି। ରାଜ୍ୟରୁ ମାଛ ଉତ୍ପାଦନ, ମତ୍ସ୍ୟ ଜୀବୀଙ୍କ ଆୟବୃଦ୍ଧି ସହିତ ଘରୋଇ ଚାହିଦା ମେଣ୍ଟାଇବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଚାଷୀଙ୍କୁ ବିବିଧ ପ୍ରଜାତିର ମାଛ ଯାଆଁଳ ଯୋଗାଇବାର ଯୋଜନା ରହିଛି। ବିଭିନ୍ନ ନୂତନ ପ୍ରଜାତିର ମାଛ ଯାଆଁଳ ପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ହାଚେରୀ ପ୍ରତିଷ୍ଠା ପାଇଁ ଯୋଜନା କରିଛନ୍ତି। ସେହିପରି ୧୧୦୦ କିଲୋମିଟର ଅଞ୍ଚଳରେ ଚିଲିକା ହ୍ରଦରେ କଙ୍କଡା ଚାଷର ବ୍ୟପକ ସୁଯୋଗ ରହିଛି। ଖୁବ୍‍ଶୀଘ୍ର ଏ ସଂକ୍ରାନ୍ତରେ ସର୍ଭେ କରାଯିବା ସହିତ ଏ ସକ୍ରାନ୍ତୀୟ ହାଚେରୀ ପ୍ରତିଷ୍ଠା କରାଯିବ ବୋଲି ମତ୍ସ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।