flood odisha - The Sakala

ସୁବର୍ଣ୍ଣରେଖାରେ ମାଡି ଆସୁଛି ବଡ଼ ବନ୍ୟା, ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା
ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ପଶ୍ଚିମ ଓ ଉପକୂଳ ଓଡ଼ିଶାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା ମାଡି ଆସୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ସେପେଟ ଝାରଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ଆସୁଛି। ଯାହା ଫଳରେ ସୁବର୍ଣ୍ଣରେଖା ଅଵବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି।ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

ସୁବର୍ଣ୍ଣରେଖାରେ ୨୦୦୮ରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ ବୋଲି ଏସ୍‌ଆର୍‌ସି ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି। ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏହି ସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ୟ୍ୟନ୍ତ ରହିବ। ପ୍ରବଳ ବନ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି।

ଅନ୍ୟପଟେ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ବନ୍ୟା ନିଶ୍ଚିତ ବୋଲି ସ୍ପଷ୍ଟ ହେବା ପରେ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ନିଆଯାଇଛି ଏହି ପଦକ୍ଷେପ । ଉଦ୍ଧାର କାର୍ୟ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ନିଶ୍ଚିତ : ସତର୍କ କଲେ ଏସ୍‌ଆରସି ପ୍ରଦୀପ ଜେନା
ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଶନିବାର ରାତି ୮ଟା ସୁଦ୍ଧା ୧୬ଟି ଗେଟ୍‍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ନିଷ୍କାସନ ହେଉଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀ ସିଷ୍ଟମରେ ଏକ ବଡ଼ ଧରଣର ବନ୍ୟା ହେବା ନେଇ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି।

ବର୍ତ୍ତମାନ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।

ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ । ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।

ଅନ୍ୟପଟେ ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି। ସେ କହିଛନ୍ତି, ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ।

୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ : ସତର୍କ କଲା ପାଣିପାଗ ବିଭାଗ, ବନ୍ଦର ଗୁଡିକ ପାଇଁ ଜାରିହେଲା ୩ନମ୍ବର ବିପଦ ସଂକେତ
ଭୁବନେଶ୍ବର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଆଜି ସଂଧ୍ୟାରେ ଏହା ବାଲେଶ୍ୱର ଏବଂ ସାଗର ଦ୍ୱୀପ ମଧ୍ୟରେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ଏହା ବାଲେଶ୍ୱରରୁ ପୂର୍ବ ଦକ୍ଷୀଣ ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଏହା ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଗଲାଣି ବର୍ଷା । ଆଜି ଓ କାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ। ସେହିପରି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କରେ ୫୫ରୁ ୬୫ କିମ ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି । କେବଳ ସେତିକି ନୁହେଁ ୭୦ କିମି ବେଗରେ ପବନ ଝଟକା ଦେଇପାରେ। ଏଥି ପାଇଁ ପାଣିପାଗ ବିଭାଗ ସତର୍କ କରିଛି।

▶️ ଘନୀଭୂତ ହେଉଛି ଅବପାତ, ବର୍ଷା ଜନିତ ସର୍ବାଧିକ ପ୍ରଭାବ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକକୁ ରେଡ ଚେତାବନୀ

▶️ ମୟୂରଭଞ୍ଜ,ବାଲେଶ୍ୱର ଏବଂ ଭଦ୍ରକରେ ପବନ ଜନିତ ଚେତାବନୀ ଜାରି, ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି, ସର୍ବାଧିକ ୭୦କିମି ଅନୁଭୂତ ହେବାର ସମ୍ଭାବନା:@mcbbsr @SRC_Odisha,@DM_Bhadrak,@DBalasore pic.twitter.com/RxM9dez2pl

— PIB in Odisha (@PIBBhubaneswar) August 19, 2022

ବର୍ଷା ପବନକୁ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଏସବୁ ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୦ ତାରିଖରୁ ୨୧ତାରିଖ ସାଢେ ୮ଟା ଯାଏଁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବେବଗଡ, ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । କିଛି ଅଞ୍ଚଳରେ ଏହା ୭୫ କିଲୋମିଟର ବେଗ ପର୍ଯ୍ୟନ୍ତ ରହିପାରେ ।

ସମ୍ଭାବ୍ୟ ଗଭୀର ଅବପାତ ସହ ଜଡିତ ଶକ୍ତିଶାଳୀ ପବନ ପ୍ରଭାବରେ ବିଭିନ୍ନ ଜିଲ୍ଲାଗୁଡ଼ିକୁ ଜାରିହୋଇଥିବା ଚେତାବନୀ ଏବଂ ସମ୍ଭାବ୍ୟ ପ୍ରଭାବ pic.twitter.com/ikq1UEDHCd

— Meteorological Centre, Bhubaneswar (@mcbbsr) August 19, 2022

ସେପେଟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି। ବେଳେବେଳେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ପ୍ରବାହିତ ହେଉଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହା ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳ ଓ ବାଙ୍ଗଲାଦେଶ ଉପକୂଳକୁ ବାଲେଶ୍ୱର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ।

ଆଜି ପବନର ବେଗରେ ସେତିକି କିଛି ଫରକ ପଡ଼ିବ ନାହିଁ। ଆସନ୍ତାକାଲି ଏହା ଧୀରେ ଧୀରେ କମିବ। ଫଳରେ ୪୦ରୁ ୫୦ କିମି ବେଗରେ ଘଣ୍ଟା ପ୍ରତି ପବନ ବୋହିବ। ଏହା ପ୍ରଭାବରେ ଆସନ୍ତା କାଲି ମଧ୍ୟାହ୍ନ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତାକାଲି ଦ୍ୱିପ୍ରହର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସବୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ଅଞ୍ଚଳରେ ପବନ ବେଗ ଆଜି ମଧ୍ୟରାତ୍ରି ପର୍ୟ୍ୟନ୍ତ ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ। ତା‘ ପରେ ବେଗ କମିବ। ପଶ୍ଚିମବଙ୍ଗରେ ଚବିଶପ୍ରଗଣା ଜିଲ୍ଲାରେ ପବନ ବେଗ ସର୍ବାଧିକ ୫୫-୬୫ କିମି ରହିବ।

ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪ ଗେଟ୍‌, ୨୪ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ
ଭୁବନେଶ୍ବର/ସମ୍ବଲପୁର : ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ଉପରମୁଣ୍ଡରେ ବର୍ଷା କମିବା ସହ ହୀରାକୁଦ ଡ୍ୟାମ ଭିତରକୁ ଜଳ ପ୍ରବେଶ କମିଛି। ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଗତକାଲି ୧୨ଟି ଗେଟ୍ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୧୬ ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ହୀରାକୁଦର ଜଳସ୍ତର ଅଛି ୬୨୨.୨୭ ଫୁଟ। ଜଳଭଣ୍ଡାର ଭିତରକୁ ହେଉଛି ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ୨୪ ଟି ଗେଟ୍ ଖୋଲା ଅଛି।କାଲି ୧୨ ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ୪ଟି ବନ୍ଦ ହୋଇଛି।

କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୧୦ସୁଦ୍ଧା ନଅ ଲକ୍ଷ ଛପନ ହଜାର ଛଅ ଶହ ଆଠ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୪.୬୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୯୨.୩୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ୍ । ମୁଣ୍ଡଳୀ ପାଖରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି। ଲଘୁଚାପ ବର୍ଷା ଉପରେ ନଜର ରଖାଯାଇଛି। ଏପରି ସ୍ଥିତି ୨୦-୨୧ ତାରିଖ ଯାଏ ଲାଗି ରହିବ। କାରଣ ବର୍ଷା ଅଛି।

ଅନ୍ୟପଟେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ବର୍ଷା ପରବର୍ତ୍ତୀ ସ୍ଥିତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦ରୁ ୨୧ ଯାଏଁ ବର୍ଷା ହେବା ସମ୍ଭାବନା ଅଛି । ମହାନଦୀରେ ୭ଟି ଘାଇ ହୋଇଛି । ୨୦୦ରୁ ଅଧିକ ଘଳିଆ ବନ୍ଦ କରାଯାଇଛି । ଆଗକୁ ଧୀରେ ଧୀରେ ଜଳସ୍ତର କମିବ।

ସେପେଟ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଉତ୍ତର-ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ । ୩ଘଣ୍ଟା ହେବ ୨୦ କିମି ବେଗରେ ଗତି କରୁଛି । ବାଲେଶ୍ୱର ଠାରୁ ୨୫୦ କିମି, ଦୀଘାଠାରୁ ୧୯୦ କିମି ଦୂରରେ ଅବପାତ । ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତ ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡକୁ ଗତ କରି ଦୁର୍ବଳ ହେବ ।