IND vs ZIM - The Sakala

ଟି-୨୦ ବିଶ୍ୱକପ୍‌ ସୁପର୍‌-୮ ଲଢେ଼ଇ: ଆଜି ଭାରତ-ଜିମ୍ବାୱେ ମହାମୁକାବିଲା, ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ସ୍ଥିତି
ଚେନ୍ନଇ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଜି ଜିମ୍ବାୱେକୁ ଭେଟିବ ଆୟୋଜକ ଭାରତ। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ରାତି ୭ଟାରେ ଗ୍ରୁପ୍‌-୧’ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ଉଭୟ ଭାରତ ଓ ଜିମ୍ବାୱେ ସୁପର୍‌-୮ ପର୍ଯ୍ୟାୟରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟବରଣ କରିଛନ୍ତି। ଭାରତ ୭୬ ରନର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। ସେହିଭଳି ଜିମ୍ବାୱେ ମଧ୍ୟ ୧୦୭ ରନରେ ୱେଷ୍ଟଇଣ୍ଡିଜ ନିକଟରୁ ଶୋଚନୀୟ ପରାଜୟବରଣ କରିଥିଲା। ତେଣୁ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଉଭୟ ଦଳକୁ ଏହି ମ୍ୟାଚରେ ଜିତିବା ନିହାତି ଜରୁରୀ ହୋଇପଡ଼ିଛି।

ଟାଇଟଲ୍‌ ବଜାୟ ରଖିବାକୁ ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଆବଶ୍ୟକ ହେଉଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ଯେଉଁଭଳି ଦମ୍‌ଦାର ପ୍ରଦର୍ଶନ କରିଥିଲା ସୁପର-୮’ରେ କିନ୍ତୁ ସମ୍ପୂର୍ଣ୍ଣ ନିରାଶ କରିଥିଲା। ବିଶେଷ କରି ଭାରତୀୟ ବ୍ୟାଟରମାନେ ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀ ଆଗରେ ଆତ୍ମସମର୍ପଣ କରିଥିଲେ। ଇନଫର୍ମ ଇଶାନ କିଶାନଙ୍କଠାରୁ ଆରମ୍ଭ କରି ଅଭିଷେକ ଶର୍ମା, ତିଲକ ବର୍ମା, ଅଧିନାୟକ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର କେହି ମଧ୍ୟ ବଡ଼ ସ୍କୋର କରିପାରି ନ ଥିଲେ। କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିବା ଅଭିଷେକଙ୍କୁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ବେଞ୍ଚରେ ବସିବାକୁ ପଡ଼ିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ସ୍ଥାନରେ ଇଶାନ କିଶାନଙ୍କ ସହ ଅଭିଜ୍ଞ ୱିକେଟ୍‌କିପର ବ୍ୟାଟର୍‌ ସଞ୍ଜୁ ସାମସନ ଇନିଂସ ଓପନ୍‌ କରିବାର ସମ୍ଭାବନା ରହିଛି। ସେହିଭଳି କ୍ରମାଗତ ୨ଟି ମ୍ୟାଚରେ ବାହାରେ ବସିଥିବା ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ ମଧ୍ୟ ଏହି ମ୍ୟାଚରେ ସୁଯୋଗ ମିଳିପାରେ। ଅକ୍ଷରଙ୍କୁ ସୁଯୋଗ ନ ଦେବାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଅନେକ ପୂର୍ବତନ କ୍ରିକେଟର କଡ଼ା ନିନ୍ଦା କରିଥିଲେ। ତେଣୁ ଅକ୍ଷର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ନେଟ୍‌ ରନରେଟ୍‌ରେ ବିଯୁକ୍ତ (-୩.୮୦୦) ପଏଣ୍ଟରେ ଥିବାରୁ ଜିମ୍ବାୱେ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଏଥିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।

ଅପରପକ୍ଷରେ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ପୂର୍ବ ବିଜେତା ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ହରାଇ ବିପର୍ଯ୍ୟୟ ଘଟାଇଥିବା ଜିମ୍ବାୱେ ସୁପର୍‌-୮ରେ ମଧ୍ୟ ଏହି ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ସିକନ୍ଦର ରାଜା, ବ୍ଲେସିଂ ମୁଜରବାନି, ବ୍ରାଏନ ବେନେଟ୍ଟ, ବ୍ରାଡ୍‌ ଇଭାନ୍ସଙ୍କ ପରି ଦକ୍ଷ ଖେଳାଳିଙ୍କୁ ନେଇ ଗଠିତ ଜିମ୍ବାୱେ ପୁଣି ଏକ ବଡ଼ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ, ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିରେ ଟିମ୍ ଇଣ୍ଡିଆ
ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ସୁପର-୧୨ର ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ ଏହି ମ୍ୟାଚ୍‌ । ଆଡିଲେଡରେ ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ ଥିଲା । କିନ୍ତୁ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରିଛି । ଯାହାଫଳରେ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରୁ ବିଦା ହୋଇଛି । ଏହାସହିତ ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ ।

ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ଜିମ୍ବାୱେ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା। ତେଣୁ ଜିମ୍ବାୱେକୁ ଭାରତ ଆଦୌ ହାଲକା ଭାବେ ନେବ ନାହିଁ। ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ଜିମ୍ବାୱେ ପ୍ରଥମଥର ପାଇଁ ପରସ୍ପରକୁ ଭେଟିବେ। ଦୁଇଟି ଦଳ ପୂର୍ବରୁ ଏହି ଫର୍ମାଟରେ ୭ଥର ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଭାରତ ୫ ଓ ଜିମ୍ବାୱେ ୨ଟିରେ ବିଜୟୀ ହୋଇଛି। ଆଜିର ମ୍ୟାଚରେ ଜିମ୍ବାୱେକୁ ହରାଇଲେ ଭାରତ ମୋଟ ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ।

ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲ ଭଲ ଫର୍ମରେ ରହିଥିବାରୁ ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ ଦୃଢ ମନେହେଉଛି। ଜିମ୍ବାୱେକୁ ହରାଇବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ବୋଲିଂରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଅଭିଜ୍ଞ ମହମ୍ମଦ ସାମି ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ହାରିଲେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ। ପାକିସ୍ତାନ ବାଂଲାଦେଶକୁ ହରାଇଲେ ଉନ୍ନତ ରନ୍‌ ରେଟ୍‌ରେ ଭାରତକୁ ପଛରେ ପକାଇ ସେମିକୁ ଉଠିବ। ସେମି ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଜିମ୍ବାୱେ ରହିଛି। ମେଲବୋର୍ଣ୍ଣରେ ବର୍ଷା ହେବାର ସମ୍ଭାବନା ନାହିଁ। ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ। କିନ୍ତୁ ବଲ ବ୍ୟାଟ ଉପରକୁ ଆସିବ। ତେଣୁ ବ୍ୟାଟରମାନେ ମଧ୍ୟ ରନ୍‌ ସ୍କୋର କରିବାର ସୁଯୋଗ ପାଇବେ।

ଆଜି ଗ୍ରୁପ୍-୨ରେ ଖଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକ ପରାଜୟ ହେବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଆଜି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରିବା ଜରୁରୀ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ୍ସଠାରୁ ପରାସ୍ତ ହେବା ପରେ ଭାରତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ଅନ୍ୟପକ୍ଷରେ ଆଜି ହେବାକୁ ଥିବା ପାକିସ୍ତାନ ଓ ବାଲାଂଦେଶ ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହୋଇଛି । ଯେଉଁ ଦଳ ଏହି ମ୍ୟାଚକୁ ବିଜୟ ଲାଭ କରିବ ସେହି ଦଳ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିବ ।

ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ, ଜିମ୍ବାଓ୍ଵେକୁ ୧୦ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
ହାରାରେ : ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳା ଯାଉଥିବା ୩ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚକୁ ସହଜରେ ଜିତିନେଇଛି ଟିମ୍‌ ଇଣ୍ଡିଆ। ଜିମ୍ବାଓ୍ବେର ହାରାରେଠାରେ ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ଭାରତ। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅବିଭାଜିତ ପ୍ରଥମ ଓ୍ଵିକେଟରେ ୧୯୨ ରନ ଯୋଡି ଭାରତକୁ ୧୦ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ଵେ ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୩୧ ଓଭରରେ ବିନା ଓ୍ଵିକେଟ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶିଖର ଧାଓ୍ଵନ ୮୧ ଏବଂ ଶୁଭମାନ ଗିଲ୍ ୮୨ ରନ କରି ଅପରାଜିତ ଅଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

That's that from the 1st ODI.

An unbeaten 192 run stand between @SDhawan25 & @ShubmanGill as #TeamIndia win by 10 wickets.

Scorecard – https://t.co/P3fZPWilGM #ZIMvIND pic.twitter.com/jcuGMG0oIG

— BCCI (@BCCI) August 18, 2022

ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୪୦ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ତେବେ ଅଧିନାୟକ ଚକାଭା ୩୫ ରନ କରିଥିବାବେଳେ ବ୍ରାଡ୍ ଇଭାନ୍ସ ୩୩ ରନ ଓ ଏନଗାରଭା ୩୪ ରନ କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ଭାରତ ପକ୍ଷରୁ ଦିପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

A brilliant comeback for @deepak_chahar9 as he is adjudged Player of the Match for his bowling figures of 3/27 👏👏#TeamIndia go 1-0 up in the three-match ODI series.#ZIMvIND pic.twitter.com/HowMse2blr

— BCCI (@BCCI) August 18, 2022

ଜିମ୍ବାୱେର ୧୯୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ଅଧିନାୟକ ଲୋକେଶ ରାହୁଲଙ୍କ ଭାରତୀୟ ଟିମର ଦୁଇ ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲ ପଡିଆକୁ ଓହ୍ଲାଇଥିଲେ। ଦୁହେଁ ଜିମ୍ବାୱେ ବୋଲରଙ୍କୁ ସଠିକ ଭାବେ ଖେଳି ଅତି ସହଜରେ ୧୯୦ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ। ଶିଖର ୮୧ ରନ ଓ ଶୁଭମନ ୮୨ ରନ କରି ଦଳ ପାଇଁ ୩୦.୫ ତମ ଓଭରରେ ଏକ ସହଜ ବିଜୟ ଆଣିଦେଇଥିଲେ । ଆଜିର ମ୍ୟାଚରେ ଭାରତ ପାଇଁ ୩ଟି ଓ୍ବିକେଟ ନେଇଥିବା ଦୀପକ ଚହରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।