Lalu Prasad Yadav - The Sakala

ମକର ସଂକ୍ରାନ୍ତିରେ ଲାଲୁ-ରାବିଡ଼ିଙ୍କ ଆଶୀର୍ବାଦ ନେଲେ ତେଜ୍ ପ୍ରତାପ, ତେଜସ୍ୱୀଙ୍କୁ ଦେଲେ ଦହି-ଚୁଡ଼ା ଭୋଜିର ନିମନ୍ତ୍ରଣ
ପାଟନା: ମକର ସଂକ୍ରାନ୍ତି ଅବସରରେ ଆରଜେଡି ନେତା ତେଜ୍ ପ୍ରତାପ ଯାଦବ ନିଜ ପରିବାର ସହ ସାକ୍ଷାତ କରିଛନ୍ତି। ସେ ନିଜ ପିତା ତଥା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ମାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କୁ ପାଟନା ସ୍ଥିତ ବାସଭବନରେ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏହି ପାରିବାରିକ ସାକ୍ଷାତକାର ସମୟରେ ସେ ଆଗାମୀ ଦହି-ଚୁଡ଼ା ଭୋଜି ପାଇଁ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି।

ତେଜ୍ ପ୍ରତାପ ନିଜ ସାନ ଭାଇ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X)ରେ ଏକ ପୋଷ୍ଟ କରି ସେ ଜଣାଇଛନ୍ତି ଯେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା "ଐତିହାସିକ ଦହି-ଚୁଡ଼ା ଭୋଜି" ପାଇଁ ସେ ତେଜସ୍ୱୀଙ୍କୁ ନିମନ୍ତ୍ରଣ ପତ୍ର ହସ୍ତାନ୍ତର କରିଛନ୍ତି।

କେବଳ ରାଜନୈତିକ କିମ୍ବା ଔପଚାରିକ ସାକ୍ଷାତ ନୁହେଁ, ପରିବାର ସହ କିଛି ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ବିତାଇଛନ୍ତି ତେଜ୍ ପ୍ରତାପ। ସେ ତାଙ୍କ ଝିଆରୀ କାତ୍ୟାୟନୀଙ୍କୁ କୋଳରେ ଧରି ଖେଳୁଥିବାର ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, "ଆଜି ମୋର ପ୍ରିୟ ଝିଆରୀ କାତ୍ୟାୟନୀଙ୍କ ସହ ଖେଳିବାର ସୁନ୍ଦର ମୁହୂର୍ତ୍ତ ମିଳିଥିଲା," ଯାହା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଥିଲା।

ଇଡିରେ ହାଜର ହେଲେ ଲାଲୁ ଯାଦବ, ଚାଲିଛି ପଚରାଉଚରା
ପାଟନା: ପୁଣି ବଢିଲା ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା । ସୋମବାର ସେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ପାଟନାସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଟିମ୍‌ ତାଙ୍କୁ ପଚରାଉଚରା କରୁଛି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଲାଲୁ  ପ୍ରସାଦ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଡକାଯାଇଥିଲା। ଲାଲୁଙ୍କୁ ଜାନୁଆରୀ ୨୯ ଏବଂ ତେଜସ୍ୱୀ ଯାଦବଙ୍କୁ ଜାନୁଆରୀ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ, ରେଳ ପ୍ରକଳ୍ପ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ହସପିଟାଲରୁ ସୁସ୍ଥ ହୋଇ ଫେରୁ ଫେରୁ ଅଡୁଆରେ ପଡିପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ । ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଲାଲୁଙ୍କ ଟେନସନ୍ ପୁଣି ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଲାଲୁ ୟୁପିଏ ରାସରକାରରେ ରେଳମନ୍ତ୍ରୀ ଥିବାବେଳେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସିବିଆଇ ୨୦୧୮ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସିବିଆଇ ମେ ୨୦୨୧ରେ ଏହାର ଯାଞ୍ଚ୍ ବନ୍ଦ କରିଦେଇଥିଲା ।

ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ନୀତୀଶ କୁମାର ପଟ ପରିବର୍ତ୍ତନ କରିବାର କିଛି ମାସ ପରେ ସିବିଆଇ ଏହି ମାମଲା ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଛି। ନୀତୀଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ପୁଣି ଆରଜେଡି ସହିତ ହାତ ମିଳାଇଥିଲେ । ତେବେ ସିବିଆଇର ଏହି ନିଷ୍ପତ୍ତି ଦ୍ୱାରା ବିହାର ରାଜନୀତିରେ ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି ।

ବିହାରରେ ସରକାର ଗଠନ କରିବା ଲାଗି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ଦଳ ‘ଆର୍‌ଜେଡି’ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍‌’ (ଜେଡିୟୁ) ସହିତ ମେଣ୍ଟ କରିବାର ମାତ୍ର କିଛି ମାସ ପରେ ‘ସିବିଆଇ’ ପୁନଃତଦନ୍ତ ଆରମ୍ଭ କରିବାରୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିହିତ କରାଯାଉଛି। ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅଯଥା ଦୁରୁପଯୋଗ କରୁଛି ବୋଲି ଆରଜେଡି ଅଭିଯୋଗ କରିଆସିଛି।

ଆରଜେଡି ମୁଖ୍ୟ ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ: କିଡନୀ ଦାନ କଲେ ଝିଅ ରୋହିଣୀ ଆଚାର୍ଯ୍ୟ
ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି।

ସୂଚନା ଅନୁସାରେ, ଆରଜେଡି ମୁଖ୍ୟ ଲାଲୁ ଦୀର୍ଘ ଦିନ ଧରି ଅନେକ ରୋଗରେ ପୀଡିତ ଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ରହିଛି । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଆକ୍ଟୋବର ମାସରେ ସିଙ୍ଗାପୁର ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହାପରେ ଝିଅ ରୋହିଣୀଙ୍କ କିଡନୀ ସହ ତାଙ୍କ କିଡନୀ ମ୍ୟାଚ୍ କରିବାରୁ ଆଜି ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଛି । ଲାଲୁଙ୍କ ୨ଟି ଯାକ କିଡ଼ନୀ ୨୮% କାମ କରୁଥିବା ବେଳେ ରୋହିଣୀଙ୍କ କିଡ଼ନୀ ୯୦%ରୁ ୯୫ % କାମ କରୁଛି। ଏହା ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ ହେବା ଦ୍ୱାରା ତାହା ୭୦%ରୁ ଊର୍ଦ୍ଧ୍ୱ କାମ କରିବ । ଯାହା ଦ୍ୱାରା ଜଣେ ସୁସ୍ଥ ଜୀବନଯାପନ କରିପାରିବ ।

ପାଟନା ଫେରିଲେ ଲାଲୁ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ କ୍ଷମତାରୁ ହଟାଇବାକୁ ପଡିବ
ପାଟନା : ବିହାରରେ ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଫେରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ।ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା ବେଳେ ଲାଲୁ କହିଛନ୍ତି, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ପଡିବ।

ଅନ୍ୟପଟେ ନୂଆ କରି ବିହାରରେ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା। ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା ବିଷୟରେ ସୁଶୀଲ ମୋଦୀଙ୍କ ଅଭିଯୋଗ ଉପରେ ଲାଲୁ କହିଛନ୍ତି ଯେ, ବିଜେପି ନେତା ମିଛ କହୁଛନ୍ତି। ସୁଶୀଲ ମୋଦୀ ଜଣେ ମିଛୁଆ।

ମଙ୍ଗଳବାର ନୀତିଶ କୁମାର ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ। ମୋଟ ୩୧ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ହେଲେ ଏହାର ଦିନକ ପରେ ଖୋଦ ରାଜ୍ୟର ଆଇନ ମନ୍ତ୍ରୀଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଖବର ପ୍ରକାଶ ପାଇଛି। ଅଗଷ୍ଟ ୧୬ରେ ଆରଜେଡି ନେତା ଶ୍ରୀ ସିଂହ ଦାନାପୁର କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା। ତାଙ୍କ ନାଁରେ ଗୋଟିଏ ଅପହରଣ ମାମଲା ଥିବାରୁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ହାଜର ହେବା ପରିବର୍ତ୍ତେ ବିହାରର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିପାଇଁ ତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି।

ସେପେଟ ଆଜି ପାଟନା ଫେରିଥିବା ଲାଲୁ ପ୍ରସାଦ ଯାଦବ ବୁଧବାର ବିଳମ୍ଵିତ ସନ୍ଧ୍ୟାରେ ୧୦ ସର୍କୁଲାର ରୋଡ୍ ବାସଭବନରେ ଆରଜେଡି କର୍ମୀଙ୍କୁ ଭେଟିବେ ବୋଲି ଜଣାପଡିଛି।। ନୀତିଶ କୁମାର ଏନଡିଏଠୁ ସଂପର୍କ ଛିନ୍ନ କରି ଆରଜେଡି ସହ ମେଣ୍ଟ କରିବା ପରେ ପ୍ରଥମ ଥର ଲାଲୁ ପାଟନା ଫେରିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଗୋଖାଦ୍ୟ ଦୁର୍ନୀତିରେ ଜାମିନ ପାଇବା ପରେ ଲାଲୁ ପ୍ରସାଦ ଯାଦବ ନିଜ ଘରକୁ ନଫେରି ରାଞ୍ଚିରେ ନିଜ ଝିଅ ଘରେ ରହୁଥିଲେ।