Delhi CM - The Sakala

ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିବାକୁ ୮ ଦିନ ବିତି ଗଲାଣି। ମାତ୍ର ୨୬ ବର୍ଷ ପରେ ୪୮ ସିଟ୍ ଜିତି କ୍ଷମତାକୁ ଫେରିଥିବା ବିଜେପି ଏ ପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ଥିର କରିପାରିନାହିଁ। ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ସୋମବାର ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ସୋମବାର ଦ୍ବିପହରେ ବିଜେପି ବିଧାୟକ ଦଳ ବୈଠକ ଡାକିଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏହି ସୂଚନା ଦେଇଛନ୍ତି। ୧୮ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମଧ୍ୟ କୁହାଯାଉଛି। ଏହା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ଜଣେ ନିର୍ବାଚିତ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ୭୧ ପ୍ରତିଶତ ଆସନ ଜିତି ବହୁମତ ହାସଲ କରିଛି। ତେଣୁ ଶପଥ ଗ୍ରହଣ ସମାରୋହ ପାଇଁ ବିରାଟ ଆୟୋଜନ ହୋଇପାରେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କ୍ୟାବିନେଟ ସଦସ୍ୟ ଏବଂ ଅନ୍ୟ ବଡ଼ ନେତା ସାମିଲ ହୋଇପାରନ୍ତି। ବିଜେପି ଏବଂ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡ଼ି
ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜିୱାଲଙ୍କୁ ୨୮ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।  ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ଏସଭି ରାଜୁ ବଳିଷ୍ଠ ଯୁକ୍ତି ରଖିଥିଲେ। ଅବାକାରୀ ନୀତି ଦୁର୍ନୀତି ଘଟଣାର କିଙ୍ଗ ପିନ କେଜ୍ରିୱାଲ ବୋଲି ମଧ୍ୟ ସେ କହିଥିଲେ। ହେଲେ କେଜ୍ରିୱାଲଙ୍କ ଲିଗାଲ ଟିମ ଏହାକୁ ବିରୋଧ କରିଥିଲା। ଇଡି କରୁଥିବା ଦାବିରେ କୌଣସି ପ୍ରକାରର ସିଧାସଳଖ ପ୍ରମାଣ ନ ଥିବା କେଜ୍ରିୱାଲଙ୍କ ଓକିଲ କହିଥିଲେ। ଦୀର୍ଘ ଘଣ୍ଟା ଧରି ଦୁଇ ପକ୍ଷଙ୍କୁ ଶୁଣିବା ପରେ କେଜ୍ରିୱାଲଙ୍କୁ କୋର୍ଟ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି।

ମାର୍ଚ୍ଚ ୨୮ ତାରିଖ ଦିନ ୨ଟା ବେଳକୁ କେଜ୍ରିୱାଲଙ୍କୁ ପୁଣି ହାଜର କରିବାକୁ କୋର୍ଟ ଇଡିକୁ କହିଛନ୍ତି। ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଘଟଣାରେ ଇଡି ତାଙ୍କୁ ଗିରଫ କରିଛି।

ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ଏଡାଇ ଯାଇଛନ୍ତି । ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦୀତ, ମାମଲା ବର୍ତ୍ତମାନ କୋର୍ଟରେ ଅଛି ବୋଲି ଆପ୍ କହିଛି।

ଆଜି ଦଳ ଏକ ବିବୃତ୍ତିରେ କହିଛି ଯେ, ଇଡି ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ମାମଲା ବର୍ତ୍ତମାନ କୋର୍ଟରେ ଅଛି ଆଉ କୋର୍ଟରେ ହିଁ ବିଚାର ହେବ।  ଇଡି ବାରମ୍ବାର ସମନ ଜାରି କରିବା ପରିବର୍ତ୍ତେ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।

ଭାରତକୁ ଏକ ନମ୍ବର କରିଦେବୁ, ବିଜେପି ଓ କଂଗ୍ରେସ ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ ହୋଇଯାଆନ୍ତୁ : ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : ଭାରତକୁ ଏକ ନମ୍ବର କରିବୁ। ସବୁ କ୍ଷେତ୍ରରେ ଦେଶ ସମଗ୍ର ବିଶ୍ବରେ ଏକ ନମ୍ବର ନକରିବା ଯାଏଁ ଚୁପ୍‌ ବସିବୁନି। ୭୫ ବର୍ଷ ହେବ କୌଣସି ସରକାର କିଛି କରିନାହାନ୍ତି କିନ୍ତୁ ଆମେ କରି ଦେଖାଇବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତକୁ ୧ ନଂ କରିବା ବା ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ କା କ୍ରମରେ ସବୁ ଭାରତୀୟଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ଅରବିନ୍ଦ କେଜ୍ରିୱାଲ ମେକ ଇଣ୍ଡିଆ ନଂ ୧ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି “ମାଗଣାରେ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଯୁବବର୍ଗଙ୍କୁ ଚାକିରି, ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ଯୋଗାଇ ଦେବା ହିଁ ଏହି କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ। ସମସ୍ତଙ୍କୁ ସବୁ ସୁବିଧା ମିଳିଲେ ଦେଶ ଆଗେଇବ। ସିଙ୍ଗାପୁର ଆମ ଠାରୁ ୧୫ ବର୍ଷ ପରେ ସ୍ୱାଧୀନ ହେଲା କିନ୍ତୁ ଏହାସତ୍ତ୍ବେ ମଧ୍ୟ ଆମ ଠାରୁ ଆଗରେ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ପୂରା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କିନ୍ତୁ ଏବେ ଭାରତ ଠାରୁ ବେଶ ବିକଶିତ ଜାପାନ । ଭାରତରେ ବିଶ୍ୱର ସବୁଠୁ ପରିଶ୍ରମୀ ଓ ଜ୍ଞାନୀ ଲୋକ ରହିଛନ୍ତି ତଥାପି ଆମେ ପଛରେ କାହିଁକି? ଆମକୁ ଆଗକୁ ଯିବାକୁ ହେବ। ଏଥି ପାଇଁ ଆମକୁ କାମ କରିବାକୁ ହେବ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଭଗବାନ ଭାରତକୁ ବହୁତ କିଛି ପ୍ରଦାନ କରିଛନ୍ତି । ପ୍ରାକୃତିକ ସମ୍ପଦରେ ଭାରତ ଭରପୂର । ଦୀର୍ଘ ଜଳରାଶି ସାଙ୍ଗକୁ ପ୍ରାକୃତିକ ସମ୍ପଦ ଭାରତର ସବୁଠୁ ବଡ ଶକ୍ତି । ଏପରିକି ଭାରତରେ ସବୁଠୁ ଜ୍ଞାନୀ ଲୋକ ଜନ୍ମ ନେଇଛନ୍ତିି । କିନ୍ତୁ ଯଦି ଏହି ନେତାଙ୍କ ଭରସାରେ ଦେଶକୁ ଛାଡିଦିଆଯିବ ତେବେ ଭାରତ ଆହୁରି ୭୫ ବର୍ଷ ପଛରେ ରହିବ । କାରଣ ଏହି ନେତାଙ୍କ ପାଇଁ ପରିବାର ଦେଶଠୁ ବି ଉପରେ । ଦେଶକୁ ଲୁଟିବାକୁ ଭଷ୍ଟ୍ରାଚାର କରିବାକୁ ପଛାନ୍ତି ନାହିଁ ଏମାନେ । ଏହି ୭୫ ବର୍ଷରେ ଏହି ନେତା ମାନେ ନିଜର ଓ ନିଜ ବନ୍ଧୁଙ୍କ ପକେଟ ଗରମ କରିବା ଛଡା କିଛି ବି କରିନାହାନ୍ତି । ଆମ ଦେଶରେ ଦକ୍ଷ ଇଞ୍ଜିନିୟର, ଦକ୍ଷ ଡାକ୍ତର, ଦକ୍ଷ ବୈଜ୍ଞାନିକ, ଦକ୍ଷ ଚାଷୀ ଅଛନ୍ତି ତେଣୁ ଆମ ଦେଶ କାହିଁକି ପଛରେ ରହିବ? ତେଣୁ ଆମ ଦେଶକୁ ଆଗକୁ ନେବାକୁ ହେଲେ ୧୩୦ କୋଟି ଲୋକଙ୍କୁ ଏକାଠି ହେବାକୁ ପଡିବ ।

ଯେତେବେଳ ଯାଏଁ ଭାରତକୁ ଏକ ନମ୍ବର ଦେଶ ଭାବେ ଗଢି ନ ତୋଳିବା ସେତେବେଳ ଯାଏଁ ଆରାମ କରିବାନି । ଏହା ଆମକୁ ପଣ କରିବାକୁ ପଡିବ । ଏଥିପାଇଁ ମୁଁ ପୂରା ଦେଶ ବୁଲିବି, ଲୋକଙ୍କ ସହ ମିଶିବି। ଏଥିସହ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବୋଲି କେଜ୍ରିୱାଲ କହିଛନ୍ତି। ସେ କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ମଧ୍ୟ ସେ କହିଛନ୍ତି। କେଜ୍ରୱାଲ କହିଛନ୍ତି, “ଏହା କୌଣସି ରାଜନୀତିକ ଦଳର ଲକ୍ଷ୍ୟ ନୁହେଁ। ଏହା ଏକ ଜାତୀୟ ତଥା ଦେଶର ମିଶନ। ମୁଁ ଏଥିପାଇଁ ବିଜେପି ଓ କଂଗ୍ରେସ ପରି ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ କରୁଛି।ସମସ୍ତେ ମିଶି ଭାରତକୁ ବିଶ୍ୱରେ ୧ନଂ କରିବା।ଏଥିପାଇଁ ୧୩୦ କୋଟି ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରିବି, ଆଉ ୧୩୦ କୋଟି ଦେଶବାସୀ ଏକାଠି ହେଲେ ଭାରତକୁ ଏକ ନମ୍ବର ହେବାରୁ କେହି ଅଟକାଇ ପାରିବେନି ।

ଏହାସହ କ୍ରେଜିୱାଲ କହିଛନ୍ତି, ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି, ଏହି ୭୫ ବର୍ଷ ଭିତରେ ଭାରତ ଅନେକ କିଛି ହାସଲ କରିଛି । କିନ୍ତୁ ଲୋକଙ୍କ ମନରେ ଏବେ ବି କ୍ଷୋଭ ଓ ପ୍ରଶ୍ନ ରହିଛି, ଆମ ପରେ ସ୍ୱାଧୀନତା ହାସଲ କରିଥିବା ଦେଶ କିଭଳି ଆଗେଇ ଗଲେ । ଭାରତ କାହିଁକି ପଛରେ ରହିଲା, ଏହା ଏବେ ପ୍ରତି ଭାରତୀୟଙ୍କ ପ୍ରଶ୍ନ । ନିଜର ୨୦ ମିନଟ୍‌ର ଭାଷଣରେ ସେ ଆହୁରି କହିଛନ୍ତି, ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ପୂରା ଦେଶର ଲୋକ ଏକାଠି ହୋଇଥିଲେ। ତେଣୁ ଏବେ ଦେଶର ୧୩୦ କୋଟି ଲୋକ ଏକାଠି ହୋଇ ଭାରତକୁ ପୁଣିଥରେ ମହାନ କରିବା ଦରକାର।