pipili - The Sakala
ଲିଭ୍‌-ଇନ୍‌ରେ ରହି ଧୋକା ଦେଲେ ପ୍ରେମିକା ! ଭିଡିଓ କରି ଜୀବନ ହାରିଲେ ପ୍ରତାରିତ ପ୍ରେମିକ
ଭୁବନେଶ୍ୱର/ପିପିଲି: ଓଡ଼ିଆ ମାଟ୍ରିମୋନିରୁ ପରିଚୟ ଓ ପରେ ମନ ଦିଆନିଆ। ସଂପର୍କ ଆଗକୁ ବଢ଼ିବା ପରେ ଦୁହେଁ ଲିଭ୍‌-ଇନ୍‌ରେ ରହିଲେ। ପ୍ରେମିକାକୁ ଭାବୀ ସ୍ତ୍ରୀ ଭାବି ତା’ର ସବୁ ଇଚ୍ଛା ପୂରଣ କଲେ। ସେ ବାବଦକୁ ପାଖାପାଖି ୯ଲକ୍ଷ ଟଙ୍କା ଉଡ଼ାଇଦେଲେ । କିନ୍ତୁ, ବର୍ଷେ ସାଥିରେ ରହିବା ପରେ ପ୍ରେମିକା ଧୋକା ଦେଇଦେଲା। କଥା ସେତିକିରେ ସରିଲାନି, ଆକ୍ରୋଶ ରଖି ପ୍ରେମିକା ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧି ଚାଲିଲା। ତିନିତିନିଟି ଥାନାରେ ପ୍ରେମିକକୁ ବିଭିନ୍ନ ମାମଲାରେ ଛନ୍ଦି ଦେଲା। ଶେଷରେ ଲୋକଲଜ୍ଜା ଓ ଗିରଫଦାରୀରୁ ବର୍ତ୍ତିବା ପାଇଁ ଜୀବନ ହାରିଦେଲେ। ପିପିଲି ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ, କଟକ କଲ୍ୟାଣୀ ନଗର ଅଞ୍ଚଳର ସୁଧାଂଶୁ ଭୂଷଣ ବେହେରା (୩୦)। ପୁଲିସ ଚଢ଼ଉ ବେଳେ ଗିରଫଦାରୀ ଭୟରେ ସୁଧାଂଶୁ ନିଜ ଜୀବନ ହାରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରି ପ୍ରେମିକାର ଅତ୍ୟାଚାର ସଂପର୍କରେ ମୁହଁ ଖୋଲିଛନ୍ତି। ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, କଟକର ସୁଧାଂଶୁଙ୍କର ଓଡ଼ିଆ ମାଟ୍ରିମୋନି ମାଧ୍ୟମରେ ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପରିଚୟ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେବା ସହ ପିପିଲି ଥାନା ଗୋବିନ୍ଦପୁର ଅଞ୍ଚଳରେ ଲିଭ୍‌-ଇନ୍‌ରେ ରହୁଥିଲେ। ଏକାଠି ରହିବା ମଧ୍ୟରେ ପରିବାର ତାଙ୍କ ଋଣ ବୋଝରେ ଥିବା ଯୁବତୀଜଣଙ୍କ କହି ଆସୁଥିବା ବେଳେ ସୁଧାଂଶୁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା କରି ଆସୁଥିଲେ। ସୁଧାଂଶୁ ବର୍ଷକ ମଧ୍ୟରେ ପ୍ରାୟ ୯ଲକ୍ଷ ଟଙ୍କା ଯୁବତୀଙ୍କୁ ଦେଇ ସାରିଥିଲେ। ଗତ ଜାନୁଆରୀ ପହିଲାରେ ହଠାତ୍ ଯୁବତୀଙ୍କ ମଧ୍ୟରେ ପରିବର୍ତ୍ତନ ଆସିଥିଲା। ସେ ସୁଧାଂଶୁଙ୍କଠାରୁ ଅଲଗା ହୋଇ ନିଜ ଘରକୁ ପଳାଇଥିଲେ। ସୁଧାଂଶୁ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ଅଲଗା ହେବାର କାରଣ ପଚାରିବାରୁ, ଯୁବତୀଜଣଙ୍କ କୌଣସି ଉତ୍ତର ଦେଇନଥିଲେ।
ଗତବର୍ଷ ନଭେମ୍ବରରେ ଯୁବତୀଜଣଙ୍କ ସହିଦନଗର ଥାନାରେ ସୁଧାଂଶୁଙ୍କ ବିରୋଧରେ ଏତଲା ଦେବା ପରେ ପୁଲିସ ନୋଟିସ୍‌ ଦେଇ ଛାଡ଼ିଥିଲା। ଯୁବତୀଜଣଙ୍କ ଗତ ୩ ତାରିଖ ଦିନ ପୁଣି ସୁଧାଂଶୁଙ୍କ ନାମରେ ପିପିଲି ଥାନାରେ ଏକ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ସୁଧାଂଶୁ ନିକଟରେ ଭୁବନେଶ୍ୱର ଆସି ଗଣମାଧ୍ୟମ ସାମ୍ନାରେ ଅତ୍ୟାଚାର ସଂପର୍କରେ ବଖାଣିଥିଲେ। ମାଟ୍ରିମୋନିର ସମ୍ପର୍କ ତିଆରି କରି କିଭଳି ଆର୍ଥିକ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି, ସେନେଇ କହିଥିଲେ।
ଗତକାଲି ଯୁବତୀଜଣଙ୍କ ସୁଧାଂଶୁଙ୍କ ନାମରେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପିପିଲି ଥାନା ଗୋବିନ୍ଦପୁରସ୍ଥିତ ଭଡ଼ାଘରେ ଚଢ଼ଉ କରିଥିଲେ ମଧ୍ୟ ସୁଧାଂଶୁଙ୍କୁ ନପାଇ ଛକି ରହିଥିଲା। ରାତିରେ ସୁଧାଂଶୁ ଫେରିବା ବେଳକୁ ପୁଲିସକୁ ଦେଖି ଘର ଭିତରେ ପଶି କବାଟ ବନ୍ଦ କରି ଦେଇଥିଲେ। ପୁଲିସ ତାଙ୍କୁ ଗିରଫ କରିବାକୁ କବାଟ ବାଡ଼େଇଥିଲେ ମଧ୍ୟ ଭିତରପଟୁ ଉତ୍ତର ମିଳି ନଥିଲା। କବାଟ ଭାଙ୍ଗି ଘରକୁ ପଶିବା ବେଳକୁ ସୁଧାଂଶୁ ରଶି ଲଗାଇ ଝୁଲି ପଡ଼ିଥିଲେ।
ଗିରଫଦାରୀ ଭୟରେ ସୁଧାଂଶୁ ଆତ୍ମହତ୍ୟା କରିଥିଲେ ମଧ୍ୟ ମୃତଦେହକୁ ପିପିଲି ଡାକ୍ତରଖାନାକୁ ନେଇ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ ଉଦ୍ୟମ କରିଥିଲା। ଏମିତିକି, ସୁଧାଂଶୁ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି ବୋଲି ପରିବାରଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲା। ହେଲେ ପରିବାରଲୋକେ ଆସି ପହଞ୍ଚିବା ପରେ ପୂରା ଘଟଣା ପଦାକୁ ଆସିଥିଲା। ସେପଟେ ସୁଧାଂଶୁଙ୍କ ଆତ୍ମହତ୍ୟା ପରେ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ବୋଲି ତାଙ୍କୁ ନ୍ୟାୟ ମିଳିବନି, ସେଥିପାଇଁ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହୁଛନ୍ତି।
ଡେଲାଙ୍ଗରେ ଜଣ୍ଡିସ ଆତଙ୍କ: ୧୭ରୁ ଅଧିକ ପିଲା ଆକ୍ରାନ୍ତ, ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ
ପିପିଲି: ଡେଲାଙ୍ଗରେ ଡରାଉଛି ଜଣ୍ଡିସ । ଅଭିଭାବକମାନଙ୍କ ମନରେ ପଶିଛି ଛନକା । ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବାର ଦେଖାଦେଇଛି । ଅନେକ ପିଲା ଚିକିତ୍ସା ହେଉଥିବା ବେଳେ ଏକାଧିକ ଜିଲ୍ଲା ବାହାରକୁ ଚିକିତ୍ସା ପାଇଁ ଯାଇଛନ୍ତି । ବିଦ୍ୟାଳୟର ପାଣି କିମ୍ବା ବାହାରେ ଖାଉଥିବା ଅପରିଷ୍କାର ଖାଦ୍ୟରୁ ଏହା ପ୍ୟାପୁଛି ତାହା ଏବେ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ ଜଣ୍ଡିସ ହେବାର କାରଣ ଖୋଜୁଛି ।
ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା ଓ ଅଙ୍ଗନବାଡି ଡିଡ଼ଙ୍କୁ ଏନେଇ ନିର୍ଦେଶ ଦିଆଯାଇଛି । ପାଣି ଫୁଟେଇ ପିଇବା, ସ୍ୱଚ୍ଛ ରହିବା, ବାହାର ଖାଦ୍ୟ ଖାଇବାକୁ ବାରଣ କରିବା ସହ ଯଦି କାହାଘରେ ପିଲାଙ୍କୁ ଜଣ୍ଡିସ ହେବାର ସନ୍ଦେହ କି ଲକ୍ଷଣ ଦେଖା ଦେଉଛି ଦେବେ ଶୀଘ୍ର ମେଡିକାଲ ଯାଇ ଡାକ୍ତରଙ୍କୁ ଦେଖଇବାର ବାର୍ତ୍ତା ଓ ସଚେତନ କରାଉଛନ୍ତି ଆଶାକର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ।
ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା
ଭୁବନେଶ୍ବର/ପିପିଲି: ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍‌ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ କିନ୍ନରଙ୍କ ନାମ ସୋନା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ଘର ସାଲେପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହୁଥିଲେ।
ପ୍ରକାଶ ଯେ, ଉକ୍ତ କିନ୍ନର ଜଣକ କିଛିଦିନ ହେଲା ଉକ୍ତ ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୁଅନ୍ତି। କିଛି ଦୁର୍ବୃତ୍ତଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହେବା ଦ୍ୱାରା ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ପୁଲିସ ଅନୁମାନ କରୁଛି। ସାଥୀ କିନ୍ନରମାନେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାଟି ପିପିଲି ଥାନା ଅଞ୍ଚଳରେ ହୋଇଥିବାରୁ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅନ୍ୟ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଅନ୍ୟପକ୍ଷରେ ପିପିଲି ପୁଲିସ ମୃତ କିନ୍ନରଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି।
ଅନ୍ୟପଟେ ହତ୍ୟାକରୀ ଧରାନପଡିଲେ ପୋଲିସ ଅବସ୍ଥା ଢିଲା କରିଦେବୁ ବୋଲି କହିଛନ୍ତି ମୀରା ପରିଡ଼ା । ଏହା ସହିତ ସାମୂହିକ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ମୀରା ।
ମର୍ମନ୍ତୁଦ ସଡକ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ବସ୍, ସାମ୍ବାଦିକାଙ୍କ ସମେତ ୨ମୃତ
ପିପିଲି: ସ୍କୁଟିକୁ ଧକ୍କା ଦେଲା ବସ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକା ଜଣଙ୍କ ଏକ ଘରୋଇ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ବସ । ଘଟଣା ସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଏପଟେ ଦୁର୍ଘଟଣା ଘଟାଇ ଥିବା ବସ୍ ସମେତ ଡ୍ରାଇଭର ଓ ହେଲ୍ପରଙ୍କୁ ସାକ୍ଷୀଗୋପାଳ ପୁଲିସ ଅଟକ ରଖିଛି ।
ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ ସମସ୍ତ ଦ୍ୱାରରେ ଦ୍ୱାରସ୍ଥ ହେବା ପରେ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଭୟାବହ ଘଟଣାର ଏକ ସପ୍ତାହ ମଧ୍ୟରେ ଏବଂ ଗୋପାଳପୁରରେ ଘଟିଥିବା ଭୟଙ୍କର ଘଟଣାର ଏକ ମାସ ପରେ ଘଟିଛି। ପ୍ରତିଦିନ ଅକଳ୍ପନୀୟ ଘଟଣା ମହିଳାଙ୍କ ବିରୋଧରେ ଘଟୁଛି। ବର୍ତ୍ତମାନର ସରକାରରେ ଅପରାଧୀ ଭୟ କରୁ ନାହାନ୍ତି। ସରକାରଙ୍କ ଛତ୍ରଛାୟା ତଳେ ରହିଛନ୍ତି ଅପରାଧୀ।
Deeply anguished to know that a young girl was set on fire in Balanga area of Puri District. This attempt to kill her happened in broad daylight. I strongly condemn this horrible act.
It has happened just within a week of the terrible incident of a young girl setting herself…
— Naveen Patnaik (@Naveen_Odisha) July 19, 2025
ଓଡ଼ିଶା ସରକାର ଗଭୀର ନିଦରୁ ଜାଗି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଘଟଣା ପୁନରାବୃତ୍ତି ନ ହେବ ସେ ନେଇ ସରକାର ପ୍ରୟାସ କରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି।
କାର୍‌ ଭିତରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ପିପିଲି: କାର୍‌ରୁ ୩୭୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ କାର୍‌ରୁ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ୨ ଜଣଙ୍କୁ ଗିରଫ କରିବା ସହ ଏକ କାର୍‌କୁ ଜବତ କରିଛି ପୋଲିସ । ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
ଦିନ ଦ୍ଵିପ୍ରହରେ ଥାନା ସମ୍ମୁଖରୁ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ପିପିଲି: ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ପିପିଲି ଥାନା ସମ୍ମୁଖରୁ SHG ମହିଳାଙ୍କଠାରୁ ଝାମ୍ପି ନେଲେ ୫ ଲକ୍ଷ ୫୮ ହଜାର ଟଙ୍କା । ୨ ଜଣ ଦୁର୍ବୁତ୍ତ ହେଲମେଟ୍‌ ପିନ୍ଧି ବାଇକ୍‌ରେ ଆସି ଏଟିଏସଆର ଟଙ୍କା ଝାମ୍ପି ଚମ୍ପଟ୍‌ ମାରିଲେ । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭିକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ।
ପିପିଲି ବ୍ଲକ ସଁପୁର ପଂଚାୟତର ରାଜତେଇ ଆଂଚଳିକ ମଂଚର କୃଷ୍ଣକୃପା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ଋଣ ନେବା ପାଇଁ ପିପିଲି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ଏସ୍‌ବିଆଇରୁ SHG ଟଙ୍କା ଉଠାଇ ଗାଡ଼ି ପାଖକୁ ଆସିବା ବେଳେ ଦୁଇଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ଲୁଟିନେଲେ ଟଙ୍କା । ତେବେ ଥାନା ସମ୍ମୁଖରେ ଏଭଳି ଘଟଣା ଘଟିଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ଲାଷ୍ଟିକ୍‌‌ ନିର୍ମିତ୍ତ ବର୍ଜ୍ୟବସ୍ତୁଗୁଡିକୁ ପରିଚାଳନା କରି ନୂତନ ବ୍ୟବହାର ଯୋଗ୍ୟ ସାମଗ୍ରୀ ତିଆରି କରୁଛି ଏମବିବି ପଲିମର
(ପ୍ରଦୀପ ରଞ୍ଜନ ବିଶ୍ୱାଳ): ମଣିଷ ଜୀବନରେ ନିତ୍ୟ ବ୍ୟବହୃତ ପ୍ଲାଷ୍ଟିକ୍‌‌ ସାମଗ୍ରୀ ଗୁଡିକୁ ବ୍ୟବହାର ପରେ ଆଖପାଖରେ ଲୋକେ ଫୋପାଡ଼ି ଦିଅନ୍ତି। ଏହି ବର୍ଜ୍ୟବସ୍ତୁଗୁଡିକ ମାଟିରେ ବିଘୋଷିତ ନହୋଇ ପରିବେଶକୁ ଦୂଷିତ କରେ। ଏହାକୁ ଦେଖିବା ପରେ ଆରମ୍ଭ ହୋଇଥିଲା ପୁରୁଣା ତଥା ଭଙ୍ଗା ଜିନିଷରୁ ନୂତନ ସାମଗ୍ରୀ ତିଆରି କରିବାର ଯୋଜନା।
ସ୍ୱଛ ଭାରତ ମିଶନକୁ ଆଖି ଆଗରେ ରଖି ମା’ ବିନ୍ଧ୍ୟବାସିନୀ (ଏମବିବି) ପଲିମର ଡେଲାଙ୍ଗ, ପିପିଲି, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ସଂଗ୍ରହ କରୁଛି ପ୍ଲାଷ୍ଟିକର ବୋତଲ, ଡବା, ଜରିଅଖା, ପରିତ୍ୟକ୍ତ ପାଣିଟାଙ୍କି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ଜାତୀୟ ଭଙ୍ଗା ତଥା ପୁରୁଣା ସାମଗ୍ରୀ। ଏହାକୁ ନୂତନ ଜ୍ଞାନକୌଶଳ ପଦ୍ଧତି ବିଶିଷ୍ଟ ଯନ୍ତ୍ରପାତି ସାହାଯ୍ୟରେ ପ୍ରକ୍ରିୟାକରଣ କରି ତିଆରି କରୁଛନ୍ତି ପ୍ଲାଷ୍ଟିକ୍‌‌ର ‘ଦାନା’। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍‌‌ ସାମଗ୍ରୀ ତିଆରି କରୁଥିବା ଓଡ଼ିଶାର ବଡ଼ ବଡ଼ କାରଖାନା ଗୁଡିକୁ ଏହି ଦାନା ଯୋଗାଇ ଦିଆଯାଉଛି। ଏହି ପ୍ଲାଷ୍ଟିକ୍‌‌ ବର୍ଜ୍ୟବସ୍ତୁ ଗୁଡିକୁ ସଫା କରିବା ଠାରୁ ଆରମ୍ଭ କରି ଦାନା ବାହାର କରିବା ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ୭୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା।
ଏମବିବି ପଲିମରର ଉପଦେଷ୍ଟା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବର ସମ୍ପାଦକ ପଦ୍ମନାଭ ବରାଳଙ୍କ ମତ ଅନୁଯାୟୀ, ପ୍ରଭାତ କ୍ଲବର ସଦସ୍ୟମାନେ ପ୍ରତିବର୍ଷ ଡେଲାଙ୍ଗ ଓ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଆଖପାଖ ଅଞ୍ଚଳର ଜନବହୁଳ ସ୍ଥାନ ଗୁଡିକୁ ସଫା କରିବା ପାଇଁ ଯାଆନ୍ତି। ପ୍ରତ୍ୟେକ ସ୍ଥାନରେ ପ୍ଲାଷ୍ଟିକ୍‌‌ ସାମଗ୍ରୀ ଗୁଡିକୁ ବ୍ୟବହାର ପରେ ଲୋକେ ଫୋପାଡି ଦେଉଥିବା ଦେଖିବାକୁ ପାଇଥିଲି। ଏଥିରୁ ପ୍ରେରିତ ହୋଇ ପୁରୁଣା ତଥା ଭଙ୍ଗା ଜିନିଷରୁ ନୂତନ ସାମଗ୍ରୀ ତିଆରି କରିବା ପାଇଁ ମନସ୍ଥ କରିଥିଲି। ଏବେ ଆମ କାରଖାନାରୁ ଦାନା ସହିତ ସରୁ ପାଇପ ମଧ୍ୟ ବାହାରୁଛି। ବର୍ଜ୍ୟବସ୍ତୁ ଗୁଡିକୁ ପରିଚାଳନା କରି ନୂତନ ବ୍ୟବହାର ଯୋଗ୍ୟ ସାମଗ୍ରୀ ତିଆରି କରିବା ଓ ସ୍ଥାନୀୟ ଅଞ୍ଚଳର ୭୦ରୁ ଊର୍ଦ୍ଧ୍ବ ଲୋକଙ୍କୁ କାର୍ଯ୍ୟକ୍ଷମ କରାଇବା ନେଇ ଏମବିବି ପଲିମର ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ଜିଲ୍ଲାରେ ସୁପରିଚିତ ହୋଇପାରିଛି।
ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଡ୍ରଗ୍ସ ମାଫିଆ ଗିରଫ
ପିପିଲି: ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗାର କାରବାର ହେଉଥିବା ଅନୁମାନ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ STF ଅଫିସ ଆଣି ପଚରା ଉଚରା କରୁଛି ।
ଚାନ୍ଦୁଆ କାମ କରି ନିଜେ ଜଣେ ଉଦ୍ୟୋଗୀ ହେବା ସହ ୩୦ରୁ ଅଧିକ ପରିବାରକୁ ରୋଜଗାର ଦେଇପାରିଛନ୍ତି ବାସନ୍ତୀ
ଖୋର୍ଦ୍ଧା (ରଞ୍ଜିତ କେ.ଏନ. ସାମନ୍ତରାୟ): ‘କଣ କରିବି’; ଗରିବର ପଞ୍ଚାକ୍ଷର ଆଉ ସେମାନେ ଘୋଷୁନାହାନ୍ତି। ଦରିଦ୍ରତାରୁ ସେମାନେ ବାହାରିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ବାଟ ପାଉ ନଥିଲେ ଖୋର୍ଦ୍ଧା ବୋଲଗଡ଼଼ ବ୍ଲକ୍‌ କୋଦୁଅବରେଣି ଗାଁର ଅନେକ ପରିବାର। ବୋହୂ ହୋଇ ଆସିଥିବା ଚାନ୍ଦୁଆ ଗାଁ ପିପିଲିର ଝିଅ ରୋଜଗାରର ରାହା ଦେଖାଇଲା। ଏବେ ୩୦ରୁ ଅଧିକ ପରିବାର ରୋଜଗାର, ସମ୍ମାନ ସବୁ ପାଇଛନ୍ତି। ବାସନ୍ତୀ ଏବେ ସମସ୍ତଙ୍କ ପାଇଁ ଦୀପଶିଖା ପାଲଟିଛନ୍ତି।
ପିପିଲିର ବାସନ୍ତୀ କୋଦୁଅବରେଣୀ ଗାଁର ପୂର୍ଣ୍ଣଚନ୍ଦ୍ର ମୁଦୁଲିଙ୍କୁ ୨୮ ବର୍ଷ ତଳେ ବାହା ହୋଇ ଆସିଥିଲେ। ଶାଶୁଘର ଅଭାବୀ ଲୋକ। ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥିଲା। ବାସନ୍ତୀ ବି ଅନେକ ଦିନ ଯାଏ କଣ କରିବେ; କିଛି ବାଟ ପାଉ ନ ଥିଲେ। ପରିବାର ଚଳାଇବାରେ କେମିତି ସ୍ୱାମୀଙ୍କୁ ସହଯୋଗ କରିବେ ସେଥିପାଇଁ ଚିନ୍ତା ଲାଗି ରହିଥିଲା। ଇଛା ଥିଲେ ଉପାୟ ଆସେ ଓ ପରିଶ୍ରମ କଲେ; ଡେରି ହେଉ ପଛେ ସଫଳତା ମିଳେ। ପିଲାବେଳେ ବାସନ୍ତୀ ଚାନ୍ଦୁଆ ସିଲେଇ ଶିଖିଥିଲେ। ପିଲା ବେଳେ ସଉକରେ ଶିଖିଥିବା ଏ କଳା ତାଙ୍କୁ ରୋଜଗାରର ରାସ୍ତା ଦେଖାଇଥିଲେ। ସଂଘର୍ଷ କରିବାକୁ ପଡ଼ିଥିଲା କିନ୍ତୁ ବାସନ୍ତୀ ଆଜି ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ବିଭିନ୍ନ ପ୍ରଦର୍ଶନୀ ଓ ଦୋକାନବଜାରରେ ତାଙ୍କ ହାତତିଆରି ଚାନ୍ଦୁଆ କାମର ଭାରି ପ୍ରଶଂସା।
ପ୍ରଥମେ ବହୁ କଷ୍ଟରେ ୫ ହଜାର ଟଙ୍କା ଯୋଗାଡ଼ କରି ଘରେ ଚାନ୍ଦୁଆ ପ୍ରସ୍ତୁତି ଉପକରଣ ଆଣିଥିଲେ। ଘରକୁ ହିଁ ଚାନ୍ଦୁଆ କଳାର ପ୍ରୟୋଗଶାଳା କରିଥିଲେ। ଧୀରେ ଧୀରେ ରୋଜଗାର ମିଳିବା ସହ କାମ ବି ବଢିଥିଲା। ସେ ଭଳିକି ଭଳି ଚାନ୍ଦୁଆ, ମନିପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ଛତ୍ରି, ତ୍ରାସ, ଝାଲର, ବାହାଘର ଗେଟ, କୁସନ ଭଳି ୨୫ରୁ ୩୦ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଅର୍ଜିତ ଅର୍ଥରେ ସେ ଘର ଚଳାଇବା ଲାଗି ସ୍ୱାମୀଙ୍କୁ ସହଯୋଗ କରିଲେ। ତାଙ୍କ ହାତ ତିଆରି ଏହି ସାମଗ୍ରୀ ଗୁଡିକ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ଏବେ ସେ ମାସକୁ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଘର ଖର୍ଚ୍ଚ ଉଠିବା ସହ ସଞ୍ଚୟ ବି କରିପାରୁଛନ୍ତି।
ବାସନ୍ତୀଙ୍କୁ ଦେଖି ଗାଁର ଅନ୍ୟ ଝିଅବୋହୂ ବି ଏ କଳାପ୍ରତି ଆଗ୍ରହୀ ହୋଇଥିଲେ। ସେମାନଙ୍କୁ ଚାନ୍ଦୁଆ କଳା ଶିଖାଇବା ଆରମ୍ଭ କରିଥିଲେ ବାସନ୍ତୀ। ସେମାନଙ୍କୁ ବିନା ମୂଲ୍ୟରେ ତାଲିମ ଦେଇଥିଲେ। ଗାଁର ମହିଳା ଓ ଝିଅମାନେ ସେମାନଙ୍କ ଅବସର ସମୟରେ ବାସନ୍ତୀଙ୍କ ପାଖକୁ ଆସି ଏହି କାମ ଶିଖି ରୋଜଗାର କରୁଥିବା ସେ କହିଛନ୍ତି। ୩୦ରୁ ଅଧିକ ପରିବାର ବାସନ୍ତୀଙ୍କ ପାଇଁ ରୋଜଗାର ପାଇଛନ୍ତି।
ପିପିଲିରେ ହାତୀ ଆତଙ୍କ; ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ, ଭୟଭୀତ ଅଞ୍ଚଳବାସୀ
ପିପିଲି: ପିପିଲିରେ ଜଙ୍ଗଲୀ ହାତୀ ଆତଙ୍କ । ପିପିଲି ଓରକଲ ପଂଚାୟତ ଧାନପୁରରେ ହାତୀ ଆତଙ୍କ । ଗତକାଲି ଡେଲାଙ୍ଗ ବେଗୁନିଆ ପଡ଼ା ଓ ଜଟଣୀ ପାଣ୍ଡିଆ ବିରି ନିକଟରେ ଜଙ୍ଗଲୀ ହାତୀ ଥିବାବେଳେ ଗତକାଲି ରାତିରେ ପିପିଲିର ହାଟ ସାହି ପରେ ଧାନ ପୁରରେ ଏବେ ହାତୀ ଦେଖୁବାକୁ ମିଳିଛି । ଆଜି ସକାଳୁ ପିପିଲି ଜୟପୁର ଶାସନ ଦେଇ ଧାନପୁରରେ ଜଙ୍ଗଲୀ ହାତୀ ଆତଙ୍କ ସୃଷ୍ଟି କରିଛି । ଧାନ ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କୁ ଦେଖିଲେ ଗୋଡାଉଛି ହାତୀ । ସେପଟେ ଜଙ୍ଗଲୀ ହାତୀ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।
୩ ବର୍ଷ ପୂର୍ବେ ପିପିଲି ଅଞ୍ଚଳରେ ହାତୀ ପଶି ୪ଜଣଙ୍କ ଜୀବନ ନେଇଥିଲା । ଏବେ ପୁଣି ଥରେ ହାତୀ ବୁଲୁଥିବା ଦେଖି ଲୋକଙ୍କ ଭୟ ବଢ଼ିଛି । ପିପିଲି ପୋଲିସ ସମେତ ବନ ବିଭାଗର କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ।
ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ
ଭୁବନେଶ୍ୱର: ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି। ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି। ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ । ପିପିଲି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଜୟୀ ପରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ମହାରଥୀ।