SAMS Odisha - The Sakala
କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା
ଭୁବନେଶ୍ୱର: ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଓଡ଼ିଶା ସରକାର। ଏହି ଯୋଜନାର ସୁପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ଏଥିରେ ଯୋଗ୍ୟତା, ଫି' ଫେରସ୍ତ ପ୍ରକ୍ରିୟା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କଲେଜଗୁଡ଼ିକ ଏହି ଯୋଜନା ଅଧୀନରେ ନିଜ ଇଚ୍ଛାରେ ଫି' ବୃଦ୍ଧି କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ବେଳେ ଫି' ପ୍ରଦାନ କରିସାରିଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ / SAMS) ଜରିଆରେ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିଲା, ସେହି ଆକାଉଣ୍ଟକୁ ସିଧାସଳଖ ଟଙ୍କା ଫେରସ୍ତ କରାଯିବ। ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ କିସ୍ତି ଆକାରରେ ଅର୍ଥ ପ୍ରଦାନ କରାଯିବ। ଆଡମିଶନ ପରେ ୧୦%, ଦ୍ୱିତୀୟ କିସ୍ତିରେ ୧୫% ଏବଂ ଅବଶିଷ୍ଟ ଅର୍ଥ ତିନୋଟି କିସ୍ତିରେ ୨୫% ଲେଖାଏଁ ପ୍ରଦାନ କରାଯିବ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ରେଗୁଲାର୍ ସ୍ନାତକ (UG) କିମ୍ବା ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ। ନାମଲେଖା କିମ୍ବା ପୁନଃ-ନାମଲେଖା (re-admission) କରୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଯୋଗ୍ୟ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବନିମ୍ନ ୭୫% ରହିବା ବାଧ୍ୟତାମୂଳକ। ବିଶେଷ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ଏହି ମାନଦଣ୍ଡ ପୂରଣ କରୁନଥିବା ଛାତ୍ରଛାତ୍ରୀ ଯୋଜନାର ଲାଭ ପାଇବେ ନାହିଁ। ଶିକ୍ଷାନୁଷ୍ଠାନର ଆଡମିଶନ ଏବଂ ରି-ଆଡମିଶନ ଫି' ସରକାର ବହନ କରିବେ, କିନ୍ତୁ ପରୀକ୍ଷା ଫି' ଛାତ୍ରଛାତ୍ରୀଙ୍କୁ ନିଜେ ଦେବାକୁ ପଡ଼ିବ।
ଏହି ଯୋଜନାରେ ହଷ୍ଟେଲ ଫି' ସାମିଲ ନାହିଁ ବୋଲି ଏସଓପିରେ ସ୍ପଷ୍ଟ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ିବ। ଏହା ସହିତ ସମସ୍ତ ପ୍ରକାର ପ୍ରଫେସନାଲ୍ କୋର୍ସଗୁଡ଼ିକୁ ମଧ୍ୟ ଏହି ମାଗଣା ଶିକ୍ଷା ଯୋଜନାରୁ ବାଦ୍ ଦିଆଯାଇଛି।
ଫି' ବୃଦ୍ଧି ଉପରେ ସରକାର କଡ଼ା କଟକଣା ଲଗାଇଛନ୍ତି। ଜ୍ଞାନୋଦୟ ଯୋଜନା ଅଧୀନରେ ଆସୁଥିବା ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ନିୟମିତ ପାଠ୍ୟକ୍ରମ ପାଇଁ ଫି' ବୃଦ୍ଧି କରିପାରିବେ ନାହିଁ। କେବଳ ବିଶେଷ ପରିସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡ଼ିକ ଫି' ପରିବର୍ତ୍ତନ ପାଇଁ ଫି' ରେଗୁଲେସନ୍ କମିଟି ନିକଟରେ ପ୍ରସ୍ତାବ ଦେଇପାରିବେ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ ଏବଂ ସମସ୍ତଙ୍କ ପହଞ୍ଚରେ ରଖିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚାରି ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ୍ (ITEP) ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) ଜରିଆରେ ପରିଚାଳିତ ହେଉଛି।
ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଥର ପାଇଁ SAMS ଅଧୀନରେ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ନାତକ ଡିଗ୍ରୀ ସହିତ ବି.ଏଡ୍. (B.Ed.) ଯୋଗ୍ୟତା ୪ ବର୍ଷ ମଧ୍ୟରେ ହାସଲ କରିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ନ୍ୟାସନାଲ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (NCET-2026) ଦେଇଥିବା ପ୍ରାର୍ଥୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ବିଭାଗୀୟ ସୂଚନା ଅନୁଯାୟୀ, ଅଂଶଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୧,୫୦୦ ସିଟ୍ ଅନୁମୋଦିତ ହୋଇଛି। ଏହି ପାଠ୍ୟକ୍ରମ ପାଇଁ ୧୦,୬୪୭ ଆବେଦନକାରୀ ଦରଖାସ୍ତ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୪୬୩ ଜଣଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୫୬୨ ଜଣ ଛାତ୍ର ଏବଂ ୯୦୧ ଜଣ ଛାତ୍ରୀ ରହିଛନ୍ତି।
ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ
ଭୁବନେଶ୍ୱର: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ । କଟ୍ ଅଫରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏଥର ଆଗରେ ରହିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ (ଯୁକ୍ତ ୩) ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ବିଶେଷକରି କଳାରେ (ରାଜନୀତି ବିଜ୍ଞାନ) ୯୪.୫୦%, ଭୌତିକ ବିଜ୍ଞାନରେ (ପଦାର୍ଥ ବିଜ୍ଞାନ) ୯୬.୫୦%, ଜୀବ ବିଜ୍ଞାନରେ (ପ୍ରାଣୀ ବିଜ୍ଞାନ) ୯୪.୮୩% ଏବଂ ବାଣିଜ୍ୟରେ ୮୯.୧୭% କଟ୍-ଅଫ୍ ରେକର୍ଡ କରାଯାଇଛି।
ସେହିପରି ଶାସ୍ତ୍ରୀ ବିଭାଗରେ ଗଡ଼ବିଷ୍ଣୁପୁର ସ୍ଥିତ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜର କଟ୍-ଅଫ୍ ୬୭.୫୭% ଥିବାବେଳେ, ସେଲ୍ଫ ଫାଇନାନ୍ସିଂ (କମ୍ପ୍ୟୁଟର ସାଇନ୍ସ) ବିଭାଗରେ ଭୁବନେଶ୍ୱରର ବିଜେବି କଲେଜରେ ସର୍ବାଧିକ ୯୨% ରହିଛି। ଲ୍ (Law) ବିଭାଗ ଅଧୀନରେ ଥିବା ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଏ.ଏଲଏଲବି (B.A.LL.B) ପାଇଁ କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟ୍-ଅଫ୍ ୮୯.୪୦% ରହିଛି।
ବିଭାଗ ଭିତ୍ତିକ ମନୋନୟନ ତାଲିକାକୁ ଦେଖିଲେ ବିଜ୍ଞାନରେ ୪୩,୬୯୩, କଳାରେ ୧,୧୨,୮୨୨, ବାଣିଜ୍ୟରେ ୧୫,୬୨୪, ଶାସ୍ତ୍ରୀରେ ୩,୩୭୧, ସେଲ୍ଫ ଫାଇନାନ୍ସିଂରେ ୩,୨୪୫ ଏବଂ ଆଇନ (Law) ରେ ୧୬୭ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଚଳିତ ବର୍ଷ ସମୁଦାୟ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୭୮,୭୮୨ ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ କଲେଜରେ ସମୁଦାୟ ୨,୮୭,୩୨୭ଟି ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୯,୧୮୨ ଜଣ ଛାତ୍ର, ୧,୦୯,୫୯୧ ଜଣ ଛାତ୍ରୀ ଏବଂ ୯ ଜଣ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ସାମିଲ ଅଛନ୍ତି।
ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ୍ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି।
ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଏବଂ ଉଚ୍ଚଶିକ୍ଷା ପ୍ରତି ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନାମଲେଖା ସମୟରେ ଅନେକ ପସନ୍ଦର ବିଷୟଗୁଡ଼ିକରେ ସିଟ୍ ଅଭାବରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ବର୍ଦ୍ଧିତ ସିଟ୍ ସଂଖ୍ୟା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୧,୨୧୬ ସିଟ୍ ଏବଂ ସରକାରୀ କଲେଜ ଗୁଡ଼ିକରେ ୪,୬୮୪ ସିଟ୍ ବୃଦ୍ଧି କରାଯାଇଛି। ସେହିପରି ୪୮୮-ବର୍ଗ (Degree)ର ଅନୁଦାନପ୍ରାପ୍ତ କଲେଜରେ ୩,୪୧୬ ସିଟ୍ ଏବଂ ୬୬୨-ବର୍ଗର ଅନୁଦାନପ୍ରାପ୍ତ କଲେଜରେ ୧,୦୫୬ ସିଟ୍ ବଢ଼ାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗର ସାମ୍‌ସ୍ (SAMS) ପୋର୍ଟାଲରେ ଏହି ପରିବର୍ତ୍ତିତ ସିଟ୍ ସଂଖ୍ୟାକୁ ସାମିଲ କରାଯାଇସାରିଛି।
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ।
ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।
ରାଜ୍ୟରେ ୧୧୬ଟି ପିଜି କଲେଜ୍‌ରେ ରହିଥିବା ୩୦,୮୦୨ ପିଜି ସିଟ୍ ନିମନ୍ତେ ବିଗତ ମେ’ ୪ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଆଜି ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ ଜୁନ୍‌ ୩ ତାରିଖରୁ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ନିଜ ରାଙ୍କ୍ ଅନୁଯାୟୀ ନିଜ ମନପସନ୍ଦର ପିଜି କଲେଜ୍‌ରେ ନାମ ଲେଖାଇବା ପାଇଁ ଚଏସ୍‌ ଫିଲିଙ୍ଗ (Choice Filling) କରିପାରିବେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର କଲେଜ୍‌ର ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା (Provisional allotment of seats for 1st round selection process) ଆସନ୍ତା ଜୁନ୍‌ ୧୩ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ପ୍ରକାଶିତ ହେବ।
ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି।
ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ ନାମଲେଖା ହେବ। ସେହି ଅନୁସାରେ ପୂର୍ବରୁ ଅନର୍ସ କୁହାଯାଇଥିବା ବିଷୟକୁ ‘ମେଜର’ ଓ ଜେନେରାଲ୍‌ ଇଲେକ୍‌ଟିଭ୍‌ (ଜିଇ) ବଦଳରେ ‘ମାଇନର୍‌’ ବିଷୟ କୁହାଯିବ। ଆବେଦନ ସମୟରେ ଛାତ୍ରଛାତ୍ରୀ ୩ଟି ଉପାୟରେ ବିଷୟ ଚୟନ କରିପାରିବେ। ଗୋଟିଏ ମେଜର ସହିତ ଦୁଇଟି ମାଇନର୍‌ ବିଷୟ କିମ୍ବା ଦୁଇଟି ମେଜର୍‌ ବିଷୟ କିମ୍ୱା ତିନିଟି ମାଇନର୍‌ ବିଷୟ ଦେଇପାରିବେ।
ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ପରବର୍ତ୍ତୀ ପର୍ଯ୍ୟାୟ ନାମଲେଖାରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନାଯୋଗ୍ୟ, ସ୍ନାତକୋତ୍ତର ଓ ବିଇଡି ପରି +୩ ନାମଲେଖା ମଧ୍ୟ ଚଳିତବର୍ଷ ଆଗୁଆ ହେବ। ଜୁଲାଇ ୧୦ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।
ଭଗବାନଙ୍କ ଭରସାରେ ଚାଲିଛି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ: ଦୁଇ-ତୃତୀୟାଂଶ ଅଧ୍ୟାପକ ପଦ ଖାଲି, ୭୨ ପ୍ରତିଶତ ଅଣଶିକ୍ଷକ ପଦ ଫାଙ୍କା
ଭୁବନେଶ୍ୱର: ଭଗବାନଙ୍କ ଭରସାରେ ଚାଲିଛି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ। ଦୁଇ-ତୃତୀୟାଂଶ ଅଧ୍ୟାପକ/ଅଧ୍ୟାପିକା ପଦ ଖାଲି ଥିବାବେଳେ ପ୍ରାୟ ୭୨ ପ୍ରତିଶତ ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୨୦୨୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ରହିଛି। ତନ୍ମଧ୍ୟରୁ ମାତ୍ର ୬୭୪ ଟି ପଦରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟରତ ଥିବାବେଳେ ୧୩୫୩ ପଦ ଅର୍ଥାତ୍‌ ଦୁଇତୃତୀୟାଂଶ ପଦ ଖାଲି। ସେହିପରି ମୋଟ୍‌ ୨୮୭୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବାବେଳେ ମାତ୍ର ୭୯୮ ଜଣ କାର୍ଯ୍ୟରତ ଥିବାବେଳେ ୨୦୮୧ ଅଣଶିକ୍ଷକ ପଦ ଖାଲି ରହିଛି। ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ତଥ୍ୟ ରଖିଛନ୍ତି। ରାଜ୍ୟର ନାମକରା ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୩ଟି ଅଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୧, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୧୨, ରାଜେନ୍ଦ୍ର ବିଶବବିଦ୍ୟାଳୟରେ ୧୦୬, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୧୧ ପ୍ରଫେସର ପଦ ଖାଲି ପଡ଼ିଛି।
ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟରେ ୭୦୮ ଜଣ ଅଣଶିକ୍ଷକ ପଦ ଖାଲି ଥିବାବେଳେ ରେଭେନ୍ସାରେ ୧୯୫, ବ୍ରହ୍ମପୁରରେ ୧୮୨, ସମ୍ବଲପୁରରେ ୧୫୮ ପଦ ଖାଲି ରହିଛି। କେବଳ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟରେ ୫୦ରୁ ଅଧିକ ପଦ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ନିୟମ ୨୦୨୦କୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସୁପ୍ରିମ୍‌କୋର୍ଟରେ ମାମଲା କରିଥିବାରୁ ନିଯୁକ୍ତି ହେଉନାହିଁ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଥିଲେ ମଧ୍ୟ କେନ୍ଦ୍ର ସରକାର ମାମଲାର ସମାଧାନ କରିବାକୁ ଆଗ୍ରହ ଦେଖାଉ ନଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ଗତ ଡିସେମ୍ବର ୨ ତାରିଖରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ ଉପସ୍ଥାପିତ କରିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ମାତ୍ର ଶେଷ ପର୍ଯ୍ୟାୟରେ ନିଜ ନିଷ୍ପତ୍ତିରୁ ଓହରି ଯାଇ ବିଲ୍‌ ଉପସ୍ଥାପନ କରି ନ ଥିଲେ। ଚଳିତ ବିଧାନସଭା ଅଧିବେସନରେ ମଧ୍ୟ ଏହି ବିଲ୍‌କୁ ସରକାର ଉପସ୍ଥାପିତ କରିନାହାନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ କୁଆଡେ ଗଲା ଏବଂ ବିଶ୍ୱବିଦ୍ୟାଳୟରେ ଅଚଳାବସ୍ଥା କେବେ ଦୂର ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।
ଆସନ୍ତାକାଲିଠୁ +୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ, ୨୨ରେ ପ୍ରକାଶ ପାଇବ ଆଲଟମେଣ୍ଟ ତାଲିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୪ରୁ ୧୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବାକୁ ଥିବାବେଳେ ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ୍‌‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ନେଇ ସବିଶେଷ ମାର୍ଗଦର୍ଶିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ ପାଇଁ ସୁଯୋଗ ମିଳିବନି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ଯୋଗୁଁ ନାମଲେଖାଇ ପାରି ନ ଥିବା ଓ ଆଦୌ ଆବେଦନ କରି ନ ଥିବା ପିଲାମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ସୁଯୋଗ ଦିଆଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଯଦି ସିଟ୍‌‌ ମିଳି ନଥାଏ କିମ୍ବା କୌଣସି କାରଣ ପାଇଁ ନାମ ଲେଖାଇ ପାରି ନ ଥିବେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ବେଳେ ତାଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବନାହିଁ।
କେବଳ ନୂଆ ଆବେଦନ କରୁଥିବା ଛାତ୍ରଛାତ୍ରୀ ଶୁଳ୍କ ଦାଖଲ କରିବେ। ଅପରପକ୍ଷେ ସେପ୍ଟେମ୍ବର ୨୨ରେ ସିଟ୍‌‌ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରିବାକୁ ଥିବାବେଳେ ୨୩ରୁ ୨୬ ତାରିଖ ମଧ୍ୟରେ ପିଲାମାନେ କଲେଜସ୍ତରରେ ରିପୋର୍ଟିଂ କରିବେ। ସାମ୍ସ ପୋର୍ଟାଲରେ ପିଲାଙ୍କ ନାମଲେଖା ତଥ୍ୟ ୨୬ ତାରିଖ ସନ୍ଧ୍ୟାରେ ଅଧୁନାତନ(ଅପଡେଟ୍‌‌) ହେବାକୁ ଥିବାବେଳେ ଅକ୍ଟୋବର ୩ ତାରିଖରେ ୱେଟିଂ ତାଲିକା ପ୍ରକାଶ ପାଇବ। ୬ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୭ ତାରିଖରେ ସମସ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ୍‌‌ ହେବ।
ଭୁବନେଶ୍ୱର: ମେ’ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ସୂଚନା । ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସ୍ଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି ।
ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ୪୦୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ଯୁକ୍ତ ଦୁଇ ଶ୍ରେଣୀରେ ମୋଟ ୫ଲକ୍ଷ ୯ହଜାର ସିଟ ରହିଛି। ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି ।