Flood risk - The Sakala

ବଢୁଛି ବନ୍ୟା ବିପଦ : ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌, ମୋଟ୍‌ ୪୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
ସମ୍ବଲପୁର : ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ଆଜି ସକାଳେ ଡ୍ୟାମର ୨୬ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। କିନ୍ତୁ ଉପରମୁଣ୍ଡରୁ ପ୍ରବଳ ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ ଆସୁଥିବା କାରଣରୁ ଆଉ ୧୪ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ଅପରାହ୍ନ ୪ଟାରୁ ୭.୩୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୧୪ଟି ଗେଟ୍ ଖୋଲି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ରୁ ମୋଟ୍ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।

ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ମିଟର ଥିବା ବେଳେ ଏବେ ଏଠାରେ ୬୨୬.୯୧ ଫୁଟ ଜଳ ରହିଛି। ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୬,୯୧,୯୫୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୬,୧୦,୦୦୩ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୫,୮୩,୩୪୪ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୩,୯୮୫, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ ବନ୍ୟାଜଳସ୍ତର ବଢ଼ିବା ଆଶଙ୍କା ରହିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି। ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି। କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ରବିବାର ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି। ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି।‌ ସେହିପରି କଟକ ଜିଲ୍ଲା ଆଠଗଡ଼, ନରସିଂହପୁର, ବାଙ୍କୀ ଓ ବଡମ୍ବା ଅଞ୍ଚଳର ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଛି।

ଅନ୍ୟପଟେ ହୀରାକୁଦରେ ଜଳସ୍ତର ବଢୁଥିବା ଏବଂ ଆଗକୁ ବର୍ଷା ରହିଥିବାରୁ ଏବେଠୁ ସତର୍କ ରହିବାକୁ ୪୦ଟି ଗେଟ୍‌ ଖୋଲାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ହାଇଫ୍ଲଡ୍ ସମୟରେ ପାଣି ଅତିକ୍ରମ କରିବାକୁ ୯ରୁ ୧୨ ଘଣ୍ଟା ସମୟ ଲାଗିଥାଏ । ହୀରାକୁଦରୁ ଆସୁଥିବା ବନ୍ୟା ପାଣିରୁ ପାଖାପାଖି ୫୦ ହଜାର କ୍ୟୁସେକ, ଅନ୍ୟ ଶାଖାନଦୀ ଦେଇ ଚାଲିଯାଇପାରେ । ତେଣୁ ଆଶା କରାଯାଉଛି କଟକର ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ହୀରାକୁଦରୁ ପାଣି ଛାଡିଲା ପରେ ଏହା ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିଥାଏ । ପୂର୍ବରୁ ଛଡାଯାଇଥିବା ପାଣି ମୁଣ୍ଡଳିରେ ପହଞ୍ଚିବା ସହ ପିକ୍ ଛୁଇଁ ସାରିଥିବାରୁ, ପରବର୍ତ୍ତୀ ପାଣି ପହଞ୍ଚିଲା ବେଳକୁ ଏହା ଅତିକ୍ରମ କରିସାରିଥିବ ବୋଲି ଆକଳନ କରାଯାଉଛି । ଏହିଭଳି ଜଳ ପରିଚାଳନା କରି ମୁଣ୍ଡଳିଠାରେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି ପ୍ରବାହ ଉପରେ ଗୁରୁତ୍ୱ ଦିଆଯାଉଛି । ହୀରାକୁଦରୁ ଛଡା ଯାଉଥିବା ପାଣି, ତେଲ ଓ ଅନ୍ୟ ଉପନଦୀରୁ ମିଶୁଥିବା ପାଣି କିଭଳି ବଡଧରଣ ବନ୍ୟା ପରିସ୍ଥିତି ସୃଷ୍ଟି ନକରେ ସେଥିପ୍ରତି ସରକାର ସତର୍କ ରହିଛନ୍ତି ।

ଯଦିଓ ବଡଧରଣ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି, କିନ୍ତୁ ତଳିଆ ଅଞ୍ଚଳଗୁଡିକରେ ବନ୍ୟାପାଣି ପଶିଯାଇଛି । ତେବେ ନଜର ପକାନ୍ତୁ କେଉଁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ପୁରୀ ଜିଲ୍ଲାର କଣାସ, ପିପିଲି, ବଡ଼ାସ, ଦୋକନ୍ଦା, ନାନକେରା, ଗଡ଼ବଳଭଦ୍ରପୁର ଓ କୋଠତୋଟାରେ ବନ୍ୟାପାଣି ପଶିଛି । ସେହିପରି କଟକ ଜିଲ୍ଲାର ବାଙ୍କୀ, ତିଗିରିଆ, ଡମପଡ଼ା, ନରସିଂହପୁର, କଇଁମୁଣ୍ଡି ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ, ନରଣଗଡ଼, ହିରିମୂଳ, ଡିହଖଳା । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ବଡ଼ବାଲିକଣି, କାଠକୋଟ, ହଂସୁରା । କେନ୍ଦ୍ରାପଡ଼ାର ଜଳପୋକ, ପଖଟ, କଣିବାଙ୍କ, ଶିଶୁଆ, ଷଠିଲୋ, ପୁରୁଷୋତ୍ତମପୁର, ଆଇତିପୁର, ବଳରାମପୁର ଏବଂ ଯାଜପୁର ଜିଲ୍ଲାର କମାଲପୁର, କସପା, ନୂଆଶାସନ, ଅହିୟାସ, ପଲ୍ଲାସାହି, ପଞ୍ଚପଡ଼ା, ମଲ୍ଳିକାପୁର, ଦାଣ୍ଡିସାହି, ଜୟନ୍ତରା, ଲକ୍ଷ୍ମୀପୁର ଓ କୟାଁ ଆଦି ଅଞ୍ଚଳରୁ ଜଳବନ୍ଦୀର ଚିତ୍ରସବୁ ସାମ୍ନାକୁ ଆସିଛି ।