Yashwant Sinha - The Sakala
ଦ୍ରୌପଦୀ, ଯଶୋବନ୍ତଙ୍କ ଭାଗ୍ୟ ପରୀକ୍ଷା ଫଳ ଆଜି
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍‌ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ।
ମିଳିଥିବା ସୂଚନା ଅନୁସାରେ ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ ଏବଂ ବିଧାୟକମାନେ ଭିନ୍ନ ରଙ୍ଗର କଲମ ବ୍ୟବହାର କରି ସେମାନଙ୍କ ମତଦାନ କରିଥିଲେ। ତେଣୁ ପ୍ରଥମେ ଏଗୁଡିକର ସର୍ଟିଂ କରାଯିବ। ସର୍ଟିଂ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟ ଟ୍ରେଣ୍ଡ ସମ୍ପର୍କରେ ସୂଚନା ଦିଆଯିବ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଓ ତାଙ୍କ ପୁଅ ଜୟନ୍ତ ସିହ୍ନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟନ୍ତ ନିଜ ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ସମର୍ଥନ କରିବେ ସେ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ ଜୟନ୍ତ ହେଉଛନ୍ତି ବିଜେପିର ସାଂସଦ। ସେ ବାପାଙ୍କ ସପକ୍ଷରେ ଭୋଟ୍ ଦେବେ ନା ପାର୍ଟି ଲାଇନରେ ଚାଲିବେ ତାକୁ ନେଇ ରାଜନୈତିକ ମହଲରେ ବଡ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ପୁଅ ରାଜ ଧର୍ମ ପାଳନ କରିବ ଏବଂ ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି।
ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ସେ ନିଜର ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନମିଳିବାକୁ ନେଇ କୌଣସି ଧର୍ମ ସଙ୍କଟ ନାହିଁ। ସେ ନିଜର ରାଜଧର୍ମ ପାଳନ କରୁଛି, ମୁଁ ନିଜର ରାଷ୍ଟ୍ର ଧର୍ମ ପାଳନ କରିବି। ଏହି ନିର୍ବାଚନ କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ନୁହେଁ, କ୍ଷମତାବାଦୀ ନୀତିର ବିରୋଧ ଦିଗରେ ଏକ ପଦକ୍ଷେପ। ଏହି ନିର୍ବାଚନ ଭାରତୀୟବାସୀଙ୍କ ପାଇଁ ଏକ ସନ୍ଦେଶ ଯେ, ସେମାନେ ଏହି ନୀତିର ବିରୋଧ କରିବା ଉଚିତ୍।
ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା : ‘ପାର୍ଟି ଅପେକ୍ଷା ମାଟି ବଡ଼’ କହୁଥିବା କଂଗ୍ରେସ ନେତାଙ୍କ ଲାଗି ଆହ୍ୱାନ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍‍ଡ଼ା ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ଆନନ୍ଦ। ଜଣେ ଓଡ଼ିଆ, ବିଶେଷକରି ଆଦିବାସୀ ବର୍ଗର ଜଣେ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଆପାତତଃ ନିଶ୍ଚିିତ ହୋଇଥିବାରୁ ରାଜ୍ୟବାସୀ ବେଶ୍‍ ଉତ୍ସାହିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ସମ୍ଭାବନା ଉଜ୍ଜ୍ୱଳ। ଏନ୍‍ଡ଼ିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ମାତ୍ର ୧୩ ହଜାର ଭୋଟ ଆବଶ୍ୟକ ଥିବାବେଳେ କେବଳ ବିଜେଡି ସମର୍ଥନ ଦେଲେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ କୁହାଯାଉଛି।
ବିଜେଡ଼ିର ଲୋକସଭାରେ ୧୨, ରାଜ୍ୟସଭାରେ ୯ ସାଂସଦଙ୍କ ସହ ୧୧୩ ବିଧାୟକଙ୍କ ଭୋଟ୍‌ ରହିଛି। ଯାହା ଦ୍ରୌପଦୀଙ୍କ ବିଜୟ ପଥକୁ ସୁଗମ କରିବ। ମାତ୍ର ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ଅଡ଼ୁଆରେ ପଡ଼ିଛି ରାଜ୍ୟ କଂଗ୍ରେସ। ଜଣେ ଓଡ଼ିଆ ଓ ଆଦିବାସୀ ବର୍ଗର ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ବିଧାୟକ ଓ ସାଂସଦ ସମର୍ଥନ କରିବେ ନା କଂଗ୍ରେସ ସହ ଅନ୍ୟ ଜାତୀୟ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ ତାକୁ ନେଇ ଦଳୀୟ ବିଧାୟକ ଓ ସାଂସଦମାନେ ଚିନ୍ତା ପଡ଼ିଛନ୍ତି। ‘ମାଟି’ ଓ ‘ପାର୍ଟି’କୁ ନେଇ ଏବେ କଂଗ୍ରେସ ବିଧାୟକ ଓ ସାଂସଦ ଦ୍ୱିଧାଗ୍ରସ୍ତ ହୋଇଛନ୍ତି। ଦ୍ରୌପଦୀଙ୍କୁ ସମର୍ଥନ ନ କଲେ ରାଜ୍ୟରେ କଂଗ୍ରେସ ବିରୋଧରେ ମହିଳା, ଆଦିବାସୀ ବର୍ଗ ଓ ରାଜ୍ୟବାସୀଙ୍କ ମଧ୍ୟରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ଥିବାରୁ କଂଗ୍ରେସ ସମସ୍ୟାରେ ପଡ଼ିଛି ବୋଲି କୁହାଯାଉଛି।
ମଙ୍ଗଳବାର କଂଗ୍ରେସ ସହ ୧୯ ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ମଞ୍ଚ ରାଷ୍ଟ୍ରପତି ପଦ ଲାଗି ଯଶୋବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଥିଲେ। କଂଗ୍ରେସ ଏହି ବିରୋଧୀ ମେଣ୍ଟରେ ଥିବାରୁ ରାଜ୍ୟ କଂଗ୍ରେସର ୯ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ ସ୍ୱାଭାବିକ ଭାବେ ଯଶୋବନ୍ତଙ୍କ ସପକ୍ଷରେ ମତଦାନ କରିବା ଚୂଡ଼ାନ୍ତ ମନେ ହେଉଥିଲା। ମାତ୍ର ବିଳମ୍ବିତ ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ଏନ୍‍ଡ଼ିଏ ପ୍ରାର୍ଥୀ ଭାବରେ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରି ବିରୋଧୀ ମେଣ୍ଟ ଓ କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଛି। ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଦୀର୍ଘଦିନ ଧରି କଂଗ୍ରେସ ନିଜ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରି ଆସିଛି। ଦେଶର ୫୪୩ ଆସନ ମଧ୍ୟରୁ ୪୭ଟି ଆସନ ଆଦିବାସୀ ବା ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଓଡ଼ିଶାର ୮ଟି ସହ ଦେଶର ୬୦ରୁ ଅଧିକ ଆସନରେ ଏହି ବର୍ଗର ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସିଛନ୍ତି। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଛତିଶଗଡ଼଼଼଼ରେ ଆଦିବାସୀ ଭୋଟର ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଭା ପାଟିଲ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ହେଁ ଆଦିବାସୀ ମହିଳା ଭାବରେ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ଥିତିରେ ରାଜ୍ୟ କଂଗ୍ରେସ ରାଜ୍ୟର ଆଦିବାସୀ ବର୍ଗର ମହିଳା ଦ୍ରୌପଦୀଙ୍କୁ ସମର୍ଥନ କରିବ ନା ଦଳ ମନୋନୀତ ପ୍ରାର୍ଥୀ ଯଶୋବନ୍ତଙ୍କୁ ସମର୍ଥନ ଦେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।
ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ନିଜେ ନବୀନ ଟ୍ୱିଟ୍‍ କରିଛନ୍ତି। ଏହା ସହ ଦ୍ରୌପଦୀ ମହିଳା ସଶକ୍ତିକରଣର ଉଦାହରଣ ହେବେ ବୋଲି ଆଶାବ୍ୟକ୍ତ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବର ସମୟ ବୋଲି ନିଜ ଟ୍ୱିଟ୍‍ରେ ଉଲ୍ଲେଖ କରିଥିବାରୁ ଶାସକ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବା ଏକ ପ୍ରକାର ନିଶ୍ଚିତ ମନେ କରାଯାଉଛି। ମାତ୍ର ଏ କ୍ଷେତ୍ରରେ ରାଜ୍ୟ କଂଗ୍ରେସର ନେତାଙ୍କ ବିବଶତା ଜଳଜଳ ଦିଶୁଛି। ଦଳୀୟ ଶୃଙ୍ଖଳା ଅନୁସାରେ ରାଜ୍ୟ କଂଗ୍ରେସର ବିଧାୟକ, ସାଂସଦ ଯଶୋବନ୍ତଙ୍କୁ ସମର୍ଥନ ଦେଇପାରନ୍ତି; ମାତ୍ର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଦଳୀୟ ହ୍ୱିପ୍‍ ବାଞ୍ଛନୀୟ ନ ଥିବାରୁ ମାଟିକୁ ସମର୍ଥନ କରିବା ନିମନ୍ତେ କଂଗ୍ରେସ ନିକଟରେ ଏକ ସୁଯୋଗ ରହିଛି। ଦ୍ରୌପଦୀଙ୍କ ପରିବର୍ତ୍ତେ ଦଳୀୟ ନିଷ୍ପତ୍ତି ଅନୁସାରେ ଯଶୋବନ୍ତଙ୍କୁ ଭୋଟ ଦେଲେ ରାଜ୍ୟରେ କଂଗ୍ରେସ ବିରୋଧରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ରହିଛି।
ଓଡ଼ିଶା କଂଗ୍ରେସ ମହିଳା, ଆଦିବାସୀ ବିରୋଧୀ ବୋଲି ପ୍ରମାଣିତ ହେବା ସହ ଏହା ବିଜେଡି ଓ ବିଜେପି ପାଇଁ ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି। ପୁଣି ଜଣେ ଓଡ଼ିଆ ଭାବରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ତାଙ୍କୁ ସମର୍ଥନ ଦେବେ ବୋଲି ଦ୍ରୌପଦୀ ଆଶା କରିଛନ୍ତି। ଏହି ସ୍ଥିତିରେ ଆଗ ମାର୍ଟି ପରେ ପାର୍ଟିର ସ୍ଲୋଗାନ ଦେଉଥିବା କଂଗ୍ରେସ ନେତାଙ୍କୁ ଦ୍ରୌପଦୀ ଅଠାକାଠିରେ ପକାଇ ଦେଇଛନ୍ତି। ରାଜ୍ୟ କଂଗ୍ରେସର ଏକମାତ୍ର ସଂସଦ ସପ୍ତଗିରି ଉଲ୍ଲାକା ନିଜେ ମଧ୍ୟ ଆଦିବାସୀ ବର୍ଗର। ତେଣୁ ସେ ନିଜ ବର୍ଗର ଓ ନିଜ ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ଭୋଟ ଦେବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜାଙ୍କ ପରି ବିଧାୟକମାନେ ବିଭିନ୍ନ ସମୟରେ ପାର୍ଟିଠାରୁ ମାଟି ବଡ଼ ବୋଲି କହୁଥିବା ଦେଖାଯାଇଛି। ତେଣୁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟ କଂଗ୍ରେସକୁ ଏକ ଅସମଞ୍ଜସ୍ୟ ସ୍ଥିତିରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗ ପାର୍ଟି ତା ପରେ ମାଟି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଦ୍ଧା ଭୋଟ୍ ଦେଇନପାରନ୍ତି ବୋଲି କହିଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ଜିତାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଓଡ଼ିଆ ହେଲେ ବି ପାର୍ଟି କଥା ଶୁଣିବେ ବୋଲି କହିଛନ୍ତି ସୁର ରାଉରତାୟ ।
ଯଶୱନ୍ତ ସିହ୍ନା ହେଲେ ମିଳିତ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ଯଶୱନ୍ତ ସିହ୍ନା ହେବେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ । ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୁଡାନ୍ତ ହୋଇଛି। ଏନେଇ ପ୍ରେସମିଟରେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ।ମଙ୍ଗଳବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ତେବେ ଯଶୱନ୍ତ ସିହ୍ନା ମଙ୍ଗଳବାର ଟୁଇଟ୍ କରି କହିଥିଲେ ଯେ, ଟିଏମସି ତାଙ୍କୁ ସମ୍ମାନ ଓ ପ୍ରତିଷ୍ଠା ଦେଇଛି, ସେଥିପାଇଁ ସେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ । ତା ସହିତ ଏକ ବଡ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ ପାର୍ଟିରୁ ବାହାରି ବିରୋଧୀଙ୍କ ଏକତା ପାଇଁ କାମ କରିବାକୁ ସେ ଟୁଇଟରେ କହିଥିଲେ । ଆଉ ଏହାପରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା ବଢିବାରେ ଲାଗିଥିଲା ।
ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧୀ ଦଳଙ୍କ ବୈଠକ ବସିଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଥିଲା । ଯାହାକୁ ୧୯ ବିରୋଧୀ ଦଳ ସହମତି ପ୍ରକାଶ କରିଥିଲେ । ପୂର୍ବରୁ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କରିସାରିଥିଲେ । ପ୍ରଥମେ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ । ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ତେବେ ସେ ଏହି ପ୍ରାର୍ଥୀ ଦୌଡରେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ଆଉ ଏହାପରେ ଶେଷରେ ବିରୋଧୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତି ।
ସୂଚନାଯୋଗ୍ୟ ୟଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍‌ଡିଏ ସରକାରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି । ପରେ ୨୦୧୮ରେ ସେ ବିଜେପି ଦଳ ଛାଡିଥିଲେ ଏବଂ ୨୦୨୧ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।
ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଯଶୱନ୍ତ ସିହ୍ନା
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଯଶୱନ୍ତ ସିହ୍ନା ଦଳରୁ ଇସ୍ତଫା  ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଯଶୱନ୍ତ ସିହ୍ନାଙ୍କ ନାମ ପରାମର୍ଶ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।
I am grateful to Mamataji for the honour and prestige she bestowed on me in the TMC. Now a time has come when for a larger national cause I must step aside from the party to work for greater opposition unity. I am sure she approves of the step.
— Yashwant Sinha (@YashwantSinha) June 21, 2022
ସିହ୍ନା ଟ୍ବିଟରେ ଲେଖିଛନ୍ତି ଯେ, ଟିଏମସିରେ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମୁଁ କୃତଜ୍ଞ। ବର୍ତ୍ତମାନ ସମୟ ଆସିଛି ଏକ ବୃହତ ଜାତୀୟ କାରଣ ପାଇଁ ଦଳରୁ ଦୂରେଇ ଯିବି। ଯାହା ଦ୍ବାରା ମୁଁ ବିରୋଧୀଙ୍କୁ ଏକଜୁଟ କରି କାର୍ଯ୍ୟ କରିପାରିବି। ମୁଁ ଆଶା କରୁଛି ମମତା ଜୀ ମୋର ଏହି ପଦକ୍ଷେପ ଗ୍ରହଣ କରିବେ।
ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ ନେତା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଛନ୍ତି। ତାଙ୍କ ପୂର୍ବରୁ ଶରଦ ପାୱାର ଏବଂ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ମଧ୍ୟ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ।
ବିଜେପିକୁ ଝଟ୍‌କା : ଟିଏମସିରେ ସାମିଲ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଲାଗିଛି ଏକ ବଡ ଝଟକା। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଆଜି ମମତା ବାନାର୍ଜୀଙ୍କ ଦଳ ତୃଳମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମମନ୍ତ୍ରୀ ଥିବା ସମୟରେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଶନିବାର ବିଧିବଦ୍ଧ ଭାବେ ଟିଏମ୍‌ସିରେ  ଯୋଗଦେଇଛନ୍ତି ।
#Kolkata: Former BJP leader Yashwant Sinha arrives at TMC Bhawan pic.twitter.com/Qhjtzpm10v
— ANI (@ANI) March 13, 2021
ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଟିଏମସି ଭବନରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ। କିନ୍ତୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି। ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ। କିନ୍ତୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି। ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି।
Former BJP leader Yashwant Sinha joins Trinamool Congress in Kolkata pic.twitter.com/21P5IDcMab
— ANI (@ANI) March 13, 2021
ଯଶବନ୍ତ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଦେଶ ଏବେ ଅଦ୍ଭୁଦପୂର୍ବ ସମସ୍ୟା ଦେଇ ଗତି କରୁଛି । ଗଣତନ୍ତ୍ର ଏବେ ଦୁର୍ବଳ ହୋଇ ପଡିଛି । ଆଇନ ବ୍ୟବସ୍ଥାଠୁ ସବୁ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି ବୋଲି ସେ ଏହି ଅବସରରେ କହିଛନ୍ତି । ସେହିପରି ଅଟଳଜୀଙ୍କ ବିଜେପି ଓ ଏବେର ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ଥିବା ଯଶବନ୍ତ କହିଛନ୍ତି । ଅନ୍ୟପଟେ ଅକାଳୀ, ବିଜେଡି ପରି ଦଳ ଏନଡିଏରୁ ଛାଡିଯାଇଛନ୍ତି । ବିଜେପି ସହିତ ଏବେ କେହି ନାହାଁନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ ଏବେ ସମୟ ଆସିଛି ସମସ୍ତେ ମିଶି ବିଜେପି ସରକାର ବିରୋଧରେ ଲଢେଇ କରିବା ବୋଲି ଯଶୋବନ୍ତ କହିଛନ୍ତି ।
ସୂଚନାଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୮ଟି ପର୍ୟ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ ୨ ତାରିଖରେ ଗଣତି ହେବ ।