Flood Water - The Sakala
ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ
ବାରିପଦା: ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା । ବନ୍ୟା ପାଣିରେ ଜଣେ ଖବର କାଗଜ ବିକ୍ରେତା ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି। ଖବରକାଗଜ ବିକ୍ରେତା ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି(୬୫)। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଖବରକାଗଜ ବିକ୍ରି କରିବାକୁ ଯାଇଥିବା ବେଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିବା ସୂଚନା ମିଳିଛି।
ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍, ମୋଟ୍ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୮ଟି ଗେଟ୍ ଖୋଲିଲା । ଆଜି ତୃତୀୟ ପର୍ଯ୍ୟାୟରେ ଖୋଲିଲା ୮ଟି ଗେଟ୍‌ । ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ଏବେ ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ତଳ ମୁଣ୍ଡରେ ବଢିପାରେ ବନ୍ୟା ସ୍ଥିତି । ସମସ୍ତ ନଈ କୂଳିଆ ଜିଲ୍ଲା ମାନଙ୍କୁ ହାଇ ଆଲର୍ଟ ଜାରି ହୋଇଛି ।
ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯାଉଛି। ଅନ୍ୟପଟେ ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି।
ସନ୍ଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍, ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଭୁବନେଶ୍ୱର: ବଢୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ସଂଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍ । ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସନ୍ଧ୍ୟା ବେଳକୁ ହୀରାକୁଦ ଡ୍ୟାମର ଆହୁରି ୮ଟି ଗେଟ୍ ଖୋଲାଯିବ । ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୨ ଗେଟ୍ ଦେଇ ହେବ ଜଳ ନିଷ୍କାସନ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଅଧିକ ଗେଟ୍ ଖୋଲିବ ବୋଲି ସେ କହିଛନ୍ତି । ହୀରାକୁଦରୁ ଏବେ ପାଖାପାଖି ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ୨୨ଟି ଗେଟରୁ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯିବ । ଖଇରମାଳରେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ପାଣି ଆସିଲେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ ବୋଲି ସୂଚନା ଦେଇଛିନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।
ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ଯେ ମୁଣ୍ଡଳୀରେ କାଲି ପାଣି ପିକ୍‌ରେ ଥିଲା। କାଲି ସନ୍ଧ୍ୟାରେ ସେଠାରେ ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା। ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। କାଲି ସକାଳେ ଏହା ସାଢ଼େ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ। ଦୟା ନଦୀ ଓ କୁଶଭଦ୍ରାରେ ବନ୍ୟା ପାଣି ଆସିଛି। ବନ୍ୟା ଯୋଗୁଁ ମୋଟ ୭ଟି ଘାଇ ହୋଇଛି ବୋଲି ଯନ୍ତ୍ରୀ କହିଛନ୍ତି ।
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍‌, ମୋଟ୍ ୧୨ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସନ ଜାରି
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଶୁକ୍ରବାର ଦିନ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ୧୦ଟି ଗେଟ୍ ଖୋଲିଛନ୍ତି। ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ଜଳଭଣ୍ଡାରରେ ଜଳସ୍ତର ନିରନ୍ତର ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରର ଜଲସ୍ତର ୬୨୪ ଫୁଟ ହୋଇ ସାରିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୮୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ , ମାତ୍ର ୧ ଲକ୍ଷ ୮୦ ହଜ଼ାର କ୍ୟୁସେକ ଜଳ ଜଲଭଣ୍ଡାରରୁ ମହାନଦୀକୁ ନିଷ୍କାସନ କରାଯାଉଛି । ଜଳ ପ୍ରବେଶ ସ୍ଥିତିକୁ ଦୃଷ୍ଟିରେ ରଖି ଦିନ ୨ଟା ପରେ ଆହୁରି ଅଧିକ ଗେଟ୍ ଖୋଲିବାର ସମ୍ଭାବନା ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି ।
ବନ୍ୟା ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସତର୍କ କରାଇ ଦିଆଯାଇଛି। ମହାନଦୀ କୂଳ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ନଦୀ କୂଳକୁ ନଯିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।
ପୋଲ ପାରି ସମୟରେ ବନ୍ୟା ଜଳରେ ଭାସିଯାଇଥିଲେ ବୃଦ୍ଧ, ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍
ବାରିପଦା: ବନ୍ୟା ଜଳରେ ଭାସି ଯାଇଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ବାଲେଶ୍ବର ରେମୁଣା ଥାନା ଅଧୀନ ଶ୍ରୀରାମପୁର ଗ୍ରାମର ଚୌଧୁରୀ ବେହେରା(୬୦) । ସେ ନିଜ ଝିଅଘର ବଡ଼ସାହି ବ୍ଲକ ଅଞ୍ଚଳକୁ ଆସିଥିବା ବେଳେ ବୁଧବାର ସାଇକେଲ ଯୋଗେ ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ପାଳପାଟଣା ପୋଲ ପାରି ସମୟରେ ଗଙ୍ଗାହାର ନଦୀ ବନ୍ୟା ଜଳରେ ଭାସିଯାଇଥିଲେ । କାଲି ପାଖରୁ ତାଙ୍କର ପତ୍ତା ମିଳି ନଥିବା ବେଳେ ଆଜି ଓଡ୍ରାଫ ଟିମ୍  ପହଞ୍ଚି ଖୋଜାଖୋଜି କରିବା ସମୟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
ଘଟଣା ସ୍ଥଳରେ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର, ଶଶାଙ୍କ ଶେଖର କର, ବିରଞ୍ଚି ନାରାୟଣ ମହାପାତ୍ର ଓ ସୁରେଶ ଚନ୍ଦ୍ର ପତି ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହିତ ସରକାରୀ ସହାୟତା ଦାବି କରିଛନ୍ତି।  ତତସହିତ ପାଣିଘେରରେ ଥିବା ପାଳପାଟଣା ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ପୁର୍ବରୁ ସେହି ପୋଲରେ ଭାସିଯାଇ ଜଣେ ଛାତ୍ରର ମଧ୍ୟ ମୃତ୍ୟୁ ଘଟିଥିଲା । ଏଣୁ ଉଚ୍ଚ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅଚାନକ ମାଡ଼ି ଆସିଲା ବନ୍ୟାପାଣି, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ...
ନୂଆପଡ଼ା/ସିନାପାଲି: ମୁହୂର୍ତ୍ତକେ ପାଣି ମାଡ଼ି ଆସିଲା। ଜୀବନ ବଞ୍ଚାଇବାକୁ ଭରସା ହେଲା ଗୋଟିଏ ଗଛ। ସେହିଠାରେ ହିଁ ରାତି କଟିଲା ୧୪ ଶ୍ରମିକଙ୍କର। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଛୁରା ଥାନା ଅନ୍ତର୍ଗତ ବିଜୟପାଲ ଗାଁ ନିକଟରେ।
ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜୟପାଲ ଗାଁ ନିକଟ ବଗନଈ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହଠାତ୍‌ ବଗନଈ ନଦୀରେ ବନ୍ୟା ପାଣି ଚାଲି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ନଦୀ କୂଳରେ ରହୁଥିବା ୧୪ ଜଣ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା। ପ୍ରାଣ ଭୟରେ ଶ୍ରମିକମାନେ ନିକଟସ୍ଥ ଏକ ଉଚ୍ଚ ଗଛରେ ଚଢ଼ିଯାଇ ରାତି କଟାଇଥିଲେ। ଖାଦ୍ୟ, ପାଣି ବିନା ଅନ୍ଧାର ରାତି ସେମାନଙ୍କ ପାଇଁ ଭୟଙ୍କର ଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସ୍‌ପି ଦେବ୍ରତ ସିରମୋର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସ୍‌ଡିଆର୍‌ଏଫ୍‌ ଟିମକୁ ଡକାଯାଇଥିଲା। ଯବାନମାନେ ଉଦ୍ଧାରକାରୀ ନୌକା ସହାୟତାରେ ଗଛ ଉପରେ ଅଟକି ରହିଥିବା ସମସ୍ତ ୧୪ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସମସ୍ତ ୧୪ ଜଣ ଶ୍ରମିକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ବୋଲି ଗରିଆବନ୍ଧ ଅତିରିକ୍ତ ପୁଲିସ ଅଧୀକ୍ଷକ ଲିତେଶ ସିଂହ ସ୍ପଷ୍ଟ କରିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କଟକ: କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ସକାଳ ୬ଟାରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳରେ ପହଞ୍ଚିବ। ୯ ଲକ୍ଷ କ୍ୟୁସେକ ହେଲେ ବନ୍ୟା ହେବ। ହୀରାକୁଦର ୨୦ଟି ଗେଟ ଖୋଲାଯାଇଛି। ବର୍ଷା ଆସିଲେ, ପରବର୍ତ୍ତି ପଦକ୍ଷେପ ନିଆଯିବ। ସୁବର୍ଣ୍ଣରେଖା ରାଜଘାଟ ଠାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସତର୍କ ସଙ୍କେତ ଛୁଇଁବ। ହେଲେ ତା’ ପରେ ଆଉ ଜଳସ୍ତର ବଢିବ ନାହିଁ। କାରଣ ଉପରମୁଣ୍ଡରେ ୧୦୦ mm ବର୍ଷା ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ବିଶେଷ ଜଳ ନିଷ୍କାସନ ହେଉନାହିଁ। ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।
ବନ୍ୟା ପାଣିରେ ବୁଡ଼ିଲା ଅସ୍ଥାୟୀ ପୋଲ, ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ
ନୀଳଗିରି: ବନ୍ୟା ପାଣିରେ ବୁଡ଼ିଲା ଅସ୍ଥାୟୀ ପୋଲ । ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ପୋଲ । ଫଳରେ ୧୦ଟିରୁ ଅଧିକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ଦେଇ ବହି ଯାଇଥିବା ସୋନ ନଈ ଶାଖା ନଇ ଉପରେ ୪୦ ବର୍ଷ ତଳର ଏକ ପୁରୁଣା ପୋଲ ରହିଥିଲା । ତାହା ନଷ୍ଟ ହେବା ପରେ ଅସ୍ଥାୟୀ ଭାବରେ ରାସ୍ତା କରି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯୋଗାଯୋଗ କରାଯାଉଥିଲା । କିନ୍ତୁ ବାତ୍ୟା ଦାନା ଯିବା ପରେ ସନ ନଈରେ ଜଳସ୍ଥର ବଢ଼ିଛି ଯାହା ଦ୍ୱାରା କି ଅସ୍ଥାୟୀ ପୋଲଟି ବୁଡି ଯାଇଛି। ଫଳରେ ବେଗୁନିଆ, ମିତ୍ରପୁର, କଲ୍ୟାଣୀ, ସିଙ୍ଗିରୀ, ତୋଟାପଡ଼ା, ଲଇଛଣପୁର, ଶଂଶାପାଳ, ନିଶଙ୍ଖପୁର, ଟିକିରାପାଳ, ପଥରଗଡ଼, ଦୁବାଟି ଆଦି ୧୦ରୁ ଅଧିକ ଗ୍ରାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତୁରନ୍ତ କିଛି ପଦକ୍ଷେପ ନେବା ପାଇଁ ପ୍ରସାଶନକୁ ଗୁହାରୀ କରିଛନ୍ତି ଅଞ୍ଚଳବାସୀ।
ଫୁଲୁଛି ମହାନଦୀ: ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଭୁବନେଶ୍ବର: ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର। ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି। ସେପଟେ ରବିବାର ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଇଥିବା ବେଳେ ଆଜି ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧୀରେଧୀରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ବନ୍ୟା ଜଳ । ଦିନ ୧୨ ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ। ମହାନଦୀ ଫୁଲୁ ଥିବାରୁ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସୂଚନା ଅନୁଯାୟୀ, ମହାନଦୀର ଜଳସ୍ତର ସକାଳ ୯ ସୁଦ୍ଧା ୨ ଲକ୍ଷ ୫୭ ହଜାର ୨୦୦ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀର ଉପର ଭାଗରେ ୮୩.୯୦ ଓ ତଳ ମୁଣ୍ଡରେ ୮୦. ୪୦ ଫୁଟରେ ରହିଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାପାଣି
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି |
ହୀରାକୁଦ ଜଳଭଣ୍ଡାରର ଏ ଯାଏଁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଅନ୍ୟପଟେ ଆଠଗଡ ବଡମ୍ବା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ବନ୍ୟାପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ୨ଟି ଘାଇ, ଅନେକ ଗାଁ ଜଳମଗ୍ନ
ଭଦ୍ରକ: ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ଏହି ଘାଇରେ ପ୍ରବଳ ବନ୍ୟାଜଳ ସ୍ରୋତ ଲାଗି ରହିଛି । ଏହି ଘାଇ ସୃଷ୍ଟି ହେବା ଦ୍ୱାରା ଅନେକ ଗାଁ ଏବେ ଜଳମଗ୍ନ ।
ମହାନଦୀର ମୁଣ୍ଡଳୀଠାରେ ଚାଲିଛି ସର୍ବାଧିକ ଜଳପ୍ରବାହ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ
କଟକ: ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ସେ କହିଛନ୍ତି  ଯେ, ଏବେ ମହାନଦୀର ମୁଣ୍ଡୁଳୀଠାରେ ସର୍ବାଧିକ ଜଳ ପ୍ରବାହ ହେଉଛି। ମୁଣ୍ଡଳିରେ ଏହି ପିକ୍ ଫ୍ଲୋ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହା ପରେ ଜଳସ୍ତର ଧିରେ ଧିରେ ଖସିବ। ଏବେର ପିକ୍ ଫ୍ଲୋ ଆସନ୍ତାକାଲି ଅପରାହ୍ନରେ ତଳମୁଣ୍ଡରେ ଥିବା ଜଗତସିଂହପୁର କେନ୍ଦ୍ରାପଡ଼ା, ପୁରୀରେ ଛୁଇଁବ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ । ତେଣୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି ସନ୍ଧ୍ୟା ସୁଦ୍ଧା କମିବ । ସେହିପରି ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମୁଛି । ବର୍ଷା ନଥିବାରୁ ବର୍ତ୍ତମାନ ସୁଦ୍ଧା ବିଂଝାରପୁରର କଟ୍ ବି ବନ୍ଦ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଖଇରିମଳ ଓ ବରମୂଳଠାରେ ବହୁତ ତୀବ୍ର ଭାବେ କମୁଛି । ଆଉ ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ପାସ୍ କରିବ । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବନ୍ୟା ସ୍ଥିତି ମୁକାବିଲା ପାଇଁ ୮ ଏନଡିଆରଏଫ , ୧୩ ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଏସଆରସି। ଏଥିସହିତ ସତର୍କ ରହିବା ଲାଗି ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।