Bitcoin Price - The Sakala
ନୂଆଦିଲ୍ଲୀ: ସୁନା ଓ ରୁପାର ରେକର୍ଡ ଦର ମଧ୍ୟରେ ବିଟ୍‌ କଏନ୍‌ ମୂଲ୍ୟ ଏକ ନୂଆ ଶିଖରାରେ ପହଞ୍ଚିଛି। ବିଟ୍‌ କଏନ୍‌ ମୂଲ୍ୟ ଏବେ ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ଏବଂ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଯାଉଥିବା ବେଳେ, ବିଟ୍‌ କଏନ୍ ୧ କୋଟି ନୂଆ ରେକର୍ଡ ସ୍ଥାପନ କରିଛି। ବାସ୍ତବରେ, ବିଟ୍‌ କଏନ୍ ୧.୧୨ ଲକ୍ଷ ଡଲାର(ପ୍ରାୟ ୯୩ ଲକ୍ଷ ଟଙ୍କା)ର ଉଚ୍ଚ ସ୍ତର ଛୁଇଁଛି। ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ପୁଣି ଥରେ ଏଭଳି ରେକର୍ଡ ସ୍ଥାପନ କରିଛି। ଏହି ବୃଦ୍ଧିର କାରଣ ହେଉଛି ସଂସ୍ଥାଗତ ନିବେଶକଙ୍କ ବର୍ଦ୍ଧିତ ଆଗ୍ରହ ଏବଂ ବଜାରରେ ବିପଦ ନେବାର ବର୍ଦ୍ଧିତ ପ୍ରବୃତ୍ତି। ସାମ୍ପ୍ରତିକ ସମୟରେ, ବଡ଼ ବଡ଼ କମ୍ପାନୀ ଏବଂ କର୍ପୋରେଟ୍ ଟ୍ରେଜେରୀଗୁଡ଼ିକ ବିଟ୍‌ କଏନ୍‌ରେ ବହୁ ପରିମାଣରେ ନିବେଶ କରିଛନ୍ତି।
ବିଟ୍‌ କଏନ୍‌ ୧ ଲକ୍ଷ ଡଲାର ପାର୍‌, ଭାରତୀୟ ମୁଦ୍ରାରେ ୮୬.୯୧ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌କଏନର ମୂଲ୍ୟ ପ୍ରଥମ ଥର ପାଇଁ ୧ ଲକ୍ଷ ଡଲାର ଅତିକ୍ରମ କରିଛି। ଆଜି ଅର୍ଥାତ୍ ଡିସେମ୍ବର ୫ରେ, ବିଟ୍‌ କଏନ୍ ମୂଳ୍ୟ ୭%ରୁ ଅଧିକ ବୃଦ୍ଧି ପାଇ ୧,୦୨,୫୮୫ ଡଲାର (୮୬.୯୧ ଲକ୍ଷ ଟଙ୍କା) ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାର ନିର୍ବାଚନ ବିଜୟ ପରେ ବିଟ୍‌ କଏନ୍ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟୁଛି। ମାତ୍ର ଏକ ବର୍ଷ ମଧ୍ୟରେ ବିଟ କଏନ୍ ମୂଲ୍ୟ ୧୧୮% ବୃଦ୍ଧି ପାଇଛି। ବର୍ଷକ ପୂର୍ବେ ଅର୍ଥାତ୍ ୨୦୨୩ ଡିସେମ୍ବର ୬ରେ ଏହାର ମୂଲ୍ୟ ୪୩,୪୯୪ ଡଲାରରେ (୩୬.୮୫ ଲକ୍ଷ ଟଙ୍କା) ରହିଥିଲା, ଯାହା ବର୍ତ୍ତମାନ ୧,୦୨,୫୮୫ ଡଲାରରେ ପହଞ୍ଚିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ଦିନରେ ବିଟ୍‌ କଏନ୍ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ। ବର୍ତ୍ତମାନ କ୍ରିପ୍ଟୋକରେନ୍ସିରୁ ଆୟ ଉପରେ ୩୦% ଟିକସ ଦେବାକୁ ପଡିବ। ଏହା ବ୍ୟତୀତ, କ୍ରିପ୍ଟୋକରେନ୍ସି କାରବାର ଉପରେ ୧% ଟିଡିଏସ୍‌ ମଧ୍ୟ ଆଦାୟ କରାଯିବ। ଏଥିସହିତ, କାହାକୁ କ୍ରିପ୍ଟୋକରେନ୍ସି ଉପହାର ଦେଲେ ମଧ୍ୟ ୩୦% ଟିକସ ଦେବାକୁ ପଡିବ।
ଯଦି କେହି ଆପଣଙ୍କୁ କୁହନ୍ତି ଯେ ଯଦି ଆପଣ ୨୦୧୦ ମସିହାରେ କେବଳ ୩ ଟଙ୍କା ୬ ପଇସା ବିନିଯୋଗ କରିଥାନ୍ତ, ତେବେ ୧୧ ବର୍ଷ ପରେ ଅର୍ଥାତ ଆଜି ଆପଣ ୪୬ ଲକ୍ଷ ୫୦ ହଜାରର ମାଲିକ ହୋଇଥାନ୍ତ। ତାହା ଆପଣଙ୍କୁ ଅଜବ ଲାଗୁଥାଇ ପାରେ ବା ଆପଣ ତାଙ୍କ କଥାକୁ ଥଟ୍ଟାରେ ନେଇ ପାରନ୍ତି। କିନ୍ତୁ ଯଦି ଆପଣଙ୍କୁ ସେହି ବ୍ୟକ୍ତି ବିଟ୍‌କଏନ୍‌ରେ ବିନିଯୋଗ କରିବା କଥା କହିଛନ୍ତି ତେବେ ତାହା ଏକ ଦମ୍‌ ସତ। କାରଣ ଗତ ୧୧ ବର୍ଷ ମଧ୍ୟରେ ବିଟକଏନ୍ ମୂଲ୍ୟରେ ଏମିତି ହିଁ ବୃଦ୍ଧି ହୋଇଛି। ଆଜି ଆମେ ଆପଣଙ୍କୁ କହିବୁ କି ବିଟକଏନ୍ କିପରି କ୍ରିପ୍ଟୋକରେନ୍ସିର ପରିଚୟ ପାଲଟିଛି ଏବଂ ଗତ ୧୧ ବର୍ଷ ମଧ୍ୟରେ ବିଟକଏନ୍ ରେ ଏହି ଅଭିବୃଦ୍ଧିର ସମ୍ମୁଖୀନ ହେଉଛି।
ବିଟକଏନ୍ କ’ଣ?
ଦେଶବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହେଇଛି ବିଟ୍‌କଏନ୍‌। ଭାରତର ଟଙ୍କା, ଆମେରିକାର ଡଲାର, ବ୍ରିଟେନ୍‌ର ପାଉଣ୍ଡ୍‌, ଜାପାନର ୟେନ୍ ଆଦି ସେହି ଦେଶର ‌କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ପରିଚାଳିତ। ଏହି ସବୁ ମୁଦ୍ରା ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ଅଛି। କିନ୍ତୁ ବିଟ୍‌କଏନ୍‌ ହେଉଛି ଏଭଳି ଏକ ମୁଦ୍ରା ଯାହା ଉପରେ କାହାର ନିୟନ୍ତ୍ରଣ ନାହିଁ। କମ୍ପ୍ୟୁଟର ଦୁନିଆରେ ଏହା ପରିଚାଳିତ ହେଉଛି। ପ୍ରକୃତରେ ଏହା ହେଉଛି ଏକ କମ୍ପ୍ୟୁଟର ଫାଇଲ୍‌। ବିଶ୍ବର ବିଭିନ୍ନ ସ୍ଥାନରେ ଏହାକୁ ଲୋକମାନେ ସାମଗ୍ରୀ ଓ ସେବା ହାସଲ କରିବା ଲାଗି ବ୍ୟବହାର କରୁଛନ୍ତି। ଯେହେତୁ ବିଟ୍‌କଏନ୍ ଉପରେ କୌଣସି ଦେଶର ନିୟନ୍ତ୍ରଣ ନା‌ହିଁ ତେଣୁ ଏହାକୁ ବ୍ୟବହାର କଲେ ଟିକସ ଗଣିବାକୁ ପଡ଼ୁନାହିଁ।
ବାସ୍ତବରେ, ବିଟକଏନ୍ ର ଧାରା ୨୦୦୯ ରେ ଆରମ୍ଭ ହୋଇଥିଲା । ସେତେବେଳେ ଏହାର ମୂଲ୍ୟ ଶୂନ ଡଲାର ଥିଲା, ଯାହା ୨୦୧୦ ର ପ୍ରାରମ୍ଭରେ ୦.୦୮ ଡଲାର ଥିଲା ଏବଂ ଆଜି ଏହାର ମୂଲ୍ୟ ୬୨ ହଜାର ଡଲାରରୁ ଅଧିକ। ବିଟକଏନ୍ ହେଉଛି ଏକ ଭର୍ଚୁଆଲ୍ ମୁଦ୍ରା। ଦୁନିଆର ଅନେକ ଦେଶରେ ଏହାର ବ୍ୟବହାର ବେଆଇନ, କିନ୍ତୁ ବିଟକଏନ୍ ଅନ୍ୟ ମୁଦ୍ରା ଡଲାର, ଟଙ୍କା କିମ୍ବା ପାଉଣ୍ଡ ଭଳି କାରବାରରେ ବ୍ୟବହୃତ ହେଉଛି । ଅନେକ ବଡ ବଡ ବ୍ୟବସାୟୀ ଏବଂ ଅନେକ ବଡ କମ୍ପାନୀ ବିଟକଏନ୍ ରେ ଆର୍ଥିକ କାରବାର କରୁଛନ୍ତି ।
ବିଟକଏନ୍ କିପରି କାମ କରେ?
ଆପଣ ନିଜ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଫୋନରେ ବିଟକଏନ୍ ୱାଲେଟରେ ବିଟକଏନ୍ ରଖିପାରିବେ । ଏହା ଆପଣଙ୍କର ପ୍ରଥମ ବିଟ୍ କଏନ୍ ଠିକଣା । ଆବଶ୍ୟକ ହେଲେ ଆପଣ ଏକରୁ ଅଧିକ ଠିକଣା ମଧ୍ୟ ସୃଷ୍ଟି କରିପାରିବେ। ଏଠାରୁ ଆପଣ ବୈଧ ସ୍ଥାନରେ ବିଟକଏନ୍ ସହିତ ଦେୟ ମଧ୍ୟ କରିପାରିବେ । ବର୍ତ୍ତମାନ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଏହିପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଆପଣ ବିଭିନ୍ନ ପ୍ରକାରର କ୍ରିପ୍ଟୋକରେନ୍ସି ସହଜରେ କିଣି ପାରିବେ ।ମୋବାଇଲ୍‌ ଆପ୍‌ରେ ପେମେଣ୍ଟ୍‌ ‌‌ଯେତିକି ସରଳ ବିଟ୍‌କଏନ୍‌ରେ କାରବାର ସେତିକି ସହଜ। ଯେଉଁମାନଙ୍କ ପାଖରେ ବିଟ୍‌କଏନ୍‌ ଅଛି ସେମାନେ ତାହାକୁ ଏକ ୱାଲେଟ୍‌‌ରେ ରଖିଥାନ୍ତି। ସେହି ୱା‌ଲେଟ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଛନ୍ତି। ଏହା ଏକ କମ୍ପ୍ୟୁଟର ଫାଇଲ୍‌ ହୋଇଥିବାରୁ ଅତି ସହଜରେ ସାରା ବିଶ୍ବରେ ପ୍ରଚଳିତ ହେଉଛି।
ଏହା ଏକ ପ୍ରକାର କ୍ରିପ୍ଟୋକରେନ୍ସିର। ଏହାକୁ ଭର୍ଚୁଆଲ୍ ବା ଡିଜିଟାଲ୍ ମୁଦ୍ରା ମଧ୍ୟ କୁହାଯାଉଛି। ନଗଦ ଟଙ୍କାର ଏହା ଏକ ବିକଳ୍ପ ଭାବେ ଉଭା ହୋଇଛି। ପ୍ରତି ବିଟ୍‌କଏନ୍‌ର ଏକ ଗୋପନ କୋଡ୍ ରହିଛି। ସେହି କୋଡ୍‌ ବିନା ବିଟ୍‌କଏନ୍ ମୂଲ୍ୟହୀନ। ବିଟ୍‌କଏନ୍‌ର କେହି ମାଲିକ ନାହାନ୍ତି। କୌଣସି ଦେଶ କିମ୍ବା ସଂସ୍ଥାର ଏହା ଉପରେ ନିୟନ୍ତ୍ରଣ ନାହିଁ। ଏହାକୁ କେବଳ ଅନ୍‌ଲାଇନ୍‌ରେ ହିଁ ବ୍ୟବହାର କରାଯାଇପାରିବ। କମ୍ପ୍ୟୁଟରର ଜଟିଳ ପ୍ରଣାଳୀ ଜରିଆରେ ବିଟ୍‌କଏନ୍ ସୃଷ୍ଟି କରାଯାଏ। ଏହି ପ୍ରକ୍ରିୟାକୁ ‘ମାଇନିଂ’ କୁହାଯାଏ।
କେଉଁମାନେ ବ୍ୟବହାର କରୁଛନ୍ତି?
ସାରା ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକ ବିଟ୍‌କଏନ୍‌କୁ ବ୍ୟବହାର କରୁଥିବା ବିଶ୍ବାସ କରାଯାଉଛି। ବିଟ୍‌କଏନ୍ ମାଇନର୍‌ ସଫ୍‌ଟଓୟାର ଜରିଆରେ ବିଟ୍‌କଏନ୍ ବିକଶିତ କରାଯାଉଛି। ସେହି ସଫ୍‌ଟଓୟାର ବିଟ୍‌କଏନ୍‌ ନେଟ୍‌ୱର୍କରେ ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରିବ। ଯେଉଁମାନେ ବିଟ୍‌କଏନ୍ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଏକ ଡିଜିଟାଲ୍ ୱାଲେଟ୍‌ରେ ରଖନ୍ତି। ୱିକିଲିକ୍ସ, ପି୨ପି ଫାଉଣ୍ଡେସନ, ୱାର୍ଡପ୍ରେସ୍ ଡଟ୍‌ କମ୍ ଏବଂ ବିଟ୍‌କଏନ୍‌.ଟ୍ରାଭେଲ୍‌ ଭଳି କିଛି ସଂସ୍ଥା ବିଟ୍‌କଏନ୍‌କୁ ଗ୍ରହଣ କରୁଛନ୍ତି। ହ୍ୟାକର୍‌ମାନେ ମଧ୍ୟ ବିଟ୍‌କଏନ୍‌ ମାଗୁଥିବାର ଉଦାହରଣ ରହିଛି। ସାରା ବିଶ୍ବରେ ବିଟ୍‌କଏନ୍‌କୁ ଅବାଧରେ ବ୍ୟବହାର କରିହେଉଛି। ଏଥିପାଇଁ କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାର ସାହାଯ୍ୟ ଦରକାର ପଡ଼ୁନାହିଁ।
୧୧ ବର୍ଷରେ ମୂଲ୍ୟ ୬୩ ହଜାର ଗୁଣ ବୃଦ୍ଧି ପାଇଲା
୨୦୦୯ ଜାନୁଆରି ୩ରେ ଯେତେବେଳେ ବିଟକଏନ୍ ସୃଷ୍ଟି ହେଲା, ଏହାର ମୂଲ୍ୟ ଶୂନ ଡଲାର ଥିଲା, କିନ୍ତୁ ହଠାତ୍ ଏହାର ମୂଲ୍ୟ ଅତି ଦ୍ରୁତ ଗତିରେ ଚାଲିଗଲା । ଯଦି ଆମେ ଆକଳନକୁ ଦେଖିବା ୨୦୧୦ ରେ ଗୋଟିଏ ବିଟକଏନ୍ ର ମୂଲ୍ୟ ୦.୦୮ ଡଲାର ଥିଲା, ଯାହା ଏପ୍ରିଲ୍ ୨୦୧୧ ରେ ଏକ ଡଲାରରେ ପହଞ୍ଚିଥିଲା ​​। କେବଳ ତିନି ମାସ ମଧ୍ୟରେ ଅର୍ଥାତ୍ ଜୁନ୍ ୨୦୧୧ ପର୍ଯ୍ୟନ୍ତ, ଏହା ୩୬୦୦ ପ୍ରତିଶତ ବୃଦ୍ଧି ପାଇଲା ଏବଂ ଗୋଟିଏ ବିଟ୍ କଏନ୍ ର ମୂଲ୍ୟ ୩୨ ଡଲାର ହେଲା । ତେବେ ନଭେମ୍ବର ୨୦୧୧ ବିଟକଏନ୍ ପୁଣି ୨ ଡଲାରକୁ ଖସି ଆସିଥିଲା ​​।
୨୦୧୭ ରେ ଲମ୍ବା ଲମ୍ଫ ମାରିଥିଲା ବିଟକଏନ୍
ଉଲ୍ଲେଖନୀୟ ବିଷୟ ହେଉଛି, ବିଟକଏନ୍ ବର୍ତ୍ତମାନ ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା ଅଟେ । ତଥାପି ଏହାର ଯାତ୍ରା ମଧ୍ୟ ଏତେ ସହଜ ନଥିଲା । ନଭେମ୍ବର ୨୦୧୧ ରେ ୨ ଡଲାରରୁ ଆରମ୍ଭ ହୋଇ ପରେ, ବିଟକଏନ୍ ୨୦୧୩ରେ ଗତି ଲାଭ କଲା । ସେହି ସମୟ ମଧ୍ୟରେ, ଏହି କ୍ରିପ୍ଟୋକରେନ୍ସି ୧୩.୪୦ ଡଲାରରୁ ଯାତ୍ରା ଆରମ୍ଭ କରିଥିଲା ​​ଏବଂ ଏପ୍ରିଲ୍ ୨୦୧୩  ସୁଦ୍ଧା ୨୨୦ ଡଲାର ସ୍ତରକୁ ଛୁଇଁଲା । ଡିସେମ୍ବର ୨୦୧୩ରେ, ବିଟକଏନ୍ ମୂଲ୍ୟ ୧୧୫୬.୧୦ ଡଲାରରେ ପହଞ୍ଚିଥିଲା ​। ଏହା ପରେ ପୁଣି ଥରେ ବିଟକଏନ୍ ହ୍ରାସ ହୋଇ ୨୦୧୫ ପ୍ରାରମ୍ଭରେ ୩୧୫ ଡଲାରରେ ପହଞ୍ଚିଲା । ୨୦୧୭ ବର୍ଷ ଆରମ୍ଭରେ, ବିଟକଏନ୍ ପ୍ରାୟ ୧୦୦୦ ଡଲାର୍ ଥିଲା, କିନ୍ତୁ ଡିସେମ୍ବର ସୁଦ୍ଧା ଏହାର ମୂଲ୍ୟ ୨୦ ହଜାର ଡଲାରରୁ ଅଧିକ ହୋଇଯାଇଥିଲା |
୨୦୨୧ରେ ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା
୨୦୧୭ରେ ଲମ୍ବ ଡିଆଁ ମାରିବା ପରେ ବିଟକଏନ୍ ଥରେ ୨୦୧୯ ରେ ୭,୨୦୦ ଡଲାରକୁ ଖସି ଆସିଥିଲା। କିନ୍ତୁ ନଭେମ୍ବର ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପୁଣି ୨୦,୦୦୦ ଡଲାରରେ ପହଞ୍ଚିଥିଲା। ମାର୍ଚ୍ଚ ୨୦୨୧  ଯେତେବେଳେ ବିଟକଏନ୍ ପ୍ରଥମ ଥର ପାଇଁ ୬୦ ହଜାର ଡଲାର ଅତିକ୍ରମ କଲା । ଅବଶ୍ୟ  ଅନେକ ଦେଶ କ୍ରିପ୍ଟୋକ୍ୟୁରେନ୍ସିରେ ବାଣିଜ୍ୟ କରିବାକୁ ମନା କରିବା ପରେ ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇ ୨୪ ହଜାର ଡଲାରକୁ ଖସି ଆସିଥିଲା ​​। ବର୍ତ୍ତମାନ ନଭେମ୍ବର ୨୦୨୧ ରେ ବିଟକଏନ୍ ପୁଣି ଥରେ ୬୨ ହଜାର ଡଲାର ଅତିକ୍ରମ କରିଛି ।
୨୦୩୦ ସୁଦ୍ଧା ଗୋଟିଏ ବିଟକଏନ୍ ମୂଲ୍ୟ ୧ କୋଟି ଟଙ୍କାରେ ପହଞ୍ଚିପାରେ
ବର୍ତ୍ତମାନ ବିଟ୍‌କଏନ୍‌ର ମୂଲ୍ୟ ୬୨ ହଜାର ଡଲାର ଅତିକ୍ରମ କରିଛି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଯାଇଛି। ଗତ ଡିସେମ୍ବରରୁ ବିଟ୍‌କଏନର ମୂଲ୍ୟବୃଦ୍ଧି ଜାରି ରହିଛି। କିନ୍ତୁ କରୋନା ମହାମାରୀ ବେଳେ ଗତ ମାର୍ଚ୍ଚ ବେଳେ ଏଥିରେ ୨୫ ପ୍ରତିଶତ ହ୍ରାସ ଘଟିଥିଲା। ବିଟ୍‌କଏନ୍ ମୂଲ୍ୟ ୪ ଲକ୍ଷ ଡଲାର ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପରିକି କିଛି ବିଶେଷଜ୍ଞଙ୍କ କହିବାନୁଯା‌ୟୀ ୨୦୩୦ ସୁଦ୍ଧା ଏହ‌ାର ମୂଲ୍ୟ ୧ କୋଟି ଟଙ୍କାରେ ପହଞ୍ଚିପାରେ।
ଏଲନ ମସ୍କଙ୍କ ଗୋଟିଏ ଟ୍ବିଟ୍‌ ପରେ ୧୪ ପ୍ରତିଶତ ବଢିଥିଲା ବିଟ୍‌କଏନ୍‌
ବିଶ୍ବର ସବୁଠୁ ଧନୀବ୍ୟକ୍ତି ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ଗୋଟିଏ ଟ୍ବିଟ୍‌ ପରେ ଗତ ଫେବୃଆରୀ ୨ରେ ବିଟକଏନ ୧୪ ପ୍ରତିଶତ ବଢ଼ି ସପ୍ତାହରେ ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ମସ୍କ ସୋସିଆଲ ମିଡିଆରେ ନିଜ ଜୀବନୀ ସହ କେବଳ ବିଟ୍‌କଏନ୍‌ ଲେଖିଥିଲେ। ଏଥିପାଇଁ ବିଶ୍ବର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ସେହି ଦିନ ଅପରାହ୍ଣରେ ୧୦.୨ ପ୍ରତିଶତ ବଢ଼ି ୩୬, ୯୦୧ ଡଲାର (ଭାରତୀୟ ମୂଦ୍ରା ୨୬.୯ ଲକ୍ଷ ଟଙ୍କ)ରେ ପହଞ୍ଚିଥିଲା। ଠିକ୍‌ ଏହା ପରେ ପୁଣି ଥରେ ବିଟ୍‌କଏନକୁ ନେଇ ମସ୍କଙ୍କ ପ୍ରତିକ୍ରିୟା ମିଳିଛି। ଦୁନିଆର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ‘ବିଟକଏନ୍‌’କୁ ସମର୍ଥନ କରନ୍ତି ବୋଲି ମସ୍କ କହିବା ପରେ ପୁଣିଥରେ ‘ବିଟ୍‌କଏନ୍‌’ରେ ଦ୍ରୁତ ବୃଦ୍ଧି ହେବାରେ ଲାଗିଛି।
ସୋସିଆଲ ମିଡିଆ ଆପ୍ କ୍ଲବ ହାଉସରେ ଡେବ୍ୟୁ କରିବା ସମୟରେ ମସ୍କ କହିଛନ୍ତି ଯେ ମୁଁ ବିଟକଏନର ସମର୍ଥକ ଅଟେ। ସେ କହିଛନ୍ତି, “ମୁଁ ଭାବୁଛି ବିଟକଏନ୍ ପାରମ୍ପରିକ ଫାଇନାନ୍ସ ଲୋକମାନଙ୍କ ଦ୍ବାରା ବ୍ୟାପକ ସ୍ବୀକୃତି ପାଇବାକୁ ଯାଉଛି। ଆଠ ବର୍ଷ ପୂର୍ବରୁ ଏହାକୁ କିଣିବା ଉଚିତ୍ ଥିଲା, ଏହି ସମୟରେ ମୁଁ ଭାବୁଛି ଏହା ଭଲ ।’
ଅନେକ ଦେଶରେ ଆଇନଗତ ଭାବେ ସ୍ୱୀକୃତିପ୍ରାପ୍ତ ନୁହେଁ
ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ବିଟକଏନ୍ ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ହେବାର କାରଣ କ’ଣ? ବାସ୍ତବରେ, ବିଟକଏନ୍ ହେଉଛି ଏହି ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା ଏବଂ କଳା ଟଙ୍କା, ହାୱାଲା, ଡ୍ରଗ୍ କ୍ରୟ ଏବଂ ବିକ୍ରୟ, ଟିକସ ଫାଙ୍କିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହାର ବ୍ୟବହାର ଅନେକ ଥର ସାମ୍ନାକୁ ଆସିଛି | ଏଭଳି ପରିସ୍ଥିତିରେ ଏହାର ଚାହିଦା ବହୁଗୁଣିତ ହେଉଛି, କିନ୍ତୁ ଏହି କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିମ୍ବା ଅନ୍ୟ କୌଣସି ନିୟନ୍ତ୍ରକ ଏହି ଭର୍ଚୁଆଲ୍ ମୁଦ୍ରାକୁ ଆଇନଗତ ମାନ୍ୟତା ଦେଇନାହାଁନ୍ତି। ଦୁନିଆର ଅନେକ ଦେଶ ଏପର୍ଯ୍ୟନ୍ତ କ୍ରିପ୍ଟୋକ୍ୟୁରେନ୍ସି ଗ୍ରହଣ କରିନାହାଁନ୍ତି |
କ୍ରିପ୍ଟୋକରେନ୍ସି ଉପରେ ଭାରତ ସରକାରଙ୍କ ଯୋଜନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପରେ କ୍ରିପ୍ଟୋକରେନ୍ସିକୁ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଛି । ସଂସଦୀୟ କମିଟି ପକ୍ଷରୁ ବିଭିନ୍ନ ଶିଳ୍ପ ସଂଘ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇଛି । ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ନକରି କିଭଳି ନିୟନ୍ତ୍ରଣରେ ରଖାଯାଇପାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ବିଶେଷଜ୍ଞମାନେ ବୈଠକରେ ମତ ଦେଇଥିବା ଜଣାପଡ଼ିଛି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ କ୍ରିପ୍ଟୋକରେନ୍ସି ସଂପର୍କିତ ସଂସଦୀୟ କମିଟି ଗଠନ କରାଯାଇଛି । ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରି ଆଲୋଚନା କରିବାର କିଛି ଦିନ ପରେ ସଂସଦୀୟ କମିଟିର ଏହି ବୈଠକ ଆରମ୍ଭ ହୋଇଛି । କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ଲୋକେ ଜମା ପୁଞ୍ଜିର ସୁରକ୍ଷାକୁ ନେଇ ବୈଠକରେ ଉପସ୍ଥିତ ସାଂସଦମାନେ ଚିନ୍ତା ପ୍ରକଟ କରିଥିଲେ । କ୍ରିପ୍ଟୋକରେନ୍ସିକୁ ନେଇ ସାରା ବିଶ୍ୱରେ ଉତ୍ସାହ ରହିଛି । ଡିଜିଟାଲ ମୁଦଆ ବା କ୍ରିପ୍ଟୋକରେନ୍ସିକୁ ନେଇ ଭାରତ ଏହାର ସ୍ଥିତି ସ୍ପଷ୍ଟ କରିପାରୁନାହିଁ ।
ଇଂଟରନେଟ୍‌ ଦୁନିଆରେ ପ୍ରଚଳନ ହେଉଥିବା ଏହି ମୁଦ୍ରାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ୍ ଚିନ୍ତିତ ଅଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବହୁବାର ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୨୦୧୮ରେ କ୍ରିପ୍ଟୋକରେନ୍ସିକୁ ଦେଶରେ ନିଷିଦ୍ଧ ଘୋଷଣା କରାଯାଇଥିଲା । ୨୦୨୦ ମାର୍ଚ୍ଚରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଛି। ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ କାର୍ଯ୍ୟ କରୁଛି । ସେହିପରି, କେନ୍ଦ୍ର ସରକାର ମଧ୍ୟ କ୍ରିପ୍ଟୋକରେନ୍ସିକୁ ନେଇ ଏକ ଚିଠା ନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ସଂସଦର ବଜେଟ୍‌ ଅଧିବେଶନରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି ।