76th Independence Day - The Sakala

ଦୁର୍ନୀତି ଓ ପରିବାରବାଦ ଦେଶପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଆହ୍ବାନ, ଚାଲନ୍ତୁ ଏଥିରୁ ଭାରତକୁ ମୁକ୍ତ କରିବା ପାଇଁ ସଙ୍କଳ୍ପ କରିବା : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଆଜି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି ଏବଂ ପରିବାରବାଦ ବଡ଼ ଚାଲେଞ୍ଜ୍‌ ପାଲଟିଛି କାରଣ ପରିବାରବାଦ ମଧ୍ୟ ସମସ୍ତଙ୍କଠାରୁ ସୁଯୋଗ ଛଡ଼ାଇ ନେଉଛିଟ୍ଟ ଆନୁବଂଶିକ ରାଜନୀତି ମଧ୍ୟ ସେମିତ କରୁଛି। ଚାଲନ୍ତୁ, ଏଥିରୁ ଭାରତକୁ ମୁକ୍ତ କରିବା ପାଇଁ ସଙ୍କଳ୍ପ କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଅତୀତର ସରକାରରେ ଯେଉଁମାନେ ଭାରତକୁ ଲୁଟ୍‌ କରିଛନ୍ତି ଏବେ ସେମାନେ ସେମାନଙ୍କ ପାପର ପ୍ରତିଫଳ ଭୋଗୁଛନ୍ତି। ଆମେ ସେମାନଙ୍କ ଅଧର୍ମ ବିତ୍ତ ସବୁ ବ୍ୟାଜାପ୍ତି କରୁଛୁ। ଦୁର୍ନୀତି ବିରୋଧରେ ସଂଗ୍ରାମରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି। ଦୁର୍ନୀତି ଏବଂ ଦୁର୍ନୀତିଖୋରମାନଙ୍କ ବିରୋଧରେ ଆମକୁ ସଂଗ୍ରାମ କରିବାକୁ ପଡ଼ିବ।ଦୁର୍ନୀତିକୁ ସମୂଳେ ଧ୍ୱଂସ କରିବା ଉଚିତ। ଭାରତର ଲୋକେ ଗରିବୀ ସହ ଲଢ଼ୁଛନ୍ତି। ତେଣୁ ଆମକୁ ପୂରା ସାହସର ସହ ଦୁର୍ନୀତି ବିରୋଧରେ ଲଢ଼ିବାକୁ ହେବ। ନୂଆ ଭାରତ ପାଇଁ ଦେଶରୁ ଦୁର୍ନୀତିକୁ ହଟାଇବାକୁ ହେବ ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି।ଯୋଗ୍ୟତା ଭିତ୍ତିରେ ଦେଶକୁ ଆଗେଇ ନେବା ନିମନ୍ତେ ଆମ ପ୍ରତିଷ୍ଠାନଗୁଡ଼ିକର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ନିମନ୍ତେ ଆମକୁ ‘ପରିବାରବାଦ’ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ‘ପରିବାରବାଦ’ଦ୍ବାରା ଦେଶର କେତେଗୁଡ଼ିଏ ପ୍ରତିଷ୍ଠାନ ଶୃଙ୍ଖଳିତ ହୋଇପଡ଼ିଛି। ଏହା କେବଳ ରାଜନୀତି କ୍ଷେତ୍ରରେ ସୀମିତ ନାହିଁ। ଏହା ଦୁର୍ନୀତିକୁ ବି ପ୍ରୋତ୍ସାହନ ଦେଉଛି। ଆମେ ଦେଶକୁ ପରିବାରବାଦ ଏବଂ ତା’ର ଦୁର୍ବାର ଅଭିବୃଦ୍ଧିରୁ ଦେଶକୁ ମୁକ୍ତ ରଖିବାକୁ ପଡ଼ିବ।ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରଖିଲେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ରିପୋର୍ଟ
ଭୁବନେଶ୍ବର : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।ଏଥିସହ ସେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଦେଶର ଏହି ଅବସରରେ ଦେଶ ଓ ରାଜ୍ୟର ମହାପୁରୁଷଙ୍କର ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ । ଏହି ଅବସରରେ ସେମାନଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋରୋନା ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି। ଏହା ଭାରତୀୟ ଭାବେ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି। ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି। ବିଗତ ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି। ଖାଦ୍ୟ ବଳକା ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସରା ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି  ଆମ ସ୍ୱାଧୀନତା କୋଟି ଭାରତୀୟଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ । ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, , ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହ ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଉଦାହରଣ, ସ୍ପୋର୍ଟ୍ସ ହବ୍ ଭାବେ ପରିଚୟ, ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ବିକଶିତ ଓଡ଼ିଶାର ପ୍ରତୀକ ।

ଶିକ୍ଷା ଆମର ଫୋକସରେ ରହିଛି । ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବରର ପର୍ୟ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲର କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ।

ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି।

ଓଡ଼ିଶା ହେଉଛି ଜଗନ୍ନାଥଙ୍କ ପବିତ୍ର ଭୂମି । ଓଡ଼ିଆ ମାନେ ସବୁବେଳେ ଆଞ୍ଚଳିକବାଦ ଅପେକ୍ଷା ଜାତୀୟତାବାଦକୁ ନେଇ କାମ କରନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳର ସ୍ପନସର ଓଡ଼ିଶା ପାଲଟିବା ଏହାର ସବୁଠୁ ବଡ ଉଦାହରଣ । ଆଉ ୨୫ ବର୍ଷ ପରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ ହେବ । ସେଥିପାଇଁ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ । ଆଉ ଏହି ସମୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ । ଯଦି ଆମେ ମିଳିତ ଭାବେ କିଛି କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ବହୁତ ବଡ ପରିବର୍ତ୍ତନ ଆଣିପାରିବା ବୋଲି ନବୀନ କହିଛନ୍ତି ।

ମନରୁ ଗୋଲାମିର ମାନସିକତା ଦୂର କରି,ସାମର୍ଥ୍ୟର ସହ ବିଶ୍ବ ଦରବାରରେ ଛିଡ଼ା ହେବାକୁ ହେବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ଉଡୁଛି।

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ । ନୂଆ ରାସ୍ତା, ନୂଆ ସଂକଳ୍ପ, ନୂଆ ସାମର୍ଥ୍ୟ ସହ ଆଗକୁ ବଢିବାର ନୂଆ ଅବସର ମିଳିଛି । ଭାରତର ସବୁ କୋଣ ଅନୁକୋଣରେ ସ୍ୱାଧିନତା ଆନ୍ଦୋଳନର ବହ୍ନି ଜଳିଥିଲା । ବୀର ସୁପୁତ୍ର ବଳିଦାନ ଦେଇଥିଲେ । ଇଂରେଜଙ୍କ ମୂଳଦୁଆ ଦୋହଲାଇ ଦେଇଥିଲେ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ସଂକଳ୍ପ ନେବା ଆବଶ୍ୟକ ।

ସେହିପରି ଦେଶର ମହାପୁରୁଷଙ୍କ ଅବଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେବା ସହ ସହିଦ ଭଗତ ସିଂହ, ରାଜଗୁରୁଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ମୋଦୀ। ଏଥି ସହିତ ତାନ୍ତିଆ ଟୋପେ, ଜୟୀ ରାଜଗୁରୁ, ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାଧୀନତା ପରେ ଦେଶ ନିର୍ମାଣକାରୀଙ୍କୁ ମନେ ପକାଇବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି। ୭୫ ବର୍ଷ ଭିତରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନେହରୁ, ପଟେଲ, ଶାସ୍ତ୍ରୀ, ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦୀ।

ବିଗତ ୭୫ ବର୍ଷର ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛୁ। କେବେ କୌଣସି ପରିସ୍ଥିତିରେ ହାରିବାକୁ ଦେଇନାହୁଁ। ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନୁ। ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ। ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି, ମାତ୍ର ଆଗକୁ ବଢୁଛୁ। ଭାରତର ବିବିଧତା ହେଉଛି ଆମର ପ୍ରକୃତ ଶକ୍ତି। ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ ବୋଲି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଜି ଭାରତର ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଥମ ପ୍ରତିଜ୍ଞା- ବିକଶିତ ଭାରତ

ଦ୍ୱିତୀୟ ପ୍ରତିଜ୍ଞା- କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ।

ତୃତୀୟ ପ୍ରତିଜ୍ଞା- ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା।

ଚତୁର୍ଥ ପ୍ରତିଜ୍ଞା- ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ।

ପଞ୍ଚମ ପ୍ରତିଜ୍ଞା- ପଞ୍ଚମ ସଙ୍କଳ୍ପ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍‌ ପଡିବେ ନାହିଁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ୨୫ ବର୍ଷ ପାଇଁ ଏହି ୫ଟି ସଂକଳ୍ପ ଆଧାରରେ ଆମକୁ ଧ୍ୟାନ ଦେବାକୁ ପଡିବ। ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ପ୍ରଣ ବା ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଦେଶ ପାଇଁ ଶପଥ ନେଇଛନ୍ତି।

ଭାରତ ହେଉଛି ଏକ ଆକାଙ୍‌କ୍ଷୀ ସମାଜ ଯେଉଁଠି ପରିବର୍ତ୍ତନ ସମ୍ମିଳିତ ଶକ୍ତିରେ ସମ୍ଭବ ହୁଏ। ଭାରତୀୟମାନେ ସକାରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି ଓ ସେଥିପ୍ରତି ଅବଦାନ ଦେବାକୁ ମଧ୍ୟ ଆଗ୍ରହୀ। ପ୍ରତ୍ୟକ ସରକାର ଏହି ଆକାଙ୍‌କ୍ଷୀ ସମାଜର ସମସ୍ୟା ବୁଝିବା କଥା।ଭାରତ ହେଉଛି ଗଣତନ୍ତ୍ରର ଜନନୀ। ନିଜର ୭୫ ବର୍ଷ ଯାତ୍ରା କାଳରେ ଭାରତ ଅନେକ ଆହ୍ବାନର ସମ୍ମୁଖୀନ ହୋଇ ପ୍ରମାଣ କରି ଦେଇଛି ଯେ, ସେସବୁର ମୁକାବିଲା କରିବାକୁ ତା’ର କ୍ଷମତା ଅଛି।

ଆମ ମାନଙ୍କ ପାଇଁ ସବୁଠୁ ବଡ ସଂକଳ୍ପ – ‘ବିକଶିତ ଭାରତ ହେବା ଜରୁରୀ’ । ଏକତା ଆମ ସମସ୍ତଙ୍କ ପାଇଁ ଆବଶ୍ୟକ । ନାଗରିକଙ୍କ କର୍ତ୍ତବ୍ୟ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ସବୁ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି ଦେଶରେ ଥିବା ସମସ୍ତ ଭାଷାକୁ ନେଇ ଗର୍ବ କରିବା ଜରୁରୀ । ଯୁବଗୋଷ୍ଠୀ ନିଜର ପରାକାଷ୍ଠା ପ୍ରମାଣିତ କରିବା ଜରୁରୀ ।ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ । ପରିବାରବାଦକୁ ଦୂର କରିବା ଆବଶ୍ୟକ । ଯିଏ ଲୁଟିଛି ସେମାନଙ୍କୁ ସମ୍ପତ୍ତି ଫେରାଇବାକୁ ପଡିବ । ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି । ଦୁର୍ନୀତି ଏକ ଆବର୍ଜନା, ହଟାଇବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶ ପାଳୁଛି ୭୬ ତମ ସ୍ୱାଧିନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ ।ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ।ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।ଆଜି ସେହି ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛି ଦେଶ।

ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ୟ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ଏହାସହ ଲାଲକିଲ୍ଲାର ପ୍ରବେଶ ପଥରେ କ୍ୟାମେରା ଲଗାଯିବା ସହ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରାୟ ୧୦ ହଜାର ପୁଲିସ୍ ଲାଲକିଲ୍ଲାରେ ମଧ୍ୟ ମୁତୟନ ରହିଛନ୍ତି ।ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି ଯେ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ୪ କିମି ପରିଧି ଭିତରେ ଯେତେ ଛୋଟ ବା ବଡ଼ ଡ୍ରୋନ୍ ଆସୁ ନା କାହିଁକି ତାକୁ ଚିହ୍ନଟ କରି ନିଷ୍କ୍ରିୟ କରିଦେଇପାରିବ।

ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୀତି କ୍ଷେତ୍ରରେ ଭାରତର ଅଭିବୃଦ୍ଧି ସମଗ୍ର ବିଶ୍ବକୁ ଚକିତ କରିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କରିଛନ୍ତି।ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସେ ସମ୍ବୋଧନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇ ରାଷ୍ଟ୍ରପତି କହିଛନ୍ତି ଯେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆମର ସଂକଳ୍ପ ରହିଛି ଯେ ୨୦୪୭ ସୁଦ୍ଧା ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସମ୍ପୂର୍ଣ୍ଣ ରୂପେ ସାକାର କରିବୁ ଜ୍ଝ ରାଷ୍ଟ୍ରପତି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ରେ ଆମେ ଉପନିବେଶ ଶାସନର ଶିକୁଳି କାଟି ଦେଇଥିଲୁ। ସେହି ଶୁଭ ଦିନର ବାର୍ଷିକୀ ପାଳନ କରୁଥିବାବେଳେ ମୁଁ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନର ସହ ପ୍ରଣାମ ଜଣାଉଛି ।

LIVE: President Droupadi Murmu's address to the nation on the eve of the 76th Independence Day https://t.co/uVzlOrCt3W

— President of India (@rashtrapatibhvn) August 14, 2022

ସ୍ୱାଧୀନତା ସଂଗ୍ରାମୀମାନେ ନିଜର ସବୁକିଛି ବଳିଦାନ ଦେଇଛନ୍ତି ଯାହା ଦ୍ୱାରା ଆମେ ସମସ୍ତେ ଏକ ମୁକ୍ତ ଭାରତରେ ନିଶ୍ୱାସ ନେଇପାରିବା। ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଚାଲିଛି । ଆଜି, ଆମ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗର୍ବର ସହିତ ତ୍ରିରଙ୍ଗା ଉଡୁଛି । ଭାରତ ପ୍ରତିଦିନ ଅଗ୍ରଗତି କରୁଛି ।ଭାରତରେ ଗଣତନ୍ତ୍ର ଲଗାତାର ମଜଭୁତ ହେବାରେ ଲାଗିଛି। ଆମେ ଦାରିଦ୍ର ଓ ଅଶିକ୍ଷା ବିରୋଧରେ ଲଢ଼େଇ ଲଢ଼ିଛୁ। ଆଜି ସାରା ବିଶ୍ବ ଦେଖୁଛି ଭାରତର ଉଦୟ। ଆତ୍ମ ନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି। ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତଗତିରେ ବଢୁଛି। କରୋନ ବିରୋଧରେ ଲଢ଼େଇ ଲଢ଼ିଛି ଭାରତ। ସବୁ କ୍ଷେତ୍ରରେ ଭାରତର ଭାଗୀଦାରି ବଢ଼ିଛି।

The keyword for India today is compassion; for the downtrodden, for the needy and for those on the margins. pic.twitter.com/9w45SVw3h2

— President of India (@rashtrapatibhvn) August 14, 2022

ଦେଶରେ ସମସ୍ତଙ୍କର ସମାନ ଅଧିକାର ରହିଛି। ସେ କହିଛନ୍ତି ଯେ ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେବାର ଅଧିକାର ପାଇବା ପାଇଁ ମହିଳାମାନଙ୍କୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡୁଥିଲା, କିନ୍ତୁ ଆମ ଗଣତନ୍ତ୍ରର ଆରମ୍ଭରୁ ଭାରତ ସର୍ବଭାରତୀୟ ବୟସ୍କ ମତଦାନ ଗ୍ରହଣ କରିଥିଲା। ‘ଆଜାଦି କା ଅମୃତ ମହୋତ୍ସବ’ ମାର୍ଚ୍ଚ ୨୦୨୧ରେ ଦାଣ୍ଡି ଯାତ୍ରାର ସ୍ମୃତିକୁ ପୁନର୍ଜୀବିତ କରି ଆରମ୍ଭ ହୋଇଥିଲା। ସେହି ଯୁଗାନ୍ତକାରୀ ଆନ୍ଦୋଳନ ବିଶ୍ୱ ସ୍ତରରେ ଆମର ସଂଗ୍ରାମ ପ୍ରତିଷ୍ଠା କଲା । ତାଙ୍କୁ ସମ୍ମାନ ଜଣାଇ ଆମର ପର୍ବ ଆରମ୍ଭ ହୋଇଥିଲା । ଏହି ପର୍ବ ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ।

When work is done with the spirit of ‘Nation First’, it is bound to reflect in every decision and every sector. This is also reflected in India’s standing in the world. pic.twitter.com/mj1W3ozE3J

— President of India (@rashtrapatibhvn) August 14, 2022

ଦେଶରେ ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ମହିଳାମାନେ ଆଗକୁ ବଢୁଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଝିଅମାନେ ଦେଶର ମାନ ବଢ଼ାଇଛନ୍ତି। ଏକ ଭାରତ, ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢୁଛି। ଚାଷୀ, ଯୁବକ ଓ ମହିଳା ଦେଶର ଶକ୍ତି ଅଟନ୍ତି। ନୂଆ ଶିକ୍ଷା ନୀତି ଦେଶକୁ ଆଗକୁ ନେବ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।

India’s new-found confidence stems from the spirit of its youth, its farmers, and above all, its women. pic.twitter.com/enrOpGXI8b

— President of India (@rashtrapatibhvn) August 14, 2022

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଠାରୁ ୧୫ ନଭେମ୍ବରକୁ ‘ଆଦିବାସୀ ଗର୍ବ ଦିବସ’ ଭାବରେ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ମୌଳିକ କର୍ତ୍ତବ୍ୟ ବିଷୟରେ ଜାଣିବାକୁ ଅନୁରୋଧ କରୁଛି, ଯାହାକୁ ସେମାନେ ଅନୁସରଣ କରନ୍ତୁ, ଯାହା ଦ୍ୱାରା ଆମ ଦେଶ ନୂତନ ଶିଖରକୁ ଛୁଇଁବ। କରୋନା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦେଶରେ ତିଆରି ହୋଇଥିବା ଟିକା ସହିତ ଆମେ ମାନବ ଇତିହାସରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ କରିଛୁ। ଗତ ମାସରେ, ଆମେ ୨୦୦ କୋଟି ଟିକା କଭରେଜ୍ ମାର୍କ ଅତିକ୍ରମ କରିଛୁ। ଏହି ମହାମାରୀର ମୁକାବିଲା କରିବାରେ ଆମର ସଫଳତା ବିଶ୍ୱର ଅନେକ ବିକଶିତ ଦେଶ ଅପେକ୍ଷା ଅଧିକ ହୋଇଛି । ଯେତେବେଳେ କରୋନା ମହାମାରୀର ଭୟଙ୍କର ସଙ୍କଟର ଆର୍ଥିକ ପରିଣାମ ସହିତ ବିଶ୍ୱ ମୁକାବିଲା କରୁଥିଲା, ସେତେବେଳେ ଭାରତ ନିଜକୁ ସମ୍ଭାଳିଥିଲା ଏବଂ ବର୍ତ୍ତମାନ ଦ୍ରୁତ ଗତିରେ ପୁଣି ଆଗକୁ ବଢୁଛି।

When the environment is facing new challenges, we must remain determined to preserve all that makes India beautiful. Conserving water, soil and bio-diversity is our duty towards our children. pic.twitter.com/FqLYHmgBrr

— President of India (@rashtrapatibhvn) August 14, 2022

ବର୍ତ୍ତମାନ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୀତି କ୍ଷେତ୍ରରେ ଭାରତର ଅଭିବୃଦ୍ଧି ସମଗ୍ର ବିଶ୍ବକୁ ଚକିତ କରିଛି। ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୀତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଦେଶରେ ଯେଉଁ ପରିବର୍ତ୍ତନଗୁଡ଼ିକ ଦେଖିବାକୁ ମିଳୁଛି ସେଥିରେ ଉତ୍ତମ ଶାସନ ଉପରେ ଧ୍ୟାନ ଦେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତର ନୂତନ ଆତ୍ମବିଶ୍ୱାସର ଉତ୍ସ ହେଉଛନ୍ତି ଯୁବକ, କୃଷକ ଏବଂ ଦେଶର ମହିଳା । ମହିଳାମାନେ ଅନେକ ବାଧା ଏବଂ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ବଢୁଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ ଅବସରରେ କହିଛନ୍ତି।

Our beloved country has given us everything we have in our life. We should pledge to give everything we can for the sake of safety, security, progress and prosperity of our country. pic.twitter.com/nDyzq5COnh

— President of India (@rashtrapatibhvn) August 14, 2022