odisha flood - The Sakala

ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଲଗାତାର ହ୍ରାସ ପାଉଥିବା ବେଳେ ବର୍ଷା ପରିମାଣ ମଧ୍ୟ ଯଥେଷ୍ଟ କମିଛି। ସର୍ବଶେଷ ରିପୋର୍ଟ ଅନୁଯାୟୀ, ରାଜ୍ୟର ଯାଜପୁର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଏବେ ବି ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇ ରହିଛି।

ବର୍ତ୍ତମାନ ରାଜଘାଟ ନିକଟରେ କେବଳ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ଜଳସ୍ତର ୧୦.୮୪ ମିଟର ଥିଲେ ମଧ୍ୟ ଏହା ଧୀରେ ଧୀରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଏହା ବ୍ୟତୀତ ମହାନଦୀ, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ବଂଶଧାରା ଏବଂ ଜଳକା ନଦୀର ଜଳସ୍ତର ତଳକୁ ଖସିବାରେ ଲାଗିଛି।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ବନ୍ୟା ପରିସ୍ଥିତି, ରାସ୍ତାଘାଟ ବୁଡ଼ିବା ଏବଂ ଫସଲ କ୍ଷତିର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ
ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ବନ୍ୟା ପରିସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଏବଂ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଶହ ଶହ ଗ୍ରାମ ଜଳମଗ୍ନ ହୋଇଛି ଏବଂ ହଜାର ହଜାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍‌ର ୧୩ଟି ଗେଟ୍ ଦେଇ ୫,୦୩୯ କ୍ୟୁସେକ୍ ଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଏବଂ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ, ସକାଳ ୭ଟା ସୁଦ୍ଧା ଏହା ୧୧.୫୪ ମିଟରରେ ପ୍ରବାହିତ ହେଉଥିଲା। ଚଳିତ ଋତୁରେ ଏହା ହେଉଛି ତୃତୀୟ ବନ୍ୟା।

ଏହି ନୂଆ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଜଳେଶ୍ୱର ଏବଂ ଭୋଗରାଇ ବ୍ଲକ୍ର ଅନେକ ଗାଁ ଜଳମଗ୍ନ ହୋଇଛି। ରାସ୍ତାଘାଟ ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ସାଧାରଣ ଲୋକମାନେ ଘରୁ ବାହାରି ନପାରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପଟେ, ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହୋଇଛି ଏବଂ ଅନେକ ରାସ୍ତା ଧୋଇଯାଇଛି। ପୂର୍ବ ବନ୍ୟା ଜଳ ସମ୍ପୂର୍ଣ୍ଣ ନ ଖସୁଣୁ ପୁଣି ବନ୍ୟା ଆସିଥିବାରୁ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ, ମୟୂରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କମିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି ଏବଂ ରିଲିଫ୍ କ୍ୟାମ୍ପରୁ ନିଜ ଘରକୁ ଫେରୁଛନ୍ତି। ବର୍ତ୍ତମାନ ବିପର୍ଯ୍ୟୟ ମୁକାବିଲା ବାହିନୀ ପ୍ରଭାବିତ ଅଞ୍ଚଳରେ ମୁତୟନ ଅଛନ୍ତି ଏବଂ ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା କାରଣରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି କ୍ୟାଚମେଣ୍ଟ ଅଞ୍ଚଳରେ ବର୍ଷା ଯୋଗୁଁ ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଞ୍ଜିନିୟର-ଇନ୍-ଚିଫ୍) ଦିଲ୍ଲୀପ କୁମାର ରାଉତ ସୋମବାର ସୂଚନା ଦେଇଛନ୍ତି।

ଶ୍ରୀ ରାଉତଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳେ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ୧୮.୧୫ ମିଟର ଥିଲା, ଯେତେବେଳେ କି ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ସନ୍ଧ୍ୟା ସୁଦ୍ଧା ଜଳସ୍ତର ଆହୁରି ବଢ଼ିବା ପରେ ଖସିବାର ସମ୍ଭାବନା ରହିଛି। ଗତକାଲି ଏହା ପ୍ରାୟ ୧୯ ମିଟର ଛୁଇଁବା ପରେ କମିଥିଲା, କିନ୍ତୁ ଗତ ରାତିରେ ସ୍ଥାନୀୟ କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳସ୍ତର ପୁଣି ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତି ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଜେନାପୁର ଠାରେ ଜଳସ୍ତର ସୋମବାର ପ୍ରାୟ ୨୦.୯ ମିଟର ରହିଥିଲା। ଏଠାରେ ସତର୍କ ସଙ୍କେତ ୨୨ ମିଟର ଥିବା ବେଳେ ବିପଦ ସଙ୍କେତ ୨୩ ମିଟର ରହିଛି। ଜଳସ୍ତର କମୁଥିଲେ ମଧ୍ୟ ବର୍ଷା କାରଣରୁ ଏହା ପୁଣି ବଢ଼ିଛି, ତେବେ ଏହା ବିଶେଷ ଭାବେ ବୃଦ୍ଧି ପାଇବାର ଆଶଙ୍କା ନାହିଁ। ତଳମୁଣ୍ଡରେ ବନ୍ୟା ଆଶଙ୍କାକୁ ଏଡ଼ାଇବା ପାଇଁ ରେଙ୍ଗାଳି ଡ୍ୟାମ୍ ଦେଇ ଜଳ ନିଷ୍କାସନକୁ ନିୟନ୍ତ୍ରଣ କରାଯାଉଛି। ବର୍ତ୍ତମାନ ଡ୍ୟାମ୍‌ର କେବଳ ଗୋଟିଏ ଗେଟ୍ ଖୋଲାଯାଇଛି।

ଯଦି ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଏ, ତେବେ କେନ୍ଦ୍ରାପଡ଼ା, ଆଳି ଏବଂ ରାଜନଗର ଭଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ତେବେ ଏହାର ପ୍ରଭାବ କିପରି କମ୍ କରାଯାଇପାରିବ, ସେନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଶ୍ରୀ ରାଉତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ସମସ୍ୟା ଲାଘବ କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି।

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ
କେନ୍ଦ୍ରାପଡ଼ା: ବନ୍ୟାଞ୍ଚଳ ବୁଲୁଥିଲେ ନେତା, କାମୁଡ଼ି ଦେଲା ସାପ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀକୁ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି। ଗୁରୁବାର ଦିନ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ସେ ଏହି ଅଘଟଣର ଶିକାର ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା କାରଣରୁ ରାଜନଗର ବିଧାନସଭା କ୍ଷେତ୍ରର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ବନ୍ୟା ପ୍ରଭାବିତ ବାଚ୍ଛରା ମଣ୍ଡପଡ଼ା ଅଞ୍ଚଳ ଗସ୍ତରେ ଯାଇଥିଲେ। ସେଠାରେ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା।

ସାପ କାମୁଡ଼ିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରମାନେ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଜି ଆଉ ୨ଟି ଗେଟ୍ ଖୋଲିଛନ୍ତି। ଫଳରେ ବର୍ତ୍ତମାନ ମୋଟ୍ ୧୭ଟି ଗେଟ୍ ଦେଇ ଜଳାଶୟରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମର ବାମ ପାର୍ଶ୍ୱରେ ଥିବା ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ୱରେ ଥିବା ୬ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ପୂର୍ବରୁ ବନ୍ୟାଜଳ ନିଷ୍କାସନ ପାଇଁ ୧୫ଟି ଗେଟ୍ ଖୋଲାଯାଇଥିଲା।

ନଦୀବନ୍ଧର ତଳମୁଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡ଼ିକୁ ଖୋଲାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ହୀରାକୁଦ ଜଳାଶୟର ଜଳସ୍ତର ଏବେ ୬୨୦.୧୭ ଫୁଟ୍ ରହିଛି। ବର୍ତ୍ତମାନ ଜଳାଶୟ ମଧ୍ୟକୁ ପ୍ରତି ସେକେଣ୍ଡରେ ୩,୭୭,୦୮୧ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ସେହି ସମୟରେ ୨,୬୮,୮୮୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା
ବାଲେଶ୍ୱର: ବାଲେଶ୍ୱରରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଯାଇଛି। ଫଳରେ ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏକ ବଡ଼ ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୪୦ ମିଟର ଥିଲା। ଏଠାରେ ନଦୀର ବିପଦ ସଙ୍କେତ ହେଉଛି ୧୦.୩୬ ମିଟର। ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି। ଏହାବ୍ୟତୀତ, ରାତି ପ୍ରାୟ ୩ଟା ସମୟରେ ଗାଲୁଡିହ ବ୍ୟାରେଜ୍ ରୁ ପ୍ରାୟ ୬,୫୦୦ କ୍ୟୁସେକ ବନ୍ୟା ଜଳ ଛଡ଼ାଯିବା ଫଳରେ ତଳମୁଣ୍ଡରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଇତିମଧ୍ୟରେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିସାରିଲାଣି। ଜଳସ୍ତର ଏଭଳି ବୃଦ୍ଧି ପାଇଲେ ଉକ୍ତ ଦୁଇ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟ ଠାରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ୫୨.୧୮ ମିଟର ରେ ପହଞ୍ଚିଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ହେଉଛି ୪୯.୧୬ ମିଟର। ଅର୍ଥାତ୍ ଜଳସ୍ତର ବିପଦ ସଙ୍କେତ ଠାରୁ ୩.୦୨ ମିଟର ଉପରେ ପ୍ରବାହିତ ହେଉଛି ଏବଂ ଏହା ଆହୁରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଏହା ସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବନ୍ୟା ବିପନ୍ନଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଅଣଜଳସେଚିତ ଅଞ୍ଚଳରେ ଫସଲ କିମ୍ବା ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଥିଲେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୮,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ସେହିପରି ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୭,୦୦୦ ଟଙ୍କା ଏବଂ ବହୁବର୍ଷୀୟ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୨୫,୦୦୦ ଟଙ୍କା ସହାୟତା ରାଶି ସ୍ଥିର କରାଯାଇଛି। ଆବଶ୍ୟକ ପଡ଼ିଲେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସୋମବାର ଦିନ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରଭାବିତ ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ। ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି କାରଣରୁ ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗିନ ରହିଥିବା ବେଳେ ପ୍ରାୟ ୭.୮୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶ୍ରୀ ମାଝୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ କସପା ଓ ତାରପଦା ଗ୍ରାମପଞ୍ଚାୟତ ପରିଦର୍ଶନ କରିବା ସହ ରାମଚନ୍ଦ୍ରପୁର, ବଲଦା ଓ ଦୋଭାବିଲ୍ ଗ୍ରାମର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୪ ତାରିଖରେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ରାଜ୍ୟ ସରକାର ୧୧୦ କୋଟି ଟଙ୍କାର ଏକ ପ୍ରାଥମିକ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ।

ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭାରୀ ବର୍ଷା ଏବଂ ଉଦ୍‌ବେଗଜନକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ରାଜ୍ୟର ଅନେକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଭଦ୍ରକ ଜିଲ୍ଲାର ୬ଟି ବନ୍ୟା ପ୍ରଭାବିତ ବ୍ଲକରେ ଥିବା ୨୬୮ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ତେବେ ଏହି ନିର୍ଦ୍ଦେଶନାମାରୁ କେବଳ ବନ୍ତ ବ୍ଲକକୁ ବାଦ୍ ଦିଆଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଥିବା ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ରାସ୍ତାଘାଟରେ ପାଣି ଜମି ରହିବା ଏବଂ ପ୍ରତିକୂଳ ପାଗ ଯୋଗୁଁ ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ପୂର୍ବାନୁମାନ ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ବିଚାରକୁ ନେଇ ଆଜି ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାଜପୁର ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଗୁଡ଼ିକୁ ଆଜି ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରଶାସନର ପ୍ରାଥମିକତା ହୋଇଥିବାରୁ, ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ଏବଂ ଜଳମଗ୍ନ ଅଞ୍ଚଳକୁ ନଯିବା ପାଇଁ ପିତାମାତାଙ୍କୁ ନିବେଦନ କରାଯାଇଛି।

ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡଙ୍ଗାରେ ବୁଲି ସ୍ଥିତି ଅନୁଧ୍ୟାନ କଲେ
ଯାଜପୁର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ସୋମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଡଙ୍ଗାରେ ବନ୍ୟାଞ୍ଚଳ ବୁଲି ଦେଖିବା ସହ ନଦୀର ବଢ଼ୁଥିବା ଜଳସ୍ତର ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବିପନ୍ନ ମାନଙ୍କ ପାଇଁ ଜାରି ରହିଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି।

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଯାଜପୁରର ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇରହିଛି। ଏଥିସହ ବାଲେଶ୍ୱର ଓ ଭଦ୍ରକ ଭଳି ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଓ ରାଉରକେଲା ଭଳି ପ୍ରମୁଖ ସହରାଞ୍ଚଳରେ ଲୋକେ ପ୍ରବଳ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ ଓ ଅନ୍ୟାନ୍ୟ ଉପନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୋମବାର ପର୍ଯ୍ୟନ୍ତ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ୩ଟି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମଙ୍ଗଳବାର ପର୍ଯ୍ୟନ୍ତ ଭଦ୍ରକ ଓ ଯାଜପୁର ସମେତ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ୩ ଜଣ ବରିଷ୍ଠ ନେତାଙ୍କୁ ପ୍ରମୁଖ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ବିଜେଡି ପକ୍ଷରୁ ସୋମବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ବରିଷ୍ଠ ନେତା ପ୍ରଦୀପ କୁମାର ଅମାତଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ଡ. ଅରୁଣ କୁମାର ସାହୁଙ୍କୁ ଭଦ୍ରକ ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ବାଲେଶ୍ୱର ଜିଲ୍ଲା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ନେତାମାନେ ବନ୍ୟାଞ୍ଚଳ ଗସ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ଦଳୀୟ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରଭାବିତ ଅଞ୍ଚଳରେ ଉପଯୁକ୍ତ ରିଲିଫ୍ ଏବଂ ଥଇଥାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଜେଡି ନେତା ତଥା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଦଳର ସଭାପତି ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ଅନେକ ନଦୀ ବିପଦ ସଙ୍କେତ ଉପରେ କିମ୍ବା ପାଖାପାଖି ପ୍ରବାହିତ ହେଉଛି। ବିଶେଷ କରି ବୈତରଣୀ ଏବଂ ଜଳକା ନଦୀରେ ବନ୍ୟା ଆସିବା ଫଳରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଗାଁ, ଚାଷଜମି ଏବଂ ରାସ୍ତାଘାଟ ଜଳମଗ୍ନ ହୋଇରହିଛି। ଏଭଳି ସ୍ଥିତିରେ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ବିଜେଡିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

ଓଡ଼ିଶାରେ ବନ୍ୟା ସ୍ଥିତି: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର: ଲଗାଣ ବର୍ଷା ଓ ଫୁଲୁଥିବା ନଦୀ ଜଳସ୍ତର କାରଣରୁ ଓଡ଼ିଶାର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ବିପଦପୂର୍ଣ୍ଣ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରାଜ୍ୟର ବନ୍ୟା ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି। ଜଳକା, ସାଳନ୍ଦୀ, ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ସର୍ବାଧିକ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ପଡ଼ିବାର ଆଶଙ୍କା ରହିଛି।

ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ଏବଂ ରେମୁଣା ବ୍ଲକର ୧୫ଟି ପଞ୍ଚାୟତ ବର୍ତ୍ତମାନ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ଉପସ୍ଥିତ ଅଛନ୍ତି। ମୁକାବିଲା ପାଇଁ ମୋଟ ୧୦ଟି ଓଡ୍ରାଫ୍ (ODRAF) ଏବଂ ୭ଟି ଏନଡିଆରଏଫ (NDRF) ଟିମ୍ ମୁତୟନ ହୋଇଥିବା ବେଳେ ଆଉ ୪ଟି ଟିମ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ କେନ୍ଦ୍ର ଖୋଲାଯାଇଛି ଏବଂ ଗତକାଲି ସୁଦ୍ଧା ପ୍ରାୟ ୩,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ୮ଟି ଟିମ୍, ଯାଜପୁରରେ ୨ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍, ଭଦ୍ରକରେ ୨ଟି ଟିମ୍ ଏବଂ କେନ୍ଦୁଝରରେ ଗୋଟିଏ ଟିମ୍ ମୁତୟନ ହୋଇଛନ୍ତି। ଏସଆରସି କହିଛନ୍ତି ଯେ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଯେକୌଣସି ପ୍ରକାର ମଧ୍ୟମ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍
ଅନୁଗୋଳ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ କର୍ତ୍ତୃପକ୍ଷ ଗୋଟିଏ ସ୍ଲୁଇସ୍ ଗେଟ୍ ଓ ପାୱାର ଚ୍ୟାନେଲ୍ ଖୋଲିଛନ୍ତି, ଯାହା ଫଳରେ ବ୍ରାହ୍ମଣୀ ନଦୀ ଅବବାହିକାକୁ ବଳକା ଜଳ ନିଷ୍କାସିତ କରାଯାଉଛି।

ସୂଚନା ଅନୁଯାୟୀ, ଜଳସ୍ତର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଚଳିତ ବର୍ଷ ଏହା ହେଉଛି ଦ୍ୱିତୀୟ ଥର ଯେବେ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମ୍‌କୁ ପ୍ରାୟ ୨,୫୦୦ କ୍ୟୁବିକ୍ ମିଟର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ସୁରକ୍ଷା ଓ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ୮ ନମ୍ବର ଗେଟ୍ ଏବଂ ପାୱାର ଚ୍ୟାନେଲ୍ ଦେଇ ପ୍ରାୟ ୨,୦୦୦ କ୍ୟୁବିକ୍ ମିଟର ଜଳ ଛଡ଼ାଯାଉଛି। ବର୍ତ୍ତମାନ ରେଙ୍ଗାଳି ଡ୍ୟାମ୍‌ର ଜଳସ୍ତର ୧୨୨.୧୪ ମିଟରରେ ପହଞ୍ଚିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୧୨୩.୫୦ ମିଟର, ତେଣୁ ଏବେ ଜଳସ୍ତର ଏହାର ପାଖାପାଖି ରହିଛି।

ବିଭାଗୀୟ ଇଞ୍ଜିନିୟରମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉପରମୁଣ୍ଡରେ ବର୍ଷାର ପରିମାଣ ଏବଂ ଡ୍ୟାମ୍‌କୁ ଜଳ ପ୍ରବେଶର ସ୍ଥିତି ଉପରେ ଆଧାର କରି ପରବର୍ତ୍ତୀ ସମୟରେ ଅଧିକ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।