flood management - The Sakala

ବନ୍ୟା ପରିଚାଳନା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ନେତ୍ରୀ ସୁଜାତାଙ୍କ ସମାଲୋଚନା: ୨ ବର୍ଷରେ ଭୁଶୁଡ଼ିଯାଇଛି ୨ ଦଶନ୍ଧିର ବ୍ୟବସ୍ଥା
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତି ଓ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ।  ପୂର୍ବ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେ଼ଲ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କୁ ସ୍ମରଣ କରାଇ କରାଇଦେବା ସହ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ‘ଇନ୍ଦ୍ରଙ୍କ ଫୋନ୍‌ ନମ୍ବର’ ସଂକ୍ରାନ୍ତ ଟିପ୍ପଣୀ ବନ୍ୟା ପରିଚାଳନାରେ  ସରକାରଙ୍କ ଦ୍ୱନ୍ଦ୍ୱ, ଅସହାୟତା ଓ ପ୍ରଶାସନିକ ବିଫଳତାକୁ ପ୍ରତିଫଳିତ କରିଛି ବୋଲି ସୁଜାତା କହିଛନ୍ତି ।

ଏକ ସମ୍ବାଦପତ୍ରର ସ୍ତମ୍ଭରେ ସୁଜାତା କହିଛନ୍ତି ଯେ ଅତୀତରେ ଓଡ଼ିଶା  ଅନେକ ମହାବନ୍ୟାକୁ ସଫଳତାର ସହ ମୁକାବିଲା କରିଛି। ୨୦୦୮ରେ ମୁଣ୍ଡଳିରେ ୧୫.୮୧ ଲକ୍ଷ କ୍ୟୁସେକ, ୨୦୦୧ରେ ୧୪.୫୧ ଲକ୍ଷ କ୍ୟୁସେକ ଏବଂ ୨୦୧୧ରେ ୧୩.୬୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା। ୨୦୦୬ ଓ ୨୦୨୨ରେ ମଧ୍ୟ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳପ୍ରବାହ ରେକର୍ଡ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷର ୯ ଲକ୍ଷ କ୍ୟୁସେକ୍‌ରୁ କମ୍‌ ଜଳ ପ୍ରବାହିତ ହୋଇଛି ଓ ଜଳସମ୍ପଦ ବିଭାଗ ଏହାକୁ ମଧ୍ୟମ ଧରଣର ବନ୍ୟା ବୋଲି ସ୍ୱୀକାର କରିଛି। ଏହା ସତ୍ତେ୍ୱ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ସମେତ ଅନେକ ଜିଲ୍ଲାର ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଲୋକଙ୍କର ମୃତ୍ୟୁ ଘଟିଛି, ଶହଶହ ପଶୁସମ୍ପଦ ନଷ୍ଟ ହୋଇଛନ୍ତି, ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ଲୋକମାନେ ଏବେ ବି ଖୋଲା ଛାତ ତଳେ ଜୀବନ ବିତାଉଛନ୍ତି । ସେମାନେ  ଖାଦ୍ୟ, ବିଶୁଦ୍ଧ ପାଣି, ପରିମଳ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି । ନଦୀ ପ୍ରଣାଳୀ, ପ୍ରଶାସନିକ କଳ, ବିପର୍ଯ୍ୟୟ ପରିଚାଳନା ଢ଼ାଞ୍ଚା ସମାନ ଥିବା ସତ୍ତେ୍ୱ ମାତ୍ର ଦୁଇ ବର୍ଷରେ ୨ ଦଶନ୍ଧିର ବ୍ୟବସ୍ଥା ଧ୍ୱଂସ ହୋଇ ଯାଇଛି ।

୧୯୯୯ର ମହାବାତ୍ୟା ପରେ ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିବା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶାକୁ ବିପର୍ଯ୍ୟୟ ଯୋଦ୍ଧା ଭାବରେ ଗଢ଼ି ତୋଳିଥିଲେ।  ପ୍ରାକ୍‌ ସତର୍କତା, ସମୟୋଚିତ ସ୍ଥାନାନ୍ତରଣ, ତୃଣମୂଳସ୍ତରରେ ପ୍ରସ୍ତୁତି ଏବଂ ପ୍ରଶାସନ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ଥିଲା ଏହି ମଡେଲର ମୂଳ ଶକ୍ତି। ଏକ ସ୍ପଷ୍ଟ ନିର୍ଦ୍ଦେଶ ଶୃଙ୍ଖଳ ମଧ୍ୟରେ ଜିଲ୍ଲାପାଳଙ୍କଠାରୁ ପଞ୍ଚାୟତର ୱାଡର଼୍ମେମ୍ବରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ କାର୍ଯ୍ୟ କରୁଥିଲେ। ମାତ୍ର ଗତ ଦୁଇ ବର୍ଷ ମଧ୍ୟରେ ପୂର୍ବରୁ ଗଢ଼ି ଉଠିଥିବା ତୃଣମୂଳସ୍ତରୀୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ବିଶେଷକରି ମିଶନ ଶକ୍ତି ମହିଳା ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଥିବା ସମନ୍ୱୟ ଭାଙ୍ଗିବାରୁ ପୂର୍ବ ସତର୍କତା, ସ୍ଥାନାନ୍ତରଣ ଓ ରିଲିଫ୍‌ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଡ଼ମ୍ବନା ହେଉଛି ବିପର୍ଯ୍ୟୟ ସମୟରେ ଦଳୀୟ ହସ୍ତକ୍ଷେପ, ଠିକାଦାରୀ ରାଜନୀତି ଏବଂ ରିଲିଫ୍‌ ବଣ୍ଟନରେ ଦଳୀୟ ପ୍ରିୟାପ୍ରୀତି ଭଳି ଅଭିଯୋଗ ଅତ୍ୟନ୍ତ ଉଦ୍‌ବେଗଜନକ। ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନର ସୁରକ୍ଷା, ରିଲିଫ୍‌ ଓ ଥଇଥାନ ପ୍ରାଥମିକତା ନ ହୋଇ ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରାଯିବା ସବୁ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରିଛି  ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକଙ୍କ ସମୟର ‘ସମଗ୍ର ସରକାର ଦୃଷ୍ଟିକୋଣ’କୁ ଉଲ୍ଲେଖ କରି ସୁଜାତା କହିଛନ୍ତି ଯେ, ସେତେବେଳେ ମନ୍ତ୍ରୀ, ସଚିବ, ଅଧିକାରୀ, ପିଆରଆଇ ପ୍ରତିନିଧି ଓ ସାମାଜିକ ସଂଗଠନ ଏକାଠି ହୋଇ ବିପର୍ଯ୍ୟୟର ମୁକାବିଲା କରୁଥିଲେ। ଆଜି କିନ୍ତୁ କେଉଁ ବିଭାଗ କେଉଁ କାର୍ଯ୍ୟପାଇଁ ଉତ୍ତରଦାୟୀ, ତାହାକୁ ନେଇ ଦ୍ୱନ୍ଦ୍ୱ ତୁଟୁନାହିଁ। ଦୁଇ ଦଶନ୍ଧି ଧରି ଗଢ଼ି ଉଠିଥିବା ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କିପରି ଦୁଇ ବର୍ଷରେ ଦୁର୍ବଳ ହୋଇଗଲା, ତାହାର ଉତ୍ତର ସରକାର ଖୋଜିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି  । ତେଣୁ ବନ୍ୟାକୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଦେଖି ଦାୟିତ୍ୱ ଏଡ଼ାଇ ହେବ ନାହିଁ; ସରକାରଙ୍କ ପ୍ରସ୍ତୁତି, ସମନ୍ୱୟ ଓ ତ୍ୱରିତ ପ୍ରତିକ୍ରିୟା ହିଁ ଲୋକଙ୍କ ଜୀବନ ରକ୍ଷା କରିପାରିବ ବୋଲି ସୁଜାତା  ମତ ପ୍ରକାଶ କରିଛନ୍ତି।

ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ଆକଳନ କରିବାରେ ଏବଂ ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ବନ୍ୟା ଆସିବାର ଦୁଇ ସପ୍ତାହ ପରେ ବି ଏଯାଏ ଜିଲ୍ଲାର ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ମଧ୍ୟ ପହଞ୍ଚି ନାହିଁ। ବନ୍ୟା ପାଣି ପଶି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନଟିଏ ମଧ୍ୟ ମିଳିନାହିଁ। କିଛି କିଛି ସ୍ଥାନରେ ଲୋକଙ୍କୁ ଚୁଡ଼ା ଗଣ୍ଡାଏ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି। ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ରାଜ୍ୟ ବିଜେଡି ଉପସଭାପତି ସଂଜୟ ଦାସବର୍ମା ଏଭଳି ଅଭିଯୋଗ ଆଣିଛନ୍ତି ଏବଂ ଏହି ବିଫଳତା ପାଇଁ ସରକାରୀ ଉଦସୀନତା ଓ ପ୍ରଶାସନିକ ଅପାରଗତାକୁ ଦାୟୀ କରିଛନ୍ତି।

ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଭୋଗରାଇ ବ୍ଲକରୁ ବନ୍ୟାଞ୍ଚଳ ପରିଦର୍ଶନ ଆରମ୍ଭ କରିଥିଲେ। ଡଙ୍ଗାରେ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ। ପରେ ବାଲିଆପାଳ ଓ ବସ୍ତା ବ୍ଲକ୍‌ ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବିପନ୍ନ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ସନ୍ଧ୍ୟାରେ ବାଲେଶ୍ୱର ଷ୍ଟେସନ କ୍ଲବରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ଦାସବର୍ମା କହିଥିଲେ ଯେ ବାଲେଶ୍ୱରବାସୀଙ୍କ ପାଇଁ ବନ୍ୟା ନୂଆ ନୁହେଁ। କିନ୍ତୁ ଏ ସରକାର ପ୍ରବଳ ବର୍ଷା ଏବଂ ତଦଜନିତ ବନ୍ୟାକୁ ଠିକ୍‌ ଭାବେ ଆକଳନ କରିପାରିଲେ ନାହିଁ କି ବନ୍ୟାକୁ ପରିଚାଳନା କରିପାରିଲେ ନାହିଁ। ବର୍ଷା ପାଣିରେ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାବେଳେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନେଇ ପାରିଲେ ନାହିଁ। ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, କାଂଶବାଂଶ, ଜଳକା ଓ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟାକୁ ମୁକାବିଲା କରିବାରେ ବିଫଳ ହେଲେ।

ଶ୍ରୀ ଦାସବର୍ମା ଆହୁରି କହିଲେ ଯେ ଚଳିତ ବର୍ଷାର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଶହ ଶହ ଗାଁ ଏବେ ବି ପାଣି ଘେରରେ ଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଏଯାଏ ଲୋକଙ୍କୁ ଚାଉଳ ଗଣ୍ଡେ ଦିଆଯାଇନି। ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ଓ ପଲିଥିନ ଆଦି ନ ପହଞ୍ଚିବା  ସରକାରଙ୍କ ଚରମ ବିଫଳତାକୁ ପଦାରେ ପକାଇ ଦେଇଛି। ତେଣୁ ସରକାର ତୁରନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଅନ୍ତୁ। ବନ୍ୟା ଯୋଗୁଁ ଦୁଇ ଦୁଇ ଥର ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ରିଲିଫ କୋର୍ଡ ଅନୁସାରେ କ୍ଷତିପୂରଣ ପ୍ରଦାନ ସହ କୃଷିଋଣ ଛାଡ଼ କରିବାକୁ ସେ ଦାବି କରିଥିଲେ। ଏହା ବ୍ୟତୀତ ବନ୍ୟା ଅଞ୍ଚଳରେ ବୁଡ଼ି ରହିଥିବା ଉଠାଜଳସେଚନ ପଏଣ୍ଟ, ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ସେ ଦୃଢ ଦାବି କରିଥିଲେ। ଶେଷରେ ସେ ବାଲେଶ୍ୱର ଜିଲ୍ଲାରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଆଲୋଚନା କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ବନ୍ୟାଞ୍ଚଳ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ବରିଷ୍ଠ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଭୋଗରାଇ ବିଜେଡି ସଭାପତି ଗଣପତି ଗିରି, ବସ୍ତା ବିଜେଡି ସଭାପତି ମହାଦେବ ଦାସ, ବାଲିଆପାଳ ବିଜେଡି ସଭାପତି ଭଗବାନ ଗିରି ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ୱାଦିକ ସମ୍ମିଳନୀରେ ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ସ୍ୱରୂପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗରେ ବର୍ଷିଲା ବିଜେଡି: କେନ୍ଦ୍ରୀୟ ଅନୁଦାନ ହ୍ରାସ ଲୁଚାଇବାକୁ ବନ୍ୟା ସହାୟତା ପ୍ରଚାର
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାକୁ ନେଇ ରାଜ୍ୟ ସରକାର ଓ ବିଜେପି ପକ୍ଷରୁ ଏହାକୁ ବିଶେଷ ପ୍ରଚାର କରାଯାଉଛି। ମାତ୍ର ଏହି ଅନୁଦାନ କିଛି ବିଶେଷ ଅନୁଦାନ ନୁହେଁ। ବନ୍ୟା ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳିଥାଏ। ତେଣୁ ଏଥିପାଇଁ ବିଶେଷ ଉଲ୍ଲସିତ ହେବାର କୌଣସି କାରଣ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେଲେ ରାଜ୍ୟକୁ କେନ୍ଦ୍ରରୁ ଅଧିକ ଅର୍ଥ ଓ ବିକାଶ ମିଳିବ ବୋଲି ବିଜେପି ଯେଉଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା, ଦୁଇ ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ଅନୁଦାନ ବଢିବା ପରିବର୍ତ୍ତେ କମିଛି। ରାଜ୍ୟର ବିଜେପି ନେତାମାନେ ବାସ୍ତବ ଚିତ୍ରକୁ ଲୁଚାଇବା ଉଦ୍ୟେଶରେ ବନ୍ୟା ମୁକାବିଲା ପାଇଁ ମିଳିଥିବା ସହାୟତାକୁ ପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଡ. ମହାନ୍ତି କହିଥିଲେ ଯେ ପ୍ରମୁଖ ବିକାଶମୂଳକ ଯୋଜନାଗୁଡ଼ିକରେ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩–୨୪ରେ ୨୧,୫୦୦ କୋଟିରୁ ୨୦୨୪–୨୫ରେ ୧୭,୦୦୦ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍‌ ୨ ବର୍ଷ ମଧ୍ୟରେ ପ୍ରାୟ ୪,୫୦୦ କୋଟି ବା ୧୮.୧୯ ପ୍ରତିଶତ ହ୍ରାସ ପାଇଛି । ଏହା କେବଳ ଏକ ଅର୍ଥନୈତିକ ହିସାବ ନୁହେଁ; ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଗରିବ, କୃଷକ ଓ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡ଼ିବ। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ୪,୩୧୦ କୋଟିରୁ ୮୨୫ କୋଟିକୁ ଖସିଆସିଛି, ଅର୍ଥାତ୍‌ ପ୍ରାୟ ୩,୫୦୦ କୋଟି ହ୍ରାସ ଘଟିିଛି । ସେହିପରି ସହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଅନୁଦାନ ୨୯୬ କୋଟିରୁ ୦.୭୩ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍‌ ପ୍ରାୟ ୨୯୫ କୋଟି ହ୍ରାସ ପାଇଛି। ଯେଉଁ ସରକାର ଗରିବଙ୍କୁ ଘର ଦେବାର କଥା କହୁଛି, ସେହି ସରକାର ସମୟରେ ଆବାସ ଯୋଜନାରେ ଅନୁଦାନ କାହିଁକି ଏତେ କମିଲା ତା’ର ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି ଡଃ ମହାନ୍ତି କହିଛନ୍ତି।

ଅନୁରୂପ ଭାବେ ଜଳ ଜୀବନ ମିଶନରେ ମଧ୍ୟ ଓଡ଼ିଶାକୁ ମିଳୁଥିବା ଅନୁଦାନ ୧,୫୮୧ କୋଟିରୁ ୩୬୮ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍‌ ୧,୨୦୦ କୋଟିରୁ ଅଧିକ ହ୍ରାସ। ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଅନୁଦାନରେ ଏଭଳି ବଡ଼ ହ୍ରାସ କାହିଁକି ବୋଲି ଡଃ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ଅନୁଦାନ ୧,୨୬୨ କୋଟିରୁ ୭୧୨ କୋଟିକୁ ହ୍ରାସ ପାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩–୨୪ରେ ଓଡ଼ିଶା ୨୨୩ କୋଟି ପାଇଥିବା ବେଳେ ୨୦୨୪–୨୫ରେ ଅନୁଦାନ ଶୂନ୍ୟ ହୋଇଛି। ଡ. ମହାନ୍ତି ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅନୁଦାନ ୧୪୬ କୋଟିରୁ ୩୨ କୋଟିକୁ ହ୍ରାସ ପାଇଥିବା ବେଳେ ଅମୃତ ଭାରତ ରେଳ ଷ୍ଟେସନ୍‌ ବିକାଶ ପ୍ରକଳ୍ପରେ ଓଡ଼ିଶାକୁ ଦେଶର ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରଖାଯାଇଛି। ସେହିପରି  ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଆବଣ୍ଟନରେ ଓଡ଼ିଶା ଦେଶର ୧୪ତମ ସର୍ବନିମ୍ନ ଆବଣ୍ଟନ ପାଇଥିବା ରାଜ୍ୟ ବୋଲି ତଥ୍ୟରୁ ଜଣାପଡ଼ୁଛି। ନିର୍ବାଚନ ପୂର୍ବରୁ ବିଜେପି ଡବଲ୍‌ ଇଞ୍ଜିନ୍‌ ସରକାର ଡବଲ ବିକାଶ ନାରା ଦେଇଥିଲା। କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଗରିବଙ୍କ ଘର, ପାନୀୟ ଜଳ, ଗ୍ରାମୀଣ ସଡ଼କ, କୃଷି ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଏହାକୁ ଲୁଚାଇ ରାଜ୍ୟ ବିଜେପି ସରକାର ବନ୍ୟା ମୁକାବିଲା ପାଇଁ ମିଳିଥିବା ୫୦୦ କୋଟି ଟଙ୍କାକୁ ନେଇ ପ୍ରଚାର କରୁଛି। ଅନୁଦାନ ହ୍ରାସ ସମ୍ପର୍କରେ ରାଜ୍ୟ ବିଜେପି ସରକାର ଏହାର ସ୍ପଷ୍ଟ ଓ ତଥ୍ୟଭିତ୍ତିକ ଉତ୍ତର ଦେବାକୁ ଡ. ମହାନ୍ତି ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ସଂଧ୍ୟା ସୁଦ୍ଧା ହୀରାକୁଦ ଖୋଲିପାରେ ଅଧିକ ଗେଟ୍, ୪ଟି ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ସନ୍ଧ୍ୟା ସୁଦ୍ଧା ହୀରାକୁଦର ମୋଟ୍ ୨୨ ଗେଟ୍ ଖୋଲିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେଥିପାଇଁ କଟକ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପୂର୍ବାନୁମାନ ଠାରୁ ଅଧିକ ଆଲର୍ଟ ରହିବା ପାଇଁ କୁହାଯାଇଛି । ଏବେ ହୀରାକୁଦରେ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୧୦ ଫୁଟ ରହିଛି । ମହାନଦୀ ଅବବାହିକା ଜିଲ୍ଲା ଗୁଡିକୁ ସତର୍କ ରହିବାକୁ କୁହାଯାଇଛି।

ଓଡ଼ିଶାରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକ ଭଳି ୪ଟି ଜିଲ୍ଲାକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ହାଇଆଲର୍ଟ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ସମୀକ୍ଷା ପରେ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଆଉ ୧୫ଟି ଜିଲ୍ଲା ବିପଦମୁକ୍ତ ଅଛନ୍ତି। ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍‌ର ୪୪୬ ପଞ୍ଚାୟତ, ୧୩୬୨ ଗାଁ ଓ ୧୧ ପୌରାଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ୍‌ ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୮ ହଜାର ୯୪୩ ଜଣ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବନ୍ୟା ଯୋଗୁ ୨୧ ହଜାର ୩୮୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୦୦ଟି ଘର ଭାଙ୍ଗିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୪୭ଟି ରିଲିଫ୍‌ ସେଣ୍ଟର ଖୋଲାଯାଇଛି।

ବନ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ବନ୍ୟା ଜଳରେ ଭାସିଯାଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ ବନ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ବ୍ୟୋମକେଶ ରାୟ କହିଥିଲେ ଯେ ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସାମାନ୍ୟ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ପାଣିପାଗ ବିଭାଗର ପୂର୍ବ ସୂଚନା ଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିଲା, ଯେଉଁଥିପାଇଁ ୪ଟି ମୂଲ୍ୟବାନ ଜୀବନ ଯାଇଛି। ବନ୍ୟା ମୁକାବିଲା କରିବାରେ ବିଫଳ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବ୍ୟୋମକେଶ ରାୟ କହିଥିଲେ। ନବୀନ ସରକାରଙ୍କ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ଏବେ ପ୍ରତ୍ୟେକ ଘଟଣାରେ ଜୀବନହାନୀ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କଟକ ବଡ଼ ମେଡିକାଲରେ ସରକାରଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ଟି ମୂଲ୍ୟବାନ ଜୀବନ ଯାଇଥିଲା । ରଥଯାତ୍ରାରେ ସରକାରଙ୍କ ଅବହେଳା ପାଇଁ ଚଳିତ ବର୍ଷ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଗୌତମବୁଦ୍ଧ ଦାସ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା କଥା ଉଠିଲେ, ସମଗ୍ର ଦେଶ ଓ ବିଶ୍ୱ ଓଡ଼ିଶା ଆଡ଼କୁ ଅନାଏ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜିରୋ କାଜୁଆଲିଟି ନୀତି ସାରା ବିଶ୍ୱ ପାଇଁ ଉଦାହରଣ ହୋଇପାରିଥିଲା। ଜିରୋ କାଜୁଆଲିଟି ନୀତି ପରେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି, ଯାହାଫଳରେ ସାଧାରଣ ଲୋକଙ୍କ ମୃତ୍ୟୁ ଏକ ସାଧାରଣ ଘଟଣା ହୋଇଯାଇଛି। ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି। ସଞ୍ଜୀବ ମଲ୍ଲିକ କହିଥିଲେ ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇସାରିଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ପରିସ୍ଥିତିରେ ସୁଧାର ନଆସିଲେ, ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼, ଆଗୁଆ ସୂଚନା ନଦେଇ ମନଇଚ୍ଛା ଛାଡୁଛି ପାଣି
ଭୁବନେଶ୍ୱର: ଛତିଶଗଡ଼ର ମନମାନି କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ମରୁଡ଼ି ହେବ, ମୌସୁମୀ ସମୟରେ ବନ୍ୟା ହେବ। ଏହାର ଜଳ୍ୱନ୍ତ ଉଦାହରଣ ନିକଟ ୨-୩ ବର୍ଷ ହେବ ଦେଖିବାକୁ ମିଳୁଛି। ବର୍ତ୍ତମାନ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ଛତିଶଗଡ଼ର ଭୁଲ୍‍ ବନ୍ୟା ପରିଚାଳନା ନୀତି ଏବଂ ଅସହଯୋଗ ମନୋଭାବ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁଙ୍କ ଅନୁଯାୟୀ ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‍ଗୁଡ଼ିକରୁ କେତେ ଜଳ ଛଡ଼ାଯାଉଛି ସେ ବିଷୟରେ କୌଣସି ଆଗୁଆ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‍ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି ଦୁଇରାଜ୍ୟ ମଧ୍ୟମରେ ସମନ୍ୱୟ ବୈଠକ ନିୟମିତ ଭାବେ ହେବା ନେଇ ବ୍ୟବସ୍ଥା ରହିଥିଲେ ହେଁ ଏଥିରେ ଛତିଶଗଡ଼ ସରକାର ଅସହଯୋଗ ମନୋଭାବ ପୋଷଣ କରୁଛନ୍ତି ବୋଲି ଶ୍ରୀ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେହିପରି ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ଛତିଶଗଡ଼ରେ ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ପାଇଁ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସେଥିପାଇଁ ସେମାନେ ହୀରାକୁଦ ଡ୍ୟାମର ଅଧିକ ଗେଟ୍‍ ଖୋଲିବା ପାଇଁ ଓଡ଼ିଶା ନିକଟରେ ଅନୁରୋଧ କରୁଛନ୍ତି। ତେବେ ଆମେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିଛୁ। ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖି ଗେଟ୍‍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ। କିନ୍ତୁ ସେମାନେ ଓଡ଼ିଶାକୁ ଆସି ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଆମ ଲୋକ ଯେଉଁମାନେ ଉପର ମୁଣ୍ଡରେ ଅଛନ୍ତି ତାଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଧାରଣ କରୁଛୁ।

ସୂଚନାଯୋଗ୍ୟ ଛତିଶଗଡ଼ ଉପରେ ମୁଣ୍ଡରେ ପ୍ରବଳ ବନ୍ୟା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ସମେତ ସେଠାକାର ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଦେଖାଦେବା କାରଣରୁ ସେମାନେ ହଠାତ୍‍ ତଳମୁଣ୍ଡକୁ ବନ୍ୟା ପାଣି ଛାଡ଼ୁଛନ୍ତି। ମାତ୍ର ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଛତିଶଗଡ଼ ସରକାର କୌଣସି ଆଗୁଆ ପଦକ୍ଷେପ ନନେବା, ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ତଥା ଓଡ଼ିଶାକୁ ବନ୍ୟା ପାଣି ସମ୍ପର୍କିତ କୌଣସି ଆଗୁଆ ସୂଚନା ନଦେବା ଯୋଗୁଁ ଓଡ଼ିଶା ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇରାଜ୍ୟ ମଧ୍ୟରେ ଉତ୍ତମ ଭାବେ ମହାନଦୀ ଜଳ ପରିଚାଳନା ପାଇଁ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା। ୨୦୨୦ରେ ଭିଡିଓ କନ୍‍ଫରେନ୍ସିଂ ବୈଠକ କରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଛତିଶଗଡ଼ ଡ୍ୟାମ୍‍ କର୍ତ୍ତୃପକ୍ଷ ଅଧାରୁ ଉଠିଗଲେ। ସେବେଠାରୁ କୌଣସି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇନାହିଁ। ଅନେକ ଥର ହୀରାକୁଦ ଡ୍ୟାମ୍‍ର ଅଧିକାରୀମାନେ ଛତିଶଗଡ଼ ଡ୍ୟାମ୍‍ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଓଡ଼ିଶା ପକ୍ଷରୁ ସମାନ ପ୍ରୟାସ କରାଯାଇଥିଲେ ହେଁ ଛତିଶଗଡ଼ ସରକାର କୌଣସି ସହଯୋଗ କରିଲେ ନାହିଁ। ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ସେମାନେ ଏଥିରୁ ଓହରି ଯାଇଥିବା ଜଣାପଡ଼ିଛି।

ଏପଟେ ସିଡବ୍ଲ୍ୟୁସି, ମହାନଦୀ ଜଳବିବାଦ ମାମଲାର ଶୁଣାଣି ପାଇଁ ଗଠିତ ହୋଇଥିବା ଟ୍ରିବୁନାଲ ମଧ୍ୟ ବିବାଦର ସମାଧାନ ପରିବର୍ତ୍ତେ ଏହାକୁ ଅଧିକ ଜଟିଳ ଆଡ଼କୁ ଟାଣି ନେଉଛନ୍ତି। ଇତିମଧ୍ୟରେ ମହାନଦୀ ଜଳବିବାଦର ୨୮ଟି ଶୁଣାଣିର ସରଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପକ୍ଷରୁ ସମସ୍ତ ଆବଶ୍ୟକୀୟ ନଥିପତ୍ର ସମୟାନୁସାରେ ଦାଖଲ କରାଯାଉଥିବା ବେଳେ ଛତିଶଗଡ଼ ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇ ଚାଲିଛି। ଏପଟେ ମହାନଦୀର ଉପରେ ମୁଣ୍ଡରେ ଲଗାତାର ଭାବେ ବେଆଇନ୍‍ ନିର୍ମାଣ ମଧ୍ୟ ଜାରି ରଖିଛି। ମାମଲା ଟ୍ରିବୁନାଲରେ ବିଚାରଧୀନ ଥିବା ସତ୍ତ୍ବେ ନିକଟ ଅତୀତରେ ମହାନଦୀରେ ଜଳ ପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର ପାଖାପାଖି ୫୧୬ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରିଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପକ୍ଷରୁ ୮ଟି ବୃହତ୍‍ ଏବଂ ୨୯ଟି ମଧ୍ୟମ ଧରଣର ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ୪ଟି ବୃହତ୍‍ ଏବଂ ୩ଟି ମଧ୍ୟମ ଧରଣର ପ୍ରକଳ୍ପ ବର୍ତ୍ତମାନ ନିର୍ମାଣଧୀନ ରହିଛି। ଯାହା ଫଳରେ ଉଭୟ ମୌସୁମୀ ଏବଂ ଅଣମୌସୁମୀ ସମୟରେ ଓଡ଼ିଶାର ଜୀବନରେଖା ମହାନଦୀ ଓଡ଼ିଶାବାସୀଙ୍କ ପ୍ରତି ବିପରୀତ ଆଚରଣ କରୁଛି। ଓଡ଼ିଶାର ଯେଉଁ କ୍ଷତି ହେଉଛି ତାହାର ଭରଣା ଟିବୁନାଲ କରିବେ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି।