flood IN ODISHA - The Sakala
ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉଭୟ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଏବେ ଫୁଲି ରହିଛି। ଅନ୍ୟପଟେ ଉପରମୁଣ୍ଡରେ ହୋଇଥିବା ବର୍ଷା ପାଇଁ ରାଜ୍ୟର ବଡ଼ ବଡ଼ ଡ୍ୟାମ୍‌ଗୁଡ଼ିକୁ ମଧ୍ୟ ପ୍ରଚୁର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଏହା ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହାରି ମଧ୍ଯରେ ୧୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପ୍ରଭାବ ବଢ଼ିପାରେ ବୋଲି ଆକଳନ କରାଯାଉଛି।
ବର୍ତ୍ତମାନ ନଦୀ ଓ ଡ୍ୟାମ୍‌ଗୁଡ଼ିକରେ ଜଳ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ୭ ତାରିଖରେ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି ଓ ନଦୀରୁ ବନ୍ୟା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ସମୁଦ୍ର ପାଣି ଟାଣୁ ନ ଥିବାରୁ ବନ୍ୟା ଜଳ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି।
ଶୁକ୍ରବାର ବୈତରଣୀ ନଦୀ ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ଏବେ ବି ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁର ଓ ଆରଡ଼ି ରାସ୍ତା ବିଛିନ୍ନ ହୋଇଥିବା ବେଳେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ ଆଦି ବ୍ଲକ୍‌ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳ ଭରି ରହିଛି। ଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବନ୍ୟା ବିପଦ ଜାରି ରହିଛି। ମହାନଦୀ ସ୍ଥିତି ଏବେ ସବୁଠୁ ଜଟିଳ ହୋଇଛି।
ଗତ ଲଘୁଚାପ ପ୍ରଭାବରେ ମହାନଦୀ ତଳମୁଣ୍ଡରେ ୫୬ ମିମି ବର୍ଷା ହୋଇଥିବା ବେଳେ ଉପମୁଣ୍ଡରେ ୮୭ ମିମି ବର୍ଷା ରେକର୍ଡ ହୋଇଛି। ତେଣୁ ମହାନଦୀ ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଡ୍ୟାମ୍‌ରୁ ନିଷ୍କାସିତ ହେଉଥିବା ଜଳ ନଦୀକୁ ଆହୁରି ଫୁଲାଉଛି। ବର୍ତ୍ତମାନ ସମ୍ବଲପୁର-ସୁବର୍ଣ୍ଣପୁର ୧୫ ନଂ ରାଜ୍ୟ ରାଜପଥରେ ବର୍ତ୍ତମାନ ବନ୍ୟା ପାଣି ପ୍ରବାହିତ ହେଉଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ସମୁଦ୍ର ଭଲ ପାଣି ନ ନେବାର ଆଶଙ୍କା ରହିଥିବାରୁ ମହାନଦୀକୂଳିଆ କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେବାର ମଧ୍ୟ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଓଡ଼ିଶା ଉପରେ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଥିବାରୁ ଏହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି। ସକାଳେ ଭୁବନେଶ୍ୱରରେ ୩୨ମିମି ଓ କଟକରେ ୫୦ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି। ଶନିବାର ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବେ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଅଧିକ ଗେଟ୍‌ ଖୋଲାଯାଇଛି। ଆସନ୍ତା ୭ ତାରିଖ ବେଳକୁ ମୁଣ୍ଡଳୀରେ ସାଢେ଼ ୪ ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପହଞ୍ଚିବ। ଏବେ ଜଳକାକୁ ଛାଡ଼ି ଦେଲେ ଅନ୍ୟ କୌଣସି ନଦୀ ଏବେ ବିପଦ ସଙ୍କେତ ଉପରେ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ବଢୁଛି ଜଳବନ୍ଦୀଙ୍କ ଦୁର୍ଦ୍ଦଶା: ଏବେବି କେନ୍ଦ୍ରାପଡ଼ାର ୫୪ଟି ଗ୍ରାମ ପାଣି ଘେରରେ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର କିଛି ମାତ୍ରାରେ କମିଛି । ହେଲେ ଜିଲ୍ଲାର ୫୪ଟି ଗ୍ରାମର ୧୮ହଜାର ୫୯୪ ଲୋକେ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସମୁଦାୟ ୨୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ କୁଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଦୁଇଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଅନେକ ସ୍ଥାନରେ ଏବେ ମଧ୍ୟ ଯୋଗାଯୋଗର ମାଧ୍ୟମ ଡଙ୍ଗା ପାଲଟିଛି। ସେପଟେ ଜିଲ୍ଲାର ୩ଟି ବ୍ଲକର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡାର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇ ଘାଇ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାନଦୀର ଶାଖାନଦୀ ଗୁଡିକରେ ଘଳିଆ ପଡିବା କାରଣରୁ ଅନେକଙ୍କ ଘରେ ପାଣି ପଶି ରହିଛି ।
ଏହବାଦ ଲଘୁଚାପ ଜନିତ ବର୍ଷା ହେବାରୁ ନଦୀକୂଳିଆ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢାଇ ଦେଇଛି। ମହାନଦୀ ଶାଖା ନଦୀ ପାଇକା, ଚିତ୍ରୋତ୍ପଳା, ଲୁଣା ଓ କରାଣ୍ଡିଆ ନଦୀରେ ବନ୍ୟାଜଳ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୮୬ଟି ଗାଁର ୯୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି। ଅନ୍ୟପଟେ ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା ଆଦି ବ୍ଲକରେ ଥିବା ନଦୀକୂଳ ଚାଷୀଙ୍କ ବିଲରେ ଲଗାଯାଇଥିବା ସମସ୍ତ ଫସଲ ନଷ୍ଟ ହୋଇଯାଇଛି। କାହାର ଧାନ ବିଲ ସମ୍ପୂର୍ଣ୍ଣ ରୁଆ ଶେଷ ହୋଇଥିବାବେଳେ ବନ୍ୟାଜଳ ଦାଉସାଧି ସବୁକିଛି ଉଜାଡି ଦେଲା । ଆଉ କାହାର ବିଲରେ ଫଳିଥିବା ପରିବା ସବୁ ନଷ୍ଟ ହୋଇଯାଇଛି। ଋଣ କରି ଧାନ, ପନିପରିବା ଲଗାଇଥିବା ଚାଷୀର ମୁଣ୍ତରେ ଚଡ଼କ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଲରୁ ସବୁ ହରାଇବା ପରେ ମଧ୍ୟ ଏପର୍ଯ୍ଯନ୍ତ ନିଜ ବାସସ୍ଥାନକୁ ପାଣି ଘେରି ରହିଥିବାରୁ ଯାଇ ପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରନ୍ଧା ଆଉ ଶୁଖିଲା ଖାଦ୍ୟ ଉପରେ ନିର୍ଭର ହୋଇ ଚଳିବାକୁ ପଡୁଛି। ସେପଟେ ବନ୍ୟା ପ୍ରପୀଡ଼ିତଙ୍କ କୁନି କୁନି ପିଲା ଆଉ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ଯୋଗାଇ ଦିଆଯାଇ ନ ଥିବାରୁ ଅନେକ ସମସ୍ୟା ଦେଖିବାକୁ ମିଳିଛି। ତୁରନ୍ତ ବନ୍ୟା ପ୍ରପୀଡ଼ିତଙ୍କ ଶିଶୁଙ୍କୁ ଶିଶୁଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।
କାଲିଠୁ ରାଜ୍ୟରେ ଲଗାତାର ୩ ଦିନ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା
ଭୁବନେଶ୍ବର : ରାଜ୍ୟରେ ଲଗାତର ଲଘୁଚାପ ପ୍ରଭାବରେ ରାଜ୍ୟବାସୀ ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପୁଣି ଆସିଛୁ ଆଉ ଏକ ଲଘୁଚାପ। ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ୨୩ରୁ ୨୪ ତାରିଖ ମଧ୍ୟରେ ଉପକୂଳ-ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ରହିଛି । ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ବର୍ଷା ନେଇ ସମ୍ଭାବିତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୩ ତାରିଖ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି ପ୍ରଭୃତି ୧୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କରୋପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି। ଏ ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ରାଜ୍ୟରେ ସକ୍ରିୟ ମୌସୁମୀ ଓ ଏକାଧିକ ଲଘୁଚାପ ଯୋଗୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ହୋଇଥିବା ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।ଚଳିତ ମୌସୁମୀ ସିଜନର ଆରମ୍ଭରୁ ଭଲ ବର୍ଷା ହୋଇ ନଥିଲା। ହେଲେ ଏବେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ପରିମାଣ ବଢ଼ିଛି। ସେହିପରି ଲଘୁଚାପ ଯୋଗୁ ମୌସୁମୀ ମଧ୍ୟ ସକ୍ରିୟ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଉପକୂଳ ଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୟଙ୍କର ବନ୍ୟା ସମସ୍ୟା ଦେଖାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଅଗଷ୍ଟ ୨୧ ମଧ୍ୟରେ ମୋଟ ୯୩୪.୨ ମିଲିମିଟର ବର୍ଷା ସମଗ୍ର ରାଜ୍ୟରେ ହୋଇଛି। ଏହି ସମୟରେ ସାଧାରଣତଃ ୮୧୧.୯ ମିମି ବର୍ଷା ରେକର୍ଡ ହେବା କଥା। କିନ୍ତୁ ଚଳିତ ଥର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସ୍ୱାଭାବିକ ଠାରୁ ଅଧିକ ୭୩% ବର୍ଷା ରେକର୍ଡ ହୋଇଛି।ଏହାପଛକୁ ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକ ୬୨% ବର୍ଷା ରେକର୍ଡ କରାଯାଇଛି। ସେହିପରି ଦେବଗଡ଼ରେ ୪୦%, ଢେଙ୍କାନାଳରେ ୨୯%, ଜଗତସିଂହପୁରରେ ୨୧%, ନୟାଗଡ଼ରେ ୨୨%, ନୂଆପଡ଼ାରେ ୨୦%, କୋରାପୁଟରେ ୩୦%, ରାୟଗଡ଼ାରେ ୩୩% ଓ ଗଜପତିରେ ସ୍ୱାଭାବିକ ଠାରୁ ୨୦% ଅଧିକ ବର୍ଷା ହୋଇଛି। ରାଜ୍ୟର ବାକି ୨୦ ଜିଲ୍ଲାରେ ସ୍ୱାଭବିକ ବର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପଡ଼ୋଶୀ ରାଜ୍ଯ ପାଇଁ ବନ୍ୟାରେ ଉବୁଟୁବୁ ଓଡ଼ିଶା: କର୍ଭରୁଲ୍‍ ମାନୁନାହାନ୍ତି ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର
ଭୁବନେଶ୍ୱର: ବନ୍ୟାରେ ଉବୁଟୁବୁ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ସାରା ଓଡ଼ିଶାରେ ବନ୍ୟାର ତାଣ୍ଡବ। ହଜାର ହଜାର ଗାଁ ଜଳମଗ୍ନ, ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ। ବିଡ଼ମ୍ବନା ହେଉଛି ପ୍ରାକୃତିକ ବିପର୍ଯ୍ୟୟ, ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶା ଯେତେ ଯାତନା ଭୋଗୁନାହିଁ; ପଡ଼ୋଶୀଙ୍କ ପାଇଁ ଓଡ଼ିଶା ଅଧିକ ସମସ୍ୟାର ସମ୍ମୁଖୀନ ହେଉଛି। ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ଜଳ ପରିଚାଳନା ନୀତି ଓଡ଼ିଶା ପାଇଁ ଉଭୟ ମୌସୁମୀ ଓ ଅଣମୌସୁମୀ କାଳରେ ବିପଦ ସୃଷ୍ଟି କରିଛି। ମହାନଦୀ, ବ୍ରାହ୍ମଣୀ ଉପରମୁଣ୍ଡରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ବନ୍ଧ ବାନ୍ଧିବା ଯୋଗୁ ଅଣ ମୌସୁମୀ କାଳରେ ଓଡ଼ିଶାକୁ ଜଳ ପ୍ରବାହ ହ୍ରାସ ପାଉଛି ଏବଂ ମୌସୁମୀ କାଳରେ ଆବଶ୍ୟକତାରୁ ଅଧିକ ଜଳ ଛାଡ଼ିବା ଯୋଗୁଁ ଉଭୟ ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ପୋଲାଭରମ୍‍ ପ୍ରକଳ୍ପ ମଧ୍ୟ ଭବିଷ୍ୟତରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ଝାଡ଼ଖଣ୍ଡ ସରକାର ଉପରମୁଣ୍ଡରେ ବ୍ୟାରେଜ୍‍ ନିର୍ମାଣ ଯୋଗୁଁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ତଟବର୍ତ୍ତୀ ଜିଲାଗୁଡ଼ିକରେ ଅଣମୌସୁମୀ କାଳରେ ଯେପରି ଜଳସଙ୍କଟ ଦେଖା ଦେଇଛି, ଅନୁରୂପ ଭାବରେ ମୌସୁମୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରାହ୍ମଣୀର ଦୁଇ ମୁଖ୍ୟ ଜଳସ୍ରୋତ ତଥା ଉପନଦୀ ଶଙ୍ଖ ଓ କୋଏଲ ଉପରେ ଝାଡ଼ଖଣ୍ଡ ସରକାର ୧୮ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏହାମଧ୍ୟରୁ ୧୫ଟି ପ୍ରକଳ୍ପ ଶେଷ ହୋଇ ସାରିଛି। ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀ ନଦୀ ଉପତ୍ୟକାରେ ସିମ୍‍ଡ଼େଗା, ଗୁମଲା, ରାଞ୍ଚି, ଲୋହରଡ଼େଗା,ପଶ୍ଚିମ ସିଂହଭୂମ ଜିଲାଗୁଡ଼ିକରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କରିଛନ୍ତି। ସ୍ଥଳବିଶେଷରେ ପ୍ରକଳ୍ପଗୁଡ଼ିକର ଉଚ୍ଚତା ୧୭ ମିଟରରୁ ୩୯ ମିଟର ପର୍ଯ୍ୟନ୍ତ କରାଯାଇଛି। ସବୁଠାରୁ ଛୋଟ ସେତୁ ଛିଣ୍ଡାର ଦୈର୍ଘ୍ୟ ୧୨୧.୩୪ ମିଟର ହୋଇଥିବାବେଳେ କାଟ୍ରି ଡ଼୍ୟାମ୍‍ର ଦୈର୍ଘ୍ୟ୧୮୯୦ ମିଟର। ଏହାବ୍ୟତୀତ ଲରୁଆ, ତପ୍‍କରା, ଗୁଚ୍ଚାଓପା, ଧନଶିଙ୍ଗ୍‍ଟୋଲି, ଜୟପୁର, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଓ ପରାସ ଡ୍ୟାମ୍‍ ନିର୍ମାଣ କରାଯାଇଛି। ଏହାଛଡ଼ା ପଶ୍ଚିମ ସିଂହଭୂମି ଜିଲାରେ ସତ୍‍ପୋଟ୍‍କା, ଗୁମ୍‍ଲା ଜିଲାରେ କାନ୍ସ ଓ ରାଞ୍ଚି ଜିଲାରେ ନିର୍ମାଣାଧୀନ ବାସୁକୀ ଡ଼୍ୟାମ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଛି। ବନ୍ୟାଜଳ ପରିଚାଳନା କ୍ଷେତ୍ରରେ ଝାଡ଼ଖଣ୍ଡର ଉଦାସୀନତା ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଛି। ଗାଲୁଡ଼ିହି ବ୍ୟାରେଜ୍‍ ଦେଇ ୬ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହ ଉତ୍ତର ଓଡ଼ିଶାକୁ ଜଳପ୍ଲାବିତ କରିଛି। ଏହି ବ୍ୟାରେଜ୍‍ର ସମସ୍ତ ୧୮ଟି ଫାଟକ ଖୋଲି ଦିଆଯିବା ଯୋଗୁଁ ପରିସ୍ଥିତି ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଜାମଶେଳା ଘାଟରେ ସୁବର୍ଣ୍ଣରେଖା ବିପଦସଙ୍କେତଠାରୁ ୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।
ଓଡ଼ିଶା ପାଇଁ କାଳ ପାଲଟିଛି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର କଲମା ବ୍ୟାରେଜ। ଗତ ୧୦ ବର୍ଷର ପରିସଂଖ୍ୟାନ ଦେଖିଲେ ଅଣମୌସୁମୀ ସମୟରେ ମହାନଦୀକୁ ଜଳ ପ୍ରବାହ ବର୍ଷକୁ ବର୍ଷ କମୁଛି ଏବଂ ନଭେମ୍ବରରୁ ମେ ମାସ ମଧ୍ୟରେ ଏହା ସର୍ବନିମ୍ନ ୨୭%ରୁ ସର୍ବାଧିକ ୭୭.୮% ପର୍ଯ୍ୟନ୍ତ ପାଣି କମ୍‍ ଆସିଛି। ୨୦୧୬ ନଭେମ୍ବର ମାସରୁ କଲମା ବ୍ୟାରେଜ୍‍ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶା ଉଭୟ ମୌସୁମୀ ଓ ଅଣମୌସୁମୀରେ ପ୍ରଭାବିତ ହୋଇ ଆସୁଛି। ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଅଣମୌସୁମୀ କାଳରେ ମହାନଦୀରେ ଜଳପ୍ରବାହ ୭୯.୩୭% କମିଛି। ଅନ୍ୟପକ୍ଷରେ ମୌସୁମୀ କାଳରେ ଅକସ୍ମାତ ବନ୍ୟା ଜଳ ଛାଡ଼ିବା ଯୋଗୁଁ ହୀରାକୁଦ ଉପରେ ଅଧିକ ଚାପ ପଡ଼ୁଛି ଓ ଜଳ ପରିଚାଳନା କଷ୍ଟକର ହେଉଛି। ବର୍ଷା ଯୋଗୁଁ ଛତିଶଗଡ଼ ସରକାର କଲମା ଓ ଅନ୍ୟାନ୍ୟ ବ୍ୟାରେଜ୍‍ର ଫାଟକ ଖୋଲି ଦେବା ପରେ ଦୁଇ ଦିନ ତଳେ ମହାନଦୀ ଅବବାହିକାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ସ୍ପର୍ଶକାତର। ମୁଣ୍ଡଳୀରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହ ସମ୍ପୂର୍ଣ୍ଣ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ତିନିଦିନ ପରେ ମଧ୍ୟ ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି। ହଜାର ହଜାର ହେକ୍ଟର ଅଞ୍ଚଳର ଫସଲ ନଷ୍ଟ ହୋଇଛି, ଶହଶହ ଗାଁ ପାଣି ଘେରରେ ରହିଛି। ଅଣମୌସୁମୀ କାଳରେମହାନଦୀ ତଟବର୍ତ୍ତୀ ୧୪ ଜିଲାରେ ଜଳସେଚନ, ପାନୀୟ ଜଳ ଏବଂ ଜୈବମଣ୍ଡଳ ଗୁରୁତର ପ୍ରଭାବିତ ହେଉଥିବାବେଳେ ମୌସୁମୀ କାଳରେ ମହାନଦୀ ଅବବାହିକାର ଅଧା ଓଡ଼ିଶା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି।
ପୋଲାଭରମ ଯୋଗୁଁ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଓଡ଼ିଶାର ବାରମ୍ବାର ଆପତ୍ତି ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ମାତ୍ର ଏ କ୍ଷେତ୍ରରେ ଓଡ଼ିଶାର ପ୍ରସ୍ତାବ ଓ ଆପତ୍ତିକୁ ଗ୍ରହଣ କରାଯାଇ ନାହିଁ। ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଥିବା ସତ୍ତ୍ବେ ଆନ୍ଧ୍ର ପ୍ରଦେଶ ସରକାର ଓ କେନ୍ଦ୍ର ଉଭୟ ଏ କ୍ଷେତ୍ରରେ ନିଦାବିଷ୍ଣୁ ସାଜିଛନ୍ତି।
ଉଛୁଳୁଛି ସୁବର୍ଣ୍ଣରେଖା, ଆଜି ପିକରେ ପହଞ୍ଚିବ ଜଳସ୍ତର
ଭୁବନେଶ୍ୱର: ଗୋଟିଏ ପଟେ ପ୍ରବଳ ବର୍ଷା; ଅନ୍ୟ ପଟେ ଝାଡ଼ଖଣ୍ଡ ଗାଲୁଡିହି ଜଳଭଣ୍ଡାରର ସମସ୍ତ ୧୮ଟି ଗେଟ୍ ଖୋଲିଦେବା ପରେ ବାଲେଶ୍ୱର ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଗାଲୁଡିହି ବ୍ୟାରେଜରୁ ବର୍ତ୍ତମାନ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ, ୨୦୦୮ ତୁଳନାରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେବା ସ୍ପଷ୍ଟ ହୋଇଛି। ସୁବର୍ଣ୍ଣରେଖା ନଦୀ ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେବା ସହ ବାଲେଶ୍ୱରର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ ପାଇଁ ବଡ଼ ବିପଦ ସୃଷ୍ଟିକରିଛି। ସାମ୍ଭାବ୍ୟ ସ୍ଥିତିକୁ ଦେଖି ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ବନ୍ୟା ମୁକାବିଲାରେ ନିଷ୍ପତ୍ତି ନେବାରେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‍ଆର୍‍ସି କ୍ଷମତା ଦିଆଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ହେଲିକପ୍ଟର ପ୍ରଦାନ କରିବା ସହ ୪୦ଟି ରେସ୍‍ପନ୍ସ ଟିମ୍‍ ମୁତୟନ କରାଯାଇଛି।
ସୁବର୍ଣ୍ଣରେଖା ନଦୀ ଜାମଶୋଳାଗେଟ୍‍ ଓ ରାଜଘାଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜାମଶୋଳା ଗେଟ୍‍ ନିକଟରେ ବିପଦ ସଙ୍କେତ ୪୯.୧୫ ମିଟର ରହିଥିବା ବେଳେ ସନ୍ଧ୍ୟା ୬ ସୁଦ୍ଧା ଏଠାରେ ୫୩.୫୦ ମିଟର ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ଏଠାରେ ଜଳସ୍ତର ୧୧.୧ ମିଟର ଉପରେ ପ୍ରବାହିତ ହେଉଛି। ଜଳସ୍ତର ବଢ଼ିବା ସହ ପାଖ ଗାଁ ଗଣ୍ଡାକୁ ପାଣି ପ୍ରବେଶ କରୁଛି। ଅନ୍ୟପଟେ ରବିବାର ରାଜ୍ୟସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଏହି ବନ୍ୟା ୨୦୦୮ ମସିହାର ବଡ଼ ବନ୍ୟା ତୁଳନାରେ ଆହୁରି ଅଧିକ ବଡ଼ ହେବ। କାରଣ ୨୦୦୮ରେ ଗାଲୁଡିହି ବ୍ୟାରେଜରୁ ୩ ଲକ୍ଷ କ୍ୟୁସେକ୍‍ ପାଣି ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଏହାର ବହୁ ପ୍ରଭାବ ପଡ଼ିଥିଲା। ମାତ୍ର ଚଳିତ ଥର ଏଠାରୁ ଦୁଇଗୁଣା ପାଣି ଆସୁଛି। ତେଣୁ ସ୍ଥିତି ଆହୁରି ଉଦ୍‍ବେଗ ଜନକ ରହିବାର ଆଶଙ୍କା କରାଯାଉଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ ଜିଲ୍ଲାପାଳ ନିଜେ ଯାଇ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।
ଯୁଗ୍ମ ଏସ୍‍ଆରସି ପଦ୍ମନାଭ ବେହେରା କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ପାଇଁ ବାଲେଶ୍ୱର ଜିଲ୍ଲାରେ ୫ ଟି ଓଡ୍ରାଫ, ୪ ଟି ଏନ୍‍ଡିଆରଏଫ ଓ ୧୨ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ୩୫ ଟି ପାୱାର ବୋଟ୍‍ ସହ ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀ ରହିଛନ୍ତି। ୩୦୭ ଟି ରିଲିଫ୍‍ କ୍ୟାମ୍ପ ସହ ୧୧ ଡାକ୍ତରୀଦଳ ଓ ଆମ୍ବୁଲାନ୍ସ ରଖାଯାଇଛି। ନଦୀବନ୍ଧ ସୁରକ୍ଷା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଛି। ଜଳସମ୍ପଦ ବିଭାଗର ସର୍ବଚ୍ଚୋ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ସୋମବାର ୧୨ ଟା ସୁଦ୍ଧା ସୁବର୍ଣ୍ଣରେଖା ପିକ୍‍ରେ ରହିବ। ଗାଲୁଡିହି ବ୍ୟାରେଜକୁ ଏବେ ପାଣି ଆସିବା କମ୍‍ ହେଉଛି। ଧୀରେ ଧୀରେ ସେଠାରୁ ପାଣି ଆସିବା କମିବ। ତେବେ ମୟୂରଭଞ୍ଜର ସାରଶକଣା ଗାଁରେ ମଧ୍ୟ ପାଣି ପସିଛି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାସହିତ ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଇ ବର୍ତ୍ତମାନ ଏହା ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।
ଅନ୍ୟପଟେ ବ୍ରାହ୍ମଣୀ ନଦୀ ଉପରେ ମଧ୍ୟ ନଜର ରହିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ମନ୍ଦିରା ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୧୧ଟି ଡ୍ୟାମ ଖୋଲିଦିଆଯାଇଛି। ମନ୍ଦିରା ଡ୍ୟାମକୁ ୪୭.୮୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫୪୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଆସନ୍ତାକଲି ୧୨ଟା ବେଳକୁ ପିକ୍ ଛୁଇଁବା ଆଶଙ୍କା
ଭୁବନେଶ୍ବର: ରାଜଘାଟରେ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ୧୧.୩ ଉପରେ ପ୍ରବାହିତ ହେଉଛି। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି।ଯାହାର ବିପଦ ସଙ୍କେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ ଆସିଲା ପରେ ଜଳ ସମ୍ପଦ ବିଭାଗ ସ୍ଥିତି ଅନୁଯାୟୀ ଗୁରୁତ୍ବ ଦେବ। ସୁବର୍ଣ୍ଣରେଖାରେ ଆସନ୍ତାକଲି ୧୨ ଟା ବେଳକୁ ପିକ୍ ଛୁଇଁବା ରାଜଘାଟରେ। ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କୁ ଗୁରୁତ୍ବ ଦେଉଛି। ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵରରେ ବନ୍ୟସ୍ଥିତି ଉପରେ ନଜର ରହିଛି।
୨୩ ତାରିଖରେ ଲଘୁଚାପ ପ୍ରଭାବରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ଠାରୁ ସଠିକ୍ ସୂଚନା ମିଳିବା ପରେ କେତେ ଜଳ ହୀରାକୁଦ ଜଳଭଣ୍ଡାର କୁ ପ୍ରବେଶ କରିବ ସେଇ ଅନୁସାରେ କେତେ ଗେଟ୍ ଖୋଲିବାକୁ ପଡ଼ିବ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଛତିଶଗଡ ସହିତ ସମନ୍ୱୟ ନା ରଖିଲେ ମଧ୍ୟ CWC ରିପୋର୍ଟ୍ ଅନୁସାରେ ଆମେ କାମ କରୁଛୁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।
ବନ୍ୟା ପାଇଁ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ବଢିଲା
ଜଗତସିଂହପୁର/ ପୁରୀ: ବନ୍ୟା ପାଇଁ ସ୍କୁଲ ଛୁଟିକୁ ଆଉ ୨ରୁ ୩ଦିନ ଘୁଞ୍ଚାଇ ଦିଆ ଯାଇଛି। ପୁରୀ ଜିଲ୍ଲାରେ ସ୍କୁଲ ଆଉ ୨ ଦିନ ପାଇଁ ବନ୍ଦ ରହିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ଆଉ ୩ଦିନ ସ୍କଲକୁ ଛୁଟି କରାଯାଇଛି। ଜଗତସିଂହପୁରରେ ବନ୍ୟା ପ୍ରଭାବିତ ବ୍ଲକରେ ୨୨ରୁ ୨୪ ଯାଏ ବନ୍ଦ ରହିବ ସ୍କୁଲ । ୭ ବ୍ଲକରେ ୪୩ ସ୍କୁଲକୁ ୩ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।  କୁଜଙ୍ଗ ବ୍ଲକରେ ସର୍ବାଧିକ ୨୩ଟି ସ୍କୁଲ ବନ୍ଦ ରହିବ । ବାଲିକୁଦା ଓ ତିର୍ତ୍ତୋଲରେ ୬ଟି ଲେଖାଏଁ ସ୍କୁଲ ବନ୍ଦ ରହିବ ।  ରଘୁନାଥପୁର ଓ ବିରିଡିରେ ୩ଟି  ଲେଖାଏଁ ସ୍କୁଲ ବନ୍ଦ ରହିବ । ଏରସମା ଓ ନାଉଗାଁରେ ଗୋଟିଏ ଲେଖାଏଁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ୪ଟି ବ୍ଲକର ୨ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୨ ଓ ୨୩ ତାରିଖରେ ବନ୍ଦ ରହିବ ସ୍କୁଲ । ଛୁଟି ଘୋଷଣା କରାଯାଇଥିବା ୪ ବ୍ଲକ ହେଉଛନ୍ତି ଗୋପ, ନିମାପଡ଼ା, କଣାସ ଓ ଡେଲାଙ୍ଗ। ଏହି ବ୍ଲକର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରାଯାଇଛି।
ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିସନ୍ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ, ପରିସ୍ଥିତି ଉପରେ ସର୍ତକ ନଜର ରଖାଯାଇଛି । ବାଲେଶ୍ବର ସୁବର୍ଣ୍ଣରେଖା ନଦୀର ଉଭୟ ପଟେ ରହିଛି ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଅଗ୍ନଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାଲେଶ୍ବରରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅପରେସନ ଦାୟିତ୍ବରେ ଥିବା ବେଳେ, କଟକ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭଦ୍ରକ ଦାୟିତ୍ବରେ ରହିଛନ୍ତି । ଅଗ୍ନଶମ ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅଗ୍ନିଶମ ବାହିନୀ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ।
‘୫-ଟି’ ଉପକ୍ରମରେ ଆରମ୍ଭ ହେଲା ଅଭିନବ ଆଇଟି ପ୍ରକଳ୍ପ : ଜଳଭଣ୍ଡାର, ୧୧ ପ୍ରମୁଖ ନଦୀ ଅବବାହିକାରେ ଲାଗିବ ସେନ୍ସର
ଭୁବନେଶ୍ୱର : ପ୍ରତିବର୍ଷ ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ଏହାର ନିୟନ୍ତ୍ରଣ ଓ କ୍ଷୟକ୍ଷତି ପରିମାଣ ହ୍ରାସ। ବନ୍ୟା ଦ୍ୱାରା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ତେବେ ଆଗୁଆ ପଦକ୍ଷେପ ଯୋଗୁଁ ଜୀବନହାନୀକୁ ରୋକିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏହି ସଫଳତାକୁ ଆଉ ଏକ ପାଦ ଆଗକୁ ନେଇଛି ‘୫-ଟି’ ଉପକ୍ରମ। ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ମାଧ୍ୟମରେ ବନ୍ୟା, ବାତ୍ୟାର କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ରାଜ୍ୟର ୧୧ଟି ପ୍ରମୁଖ ନଦୀ ଅବବାହିକାରେ ବନ୍ୟା ସମ୍ପର୍କିତ ରିୟଲ୍‍ ଟାଇମ୍‍ ପୂର୍ବ ସୂଚନା ମିଳିବା ସହିତ ରାଜ୍ୟର ରିୟଲ୍‍ ଟାଇମ୍‍ ଜଳ ସମ୍ପଦର ସୂଚନା, ଜଳସେଚନ ପରିଚାଳନା ଏବଂ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ସାମିଲ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ବିଭିନ୍ନ ପ୍ରକାର ତଦାରଖ ବ୍ୟବସ୍ଥାକୁ ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ତିନି ଭାଗରେ ବିଭକ୍ତ କରାଯାଇଛି। ଏହି ତିନି ଉପକ୍ରମ ସହିତ ପ୍ରଚଳିତ ବ୍ୟବସ୍ଥା ଜଳ ସମ୍ପଦ ବିଭାଗର ଗୋଟିଏ ନିୟନ୍ତ୍ରଣ କକ୍ଷ ଦ୍ୱାରା ପରିଚାଳିତ ହେବ। ତେବେ ଏଥିରେ ମୁଖ୍ୟ ହେଉଛି ବନ୍ୟା ସମ୍ପର୍କିତ ଆଗୁଆ ସୂଚନା। ଏଥିପାଇଁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା ଭଳି ୧୧ଟି ପ୍ରମୁଖ ନଦୀର ଅବବାହିକା ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି।
ଏହାସହ ଜଳଭଣ୍ଡାରକୁ ମଧ୍ୟ ସଫ୍ଟୱେର ସଲ୍ୟୁସନ୍‍ ସହିତ ଯୋଡ଼ାଯିବ। ବିଭିନ୍ନ ସ୍ଥାନରେ ଲାଗିଥିବା ସେନ୍ସର୍‍ ଜଳଭଣ୍ଡାର ସ୍ଥିତି ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନିୟନ୍ତ୍ରଣ କକ୍ଷକୁ ସୂଚନା ହସ୍ତଗତ ହେବ। ଯଦ୍ଦ୍ୱାରା ଜଳଭଣ୍ଡାରରୁ ହସ୍ତଗତ ସୂଚନା ଅନୁସାରେ ବନ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେଉଥିବା ଅଞ୍ଚଳରେ ସେ ସମ୍ପର୍କିତ ସୂଚନା ସଫ୍ଟୱେରରେ ଅପଲୋଡ୍‍ ହୋଇଯିବ। ସଫ୍ଟୱେର ସହିତ ଏସ୍‍ଆରସି ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଏବଂ ନିଷ୍ପତ୍ତି ଗ୍ରହଣକାରୀ ବିଭାଗକୁ ଯୋଡ଼ାଯିବ। ସେମାନେ ମଧ୍ୟ ତୁରନ୍ତ ଆଗୁଆ ସୂଚନା ପାଇ ଉଦ୍ଧାର କାର୍ଯ୍ୟ ଅବା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବେ। ଧନଜୀବନ ରକ୍ଷା ଦିଗରେ ଏହି କୌଶଳ ବେଶ୍‍ ସହାୟକ ହେବ ବୋଲି କୁହାଯାଇଛି।
ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ସଫ୍ଟୱେର ସଲ୍ୟୁସନ୍‍ରେ ଏକ ୟୁନିପାଇଡ୍‍ ଡାସ୍‍ ବୋର୍ଡ ରହିବ। ଏଥିରେ ବର୍ଷା ପରିମାଣ ଦର୍ଶାଉଥିବା ଡାସ୍‍ବୋର୍ଡ, ଜଳ ଭଣ୍ଡାର ଡାସ୍‍ ବୋର୍ଡ, ଭୂତଳ ଜଳ ଡାସ୍‍ ବୋର୍ଡ, ମାଇନର ଇରିଗେସନ୍‍ ଏବଂ ଅନୁରୂପ ଜଳସେଚନ ଜଳ ଟ୍ୟାଙ୍କ୍‍ ଡାସ୍‍ ବୋର୍ଡ ସଂଲଗ୍ନ ହେବ। ସେହିପରି ମୃତ୍ତିକା ଆର୍ଦ୍ରତା ଡାସ୍‍ ବୋର୍ଡ, ଉଠା ଜଳସେଚନ ବ୍ୟବସ୍ଥା, ଜଳ ଆବଶ୍ୟକତା ଡାସ୍‍ବୋର୍ଡ, ଜଳ ଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା ଏବଂ ଜଳମଗ୍ନ ସମ୍ପର୍କିତ ପୂର୍ବାନୁମାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ।
ସେହିପରି କେନାଲ ଜଳସେଚନ ପରିଚାଳନା ବ୍ୟବସ୍ଥାକୁ ସଫ୍ଟୱେର ଆଧାରିତ କରାଯିବା ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ କମ୍ପ୍ୟୁଟର୍‍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଅପରପକ୍ଷେ ସଫ୍ଟୱେର ବ୍ୟବସ୍ଥାରେ ପ୍ରୋଜେକ୍ଟ ମଡ୍ୟୁଲ, ଜମି ଅଧିଗ୍ରହଣ ମଡ୍ୟୁଲ, ଥଇଥାନ ପୁର୍ନବାସ ମଡ୍ୟୁଲ, ବିଭାଗର ପ୍ରଦର୍ଶନ ମଡ୍ୟୁଲ ଭଳି ଅନେକ କାର୍ଯ୍ୟକୁ ଗୋଟିଏ ନିୟନ୍ତ୍ରଣ କକ୍ଷ ସହ ଯୋଡ଼ାଯିବ। ରିମୋର୍ଟ ସେନ୍‍ସିଂ ଆଧାରିତ ପ୍ରକଳ୍ପ/ଯୋଜନାର ଅଗ୍ରଗତି ଜାଣିବା ମଧ୍ୟ ଏହାଦ୍ୱାରା ସମ୍ଭବ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୁବର୍ଣ୍ଣରେଖାରେ ମାଡି ଆସୁଛି ବଡ଼ ବନ୍ୟା, ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା
ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ପଶ୍ଚିମ ଓ ଉପକୂଳ ଓଡ଼ିଶାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା ମାଡି ଆସୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ସେପେଟ ଝାରଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ଆସୁଛି। ଯାହା ଫଳରେ ସୁବର୍ଣ୍ଣରେଖା ଅଵବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି।ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।
ସୁବର୍ଣ୍ଣରେଖାରେ ୨୦୦୮ରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ ବୋଲି ଏସ୍‌ଆର୍‌ସି ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି। ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏହି ସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ୟ୍ୟନ୍ତ ରହିବ। ପ୍ରବଳ ବନ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି।
ଅନ୍ୟପଟେ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ବନ୍ୟା ନିଶ୍ଚିତ ବୋଲି ସ୍ପଷ୍ଟ ହେବା ପରେ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ନିଆଯାଇଛି ଏହି ପଦକ୍ଷେପ । ଉଦ୍ଧାର କାର୍ୟ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି।
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ନିଶ୍ଚିତ : ସତର୍କ କଲେ ଏସ୍‌ଆରସି ପ୍ରଦୀପ ଜେନା
ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଶନିବାର ରାତି ୮ଟା ସୁଦ୍ଧା ୧୬ଟି ଗେଟ୍‍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ନିଷ୍କାସନ ହେଉଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀ ସିଷ୍ଟମରେ ଏକ ବଡ଼ ଧରଣର ବନ୍ୟା ହେବା ନେଇ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି।
ବର୍ତ୍ତମାନ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।
ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ । ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।
ଅନ୍ୟପଟେ ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି। ସେ କହିଛନ୍ତି, ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ।
ଛତିଶଗଡ଼ ପରେ ଓଡ଼ିଶା ପାଇଁ ବିପଦ ଆଣିଲା ଝାଡ଼ଖଣ୍ଡ : ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା
ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ଼ ବନ୍ୟା । ଝାଡ଼ଖଣ୍ଡ ଗାଲୁଡିହର ୧୬ଟି ଗେଟ ଖୋଲାଯିବା ଫଳରେ ୪.୨୫ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଫଳରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳକୁ ଅତିରିକ୍ତ ଦୁଇ ଏନଡିଆରଏଫ, ୨ ଓଡ୍ରାଫ୍, ୮ଟି ଫାୟାର ସର୍ଭିସ ଟିମ ପଠାଯାଇଛି । ଭୋଗରାଇ, ବାଲିଆପାଳ ଓ ବସ୍ତାର ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ଏଥିସହ ୪ରୁ ୫ଟି ଅତିରିକ୍ତ ଟିମ୍‌ ଯାଜପୁର ଏବଂ ଭଦ୍ରକକୁ ସକାଳ ହେବା ପୂର୍ବରୁ ପଠାଇବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ ଗେଟ୍‌ ଖୋଲିବା ପରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୩୦ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ଗଣମାଧ୍ୟମକୁ ସୂଚନା ଅନୁସାରେ ଆସନ୍ତା ୩୦ଘଣ୍ଟା ମଧ୍ୟରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି ।
ଗତକାଲି ପୂର୍ବାହ୍ନରେ ଝାଡ଼ଖଣ୍ଡ ସରକାର ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍ ଖୋଲିଥିଲେ। ହେଲେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରି ସେମାନେ ରାତି ୮ଟା ବେଳକୁ ଆଉ ସାତଟି ଏବଂ ରାତି ୧୦.୩୦ଟା ବେଳକୁ ପୁଣି ଦୁଇଟି ଗେଟ୍ ଖୋଲି ଦେଇଛନ୍ତି। ଫଳରେ ମୋଟ ୧୬ଟି ଗେଟ୍ ଦେଇ ଏବେ ୪.୨୫ଲକ୍ଷ କ୍ୟୁସେକ୍ ଜଳ ସୁବର୍ଣ୍ଣରେଖା ଆଡ଼କୁ ମାଡ଼ି ଆସୁଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ବିଳମ୍ବିତ ରାତିରେ ଟ୍ବିଟ୍ କରି ଜଣାଇଛନ୍ତି ଯେ ସୁବର୍ଣ୍ଣରେଖା ନଦୀରେ ଏକ ବଡ଼ ବନ୍ୟା ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ଦୁଇଟି ଏନ୍‌ଡିଆର୍‌ଏଫ୍, ୨ଟି ଓଡ଼୍ରାଫ୍ ଓ ୮ଟି ଅଗ୍ନିଶମ ଦଳ ପଠାଯାଉଛି। ସବୁ ପଞ୍ଚାୟତର ସରପଞ୍ଚ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରି ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ଏସ୍‌ଆର୍‌ସି ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସେଠାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି। ରାତି ୧୨ଟା ସୁଦ୍ଧା ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ (୧୭.୮୩ ମିଟର) ଡେଇଁ ୧୮.୩୬ମିଟର ଛୁଇଁଛି। ବୈତରଣୀ ନଦୀ ଆନନ୍ଦପୁର ଠାରେ ମଧ୍ୟ ବିପଦସଙ୍କେତ ଡେଇଁଯାଇଛି। ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଜଳସ୍ତର ୩୮.୭୯ ମିଟର ଛୁଇଁଲାଣି ଓ ଦ୍ରୁତ ବେଗରେ ବଢ଼ୁଛି। ଏଠାକୁ ମଧ୍ୟ ଅତିରିକ୍ତ ଅଗ୍ନିଶମ ଦଳ ପଠାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବୁଢ଼ାବଳଙ୍ଗ ଏବଂ ବଂଶଧାରା, ଋଷିକୁଲ୍ୟା ନଦୀ ବଢ଼ୁଥିବା ବେଳେ ଏବେ ଏହି ଦୁଇଟି ନଦୀ ଦ୍ରୁତ ବେଗରେ ଫୁଲୁଥିବା କାରଣରୁ ରାଜ୍ୟ ପୁଣି ଗୋଟିଏ ଭୀଷଣ ବନ୍ୟା ପରିସ୍ଥିତି ସାମ୍ନା କରିବାକୁ ଯାଉଛି। ତେବେ ଆଶ୍ବସ୍ତର ବିଷୟ ହେଉଛି, ରିପୋର୍ଟ ଲେଖା ହେବା ବେଳକୁ ମହାନଦୀ ଓ ଏହାର ଶାଖା ନଦୀରେ ଜଳପ୍ରବାହ କମୁଛି। ଛତିଶଗଡ଼ରେ ହେଉଥିବା ବର୍ଷାର ବିଶେଷ ପ୍ରଭାବ ଏଯାଏ ପରିଲକ୍ଷିତ ହୋଇନାହିଁ।
ଶୁକ୍ରବାର ରାତିରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ବୁଢ଼ାବଳଙ୍ଗ, କତରା ନଦୀରେ ବନ୍ୟା‌ ଆସି ତଳିଆ ଅଞ୍ଚଳରେ ପାଣି ପଶିଛି। ଜିଲ୍ଲାର ସବୁ ଛୋଟବଡ଼ ନଦୀ ଓ ନାଳ ଉଛୁଳୁଥିବାରୁ ଅଧିକାଂଶ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋରଡ଼ା, ରାସଗୋବିନ୍ଦପୁର, ବେତନଟୀ, ବାଙ୍ଗିରିପୋଷି, ବିଶୋଇ ଆଦି ବ୍ଲକ୍‌ର ପ୍ରମୁଖ ରାସ୍ତାରେ ୪-୫ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। ଶୁକୃଳି ଓ ରରୁଁଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖଇରୀଭଣ୍ଡାର ନଦୀରେ ଜଳସ୍ତର ବଢ଼ି ଚାଲିଥିବା ବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ କତରା ନଦୀରେ ବନ୍ୟା ଆସି ବାଙ୍ଗିରିପୋଷି ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ସହିତ ଜଳକା ବି ଫୁଲୁଛି। ଲଗାଣ ବର୍ଷାରେ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ନୀଳଗିରି ବ୍ଲକର ୧୯ଟି ପଞ୍ଚାୟତର ୩୪ଟି ଗାଁ ଏବଂ ବାଲେଶ୍ବର, ଜଳେଶ୍ବର ଓ ନୀଳଗିରି ପୌରାଞ୍ଚଳରେ ୫୨୮୧ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ବିତ୍ପାତରେ ୨୦୦ରୁ ଅଧିକ କଚ୍ଚାଘର ଭାଙ୍ଗିଯାଇଛି।