Flood in mahanadi - The Sakala

କାଲିଠୁ ରାଜ୍ୟରେ ଲଗାତାର ୩ ଦିନ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା
ଭୁବନେଶ୍ବର : ରାଜ୍ୟରେ ଲଗାତର ଲଘୁଚାପ ପ୍ରଭାବରେ ରାଜ୍ୟବାସୀ ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପୁଣି ଆସିଛୁ ଆଉ ଏକ ଲଘୁଚାପ। ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ୨୩ରୁ ୨୪ ତାରିଖ ମଧ୍ୟରେ ଉପକୂଳ-ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ରହିଛି । ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ବର୍ଷା ନେଇ ସମ୍ଭାବିତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୩ ତାରିଖ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି ପ୍ରଭୃତି ୧୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କରୋପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି। ଏ ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ରାଜ୍ୟରେ ସକ୍ରିୟ ମୌସୁମୀ ଓ ଏକାଧିକ ଲଘୁଚାପ ଯୋଗୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ହୋଇଥିବା ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।ଚଳିତ ମୌସୁମୀ ସିଜନର ଆରମ୍ଭରୁ ଭଲ ବର୍ଷା ହୋଇ ନଥିଲା। ହେଲେ ଏବେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ପରିମାଣ ବଢ଼ିଛି। ସେହିପରି ଲଘୁଚାପ ଯୋଗୁ ମୌସୁମୀ ମଧ୍ୟ ସକ୍ରିୟ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଉପକୂଳ ଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୟଙ୍କର ବନ୍ୟା ସମସ୍ୟା ଦେଖାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ଅଗଷ୍ଟ ୨୧ ମଧ୍ୟରେ ମୋଟ ୯୩୪.୨ ମିଲିମିଟର ବର୍ଷା ସମଗ୍ର ରାଜ୍ୟରେ ହୋଇଛି। ଏହି ସମୟରେ ସାଧାରଣତଃ ୮୧୧.୯ ମିମି ବର୍ଷା ରେକର୍ଡ ହେବା କଥା। କିନ୍ତୁ ଚଳିତ ଥର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସ୍ୱାଭାବିକ ଠାରୁ ଅଧିକ ୭୩% ବର୍ଷା ରେକର୍ଡ ହୋଇଛି।ଏହାପଛକୁ ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକ ୬୨% ବର୍ଷା ରେକର୍ଡ କରାଯାଇଛି। ସେହିପରି ଦେବଗଡ଼ରେ ୪୦%, ଢେଙ୍କାନାଳରେ ୨୯%, ଜଗତସିଂହପୁରରେ ୨୧%, ନୟାଗଡ଼ରେ ୨୨%, ନୂଆପଡ଼ାରେ ୨୦%, କୋରାପୁଟରେ ୩୦%, ରାୟଗଡ଼ାରେ ୩୩% ଓ ଗଜପତିରେ ସ୍ୱାଭାବିକ ଠାରୁ ୨୦% ଅଧିକ ବର୍ଷା ହୋଇଛି। ରାଜ୍ୟର ବାକି ୨୦ ଜିଲ୍ଲାରେ ସ୍ୱାଭବିକ ବର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ : ସତର୍କ କଲା ପାଣିପାଗ ବିଭାଗ, ବନ୍ଦର ଗୁଡିକ ପାଇଁ ଜାରିହେଲା ୩ନମ୍ବର ବିପଦ ସଂକେତ
ଭୁବନେଶ୍ବର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଆଜି ସଂଧ୍ୟାରେ ଏହା ବାଲେଶ୍ୱର ଏବଂ ସାଗର ଦ୍ୱୀପ ମଧ୍ୟରେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ଏହା ବାଲେଶ୍ୱରରୁ ପୂର୍ବ ଦକ୍ଷୀଣ ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଏହା ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଗଲାଣି ବର୍ଷା । ଆଜି ଓ କାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ। ସେହିପରି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କରେ ୫୫ରୁ ୬୫ କିମ ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି । କେବଳ ସେତିକି ନୁହେଁ ୭୦ କିମି ବେଗରେ ପବନ ଝଟକା ଦେଇପାରେ। ଏଥି ପାଇଁ ପାଣିପାଗ ବିଭାଗ ସତର୍କ କରିଛି।

▶️ ଘନୀଭୂତ ହେଉଛି ଅବପାତ, ବର୍ଷା ଜନିତ ସର୍ବାଧିକ ପ୍ରଭାବ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକକୁ ରେଡ ଚେତାବନୀ

▶️ ମୟୂରଭଞ୍ଜ,ବାଲେଶ୍ୱର ଏବଂ ଭଦ୍ରକରେ ପବନ ଜନିତ ଚେତାବନୀ ଜାରି, ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି, ସର୍ବାଧିକ ୭୦କିମି ଅନୁଭୂତ ହେବାର ସମ୍ଭାବନା:@mcbbsr @SRC_Odisha,@DM_Bhadrak,@DBalasore pic.twitter.com/RxM9dez2pl

— PIB in Odisha (@PIBBhubaneswar) August 19, 2022

ବର୍ଷା ପବନକୁ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଏସବୁ ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ୨୦ ତାରିଖରୁ ୨୧ତାରିଖ ସାଢେ ୮ଟା ଯାଏଁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବେବଗଡ, ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । କିଛି ଅଞ୍ଚଳରେ ଏହା ୭୫ କିଲୋମିଟର ବେଗ ପର୍ଯ୍ୟନ୍ତ ରହିପାରେ ।

ସମ୍ଭାବ୍ୟ ଗଭୀର ଅବପାତ ସହ ଜଡିତ ଶକ୍ତିଶାଳୀ ପବନ ପ୍ରଭାବରେ ବିଭିନ୍ନ ଜିଲ୍ଲାଗୁଡ଼ିକୁ ଜାରିହୋଇଥିବା ଚେତାବନୀ ଏବଂ ସମ୍ଭାବ୍ୟ ପ୍ରଭାବ pic.twitter.com/ikq1UEDHCd

— Meteorological Centre, Bhubaneswar (@mcbbsr) August 19, 2022

ସେପେଟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି। ବେଳେବେଳେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ପ୍ରବାହିତ ହେଉଛି। ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହା ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳ ଓ ବାଙ୍ଗଲାଦେଶ ଉପକୂଳକୁ ବାଲେଶ୍ୱର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ।

ଆଜି ପବନର ବେଗରେ ସେତିକି କିଛି ଫରକ ପଡ଼ିବ ନାହିଁ। ଆସନ୍ତାକାଲି ଏହା ଧୀରେ ଧୀରେ କମିବ। ଫଳରେ ୪୦ରୁ ୫୦ କିମି ବେଗରେ ଘଣ୍ଟା ପ୍ରତି ପବନ ବୋହିବ। ଏହା ପ୍ରଭାବରେ ଆସନ୍ତା କାଲି ମଧ୍ୟାହ୍ନ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତାକାଲି ଦ୍ୱିପ୍ରହର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସବୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ଅଞ୍ଚଳରେ ପବନ ବେଗ ଆଜି ମଧ୍ୟରାତ୍ରି ପର୍ୟ୍ୟନ୍ତ ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ। ତା‘ ପରେ ବେଗ କମିବ। ପଶ୍ଚିମବଙ୍ଗରେ ଚବିଶପ୍ରଗଣା ଜିଲ୍ଲାରେ ପବନ ବେଗ ସର୍ବାଧିକ ୫୫-୬୫ କିମି ରହିବ।

ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ ସହାୟତା ଘୋଷଣା
ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T  ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।

ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁ ର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଢେଉ ଖେଳୁଛି। ଯୁଆଡ଼େ ଚାହିଁଲେ କେବଳ ପାଣି ଆଉ ପାଣି । ଜମି ଓ ରାସ୍ତା ଏକାକାର ହୋଇଯାଇଛି । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି । ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ସେପଟେ ପୁଣିଗୋଟେ ଲଘୁଚାପ ଆସୁଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆଜିଠୁ ପ୍ରବଳ ବର୍ଷା ହେବ । ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ। ବର୍ଷା ହେଲେ ପାଣି ବଢିବା ସହ ଲୋକଙ୍କ କଷ୍ଟ ଆହୁରି ବଢିଯିବ।

ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪ ଗେଟ୍‌, ୩୨ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ
ଭୁବନେଶ୍ବର/ସମ୍ବଲପୁର :  କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୪ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମହାନଦୀ କୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୪.୪୩ ଫୁଟ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ରେ ରଖିବାକୁ ଚେଷ୍ଟା କରାଯାଉଛି । ଆଜି ହୀରାକୁଦ ୬ ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୪୦ ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ୬ଟି ବନ୍ଦ ହେବାପରେ ୩୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ବନ୍ଦ କରାଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

ଅନ୍ୟପଟେ ଆଉ ଏକ ଲଘୁଚାପ ଆସୁଥିବାରୁ ଏପରି ସମୟରେ ବନ୍ୟା ପରିଚାଳନା ନେଇ ଏସଆରସି କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଲଘୁଚାପ ଅବପାତର ରୂପ ନେଇପାରେ । ତାହା ପ୍ରଭାବରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଆଜି ସନ୍ଧ୍ୟାରୁ ୨୦ ତାରିଖ ଯାଏଁ ବର୍ଷା ହେବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ବର୍ଷା ହେବ। ତେବେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅତି ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ମହାନଦୀ ଉପର ଓ ତଳମୁଣ୍ଡରେ ହାରାହାରି ୨୫ରୁ ୩୦ ମିମି ମଧ୍ୟରେ ବର୍ଷା ହେବ । ଆମେ ସେହି ଅନୁଯାୟୀ, ଯୋଜନା ପ୍ରସ୍ତୁତ କରୁଛୁ । ବିଭାଗୀୟ ଟିମ୍‌ ନୂଆ ମଡେଲ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେଲେ ବି ବନ୍ୟା ସୁପରିଚାଳନା ନିମନ୍ତେ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ଆରସି ।

ପାଇକା ନଦୀର କାଠକୋଟ ଓ ତେରମାଣପୁରରେ ଦୁଇଟି ବୃହତ ଘାଈ : ବିପଦ ସଙ୍କେତ ଉପରେ ଦେବୀ ନଦୀ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ ହେବା ପରେ ବହୁ ବ୍ୟକ୍ତି ପାଣିଘେରରେ ରହିଥିବା ସୂଚନା ମିଳିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଘାଈ ସଂଖ୍ୟା ୪କୁ ବୃଦ୍ଧି ଘଟିଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଦଳେଇଘାଇ ନିକଟରେ ଦେବୀ ନଦୀ ବିପଦ ସଂକେତ ଉପରେ ଥିବାରୁ ଲୋକମାନେ ଅତଙ୍କିତ ଅବସ୍ଥାରେ ରହିଛନ୍ତି। ଆଳି ପିଙ୍ଗଳଠାରେ ମଧ୍ୟ ବିପଦ ସଂକେତ ଉପରେ ଦେବୀନଦୀ ଜଳ ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଛୋଟ ଛୋଟ ଘଳିଆ ଅଗାମୀ ଦିନରେ ଘାଈର ସଂଖ୍ୟା ବୃଦ୍ଧିରେ ସହାୟକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନେବା ସହିତ ରିଲିଫ ଅପରେସନ ଜାରି ରହିଛି।

ଖବରରୁ ପ୍ରକାଶ , ଚଳିତ ବନ୍ୟାରେ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଜିଲ୍ଲାର କୁଜଙ୍ଗ ଓ ତିର୍ତୋଲ ଅଂଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବହୁ ରାସ୍ତାଘାଟ ଓ ସେତୁ ପାଣିରେ ବୁଡିରହିଥିବା ସମୟରେ ବନ୍ୟାଂଚଳର ଅଧିକାଂଶ ଘରେ ପାଣି ପଶିଛି। ମଙ୍ଗଳବାର ସକାଳ ୯ଟା ସମୟରେ କୁଜଙ୍ଗ ବ୍ଲକର ରାହାମା ନିକଟ ତେରମାଣପୁରରେ ଏକ ଘଳିଆ ପଡିଥିବାବେଳେ ଏଠାରେ ଘାଈ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା। ନିଜ ଗୃହ ପାଳିତ ଜୀବଙ୍କ ସହିତ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ତଥା ସ୍କୁଲ ଗୃହକୁ ବନ୍ୟା ବିପନ୍ନଙ୍କୁ ନିଆଯାଇଥିଲା। ବହୁ ଲୋକ ନିଜର ଗୃହପାଳିତ ଜୀବ ସହିତ ସୁରକ୍ଷା ସ୍ଥଳୀରେ ଆଶ୍ରୟ ନେଇଥିିଲେ। ଏପରିକି କିଛି ଗୃହ ପାଳିତ ପଶୁ ବନ୍ୟା ଘେରରେ ରହିଥିବାବେଲେ ଓଡ୍ରାଫ , ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ସେମାନଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ଏଠାରେ ଲୋକଙ୍କୁ ସୁଖିଲା ତଥା ରନ୍ଧା ଖାଦ୍ୟଦେବାର ବ୍ୟବସ୍ଥ କରାଯାଇଥିବା ସୂଚନା ମିଳିଛି। ଏହି ଘାଈ ଦା୍ୱରା ପ୍ରାୟ ୪ଟି ପଂଚାୟତ ୧୫ଟି ଗାଁ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ସେହିପରି ଆଜି ଅପରାହ୍ନରେ ଏହି ବ୍ଲକର ପାଇକା ନଦୀର କାଠକୋଟ ଠାରେ ୫୦ ମିଟରରୁ ଅଧିକ ଏକ ସୁଦୀର୍ଘ ଘାଈ ସୃଷ୍ଟି ହୋଇଥିଲା। ଏଠାରେ କୌଣସି ଘଳିିଆ ନଥିବା ବେଳେ ହଠାତ୍ ନଦୀ ବନ୍ଧ ଧସିବା ସହିତ ଏହି ଘାଈ ସୃଷ୍ଟି ହୋଇଥିଲା। ତେବେ ୧୯୮୨ ମସିହା ବା ଏହା ପୂର୍ବରୁ ଏଠାରେ କେବେ ଘାଈ ହୋଇନଥିବା ଲୋକମାନେ ପ୍ରକାଶ କରିଛନ୍ତି। ଏହି ଘାଇ ପାଇଁ ପୂର୍ବରୁ ଲୋକମାନେ ପ୍ରସ୍ତୁତ ନଥିବାରୁ ବହୁ ଲୋକ ପାଣିଘେରରେ ରହିଥିବା ସୂଚନା ମିଳିଛି।  ଏହିଘାଇ ଦ୍ୱାରା ତିନି ହଜାରରୁ ଅଧିକ ଲୋକ ଏବେ ଜଳବନ୍ଦି ହୋଇପଡିଛନ୍ତି। କାଠକୋଟ ଓ ବାଣସରା ର ମଧ୍ୟବର୍ତୀ ସ୍ଥାନରେ ହୋଇଥିବା ଏହି ଘାଈ ସିଧାସଳଖ ୭ଟି ପଂଚାୟତ ଉପରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି। ଏହି ପଂଚାୟତ ଗୁଡିକ ହେଲେ କାଠକୋଟ, ବାଣସରା , ବାଲିକଣି, କୋଲର, ହଂସୁରା ଓ ଗୋବର୍ଦ୍ଧନପୁର । ସେହିପରି ଗୋବର୍ଦ୍ଧନପୁର , ବାଣସରା ଓ କାଠକୋଟ ପଂଚାୟତର ଗ୍ରାମଗୁଡିକ ବନ୍ୟା ପ୍ରଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଜଳ ବନ୍ଦି ହୋଇ ରହିବେ ବୋଲି ଜଣାପଡିଛି। କୁଜଙ୍ଗ ଓ ତିର୍ତୋଲ ବ୍ଲକର କ୍ରିଷ୍ଣାନନ୍ଦପୁରଠାରୁ ବାଲିକଣି ପଂଚାୟତ ପର୍ଯ୍ୟନ୍ତ ମୋଟ ୧୨ଟି ପଂଚାୟତର ୫୦ଟିରୁ ଅଧିକ ଗ୍ରାମବାସୀ ଓ ହଜାର ହଜାର ହେକ୍ଟର ଚାଷଜମି ଏହି ଘାଈ ଦ୍ବାରା ପ୍ରଭାବିତ ହେବେ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାର ମହାନଦୀ ଅବବାହିକାରେ ଥିବା ରଘୁନାଥପୁର , କୋଟକଣା, ତିର୍ତୋଲ , ଶଂଖେସ୍ୱର, କାଠକୋଟ ଆଦି ତଳିଆ ଅଂଚଳରେ ରାସ୍ତା ଉପରେ ପାଲଟାଣି ରହୁଥିବା ଶହ ଶହ ଲୋକଙ୍କୁ ଗତ କାଲିଠାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଇଛି। ଘରେ ପାଣି ପଶିଯିବାପରେ ଗତ ଦୁଇଦିନଧରି ଏହି ଲୋକମାନେ ନଦୀ ଓ ନାଳ ବନ୍ଧ ତଥା ଉଚ୍ଚ ସ୍ଥାନରେ ପଲିଥିନ ତଳେ ଆଶ୍ରୟ ନେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସମୟରେ ଆବଶ୍ୟକ ରନ୍ଧା ଓ ସୁଖିଲା ଖାଦ୍ୟ ସହିତ ଆବଶ୍ୟକ ପାନୀୟ ଜଳ ଓ ଔଷଧର ଅଭାବ ରହିଥିବା ଅଭିଯୋଗ ହେଉଛି। ସେହିପରି କେତେକ ଆଶ୍ରୟ ସ୍ଥଳୀରେ ବିଦ୍ୟୁତର ବ୍ୟବସ୍ଥା ନଥିିବା ସତ୍ୱେ ଲୋକଙ୍କୁ କ୍ୟାଣ୍ଡେଲ ଦିଆଯାଇନଥିବାରୁ ସେମାନେ ଅନ୍ଧାରରେ ରହିଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ତିର୍ତୋଲକୁ ସଂଯୋଗ କରୁଥିବା ଶଙ୍ଖେଶ୍ୱର , କୋଲର , ଗରଦପୁର ଓ ପାଟକୁରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟତ ବାଧା ପ୍ରାପ୍ତ ହେବା ସହିତ ଯୋଗାଯୋଗରୁ ଏହି ଅଂଚଳ ବିଛିନ୍ନ ହୋଇପଡିଛି। ପ୍ରତି ବର୍ଷ ଏହି ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ଥାନୀୟ ଅଂଚଳର ଶହ ଶହ ଲୋକ ଅଭିଯୋଗ କରିଛନ୍ତି।

୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ କରିଛି, ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ : ଏସ୍‌ଆରସି
ଭୁବନେଶ୍ବର : ମୁଣ୍ଡୁଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା, ସନ୍ଧ୍ୟା ୭ଟା ବେଳେ ୧୦ ଲକ୍ଷ ୪୯ ହଜାର ଥିଲା ଏବେ ଅର୍ଥାତ ୮.୩୦ରେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହା ଆହୁରି କମିି ୯ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସଆରସି କହିଛନ୍ତି ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିବାରେ ଲାଗିଛି । ସେହିଭଳି ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ସକାଳେ ଜଳସ୍ତର ଆହୁରି କମିବାକୁ ଲାଗିବ । ଆଜି ରାତି ଗୁରୁତ୍ୱପୂର୍ଣ୍ଣ ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ପାଣି ଆସୁଥିବାରୁ ବନ୍ୟାରେ ପ୍ରଭାବିତ ସଂଖ୍ୟା ଆହୁରି ବଢିପାରେ ।

ବନ୍ୟା ଯୋଗୁଁ ରାଜ୍ୟର ୬ ଟି ଘାଇ ସୃଷ୍ଟି ହୋଇଛି। ।୧୯୭ ଘଳିଆ ବନ୍ଦ ହୋଇଛି। କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି, ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି। ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳ ମାନଙ୍କୁ ସତର୍କ କରାଯାଇଛି। ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ପ୍ରଶାସନ ପାଖରେ ପଲିଥିନ୍ ଗଛିତ ଅଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକ ଏବେ ବି ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୪୨୫ ଗାଁ ଜଳବନ୍ଦୀ । ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ। ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟୀତ୍ୱ ଦିଆଯାଇଛି।

ଅନ୍ୟପଟେ  ଏବେ ହୀରାକୁଦରେ ରିଜର୍ଭର ୬୨୬.୧୪ ଫୁଟ୍ ଅଛି । ବରମୁଳରେ ଏବେ ପହଞ୍ଚଛି ବନ୍ୟା ଜଳ। ଆସନ୍ତାକାଲି କାଲି ୯ ଟାରେ ମୁଣ୍ଡୁଳୀରେ ପହଞ୍ଚିବ। ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି। ଏବେ ୪୦ ଟି ଗେଟ୍ ଖୋଲା ରହିବ। କାଲିଠୁ ବର୍ଷା ସମ୍ଭାବନା ଥିବାରୁ ଆମେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିଛୁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ଏହି ବ୍ଲକର ସମସ୍ତ ସ୍କୁଲ ୨ ଦିନ ପାଇଁ ବନ୍ଦ, ଜାଣନ୍ତୁ ଆଉ କେଉଁ ଜିଲ୍ଲାର ସ୍କୁଲ ଛୁଟି ନେଇ ହୋଇଛି ଘୋଷଣା
ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାରି ମଧ୍ୟ ବନ୍ୟା ସ୍ଥିତିକୁ ଦେଖି ପ୍ରଭାବିତ ହେଉଥିବା ଅଞ୍ଚଳର ସ୍କୁଲକୁ ଛୁଟି ଘୋଷଣା କରାଯାଉଛି।

ବନ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ବ୍ଲକରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଆଜି ଅପରାହ୍ନରେ କେବଳ ଗୋଟିଏ ବ୍ଲକ ଗରଦପୁର ଶିକ୍ଷା ସର୍କଲ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ବ୍ଲକ ଶିକ୍ଷାଧିକାରୀ ଛୁଟି ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାର ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ଆସିବା ବାରଣ ଥିବା ବେଳେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ, ଜରୁରୀକାଳୀନ କାର୍ଯ୍ୟ ସମେତ ରିଲିଫ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି।

ଅନ୍ୟପଟେ ଏହାପୂର୍ବରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍‌କୁ ୨ ଦିନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଗଣିଆ ବ୍ଲକର ୧୧ଟି ସ୍କୁଲ, ଖଣ୍ଡପଡ଼ା ବ୍ଲକର ୨ଟି ଓ ଭାପୁର ବ୍ଲକରେ ୧୨ଟି ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ୩ଟି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ସେହପରି ଆସନ୍ତାକାଲି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟ ପାଣି ପ୍ରବେଶ କରିଥିବାରୁ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ତଳିଆ ଅଞ୍ଚଳ ସ୍କୁଲରେ ଅଣ୍ଟାଏ ଲେଖା ବନ୍ୟା ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଅଘଟଣ ଆଶଙ୍କାକୁ ଏଡ଼ାଇବାକୁ ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ପ୍ରେସ୍‌ମିଟ୍‌ : ବନ୍ୟାରେ ପ୍ରଭାବିତ ୨୬ ହଜାରରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତର, ୯୭ଟି ସ୍ଥାନରେ ଦିଆଯାଉଛି ରନ୍ଧା ଖାଦ୍ୟ
ଭୁବନେଶ୍ବର : ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ହେତୁ ରାଜ୍ୟର ୪୯ଟି ବ୍ଲକ୍, ୩୬୯ ଗ୍ରାମ ପଞ୍ଚାୟତ ଏବଂ ୧୩୬୬ଟି ଗାଁ ପ୍ରଭାବିତ ହୋଇଛି । ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ୯୦ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ୭୦୭ରୁ ଉର୍ଦ୍ଧ୍ୱ ଘର ବନ୍ୟାରେ ନଷ୍ଟ ହୋଇଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ମହାନଦୀରେ ପିକ୍‌- ଫ୍ଲୋ ଚାଲିଛି। ମୁଣ୍ଡୁଳିରେ ୮ ରୁ ୯ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ ଜାରି ରହିବ। ଏହି ପିକ୍‌-ଫ୍ଲୋ ଆଜି ସନ୍ଧ୍ୟା ୬ରୁ ଆରମ୍ଭ ହୋଇଛି। ଏହା ପ୍ରାୟ ୯ ଘଣ୍ଟା ଯାଏଁ ରହିପାରେ। ମଙ୍ଗଳବାର ରାତି ୯ଟାରେ ମୁଣ୍ଡୁଳିରେ ୧୨ ଲକ୍ଷ୍ୟ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ବୁଧବାର ଭୋର ସକାଳ ୩ଟା ବେଳକୁ ବନ୍ୟାଜଳସ୍ତର କମିବା ଆରମ୍ଭ ହୋଇଯିବ। ଆଜି ରାତି ୧୨ ରୁ ୧ଟା ମଧ୍ୟରେ ମୁଣ୍ଡୁଳି ଠାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ବନ୍ୟାଜଳ ପ୍ରବେଶ କରିବ। ଏହା ସମୁଦ୍ରରେ ପହଞ୍ଚିବା ପାଇଁ ଆଉ ୧୨ ରୁ ୧୮ ଘଣ୍ଟା ଲାଗିବ। ମୁଣ୍ଡଳୀରେ ୯ଘଣ୍ଟା ବନ୍ୟାପାଣି ପିକରେ ରହିବ । କାଲି ସନ୍ଧ୍ୟା ୬ରୁ ୯ଟା ମଧ୍ୟରେ ପିକ୍‌ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ ରାଜ୍ୟର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଏବେ ବି ଜଳଘେରୀ ଭିତରେ ଫସି ରହିଛନ୍ତି । ୨୩୭ଟି ଗାଁର ଲୋକ ଜଳ ଘେରୀ ଭିତରେ ଫସିଥିବା ଏସଆରସି ସୂଚନା ଦିଆଯାଇଛି । ତେବେ ପ୍ରଶାସନ ତରଫରୁ ଯେଉଁ ଲୋକଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ରାଜ୍ୟର ୨୬ରୁ ୨୭ ହଜାର ଲୋକଙ୍କୁ ବର୍ତ୍ତମାନ ମାଗଣା ଖାଇବା ଯୋହାଇ ଦିଆଯାଉଛି । ଆବଶ୍ୟକତାକୁ ଦେଖି ଜିଲ୍ଲାପାଳମାନେ ପଦକ୍ଷେପ ନେବେ ବୋଲି ଏସ୍‌ଆର୍‌ସି କହିଛନ୍ତି ।

ଅନ୍ୟପଟେ ମହାନଦୀର ଦୁଇଟି ଜାଗାରେ ଅର୍ଥାତ ପୁରୀର ମକରା ଓ ଖୋର୍ଦ୍ଧା ରାଜୁଆ ରାଇଟରେ ଘାଇ ସୃଷ୍ଟି ହୋଇଛି। ବନ୍ୟାରେ ମୋଟ ୪୯ ଟି ବ୍ଲକ ଓ ୧୭୫ ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ୨୩୭ ଟି ଗାଁ ଏବେବି ଜଳବନ୍ଦି ରହିଛି। ୭୦୭ଟି ଘର ନଷ୍ଟ ହୋଇଥିବା ଖବର ରହିଛି। ସେହିପରି ୨୪ ହଜାର ହେକ୍ଟର ଚାଷଜମି କ୍ଷତି ହୋଇ ଥିବା ବେଳେ ଆଜିଠୁ ୨ଦିନ ପର୍ୟ୍ୟନ୍ତ ସତର୍କ ରହିବ ପାଇଁ ସତର୍କ ସୂଚନା ଦିଆଯାଇଛି ବୋଲି ଏସଆରସି ଗଣମାଧ୍ୟମକୁ କହିଛନ୍ତି।

ସେହିପରି ବର୍ଷାରେ ମଧ୍ୟ ୪୭ ବ୍ଲକର ୧୭୫ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀରେ ବିପଦ ସଙ୍କେତରେ ବହୁତ ତଳେ ଅଛି ପାଣି । ରାତି ୩ଟା ପରେ କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବନ୍ୟା ଜଳ ପିକରେ ପ୍ରବାହିତ ହେବ । ତେଣୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଏସଆରସି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଜାରି ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଦୀପ ଜେନା କହିଛନ୍ତି ।

୧୦ ଜିଲ୍ଲାରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି : ସପ୍ତାହକ ପାଇଁ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀରେ ବନ୍ୟାଜଳ ଫୁଲିଛି। ଏବେ ମହାନଦୀର ବନ୍ୟାଜଳ ପିକ୍‌-ଫ୍ଲୋ ଦେଇ ଗତି କରୁଛି।୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି ।

ରାଜ୍ୟର ୧୦ ଜିଲ୍ଲାରେ ଉତ୍କଟ ବନ୍ୟା ସ୍ଥିତି ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଛନ୍ତି । ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କାହାରିକୁ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ।

ଆଜି ହୀରାକୁଦ ଡ୍ୟାମ୍‌ର ୪୦ଟି ଖୋଲା ଯାଇଛି। ଯାହା ଫଳରେ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକର ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବେଶ ଯୋଗୁ ଲୋକମାନେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିବା ପାଇଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି । । ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ଦିନ ପାଇଁ ବାତିଲ କରିଦିଆଯାଇଛି । ଏହାସହିତ ଇଞ୍ଜିନିୟରମାନଙ୍କୁ ନିଜ ସ୍ଥାନ ଛାଡ଼ି ନଯିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଯେଉଁସ୍ଥାନରେ ଲୋକ ଜଳବନ୍ଦୀ ଅଛନ୍ତି ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆରଏଫ୍‌, ୯ଟି ଓଡ୍ରାଫ ଓ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବନ୍ୟା ଜଳ ପ୍ରଭାବିତ ଅଂଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପଶୁସମ୍ପଦ ବିଭାଗର ଟିମକୁ ମଧ୍ୟ ସଜାଗ ରଖାଯାଇଛି । ଗୋଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶକ୍ତି ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଚିନ୍ତା ବଢ଼ାଉଛି ମହାନଦୀରେ ବନ୍ୟା : ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ, ଗାଁ ଭିତରେ ଚାଲିଲା ଡଙ୍ଗା
ଭୁବନେଶ୍ବର/ସୁବର୍ଣ୍ଣପୁର :  ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ହେବାରୁ ଜଳ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

ହୀରାକୁଦ ଜଳଭଣ୍ଡାର ସୂଚନା ଅନୁସାରେ  ରବିବାର ସନ୍ଧ୍ୟା ୬ଟାରେ ଡ୍ୟାମ୍‌କୁ ହାରାହାରି ୭,୩୫,୧୮୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ବିଭିନ୍ନ ରାସ୍ତାରେ ୫,୬୩,୫୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଛଡ଼ାଯିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି। କାରଣ ହୀରାକୁଦ ତଳିଆ ଅଞ୍ଚଳରେ ଜିରା, ସୁକତେଲ, ତେଲ, ବାଘ ଆଦି ପ୍ରମୁଖ ନଦୀର ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କୁ ଏବେ ବନ୍ୟା ଚିନ୍ତା ଘାରିଛି। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, କଟକ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର କୂଳରେ ବସବାସ କରୁଥିବା ଜନବସତିକୁ ଏବେ ଭାଲୋଣି ପଡ଼ିଛି। କିଛି ଅଞ୍ଚଳରେ ବନ୍ୟା ଜଳ ଏବେ ଗାଁରେ ପ୍ରବେଶ କରିଲାଣି। ଆଗକୁ ବର୍ଷା ବଢୁଥିବାରୁ ପାଣି ମଧ୍ୟ ବଢିବ।

ସେପେଟ ସୋନପୁର ସହରର ତଲପଡା, କୁମ୍ଭାରପଡା, ତେନ୍ତୁଳି ଘାଟ ଆଦି ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ତେବେ ମହାନଦୀ ଆଉ ଫୁଲିଲେ ବଡ ବନ୍ୟାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପୁଣି ବିଜେପୁର ଧର୍ମଶାଳା ମଧ୍ୟରେ ଥିବା ପୋଲ ଉପରେ ପାଣି ବୋହୁଥିବା ଯୋଗୁଁ ଏହି ରାସ୍ତାରେ ସୋନପୁର-ବୀରମହାରାଜପୁରକୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ନଦୀ କୂଳର ବହୁ ଅଞ୍ଚଳରେ ଥିବା ଚାଷ ଜମିରେ ମଧ୍ୟ ବନ୍ୟାପାଣି ମାଡିଥିବା ଅଭିଯୋଗ ହୋଇଛି। ତେବେ ବର୍ଷା କମୁନଥିବାରୁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ ଦିନ କାଟୁଛନ୍ତି। ତିନି ଦିନ ହେଲା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି। ୧୩ ତାରିଖ ଏବଂ ୧୪ ତାରିଖରେ ଜିଲ୍ଲାରେ ଅତି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୧୩ ତାରିଖରେ ଜିଲ୍ଲାରେ ୪୧୫.୬ ଏମ୍ଏମ୍ ଏବଂ ୧୪ ତାରିଖରେ ୪୫୦.୨ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳପଶି ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ। ସମ୍ବଲପୁରରେ ହୀରାକୁଦ କଲୋନିରେ ୩ ଫୁଟ ପାଣି ରହିଛି। ଏଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇ ରିଲିଫ ଯୋଗାଇ ଦିଆଯାଉଛି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୪ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାପାଣି ପଶିଛି।

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼, ଆଗୁଆ ସୂଚନା ନଦେଇ ମନଇଚ୍ଛା ଛାଡୁଛି ପାଣି
ଭୁବନେଶ୍ୱର: ଛତିଶଗଡ଼ର ମନମାନି କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ମରୁଡ଼ି ହେବ, ମୌସୁମୀ ସମୟରେ ବନ୍ୟା ହେବ। ଏହାର ଜଳ୍ୱନ୍ତ ଉଦାହରଣ ନିକଟ ୨-୩ ବର୍ଷ ହେବ ଦେଖିବାକୁ ମିଳୁଛି। ବର୍ତ୍ତମାନ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ଛତିଶଗଡ଼ର ଭୁଲ୍‍ ବନ୍ୟା ପରିଚାଳନା ନୀତି ଏବଂ ଅସହଯୋଗ ମନୋଭାବ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁଙ୍କ ଅନୁଯାୟୀ ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‍ଗୁଡ଼ିକରୁ କେତେ ଜଳ ଛଡ଼ାଯାଉଛି ସେ ବିଷୟରେ କୌଣସି ଆଗୁଆ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‍ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି ଦୁଇରାଜ୍ୟ ମଧ୍ୟମରେ ସମନ୍ୱୟ ବୈଠକ ନିୟମିତ ଭାବେ ହେବା ନେଇ ବ୍ୟବସ୍ଥା ରହିଥିଲେ ହେଁ ଏଥିରେ ଛତିଶଗଡ଼ ସରକାର ଅସହଯୋଗ ମନୋଭାବ ପୋଷଣ କରୁଛନ୍ତି ବୋଲି ଶ୍ରୀ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେହିପରି ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ଛତିଶଗଡ଼ରେ ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ପାଇଁ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସେଥିପାଇଁ ସେମାନେ ହୀରାକୁଦ ଡ୍ୟାମର ଅଧିକ ଗେଟ୍‍ ଖୋଲିବା ପାଇଁ ଓଡ଼ିଶା ନିକଟରେ ଅନୁରୋଧ କରୁଛନ୍ତି। ତେବେ ଆମେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖିଛୁ। ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖି ଗେଟ୍‍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ। କିନ୍ତୁ ସେମାନେ ଓଡ଼ିଶାକୁ ଆସି ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଆମ ଲୋକ ଯେଉଁମାନେ ଉପର ମୁଣ୍ଡରେ ଅଛନ୍ତି ତାଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଧାରଣ କରୁଛୁ।

ସୂଚନାଯୋଗ୍ୟ ଛତିଶଗଡ଼ ଉପରେ ମୁଣ୍ଡରେ ପ୍ରବଳ ବନ୍ୟା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ସମେତ ସେଠାକାର ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଦେଖାଦେବା କାରଣରୁ ସେମାନେ ହଠାତ୍‍ ତଳମୁଣ୍ଡକୁ ବନ୍ୟା ପାଣି ଛାଡ଼ୁଛନ୍ତି। ମାତ୍ର ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଛତିଶଗଡ଼ ସରକାର କୌଣସି ଆଗୁଆ ପଦକ୍ଷେପ ନନେବା, ତ୍ରୁଟିପୂର୍ଣ୍ଣ ବ୍ୟାରେଜ ପରିଚାଳନା ତଥା ଓଡ଼ିଶାକୁ ବନ୍ୟା ପାଣି ସମ୍ପର୍କିତ କୌଣସି ଆଗୁଆ ସୂଚନା ନଦେବା ଯୋଗୁଁ ଓଡ଼ିଶା ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇରାଜ୍ୟ ମଧ୍ୟରେ ଉତ୍ତମ ଭାବେ ମହାନଦୀ ଜଳ ପରିଚାଳନା ପାଇଁ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା। ୨୦୨୦ରେ ଭିଡିଓ କନ୍‍ଫରେନ୍ସିଂ ବୈଠକ କରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଛତିଶଗଡ଼ ଡ୍ୟାମ୍‍ କର୍ତ୍ତୃପକ୍ଷ ଅଧାରୁ ଉଠିଗଲେ। ସେବେଠାରୁ କୌଣସି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇନାହିଁ। ଅନେକ ଥର ହୀରାକୁଦ ଡ୍ୟାମ୍‍ର ଅଧିକାରୀମାନେ ଛତିଶଗଡ଼ ଡ୍ୟାମ୍‍ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଓଡ଼ିଶା ପକ୍ଷରୁ ସମାନ ପ୍ରୟାସ କରାଯାଇଥିଲେ ହେଁ ଛତିଶଗଡ଼ ସରକାର କୌଣସି ସହଯୋଗ କରିଲେ ନାହିଁ। ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ସେମାନେ ଏଥିରୁ ଓହରି ଯାଇଥିବା ଜଣାପଡ଼ିଛି।

ଏପଟେ ସିଡବ୍ଲ୍ୟୁସି, ମହାନଦୀ ଜଳବିବାଦ ମାମଲାର ଶୁଣାଣି ପାଇଁ ଗଠିତ ହୋଇଥିବା ଟ୍ରିବୁନାଲ ମଧ୍ୟ ବିବାଦର ସମାଧାନ ପରିବର୍ତ୍ତେ ଏହାକୁ ଅଧିକ ଜଟିଳ ଆଡ଼କୁ ଟାଣି ନେଉଛନ୍ତି। ଇତିମଧ୍ୟରେ ମହାନଦୀ ଜଳବିବାଦର ୨୮ଟି ଶୁଣାଣିର ସରଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପକ୍ଷରୁ ସମସ୍ତ ଆବଶ୍ୟକୀୟ ନଥିପତ୍ର ସମୟାନୁସାରେ ଦାଖଲ କରାଯାଉଥିବା ବେଳେ ଛତିଶଗଡ଼ ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇ ଚାଲିଛି। ଏପଟେ ମହାନଦୀର ଉପରେ ମୁଣ୍ଡରେ ଲଗାତାର ଭାବେ ବେଆଇନ୍‍ ନିର୍ମାଣ ମଧ୍ୟ ଜାରି ରଖିଛି। ମାମଲା ଟ୍ରିବୁନାଲରେ ବିଚାରଧୀନ ଥିବା ସତ୍ତ୍ବେ ନିକଟ ଅତୀତରେ ମହାନଦୀରେ ଜଳ ପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର ପାଖାପାଖି ୫୧୬ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରିଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପକ୍ଷରୁ ୮ଟି ବୃହତ୍‍ ଏବଂ ୨୯ଟି ମଧ୍ୟମ ଧରଣର ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ୪ଟି ବୃହତ୍‍ ଏବଂ ୩ଟି ମଧ୍ୟମ ଧରଣର ପ୍ରକଳ୍ପ ବର୍ତ୍ତମାନ ନିର୍ମାଣଧୀନ ରହିଛି। ଯାହା ଫଳରେ ଉଭୟ ମୌସୁମୀ ଏବଂ ଅଣମୌସୁମୀ ସମୟରେ ଓଡ଼ିଶାର ଜୀବନରେଖା ମହାନଦୀ ଓଡ଼ିଶାବାସୀଙ୍କ ପ୍ରତି ବିପରୀତ ଆଚରଣ କରୁଛି। ଓଡ଼ିଶାର ଯେଉଁ କ୍ଷତି ହେଉଛି ତାହାର ଭରଣା ଟିବୁନାଲ କରିବେ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି।