Maharashtra cabinet - The Sakala

ମହାରାଷ୍ଟ୍ର କ୍ୟାବିନେଟ୍‌ ହେଲା ବିଭାଗ ବଣ୍ଟନ : ଉପ ମୁଖ୍ୟମନ୍ତ୍ରୀ ଫଡନାଭିସ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ମୁମ୍ବାଇ : ଦୀର୍ଘ ଦିନର ଅପେକ୍ଷା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଧେ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବହୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି। ୪୦ ଦିନର ଅପେକ୍ଷା ପରେ ଗତ ମଙ୍ଗଳବାର ମହାରାଷ୍ଟ୍ରରେ ଏକନାଥ ସିନ୍ଧେ ସରକାରଙ୍କ ବହୁ ପ୍ରତୀକ୍ଷିତ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା। ଏଥିରେ ମୋଟ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ହୋଇଥିଲା। ଉଭୟ ସିନ୍ଧେ ଗୋଷ୍ଠୀ ଏବଂ ଭାରତୀୟ ଜନତା ପାର୍ଟି ରୁ ଯଥାକ୍ରମେ ନଅ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ସୂଚନା ଏବଂ ପ୍ରଯୁକ୍ତି, ସୂଚନା ଏବଂ ଲୋକସମ୍ପର୍କ ଭଳି ବିଭାଗର ଦାୟିତ୍ବ ନେବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇନଥିବ‌ା ବିଭାଗର ପରିଚାଳନା କରିବେ। ଏହା ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଏବଂ ଅର୍ଥ ବିଭାଗର ଦାୟିତ୍ବ ସହ ଆଇନ, ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ମିଳିଛି।

ସେହିଭଳି ସିନ୍ଧେଙ୍କ ମନ୍ତ୍ରିମଣ୍ଡଳରେ ରାଧାକୃଷ୍ଣ ବିଖେ-ପାଟିଲଙ୍କୁ ରାଜସ୍ୱ, ପଶୁପାଳନ ଏବଂ ଦୁଗ୍ଧଜାତ ସାମଗ୍ରୀ ବିକାଶ ବିଭାଗ ମିଳିଥିବା ବେଳେ ସୁଧୀର ମୁଙ୍ଗନ୍ତୀୱାରଙ୍କୁ ଜଙ୍ଗଲ, ସଂସ୍କୃତି ଏବଂ ମତ୍ସ୍ୟଚାଷ ବିଭାଗ, ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ବୟନ ଶିଳ୍ପ ଏବଂ ସଂସଦୀୟ ବ୍ୟାପାର ବିଭାଗ, ଡକ୍ଟର ବିଜୟକୁମାର ଗଭିଟଙ୍କୁ ଆଦିବାସୀ ବିକାଶ ବିଭାଗ, ଗିରିଶ ମହାଜନଙ୍କୁ ଗ୍ରାମ ବିକାଶ ଏବଂ ପଞ୍ଚାୟତୀ ରାଜ, ଡାକ୍ତରୀ ଶିକ୍ଷା, କ୍ରୀଡା ଏବଂ ଯୁବ କଲ୍ୟାଣ ବିଭାଗ, ଗୁଲାବରାଓ ପାଟିଲଙ୍କୁ ଜଳ ଯୋଗାଣ ଏବଂ ପରିମଳ ବିଭାଗ, ଦାଦା ଭୁସେଙ୍କୁ ବନ୍ଦର ଏବଂ ଖଣି ବିଭାଗ, ସଞ୍ଜୟ ରାଠୋଡଙ୍କୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ, ସୁରେଶ ଖାଡେଙ୍କୁ ଶ୍ରମ ବିଭାଗ, ସନ୍ଦୀପନ ଭୁମରେଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଏବଂ ଉଦ୍ୟାନ କୃଷି ବିଭାଗ, ଉଦୟ ସାମନ୍ତଙ୍କୁ ଶିଳ୍ପ, ପ୍ରଫେସର ତାନଜୀ ସାୱନ୍ତଙ୍କୁ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରବିନ୍ଦ୍ର ଚଭନଙ୍କୁ ପୂର୍ତ୍ତ ବିଭାଗ (ସରକାରୀ ଉଦ୍ୟୋଗକୁ ବାଦ ଦେଇ) ଖାଦ୍ୟ ଏବଂ ଯୋଗାଣ ଏବଂ ଉପଭୋକ୍ତା ସୁରକ୍ଷା, ଅବଦୁଲ ସତ୍ତାରଙ୍କୁ କୃଷି, ଦୀପକ କେସରକରଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ମରାଠୀ ଭାଷା, ଅତୁଲ ସେଭଙ୍କୁ ସହଯୋଗ, ଅନ୍ୟାନ୍ୟ ପଛୁଆ ଏବଂ ବହୁଜନ କଲ୍ୟାଣ ବିଭାଗ, ଶମ୍ଭୁରାଜ ଦେଶାଇଙ୍କୁ ରାଜ୍ୟ ଅବକାରୀ ଶୁଳ୍କ ଏବଂ ମଙ୍ଗଲ ପ୍ରଭାତ ଲୋଧାଙ୍କୁ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଶିବସେନାରେ ଏକନଥ ସିନ୍ଧେଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଜୁନ୍‌ ୩୦ ତାରିଖରେ ସିନ୍ଧେ ଏବଂ ଫଡ୍‌ନବିସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ଦୀର୍ଘଦିନ ଧରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନ ହେବାରୁ ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିଲେ। ଏହାପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଥିଲେ ମଧ୍ୟ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇନଥିଲା ଆଜି ବିଭାଗ ବଣ୍ଟନ କରାଯାଇଛି।