China Taiwan Crisis - The Sakala

ଚୀନ୍‌-ତାଇୱାନ ସଙ୍କଟ: ରୁଷ୍‌ ଓ ଚୀନ୍‌କୁ ଆମେରିକୀୟ ରାଡାର୍‌ର ଟାର୍ଗେଟ
ୱାଶିଂଟନ: ରୁଷ- ୟୁକ୍ରେନ ଯୁୁଦ୍ଧ ସହିତ ଚୀନ୍‌-ତାଇୱାନ ସଙ୍କଟ ଏବେ ବୈଶ୍ବିକ ସ୍ଥିରତା ପ୍ରତି ସମସ୍ୟା ସୃଷ୍ଟି କରିଛି। ଏହାସହିତ ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ରୁଷିଆ ସମେତ ଚୀନ ଭଳି ଅନ୍ୟ ଏକ ବୃହତ ଅର୍ଥନୀତିକୁ ନେଇ ମଧ୍ୟ ବିଶ୍ବ ରାଜନୀତିରେ ଓଲଟପାଲଟ ଦେଖିବାକୁ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହିକ୍ରମରେ ଆମେରିକା ପ୍ରତି ରୁଷ, ଚୀନ ଓ ଉତ୍ତର କୋରିଆ ପକ୍ଷରୁ ବିପଦ ବଢିଛି। ଆମେରିକା ଉପରେ କୌଣସି ମୁହୂର୍ତ୍ତରେ କ୍ଷେପଣାସ୍ତ୍ର ମାଡ଼ ସମ୍ଭବନା ରହିଥିବା ଏହାର ଗୁଇନ୍ଦା ବିଭାଗ ରିପୋର୍ଟରେ କୁହାଯିବା ପରେ ଆମେରିକା ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ଆମେରିକା ଏହାର ଦୀର୍ଘଗାମୀ ଡିସ୍କ୍ରିମିନେଶନ ରାଡାର ସିଷ୍ଟମକୁ ଆଲର୍ଟ କରିବା ସହ ଏହାକୁ ରୁଷ ଏବଂ ଚୀନ ଆଡକୁ ମୁହାଁଇଛି । ଏହି ରାଡାର ବହୁ ଦୂରତାରୁ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସତର୍କ କରାଇବା କ୍ଷମତା ରଖିଛି । ଅଲାସ୍କା ବ୍ୟତୀତ ଅନ୍ୟ କେତୋଟି ସ୍ଥାନରେ ଆମେରିକା ରାଡାର ସିଷ୍ଟମ ନିୟୋଜିତ କରିଛି । ରାଡାର ବ୍ୟବସ୍ଥାରେ ଆମେରିକା ସ୍ପେଶ କମାଣ୍ଡୋଙ୍କୁ ମଧ୍ୟ ଆଗୁଆ ସୂଚନା ମିଳିବ। ରୁଷର ଶକ୍ତିଶାଳୀ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ଏହି ରାଡାର ୬୦୦ କିଲୋମିଟର ଦୂରରୁ ସ୍କାନ କରି ରିପୋର୍ଟ ଦେଇପାରିବ । ଆମେରିକା ଦୀର୍ଘ ଦିନ ଧରି ଏଲଆରଡିଆର ଉପରେ ଗବେଷଣା କରିବା ପରେ ଏବେ ଏହାକୁ ନିୟୋଜିତ କରିଛି ।