National Flag - The Sakala

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା
ନୂଆଦିଲ୍ଲୀ: ଭାରତର ଐତିହାସିକ ଟି-୨୦ ବିଶ୍ୱକପ ୨୦୨୬ ବିଜୟ ଉତ୍ସବ ପାଳନ ବେଳେ ଏକ ଆଇନଗତ ବିବାଦ ମୁଣ୍ଡ ଟେକିଛି। ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ଆଣି ପୁଣେର ଜଣେ ଆଇନଜୀବୀ ଏଫଆଇଆର (FIR) ରୁଜୁ କରିବାକୁ ଦାବି କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ପରେ ଏହି ଘଟଣା ଘଟିଥିବା କୁହାଯାଉଛି।

ଆଇନଜୀବୀ ୱାଜିଦ୍ ଖାନ ପୁଣେର ଶିବାଜୀ ନଗର ପୋଲିସ୍ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମ୍ୟାଚ୍ ସରିବା ପରେ ପଡ଼ିଆ ମଧ୍ୟରେ ଉତ୍ସବ ପାଳନ ବେଳେ ହାର୍ଦ୍ଦିକ ନିଜ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ନୃତ୍ୟ କରୁଥିଲେ। ଏହି ସମୟରେ ତାଙ୍କ ଦେହରେ ତ୍ରିରଙ୍ଗା ପତାକା ବନ୍ଧା ହୋଇଥିଲା। ବିଜୟ ଉତ୍ସବରେ ମାତି ହାର୍ଦ୍ଦିକ ଜାତୀୟ ପତାକା ପରିହିତ ଅବସ୍ଥାରେ ଗର୍ଲଫ୍ରେଣ୍ଡଙ୍କ ସହ ପଡ଼ିଆରେ ଶୋଇପଡିଥିଲେ। ଏହି ଆଚରଣ ଜାତୀୟ ପ୍ରତୀକର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି ବୋଲି ଆଇନଜୀବୀ ଦାବି କରିଛନ୍ତି।

ଅଭିଯୋଗକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣା ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୨ର ସିଧାସଳଖ ଉଲ୍ଲଂଘନ କରୁଛି। ଘଟଣାସ୍ଥଳ ଅହମ୍ମଦାବାଦ ହୋଇଥିଲେ ମଧ୍ୟ ଜାତୀୟ ପତାକା ସମଗ୍ର ଦେଶର ପ୍ରତୀକ ହୋଇଥିବାରୁ ଏହା ବିରୋଧରେ ଯେକୌଣସି ସ୍ଥାନରେ ଅଭିଯୋଗ କରାଯାଇପାରିବ ବୋଲି ସେ ଯୁକ୍ତି ବାଢିଥିଲେ। ପୋଲିସ ତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଏଫଆଇଆର (FIR) ରୁଜୁ କରିନାହିଁ।

ନିଉଜିଲାଣ୍ଡ ବିପକ୍ଷ ଫାଇନାଲ୍ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମାଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୋଟିଏ କ୍ଲିପ୍‌ରେ ଉଭୟଙ୍କୁ ପୋଡିୟମ୍ ଉପରେ ଶୋଇଥିବା ଦେଖିବାକୁ ମିଳିଥିଲା, ଯେତେବେଳେ କି ହାର୍ଦ୍ଦିକଙ୍କ ଦେହରେ ଜାତୀୟ ପତାକା ଗୁଡ଼ାଇ ହୋଇଥିଲା। ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ଏହାକୁ କେବଳ ଏକ ଖୁସିର ମୁହୂର୍ତ୍ତ ବୋଲି କହୁଥିବା ବେଳେ, ଅନ୍ୟମାନେ ଜାତୀୟ ପତାକାର ସମ୍ମାନ ରକ୍ଷା କରିବାରେ ଖେଳାଳିଙ୍କ ଦାୟିତ୍ୱହୀନତାକୁ କଡା ସମାଲୋଚନା କରିଛନ୍ତି। ବର୍ତ୍ତମାନ ପୋଲିସ ସମ୍ପୃକ୍ତ ଭିଡିଓଗୁଡ଼ିକର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡିଛି।

ଗିନିଜ ୱାର୍ଲଡ ରେକର୍ଡ: ୭୦୦୦ ଛାତ୍ରଙ୍କୁ ନେଇ ମାନବ ତ୍ରିରଙ୍ଗା
ଚଣ୍ଡିଗଡ: ରାତିପାହିଲେ ଅଗଷ୍ଟ ୧୫। ଦେଶ ପାଳନ କରିବ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ସ୍ବରୂପ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ନାନାଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ଏହିକ୍ରମରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ବିଶ୍ବସ୍ତରୀୟ ରେକର୍ଡ ପ୍ରତିଷ୍ଠା କରାଯାଇଛି। ଏଠାକାର ଏକ ଷ୍ଟାଡିୟମରେ ମାନବ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଚଣ୍ଡିଗଡର ପ୍ରଶାସକ ୱାନବାରୀଲାଲ ପୁରୋହିତ ଏବଂ ଅଲିମ୍ପିଆନ ଯୋଗେଶ୍ୱର ଦତ୍ତ ଏମଆଇଡି ଫାଉଣ୍ଡେସନ ଏବଂ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଥÒଲେ। ଚଣ୍ଡିଗଡ ଛାତ୍ରଛାତ୍ରୀଙ୍କ ଏହି ଉପଲବ୍ଧିରେ ସମସ୍ତେ ବେଶ ଖୁସି ପ୍ରକାଶ କରିଥିଲେ। ଏହା ପୂର୍ବରୁ ୟୁଏଇ ୨୦୧୭ରେ ୪୧୩୦ ଜଣଙ୍କ ସହ ମାନବ ରାଷ୍ଟ୍ରୀୟ ପତାକାର ବିଶ୍ୱ ରେକର୍ଡ କରିଥିଲେ ।

‘ହର୍‍ ଘର ତ୍ରିରଙ୍ଗା ଅଭିଯାନ’: ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‍ ଘର ତିରଙ୍ଗା’ ଅଭିଯାନ ଜୋର୍‍ଦାର୍‍ ହେବାରେ ଲାଗିଛି। ଅଗଷ୍ଟ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।

ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ। ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ମିଶନ ଶକ୍ତି ମା’ମାନେ ସଫଳତାର ସହ ସମ୍ପନ୍ନ କରିଛନ୍ତି। ନିଷ୍ଠା, ଆନ୍ତରିକତା ଓ ଶ୍ରଦ୍ଧା ଏହି ଜାତୀୟ ପତାକାକୁ ସ୍ୱତନ୍ତ୍ର କରିଛି ବୋଲି ମିଶନ ଶକ୍ତି ମା’ମାନେ ମତବ୍ୟକ୍ତ କରିଛନ୍ତି।

ଜାତୀୟ ପତାକା ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସମନ୍ୱ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରାଯାଇଛି। ଅତି କମ୍‍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା। କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍‍ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା। ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ବ ସଦସ୍ୟା ଏହି ପତାକା ସିଲାଇ କରିଥିଲେ। ଦୈନିକ ହାରାହାରି ୩.୫ରୁ ୪ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।