Weather Updates - The Sakala
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଡିଟୱା'
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇଛି। ଏହାର ନାଁ ଡିଟୱା ରଖାଯାଇଛି।
https://twitter.com/usd0705/status/1993971541416267886
ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଏବେ ଏହା ଶ୍ରୀଲଙ୍କାର ପୋଟ୍ଟୁଭିଲ୍‌ ନିକଟବର୍ତୀ, ଯାହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଉତର-ଉତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହା ଉତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି। ଆଶନ୍ତା ୩୦ ତାରିଖ ବେଳକୁ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଓଡ଼ିଶା କେତେ ସୁରକ୍ଷିତ? ପ୍ରାଥମିକ ଆକଳନ ଅନୁଯାୟୀ, ବର୍ତମାନ ଓଡ଼ିଶା ଉପରେ ବଡ଼ ବାତ୍ୟା ବିଦ ନାହିଁ! ବାତ୍ୟା 'ଡିଟୱା' ଓଡ଼ିଶାରୁ ଦୂରରେ ରହି ତାମିଲନାଡୁ ଏବଂ ଆନ୍ଧ୍ର ଆଡକୁ ମୁହାଁଇବା ଦ୍ୱାରା ଉପକୂଳ ଓଡ଼ିଶା ବଡ଼ କ୍ଷତିରୁ ବର୍ତ୍ତିଯିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନ ପଡ଼ିଲେ ମଧ୍ୟ ୩୦ ତାରିଖ ପରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
Cyclone Montha Live Updates: ରାଜ୍ୟରେ ବାତ୍ୟା 'ମୋନ୍ଥା' ପ୍ରଭାବ; ବର୍ଷା-ପବନ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌, ଅରେଞ୍ଜ୍‌ ଓ ୟେଲୋ ଆଲର୍ଟ...
ଭୁବନେଶ୍ବର: ବାତ୍ୟା ମୋନ୍ଥାର ପ୍ରକୋପରେ ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗି ରହିଛି। ଆଜି ପାଇଁ ୫ ଜିଲ୍ଲାକୁ ରେଡ୍‌ ଓ ୪ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ଗଜପତିକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଅବଶିଷ୍ଟ ୨୧ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସେହିପରି, ପବନ ପାଇଁ ୬ ଜିଲ୍ଲାକୁ ରେଡ ଓ ୫ ଜିଲ୍ଲାକୁ ଅରେଞ୍ଜ, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩୬ ଘଣ୍ଟାରେ ନେଇପାରେ ଅବପାତର ରୂପ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ ୩୬ ଘଣ୍ଟାରେ ଏହା ଅବପାତର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଉପକୂଳ ୧୦ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ଓଡ଼ିଶା ଛାଡ଼ିଲା ମୌସୁମୀ; ଆଣିଥିଲା ୧୬ଟି ଲଘୁଚାପ, ୫ ଅବପାତ...
ଭୁବନେଶ୍ୱର:  ସାଧରଣ ଭାବେ ଓଡ଼ିଶାରୁ ଅକ୍ଟୋବର ୧୦-୧୫ ମଧ୍ୟରେ ମୌସୁମୀ ଅପସାରଣ ହୋଇଥାଏ। ଚଳିତ ବର୍ଷ ରାଜ୍ୟକୁ ସ୍ୱମୌସୁମୀ ଯଥେଷ୍ଟ ଆଗୁଆ ଆସିଥିଲେ ମଧ୍ୟ ରାଜ୍ୟରୁ ସ୍ୱାଭାବିକ ସମୟରେ ପ୍ରତ୍ୟାବର୍ତ୍ତନ କରିଛି।  ପ୍ରଥମ ଦିନରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଆଦିରୁ ସମ୍ପୂର୍ଣ୍ଣ ଅପସାରଣ ହୋଇଯାଇଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର ଅଧିକାଂଶ ଅଞ୍ଚଳ ଏବଂ ନୂଆପଡ଼ା, ସୋନପୁର, ବରଗଡ଼ ଓ ବାଲେଶ୍ୱରର କିଛି ଅଞ୍ଚଳରୁ ଅପସାରଣ ହୋଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ଯୋଗୁଁ ଏହି ସବୁ ଅଞ୍ଚଳରେ ଦୁଇ ଦିନ ହେବ ବର୍ଷା କମିଯାଇଥିବା ବେଳେ ଆଗକୁ ମଧ୍ୟ ଏଠାରେ ଶୁଖିଲା ପାଗ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୨-୩ ଦିନ ମଧ୍ୟରେ ରାଜ୍ୟର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ଅନ୍ୟପଟେ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ ଗଲା ୩ ବର୍ଷ ହେବ ରାଜ୍ୟରୁ ମୌସୁମୀ ୧୩ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ ହେଉଥିବା ଦେଖାଯାଇଛି। ୧୦ ବର୍ଷ ମଧ୍ୟରେ ୨୦୧୮ରେ ସବୁଠୁ ଆଗୁଆ ଅର୍ଥାତ ମୌସୁମୀ ୫ ଅକ୍ଟୋବରରେ ଓଡ଼ିଶା ଛାଡ଼ିଥିବା ବେଳେ ୨୦୨୦ରେ ସବୁଠୁ ବିଳମ୍ବ ଅର୍ଥାତ ୨୬ ଅକ୍ଟୋବରରେ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥିଲା। ସାଧାରଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ୨-୩ ଦିନ ମଧ୍ୟରେ ସାରା ଓଡ଼ିଶାରୁ ଅପସାରଣ ହୋଇଯାଉଥିବାରୁ ଚଳିତ ବର୍ଷ ମଧ୍ୟ ୧୫ ସୁଦ୍ଧା ମୌସୁମୀ ସାରା ଓଡ଼ିଶାରୁ ବିଦାୟ ନେଇ ଯିବାର ସମ୍ଭାବନା ରହିଛି।
ରାଜ୍ୟକୁ ଜୁନ୍‌ ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଗ୍ରସର ହୋଇଥାଏ। ହେଲେ ଚଳିତ ବର୍ଷ ସ୍ୱାଭାବିକ ସମୟର ଯଥେଷ୍ଟ ପୂର୍ବରୁ ଅର୍ଥାତ ମେ’ ୨୬ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲା।  ଏଥର ମୌସୁମୀ ୪ ମାସ ଅର୍ଥାତ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ୧୧୫୦.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ରାଜ୍ୟରେ ସ୍ୱାଭାବିକ ବର୍ଷାକୁ ସୂଚାଉଛି। ମୌସୁମୀର ପ୍ରଭାବ ମଧ୍ୟରେ ବଙ୍ଗୋପସାଗର ଓଡ଼ିଶାକୁ ପ୍ରଭାବିତ କରିଥିବା ସ୍ଥଳଭାଗକୁ ମିଶାଇ ମୋଟ୍‌ ୧୬ ଟି ଲଘୁଚାପ ହୋଇଥିଲା। ଏଥି ମଧ୍ୟରୁ ୫ ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ/ଗଭୀର ଅବପାତରେ ମଧ୍ୟ ପରିଣତ ହୋଇଥିଲା। ଏହାଦ୍ୱାରା ଚଳିତ ବର୍ଷ ରାଜ୍ୟର ଉତ୍ତର ଓଡ଼ିଶାରେ ପ୍ରାୟ ୬ ଥର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହାନଦୀରେ ମଧ୍ୟ ଦୁଇ ଥର ଛୋଟ ଧରଣର ବନ୍ୟା ଆସିଥିଲା।
ପୁଣି ଏକ ଲଘୁଚାପ ସମ୍ଭାବନା, ଆଜି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ ଜାରି
ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ବର୍ଷାର ପରିମାଣ କମ୍‌ ରହିଥିଲେ ହେଁ ରବିବାର ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ନବରଙ୍ଗପୁର, ନୂଆପଡ଼ାରେ ପବନ ଓ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଝଟକା ପବନ ସହିତ ଘଡ଼ଘଡ଼ି ଓ ବର୍ଷା ହେବାର ଆକଳନ କରାଯାଇଛି।
ନୂଆଦିଲ୍ଲୀ: କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମୂଶଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡ଼ିଛି। ରାସ୍ତା ଉପରେ ତିନି ଫୁଟ ଉଚ୍ଚ ପାଣି ଚାଲିଛି। ଗତ ୩୯ ବର୍ଷରେ ଏଭଳି ବର୍ଷା ହୋଇନଥିବା କୁହାଯାଉଛି। ବର୍ଷା ଯୋଗୁଁ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ପ୍ରବଳ ବର୍ଷା ସହିତ ବିମାନବନ୍ଦରରେ ପାଣି ପଶିବା ଯୋଗୁଁ ଅତିକମରେ ଶହେରୁ ଅଧିକ ବିମାନ ସେବାକୁ ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ବିଦ୍ୟୁତ ଆଘାତରେ ୧୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
କୋଲକାତାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୧.୪ ମିମି ବର୍ଷା ହୋଇଛି। ଗତ ୩୯ ବର୍ଷରେ ଏତେ ପରିମାଣର ବର୍ଷା କେବେ ହୋଇନଥିଲା। ୧୯୮୬ରେ ୨୫୯.୫ ମିମି ବର୍ଷା ହୋଇଥିଲା, ଯାହାକି ଏବେ ବି ରେକର୍ଡ ହୋଇ ରହିଛି। ତେବେ ୧୯୭୮ରେ ସର୍ବାଧିକ ୩୬୯.୬ ମିମି ବର୍ଷା ହୋଇଥିଲା। ଏେବ ସହରର ବିଭିନ୍ନ ରାସ୍ତା ଉପରେ ୨ରୁ ୩ ଫୁଟ୍‌‌ ପର୍ଯ୍ୟନ୍ତ ପାଣି ଚାଲିଛି। ଗମନାଗମନ ଓ ପରିବହନ ଏକ ପ୍ରକାର ଠପ୍‌‌ ହୋଇଛି। ଏହା ବ୍ୟତୀତ ଟ୍ରେନ୍‌‌, ମେଟ୍ରୋ ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ସାମାଜିକ ଗଣମାଧ୍ୟମରେ କୋଲକାତାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସଡ଼କରେ ଥିବା ଗାଡ଼ିଗୁଡିକ ଅଧା ବୁଡିଯାଇଥିବା ଦେଖାଯାଇଛି। ସହରର ଅନେକ ରେସିଡେନସିଆଲ କମ୍ପ୍ଲେକ୍ସରେ ପାଣି ପଶିଯାଇଛି। ସହିଦ ଖୁଦୀରାମ ଓ ମୈଦାନ ମେଟ୍ରୋ ଷ୍ଟେସନକୁ ମେଟ୍ରୋ ସେବା ବନ୍ଦ କରିଦିଆଯାଇଛି। ହାଓଡା ଓ ସିଆଲଦା ଡିଭିଜନରେ ରେଲୱେ ଲାଇନ ଉପରେ ପାଣି ଜମି ରହିଛି। ଏଥିପାଇଁ ହଜାରଦୁଆରି ଏକ୍ସପ୍ରେସ୍‌‌ ଓ ସିଆଲଦା ଜଙ୍ଗିପୁର ଏକ୍ସପ୍ରେସ ଟ୍ରେନ୍‌‌କୁ ବାତିଲ କରାଯାଇଛି। ଚିତପୁର ୟାର୍ଡରେ ପାଣି ପଶିଯିବାରୁ ସର୍କୁଲାର ରେଲୱେ ଲାଇନ୍‌‌ରେ ଟ୍ରେନ୍‌‌ ଯିବା ଆସିବା ବନ୍ଦ ରହିଛି। ବର୍ଷା କାଣରରୁ ଦୁର୍ଗା ପୂଜା ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। କେତେଟି ସ୍ଥାନରେ ଦୁର୍ଗା ପେଣ୍ଡାଲ ବୁଡିଯିବା ସହ ଖରାପ ହୋଇଯାଇଛି। କୋଲକାତାରେ ସ୍କୁଲକୁ ଛୁଟି କରିଦିଆଯାଇଛି। କୋଲକାତା ବିମାନ ବନ୍ଦରରେ ଅନେକ ବିମାନ ଘଣ୍ଟା ଘଣ୍ଟା ବିଳମ୍ବରେ ଟେକ୍‌‌ଅପ୍ କରିଛି। ବିମାନ ବନ୍ଦରର ଚିତ୍ର ତଥା ଭିଡିଓ ସାମ୍ନାକୁ ଆସିଛି। ପୂର୍ବରୁ ଏଭଳି ବର୍ଷା କେବେ ଦେଖି ନଥିଲି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ହାଓଡା ଷ୍ଟେସନ ଓ ସିଆଲଦା ୟାର୍ଡ ଜଳମଗ୍ନ ହୋଇଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷା ଜନିତ ଗତିବିଧିକୁ ବନ୍ଦ କରିଦିଆଯାଇଛି। ପିୟରଲେସ ହସ୍ପିଟାଲରେ ବିଳମ୍ବିତ ରାତିରେ ବର୍ଷା ପାଣି ପଶିଯାଇଛି। ପଶ୍ଚିମବଙ୍ଗରେ ବୁଧବାର ପର୍ଯ୍ୟନ୍ତ ୫ଟି ଜିଲ୍ଳାରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି। ପୂର୍ବରୁ ଲୋକେ କେବେ ଏଭଳି ବର୍ଷା ଦେଖିବାକୁ ପାଇ ନଥିଲେ ବୋଲି କୋଲକାତା ମେୟର ଫିରହାସ ହାକିମ୍‌‌ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଦେଖିବାକୁ ମିଳିଛି। ପଞ୍ଜାବରେ ମୌସୁମୀର ବିଦାୟ ଜାରି ରହିଛି। ଅଧା ରାଜ୍ୟରୁ ମୌସୁମୀ ବିଦାୟ ନେଇ ସାରିଲାଣି। ହିମାଚଳରେ ଖରା ଦେଖିବାକୁ ମିଳିଥିଲେ ମଧ୍ୟ ଆଗାମୀ ଦୁଇଦିନରେ ପ୍ରବଳ ବର୍ଷା ହେବା ବୋଲି ସତର୍କତା ଜାରି କରାଯାଇଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ। ଏହା ଆସନ୍ତା ୨୫ ତାରିଖରେ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାଦ୍ୱାରା ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ଏଥର ପାର୍ବଣ ଫିକା ପଡ଼ିବାର ଆଶଙ୍କା ରହିଛି।
ସୋମବାର ସକାଳେ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା କୋରାପୁଟରେ ସର୍ବାଧିକ ୮୦ ମିମି ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ ଓ ସମ୍ବଲପୁରରେ ୩୯ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଏହାସହିତ ଭଦ୍ରକ ୩୭, ବଲାଙ୍ଗିର ୨୪ ଓ ବୌଦ୍ଧରେ ୨୦ ମିମି ବର୍ଷା ରେକର୍ଡ ହୋଇଛି।
ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ପରିମାଣରେ ବର୍ଷା ଜାରି ରହିବ। ମଙ୍ଗଳବାର ସୁନ୍ଦରଗଡ଼ ଓ ସମ୍ବଲପୁରରେ ସବୁଠୁ ଅଧିକ ବର୍ଷା ହୋଇପାରେ। ଅନ୍ୟପଟେ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି ଯେ ସେପ୍ଟେମ୍ୱର ୨୫ ତାରିଖ ବେଳକ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସେପ୍ଟେମ୍ୱର ୨୬ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ଏହା ସେପ୍ଟେମ୍ୱର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି। ଏଥିପାଇଁ କିଛି ଜିଲ୍ଲା ପାଇଁ ପ୍ରବଳ ବର୍ଷା ଜନିତ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜନିତ ଚେତାବନୀ ଜାରି ହୋଇଛି।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ଲଘୁଚାପର ପ୍ରଭାବ: ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ବଢ଼ିଛି।
ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି।
ତେବେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଶନିବାର ପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବର୍ଷା ଜନିତ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଶନିବାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପ ପ୍ରଭାବର ଉତ୍ତର ପଶ୍ଚିମବଙ୍ଗୋପସାଗରରେ ପବନର ବେଗ ୩୫-୪୫ କିମି ଓ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଅନ୍ୟପଟେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନକୂଳ ହୋଇଛି। ଆସନ୍ତା ୧୫ ତାରିଖ ମଧ୍ୟରେ ଦେଶର ଉତ୍ତର ପଶ୍ଚିମ ଭାଗ ଯଥା ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ସମ୍ଭାବନା ରହିଛି। ସାଧାରଣତଃ ଲଗାତାର ୫ ଦିନ ପର୍ଯ୍ୟନ୍ତ ବର୍ଷା କମିବା ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଜନିତ ସ୍ଥିତି ସୃଷ୍ଟି ହୋଇଥାଏ। ଗୁରୁଚାପ ବଳୟ ସୃଷ୍ଟି ହେବା ସହ ଆକାଶ ନିର୍ମଳ ମଧ୍ୟ ରହିବ। ସେପ୍ଟମ୍ବର ୧ ପରେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। ଓଡ଼ିଶାରୁ ମୌସୁମୀ ଅକ୍ଟୋବର ୧୦-୧୫ ତାରିଖ ମଧ୍ୟରେ ବିଦାୟ ନେଇଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ ଦେଶରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେଉଛି, ଓଡ଼ିଶାରୁ ମଧ୍ୟ ସଠିକ୍‌ ସମୟରେ ମୌସୁମୀ ବିଦ୍ୟାୟ ନେବା ନେଇ ଆକଳନ କରାଯାଉଛି।
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ୍‌ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ। ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି। ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି ଓ ଅକ୍ଟୋବର ୧ରୁ ବାତ୍ୟା ଋତୁ ଓଡ଼ିଶା ପାଇଁ ବିପଦ ଆଣିପାରେ ବୋଲି କୁହାଯାଉଛି ।
ସାଧାରଣତଃ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଘଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇଥାଏ ଓ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ। ଜଳବାୟୁ ପ୍ରକ୍ରିୟା ଲା-ନିନା ପ୍ରଭାବରେ ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ହେତୁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚାଇନା ସାଗର
ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ
କରିଥାଏ। ଏହା ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ବିଶେଷ କରି ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ କରୁଥିବା ଅବଶିଷ୍ଟାଂଶ ଗୁଡ଼ିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିଥାଏ। ଯେହେତୁ ଏହା ଏକ ଦ୍ୱୀପାଞ୍ଚଳ, ତେଣୁ ଏଠାରେ ତାପମାତ୍ରା ୩୦ ଡିଗ୍ରୀ କିମ୍ୱା ଅଧିକ ରହିଥାଏ ଓ ବାତ୍ୟା ଏଠାରେ ମାଡ଼ ହେବା ପରେ ସାମୁଦ୍ରିକ ଆଭ୍ୟନ୍ତରୀଣ ତରଙ୍ଗ ସୃଷ୍ଟି କରିବା ସହ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିଥାଏ।
ବିଶେଷକରି ଅକ୍ଟୋବରରୁ ଡିସେମ୍ୱର ମାସ ମଧ୍ୟରେ ଉଚ୍ଚ ଆର୍ଦ୍ରତା, ବାୟୁପ୍ରବାହ ତାରତମ୍ୟ ଓ ଉଚ୍ଚ ସମୁଦ୍ରପୃଷ୍ଠ ତାପମାତ୍ରା ଆଦି ଯୋଗୁଁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହୋଇଥାଏ। ଏହା ସହିତ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ।
ପୂର୍ବରୁ ଲା-ନିନା ପ୍ରଭାବ ଯୋଗୁଁ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖୀନ ହୋଇଥିଲା। ସେହିପରି ୨୦୦୯ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ଲା-ନିନା ସକ୍ରିୟ ରହିଥିବା ବର୍ଷରେ ସୃଷ୍ଟି ହୋଇଛି। ସେହିପରି ପ୍ରାକ୍‌ ମୌସୁମୀ ଋତୁରେ ଆସିଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟସ ଭଳି ବାତ୍ୟା ମଧ୍ୟ ଲା-ନିନା ବର୍ଷରେ ସୃଷ୍ଟି ହୋଇଛି ଓ ଏହାଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଗତ ୬୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ି ଚାଲୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି। ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି। ଏ ଦୃଷ୍ଟିରୁ ଆଗାମୀ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ସମୟ ସୃଷ୍ଟି ପାଇଁ ଯାଉଥିବା ଆଶଙ୍କା ରହିଛି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହି ଲଘୁଚାପ ଧୀରେଧୀରେ ଶକ୍ତିଶାଳୀ ହେଉଥିବାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବିଶେଷ ଶକ୍ତି ଗୋଟାଇ ପାରୁନାହିଁ। ବୁଧବାର ଏହା ସେହି ସ୍ଥାନରେ ରହି ୨୯ରେ ସମ୍ଭବତଃ ଛତିଶଗଡ଼ରେ ପହଞ୍ଚିପାରେ। ତେବେ ଏହି ଲଘୁଚାପ ଯୋଗୁଁ ବୁଧବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସକାଳ ଓଳି ପାଗ ଶୁଖିଲା ଓ ଖରାଟିଆ ରହିବ। ସକାଳ ୯-୧୦ଟା ପରେ ଭୁବନେଶ୍ୱରରେ ସମେତ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ପାଗ ପରିବର୍ତ୍ତନ ଆସିବ ଓ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉପରବେଳା ୨ଟା ପରେ ପାଗ ମେଘୁଆ ସହିତ ସ୍ୱଳ୍ପ ବର୍ଷା ହୋଇପାରେ। ୨୮ତାରିଖ ଗୁରୁବାରରେ ପାଗ ମଙ୍ଗଳବାର ପରି ହେବାର ସମ୍ଭାବନା ରହିଥିବା ବେଳେ ୨୯ରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶା, ୩୦ରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଏବଂ ୩୧ରେ ପ୍ରାୟତଃ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ଏବଂ ଅଳ୍ପ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ଅନ୍ୟପଟେ ୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ବେଳେ ତାହା ମଧ୍ୟ ବିଶେଷ ଶକ୍ତିଶାଳୀ ହୋଇପାରିବ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ରାଜ୍ୟର ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ସୁବର୍ଣ୍ଣରେଖା ଏବେ ବି ଜାମଶୋଳା ଗେଟ୍‌ ଓ ରାଜଘାଟଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ଗତକାଲି ସୁବର୍ଣ୍ଣରେଖା ବେସିନ କି ଜାମଶୋଳା ଗେଟ୍‌ରେ ବେଶି ବର୍ଷା ହୋଇନି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି। ସେହିପରି, ଦକ୍ଷିଣ ଓଡ଼ିଶାର ବଂଶଧରା, ନାଗାବଳୀ ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି। ହେଲେ ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି। ହୀରାକୁଦରେ ୪ଟି ଗେଟ୍‌ ବନ୍ଦ ହେବାରୁ ୮ଟି ଗେଟ୍‌ ଦେଇ ଏବେ ଜଳ ନିଷ୍କାସନ ହେଉଛି। ମୁଣ୍ଡଳୀରେ ୩ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାହିତ ହେଉଛି, ଯାହା ସ୍ୱାଭାବିକ। ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି। ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏଥିଯୋଗୁଁ ଆଗକୁ ରାଜ୍ୟରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ଘୂର୍ଣ୍ଣିବଳୟ ଯୋଗୁଁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶୁକ୍ରବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏଥିପାଇଁ ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଯାଜପୁର, ଖୋର୍ଦ୍ଧା, ପୁରୀ, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଓ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଜୁନ୍‌ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୭୬୪.୦ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୬ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାୱାରୀ ଦେଖିଲେ, ଏହି ସମୟ ମଧ୍ୟରେ ୭ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଥିବା ବେଳେ କଳାହାଣ୍ଡି ଓ ରାୟଗଡ଼ାରେ ସର୍ବାଧିକ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେହିପରି ବଲାଙ୍ଗିରରେ ୨୮ ପ୍ରତିଶତ, ଗଜପତିରେ ୨୭ପ୍ରତିଶତ, ପୁରୀରେ ୨୮ ପ୍ରତିଶତ, ଖୋର୍ଦ୍ଧା ଓ ଯାଜପୁରରେ ୨୧ ପ୍ରତିଶତ ଲେଖାଏଁ କମ୍‌ ବର୍ଷା ରେକର୍ଡ ହୋଇଛି। ଏଥିସହ ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୨୧ଜିଲ୍ଲାରେ ବର୍ଷା ସ୍ୱାଭାବିକ ରେକର୍ଡ ହୋଇଛି।
୨୪ରେ ଆଉ ଏକ ଲଘୁଚାପ, ଆଗାମୀ ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା କରାଇବା ପରେ ଏବେ ଓଡ଼ିଶାଠାରୁ ଦୂରକୁ ଯାଇଛି। ମାତ୍ର ମୌସୁମୀ ସକ୍ରିୟ ଥିବାରୁ ଏହା ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆଗକୁ ଅର୍ଥାତ ୨୪ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଥିଲେ ମଧ୍ୟ ପ୍ରାୟ ସେ ପର୍ଯ୍ୟନ୍ତ ବିିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହି ସମୟରେ ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଗାମୀ ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଜାରି ରହିବ। ଗୁରୁବାର  କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାକୁ ସତର୍କତା ଜାରି ହୋଇଛି।