JEE Exam - The Sakala

ବଦଳିବ ନିଟ୍‍, ଜେଇଇ ଓ ସିୟୁଇଟି ପରୀକ୍ଷା ପଦ୍ଧତି; ଏନଟିଏ ନେବ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର: ମେଡିକାଲ୍‍, ଇଞ୍ଜିନିୟରିଂ ୟୁଜି(ସ୍ନାତକ) ନାମଲେଖା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷାଗୁଡ଼ିକୁ ଏକ ସମୟରେ କରାଯିବ। ଏହି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀ ମେଡିକାଲ୍‍, ଇଞ୍ଜିନିୟରିଂ କିମ୍ବା ସ୍ନାତକ ନାମଲେଖା ପାଇଁ ମନୋନୀତ ହୋଇ ପାରିବେ। ପିଲାଙ୍କ ପରୀକ୍ଷା ଚାପ କମାଇବା ଓ ନାମଲେଖା ପ୍ରକ୍ରିୟା ସରଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ଗ୍ରହଣ କରାଯାଉଥିବା ଅଧ୍ୟକ୍ଷ ଏମ୍‍ ଜଗଦେଶ କୁମାର କହିଛନ୍ତି।

ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶିକ୍ଷା ତଥା ଉଚ୍ଚଶିକ୍ଷା ପାଇଁ ଚିନ୍ତାରେ ପଡ଼ୁଛନ୍ତି। ମେଡିକାଲ୍‍ ନାମଲେଖା ପାଇଁ ନିଟ୍‍, ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ ଏବଂ ଚଳିତ ବର୍ଷରୁ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଦେଉଛନ୍ତି। ଏ ସମସ୍ତ ପରୀକ୍ଷା ଏନଟିଏ(ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି) ଦ୍ୱାରା ଆୟୋଜିତ ହେଉଥିବାବେଳେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଉଛି। ଛାତ୍ରଛାତ୍ରୀ ଏଥି ପାଇଁ ଅଧିକ ଚାପଗ୍ରସ୍ତ ହେବା ସହ ପରୀକ୍ଷା ପରିଚାଳନାରେ ଅନେକ ସମୟ ମଧ୍ୟ ଯାଉଛି। ତେଣୁ ଏ ସବୁର ସହଜ ପରିଚାଳନା ପାଇଁ ଏନଟିଏ ଗୋଟିଏ ପ୍ରବେଶିକା ଆୟୋଜନ କରିବ। ଏହି ପ୍ରବେଶିକା ଆଧାରରେ ପିଲାଙ୍କୁ ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ ବୋଲି ୟୁଜିସି ପକ୍ଷରୁ ଯେଜନା ପ୍ରସ୍ତୁତ ହେଉଛି। ଇଞ୍ଜିନିୟରିଂ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଫିଜିକ୍ସ ଓ କେମିଷ୍ଟ୍ରିକୁ ଅଧିକ ଫୋକସ୍‍ କରାଯିବାକୁ ଥିବାବେଳେ ନିଟ୍‍ କ୍ଷେତ୍ରରେ ବାୟୋଲଜି ଓ ମେଥମେଟିକ୍ସକୁ ଗୁରୁତ୍ୱ ଦିଆଯିବ। ସେହିପରି ୟୁଜି ପାଇଁ ମଧ୍ୟ ଫିଜିକ୍ସ, କେମିଷ୍ଟ୍ରି, ମେଥମେଟିକ୍ସ, ବାୟୋଲଜି ଆଦିକୁ ଗୁରୁତ୍ୱ ଦିଆଯିବ। ତେବେ ଏନେଇ ୟୁଜିସି ବିଚାରବିମର୍ଶ ଜାରି ରଖିଥିବାବେଳେ ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବ। ଏନେଇ ସବିଶେଷ ମାର୍ଗଦର୍ଶିକା ଏନଟିଏ ଓ ୟୁଜିସି ପକ୍ଷରୁ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ କହିଛନ୍ତି।