Exam - The Sakala
ପୁଲିସ ଏସ୍‌ଆଇ ଚାକିରି ବିକ୍ରି ଘଟଣା; ଅନିଶ୍ଚିତତାରେ ପରୀକ୍ଷା; ଚିନ୍ତାରେ ଆଶାୟୀ ...
ଭୁବନେଶ୍ୱର: ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ରାକେଟ୍‌ ଧରାପଡ଼ିବାକୁ ୨୫ଦିନ ବିତିଲାଣି। ପୁଲିସ୍‌ଠାରୁ କ୍ରାଇମ୍‌ବ୍ରାଞ୍ଚ ଏବଂ କ୍ରାଇମ୍‌ବ୍ରାଞ୍ଚଠାରୁ ସିବିଆଇକୁ ତଦନ୍ତ ଭାର ଦିଆଗଲାଣି। ଚାକିରି ବିକ୍ରି ରାକେଟ୍‌ର ଚେର ରାଜ୍ୟ ବାହ‌ାରକୁ ଲମ୍ବିଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡ଼ିଥିଲେ ମଧ୍ୟ ପ୍ରକୃତ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ତଦନ୍ତକାରୀ ସଂସ୍ଥାମାନେ ସଫଳ ହୋଇନାହାନ୍ତି। ହେଲେ, ପୁନଃ ପରୀକ୍ଷା କେବେ ହେବ, ସେନେଇ ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଫଳରେ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ସେମାନେ ମାନସିକ ଚିନ୍ତାରେ କାଳାତିପାତ କରୁଛନ୍ତି।
ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗତ ୯ ତାରିଖରେ ଓପିଆର୍‌ବି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଖୋଦ୍‌ ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ଗଣମାଧ୍ୟମ ଜରିଆରେ ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦିଆଯିବ ବୋଲି କହିଥିଲେ। ଫଳରେ ପରୀକ୍ଷା ନେଇ କିଛି ସ୍ପଷ୍ଟ ସୂଚନା ମିଳିବ ବୋଲି ପରୀକ୍ଷାର୍ଥୀମାନେ ଆଶା ବାନ୍ଧିଥିଲେ। ହେଲେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ତାହାକୁ ବାତିଲ୍‌ କରିଦେଲେ। ଅନିବାର୍ଯ୍ୟ କାରଣବଶତଃ ସାମ୍ୱାଦିକ ସମ୍ମିଳନୀକୁ ସ୍ଥଗିତ ରଖାଯାଉଥିବା କହିବା ସହ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀର ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇ ଖୁବ୍‌ଶୀଘ୍ର ସୂଚନା ଦିଆଯିବ ବୋଲି କହିଲେ। ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଆଶାୟୀମାନଙ୍କୁ ଅନୁରୋଧ କରିବା ସହ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶ୍ୱାସନା ଦେଇଥିଲେ। ଏହାକୁ ୧୬ ଦିନ ବିତିଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଡାକି ବା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ପରୀକ୍ଷା ସମ୍ପର୍କରେ ପଦୁଟିଏ କହିଲେ ନାହିଁ।
ଅପରପକ୍ଷେ, ୧୧ ତାରିଖ ଦିନ କିଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ଏକ ଲେଖା ଧରାଇଦେଲେ। ତହିଁରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ଯାଇ ନିଯୁକ୍ତି ପ୍ରକ୍ରିୟା ପୁନଃ ଆରମ୍ଭ କରାଯିବ ଓ ଯଥାଶୀଘ୍ର ଶେଷ କରାଯିବ ବୋଲି ଉଲ୍ଲେଖ କରିଥିଲେ। ହେଲେ କ୍ରାଇମ୍‌ବ୍ରାଞ୍ଚ ହାତରୁ ସିବିଆଇକୁ ତଦନ୍ତଭାର ଦିଆଯାଇଥିବାରୁ କେବେ ତଦନ୍ତ ସରିବ ଓ କେବେ ପୁନଃ ପରୀକ୍ଷା ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନୁରୂପ ଭାବେ ୨୨ତାରିଖରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିସ୍‌ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଗଲା। ତହିଁରେ ପୁଲିସ୍‌ ପରି ସମସ୍ତ ପ୍ରକାର ୟୁନିଫର୍ମଧାରୀଙ୍କୁ ନିଯୁକ୍ତି ପାଇଁ ଏକ ନୂତନ ସ୍ଥାୟୀ ଆୟୋଗ ଗଠନ କରିବାକୁ ସରକାର ବିଚାର କରୁଥିବା ଉଲ୍ଲେଖ କରିଛନ୍ତି। ଫଳରେ ଓପିଆର୍‌ବିକୁ ଉଚ୍ଛେଦ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଫଳରେ ପୁଲିସ୍‌ ଏସ୍‌ଆଇ ପରୀକ୍ଷା ଓପିଆର୍‌ବି କରିବ ନା ନୂତନ ଆୟୋଗ ଗଠନ ହେବା ପରେ ଯାଇ ପରୀକ୍ଷା ଅନୁଷ୍ଠିତ ହେବ, ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓପିଆର୍‌ବି ବା ସରକାରଙ୍କ ପକ୍ଷରୁ ପରୀକ୍ଷା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନଥିବାରୁ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜାନୁଆରୀରୁ ସ୍ନାତକ ପଢ଼ୁଆଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ବାହାରି ନଥିବା ବେଳେ ସେମାନେ ପରିବାର ଉପରେ ନିର୍ଭରଶୀଳ ହୋଇ କେତେଦିନ ପରୀକ୍ଷା ପ୍ରସ୍ତୁତି କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ, ଦୁଇଥର ବାତିଲ୍‌ ହୋଇଥିବା ପୁଲିସ୍‌ ଏସ୍‌ଆଇ ପରୀକ୍ଷା କେବେ ଅନୁଷ୍ଠିତ ହେବ ଏବଂ କେଉଁ ସଂସ୍ଥା ପରୀକ୍ଷା ପରିଚାଳନା କରିବ, ସେ ସମ୍ପର୍କରେ ସରକାର ସ୍ପଷ୍ଟ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ଭୁବନେଶ୍ବର: ବଦଳିଲା ସ୍କୁଲ ପରୀକ୍ଷା ନିୟମ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। ସ୍କୁଲ କର୍ତ୍ତୃପକ୍ଷ ଏହି ପୁନଃ ପରୀକ୍ଷା ୨ ମାସ ମଧ୍ୟରେ ଆୟୋଜନ କରିବେ। ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍‌ କରନ୍ତି, ତେବେ ସେମାନେ ଉତ୍ତୀର୍ଣ୍ଣ ହେବେ ଏବଂ ପରବର୍ତ୍ତୀ ଶ୍ରେଣୀକୁ ପ୍ରୋତ୍ସାହିତ ହେବେ। କିନ୍ତୁ ପୁନଃ ପରୀକ୍ଷାରେ ମଧ୍ୟ ଫେଲ୍‌ ହେଲେ ସେମାନେ ସେହି ଶ୍ରେଣୀରେ ହିଁ ପଢ଼ିବେ। ଏହା ସହିତ, ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇ ପାରିବ ନାହିଁ।
କାଳ ସାଜିଲା ହୋମଗାର୍ଡ ପରୀକ୍ଷା, ୨ ମୃତ
ଗଜପତି: ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ସକାଳେ ଜଣେ ହୋମଗାର୍ଡ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିିିଥିବାବେଳେ ୭ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ହୋମଗାର୍ଡ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ୨ ହୋମଗାର୍ଡ ପ୍ରାର୍ଥୀଙ୍କ ନାଁ  ସୁଲନ୍ତ ମିଶାଲ ଓ ଦୀପକ ପାଡାଲା । ସୁଲନ୍ତ ମିଶାଲଙ୍କ ଘର ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ହୋଇଥିବା ବେଳେ ଦୀପକଙ୍କ ଘର ନାରାୟଣ ପୁର।
ସୂଚନାନୁଯାୟୀ, ଗୁରୁବାର ସକାଳେ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଦୈାଡିବା ସମୟରେ ପ୍ରାର୍ଥୀମାନେ ହଠାତ ତଳେ ପଡ଼ି ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର  ସୁଲନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସମାନ ପରିସ୍ଥିତିରେ ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ।
ଆଜି ନିଟ୍‌‌ ୟୁଜି ପରୀକ୍ଷା, ଓଡ଼ିଶାରୁ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ
ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌‌ ୟୁଜି ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟାରୁ ୫ଟା ୨୦ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିଜର ଆଡମିଟକାର୍ଡ ଡାଉନ୍‌‌ଲୋଡ କରି ପରୀକ୍ଷା ପୁର୍ବରୁ ଯାଞ୍ଚ କରିବାକୁ ଏନ୍‌‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଭୁଲ୍‌‌ ଥିଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଡମିଟ କାର୍ଡ ପୁନଃ ଡାଉନ୍‌‌ଲୋଡ କରିବାକୁ କୁହାଯାଇଛି।
ଏନ୍‌‌ଟିଏର ସୂଚନା ଅନୁଯାୟୀ, ଦେଶରେ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୫୫୭ଟି ସହରରେ ପରୀକ୍ଷା କରାଯିବ। ଏହାସହ ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ଏନ୍‌‌ଟିଏ ସୂଚନା ଦେଇଛି। ଓଡ଼ିଶାରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେବେ । ନିଟ୍ ପାଇଁ ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ବାଲେଶ୍ବର, ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ଜୟପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡା, ପୁରୀ, କଟକ, ଭୁବନେଶ୍ବର ଏବଂ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି।
ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।
ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବରେ ଦେଖିବାକୁ ପଡ଼ିବ। ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ। ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ।
ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି।
ସେପ୍ଟେମ୍ୱର ୩୦ ଯାଏଁ ହେବ ଓପିଏସସି ସାକ୍ଷାତକାର ପରୀକ୍ଷା
ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ହେଉଥିବା ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ୩୦ ଯାଏ ହେବ। ତେବେ, ଏହି ସମୟରେ ଯେଉଁମାନେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଛନ୍ତି, ତାଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ। ଏଥିପାଇଁ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।
ସାକ୍ଷାତକାର ତାରିଖ ସ୍ଥିର ହେବା ପରେ ଯଦି ପ୍ରାର୍ଥୀଙ୍କର ୟୁପିଏସ୍‌ସି ମେନ୍ ପରୀକ୍ଷା ଦେବାରେ ସମସ୍ୟା ହୁଏ ତେବେ ତାରିଖ ବଦଳାଇବା ପାଇଁ ପ୍ରାର୍ଥୀ ଆବେଦନ କରିପାରବେ। ଏହାପରେ ଆବେଦନ ଅନୁସାରେ ତାରିଖ ବଦଳାଯିବ ବୋଲି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ ।
ବଦଳିବ ନିଟ୍‍, ଜେଇଇ ଓ ସିୟୁଇଟି ପରୀକ୍ଷା ପଦ୍ଧତି; ଏନଟିଏ ନେବ ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର: ମେଡିକାଲ୍‍, ଇଞ୍ଜିନିୟରିଂ ୟୁଜି(ସ୍ନାତକ) ନାମଲେଖା ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷାଗୁଡ଼ିକୁ ଏକ ସମୟରେ କରାଯିବ। ଏହି ପରୀକ୍ଷାର ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀ ମେଡିକାଲ୍‍, ଇଞ୍ଜିନିୟରିଂ କିମ୍ବା ସ୍ନାତକ ନାମଲେଖା ପାଇଁ ମନୋନୀତ ହୋଇ ପାରିବେ। ପିଲାଙ୍କ ପରୀକ୍ଷା ଚାପ କମାଇବା ଓ ନାମଲେଖା ପ୍ରକ୍ରିୟା ସରଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ଗ୍ରହଣ କରାଯାଉଥିବା ଅଧ୍ୟକ୍ଷ ଏମ୍‍ ଜଗଦେଶ କୁମାର କହିଛନ୍ତି।
ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶିକ୍ଷା ତଥା ଉଚ୍ଚଶିକ୍ଷା ପାଇଁ ଚିନ୍ତାରେ ପଡ଼ୁଛନ୍ତି। ମେଡିକାଲ୍‍ ନାମଲେଖା ପାଇଁ ନିଟ୍‍, ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ ଏବଂ ଚଳିତ ବର୍ଷରୁ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଦେଉଛନ୍ତି। ଏ ସମସ୍ତ ପରୀକ୍ଷା ଏନଟିଏ(ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି) ଦ୍ୱାରା ଆୟୋଜିତ ହେଉଥିବାବେଳେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଉଛି। ଛାତ୍ରଛାତ୍ରୀ ଏଥି ପାଇଁ ଅଧିକ ଚାପଗ୍ରସ୍ତ ହେବା ସହ ପରୀକ୍ଷା ପରିଚାଳନାରେ ଅନେକ ସମୟ ମଧ୍ୟ ଯାଉଛି। ତେଣୁ ଏ ସବୁର ସହଜ ପରିଚାଳନା ପାଇଁ ଏନଟିଏ ଗୋଟିଏ ପ୍ରବେଶିକା ଆୟୋଜନ କରିବ। ଏହି ପ୍ରବେଶିକା ଆଧାରରେ ପିଲାଙ୍କୁ ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ ବୋଲି ୟୁଜିସି ପକ୍ଷରୁ ଯେଜନା ପ୍ରସ୍ତୁତ ହେଉଛି। ଇଞ୍ଜିନିୟରିଂ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଫିଜିକ୍ସ ଓ କେମିଷ୍ଟ୍ରିକୁ ଅଧିକ ଫୋକସ୍‍ କରାଯିବାକୁ ଥିବାବେଳେ ନିଟ୍‍ କ୍ଷେତ୍ରରେ ବାୟୋଲଜି ଓ ମେଥମେଟିକ୍ସକୁ ଗୁରୁତ୍ୱ ଦିଆଯିବ। ସେହିପରି ୟୁଜି ପାଇଁ ମଧ୍ୟ ଫିଜିକ୍ସ, କେମିଷ୍ଟ୍ରି, ମେଥମେଟିକ୍ସ, ବାୟୋଲଜି ଆଦିକୁ ଗୁରୁତ୍ୱ ଦିଆଯିବ। ତେବେ ଏନେଇ ୟୁଜିସି ବିଚାରବିମର୍ଶ ଜାରି ରଖିଥିବାବେଳେ ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବ। ଏନେଇ ସବିଶେଷ ମାର୍ଗଦର୍ଶିକା ଏନଟିଏ ଓ ୟୁଜିସି ପକ୍ଷରୁ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ କହିଛନ୍ତି।