Flood Situation - The Sakala

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ସ୍ଥିର ରହୁଥିବାରୁ ସାମଗ୍ରିକ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସେ ସ୍ପଷ୍ଟ କରିଛନ୍ତି।

ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ବନ୍ୟାଜଳ ଛଡ଼ାଯିବା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ରାତି ସୁଦ୍ଧା ଏହି ଜଳ ରାଜଘାଟରେ ପହଞ୍ଚିବାର ସମ୍ଭାବନା ରହିଛି। ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୧୦.୮୩ ମିଟରରେ ପ୍ରବାହିତ ହେଉଛି ଏବଂ କ୍ରମାଗତ ଭାବେ ବଢ଼ୁଛି। ଆଜି ରାତି ସୁଦ୍ଧା ଏହା ୧୧.୪ ରୁ ୧୧.୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଭାଗୀୟ ଅଧିକାରୀ ଆକଳନ କରିଛନ୍ତି।

ବୁଧବାର ଭୋର ୨ଟାରୁ ସକାଳ ୭ଟା ମଧ୍ୟରେ ଗାଲୁଡିହ ବ୍ୟାରେଜରୁ ପ୍ରାୟ ୬,୬୦୦ କ୍ୟୁସେକ ଜଳ ଛଡ଼ାଯାଇଥିଲା, ଯାହାକି ପରେ ୫,୫୩୮ କ୍ୟୁସେକକୁ ହ୍ରାସ ପାଇଥିଲା। ଏହି ସର୍ବୋଚ୍ଚ ଜଳପ୍ରବାହ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିବ ଏବଂ ଗୁରୁବାର ସକାଳ ଆଡ଼କୁ ଜଳସ୍ତର କମିବା ଆରମ୍ଭ କରିବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ରାଜ୍ୟରେ ଲଘୁଚାପର ପ୍ରଭାବ କମିଛି ଏବଂ କେବଳ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ, ରାଜ୍ୟର ଅଧିକାଂଶ ନଦୀଗୁଡ଼ିକର ଜଳସ୍ତର କ୍ରମଶଃ ହ୍ରାସ ପାଉଛି ଅଥବା ସ୍ଥିର ରହିଛି।

ଜଳକା ନଦୀର ଜଳସ୍ତର ୬.୫ ମିଟର ବିପଦ ସଙ୍କେତ ଥିବା ବେଳେ ବର୍ତ୍ତମାନ ଏହା ୬.୫୬ ମିଟରରେ ରହି ଧୀରେ ଧୀରେ କମୁଛି। ବ୍ରାହ୍ମଣୀ ନଦୀର ଜେନାପୁରଠାରେ ଜଳସ୍ତର ୨୧.୬୬ ମିଟର ରହିଛି, ଯାହାକି ବିପଦ ସଙ୍କେତ ୨୩ ମିଟର ଠାରୁ ଯଥେଷ୍ଟ ତଳେ ରହିଛି। ଏହା ରେଙ୍ଗାଲି ଡ୍ୟାମ୍ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ କୌଣସି ବନ୍ୟା ଆଶଙ୍କା ନାହିଁ।

ସେହିପରି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ତୁଳନାରେ ହ୍ରାସ ପାଇ ବର୍ତ୍ତମାନ ୧୮.୫୭ ମିଟରରେ ପ୍ରବାହିତ ହେଉଛି। ଭଦ୍ରକଠାରେ ସାଳନ୍ଦୀ ନଦୀର ଜଳସ୍ତର ଗତ ଦୁଇ ଦିନ ହେବ ସ୍ଥିର ରହିଛି ଏବଂ ବିପଦ ସଙ୍କେତ ୧୭ ଫୁଟ ତୁଳନାରେ ବର୍ତ୍ତମାନ ୧୬.୪ ଫୁଟରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି, ଯାହାକି ବିପଦ ସଙ୍କେତ ୧୮.୧୩ ମିଟର ତୁଳନାରେ ଏବେ ୧୭.୧୨ ମିଟରରେ ରହିଛି। ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଥିବା ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍‌
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନେତା, ପ୍ରାକ୍ତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଟିମ୍‌ ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କରି ଚଳିତ ବର୍ଷର ୪ର୍ଥ ବନ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ଗେଙ୍ଗୁଟି ନଦୀବନ୍ଧରେ ବନ୍ୟାବିପନ୍ନଙ୍କ ସହ ସାକ୍ଷାତ୍‌ କରି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିପଦ ସମୟରେ ଲୋକଙ୍କ ସହ ଠିଆ ହୋଇ ସେମାନଙ୍କ ସମସ୍ୟା ବୁଝିବା ଓ ସହଯୋଗର ହାତ ବଢ଼ାଇବା ହିଁ ଆମର ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ସରକାର ବନ୍ୟା ଟ୍ୟୁରିଜିମ୍‌ ବନ୍ଦ କରି ବନ୍ୟାବିପନ୍ନ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝନ୍ତୁ, ସେମାନଙ୍କୁ ପର୍ଯ୍ୟାପ୍ତ ସାହାଯ୍ୟ କରିବା ସହିତ ଚାଷର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ଋଣ ଛାଡ଼ କରନ୍ତୁ ବୋଲି ଗଣମାଧ୍ୟମ ଆଗରେ ଡ. ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ ଦାବି କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତବେଳେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ନିର୍ବାଚନମଣ୍ଡଳୀ ନେତା ଡ. ସଞ୍ଜୟ ଦାସ, ଧାମନଗର ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ୍‌ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଭଦ୍ରକ ବ୍ଲକ୍‌ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଓସିମ୍‌ ଏଜଦାନି କାଦିରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତ୍‌ଲତା ନାୟକ, ସରପଞ୍ଚ ସୀତାକାନ୍ତ ମିଶ୍ର, ସମିତିସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଭାରତ ବିଜୟ ଦଳେଇ, ବହୁ କାଉନ୍‌ସିଲର, ବିଜେଡି ବ୍ଲକ୍‌ ଓ ନଗର ସଭାପତି ପ୍ରତାପ ସାମଲ, ବିଜୟକେତନ ସାହୁ, ବିଜେଡି ନେତା ସୁଶାନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସେକ୍‌ ଜାଫର ଅଲ୍ଲୀ, ସେକ୍‌ ସୈଫୁଦ୍ଦିନ(ସୁନିଲ), ସେକ୍‌ ବାଟୋ, ଏମ୍‌ଡି ଫକିରୁଦ୍ଦିନ, ମୀର୍‌ ମୁରତୁଜା, ରମେଶ ଜେନା, ଗୌରାଙ୍ଗ ଜେନା, ସେକ୍‌ ଜୁଲୋ ଓ ଅନ୍ୟ ନେତୃମଣ୍ଡଳୀ ଧାମନଗର ବନ୍ୟାଞ୍ଚଳ ବୟାଙ୍ଗଡିହ, ଦୋବଲ, ରାଧାବଲ୍ଲଭପୁର, ନଦୀଗାଁ, ଧୂଷୁରୀ ଆଦି ପରିଦର୍ଶନ କରି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀମାନଙ୍କ ସହ ଆଲୋଚନା କରିଛନ୍ତି। ପରେ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିନ୍ତୁ ବନ୍ୟା ପୂର୍ବରୁ ବା ବନ୍ୟା ପରେ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯିବା କଥା ସେଭଳି କରାଯାଇନଥିବାରୁ ହଜାର ହଜାର ବିପନ୍ନ ଆଜି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନଙ୍କୁ ପ୍ରଶାସନ ସାଙ୍ଗରେ ନେଇ ବନ୍ୟା ପରିଚାଳନା କରାଗଲେ ଏହାର ଲାଭ ମିଳନ୍ତା ବୋଲି ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଆସିଥିବା ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି।

ବିଞ୍ଝାରପୁର ନୂଆମାହାରାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳକୁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ପରିଦର୍ଶନରେ ଆସି ଏଭଳି ସରକାରଙ୍କ ବିଫଳତା ସଂପର୍କରେ ଗଣମାଧ୍ୟମରେ ବର୍ଷିଥିଲେ। ଏହି ଘାଇ ଯୋଗୁଁ ୫ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଘାଇ ମରାମତିରେ ବିଳମ୍ୱ ଯୋଗୁଁ ଏହି ଅଞ୍ଚଳରେ ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି ବୋଲି ମତ ଦେଇଥିଲେ। ପ୍ରତିନିଧି ଦଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଓ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପ୍ରମୁଖ ସାମିଲ ହୋଇ ପ୍ରଶାସନ ଓ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିଲେ। ଶ୍ରୀ ଅମାତ ବିଞ୍ଝାରପୁର ବିଡିଓଙ୍କ ସହ ଆଲୋଚନା କରିବା ପରେ   ନୂଆମାହାରା ଘାଇ ପରିଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ, ସରକାରଙ୍କ ଅପାରଗତା ଯୋଗୁଁ ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସରକାର ଓ ପ୍ରଶାସନ ଉଭୟ ତତ୍ପର ହୋଇ ଲୋକଙ୍କ ନିକଟରେ ରିଲିଫ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ପ୍ରମିଳା ମଲ୍ଲିକ ଅଭିଯୋଗ କରି କହିଥିଲେ ସରକାର କେବଳ ବଡ଼ ବଡ଼ ଦାବି କରୁଛନ୍ତି, କିନ୍ତୁ ବାସ୍ତବରେ ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ। ।

ଏହି ପ୍ରତିନିଧି ମଣ୍ଡଳୀ ସହ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଇଂ. ସୁଶାନ୍ତ କୁମାର ମିଶ୍ର, ବିଞ୍ଝାରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ, ମାମିନା ମଲ୍ଲିକ, କମାରଡ଼ିହି ପାକ୍ସ ସଭାପତି ଭାଗୀରଥି ସାହୁ, ଯୁବ ନେତା ବିରଜା ମଲ୍ଲିକ, ଟୁନା ବିଶ୍ୱାଳ ପ୍ରମୁଖ କୟାଁ, କମାରଡ଼ିହି, ଖାନନଗର, ଥାଲକୁଡ଼ି, ନିଜାମପୁର ଆଦି ପଞ୍ଚାୟତ ଗସ୍ତ କରି  ଗ୍ରାଉଣ୍ଡ ଜିରୋରେ କିପରି ବନ୍ୟା ବିପନ୍ନମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି  ତାହାର ସ୍ଥିତି ପରଖିଥିଲେ। ଏଥିସହ ବ୍ଲକର କୟାଁ, କମାରଡ଼ିହି, ଖାନନଗର, ନିଜାମପୁର, ଦତ୍ତପୁର ଆଦି ପଞ୍ଚାୟତରେ ଲୋକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ  ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ସହାୟତା ଯୋଗେଇ ଦିଆଯାଇ ନଥିବାରୁ ବନ୍ୟା ବିପନ୍ନମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ବନ୍ୟା ପରିସ୍ଥିତି ମଧ୍ୟରେ ୫ ଦିନ ହେଲା ନିଖୋଜ ଥିଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବାହୁକା ନାମକ ଜଣେ ବ୍ୟକ୍ତି ୫ ଦିନ ଧରି ନିଖୋଜ ଥିବା ବେଳେ ଓଡ୍ରାଫ୍ ଟିମ୍ ତାଙ୍କୁ ସଫଳତାର ସହ ଉଦ୍ଧାର କରିଛି। ଓଡ୍ରାଫ୍ ଟିମ୍ ବଜାପତି ପଡ଼ିଆ ଅଞ୍ଚଳରୁ ବାହୁକାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଇଛି। ସେଠାରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ବନ୍ୟା ପରିସ୍ଥିତି ମଧ୍ୟରେ ଦୀର୍ଘ ୫ ଦିନ ପରେ ନିଖୋଜ ବାହୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଓଡ୍ରାଫ୍ ଟିମର ତ୍ୱରିତ ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।

ମୟୂରଭଞ୍ଜରେ ଲାଗିରହିଛି ଭାରି ବର୍ଷା: ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ରାସ୍ତା ବିଚ୍ଛିନ୍ନ, ୩ମୃତ
ବାରିପଦା: ଜିଲ୍ଲାରେ ଲାଗି ରହିଥିବା ଭାରି ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବୁଡାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଡ଼ସାହି-ବେତନଟୀ, ମାଣତ୍ରୀ-ବେତନଟୀ ଓ ବୈଶିଙ୍ଗା-ମାଣତ୍ରୀ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସାନନଦୀ ବନ୍ୟା ଯୋଗୁଁ ରାସଗୋବିନ୍ଦପୁର-ଅମର୍ଦ୍ଦାରୋଡ ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଛି।

ଗତରାତିରେ ସାନନଦୀ ସେତୁ ପାରି ସମୟରେ ଏକ ପିକଅପ୍ ଭ୍ୟାନ ଭାସିଯାଇଥିଲା। ଅଗ୍ନିଶମ ବାହିନୀ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶଙ୍କରେଇ ନାଳରୁ ଭାସି ଆସିଥିବା ଏକ ଅଜଣା ମୃତଦେହ ଚଢେଇପାହାଡ଼ିରୁ ଉଦ୍ଧାର କରାଯାଇଛି। ବିଶୋଇ ଥାନା ଖଡମବେଡା ଗ୍ରାମରେ ନିଜ ଘର ସାମନାରେ ଥିବା କୃତ୍ରିମ ଜଳାଶୟରେ ବୁଡ଼ି ୯ ବର୍ଷୀୟ ଏକ ବାଳକର ମୃତ୍ୟୁ ହୋଇଛି। ବଡ଼ସାହି ବ୍ଲକରେ ମାଛ ଧରିବାକୁ ଯାଇ ଜଣେ ଯୁବକ ବନ୍ଧପାଣିରେ ଭାସି ମୃତ୍ୟୁ ବରଣ କରିଛନ୍ତି। ବାଙ୍ଗିରିପୋଷିରେ ପୋଲ ପାରି ସମୟରେ ଭାସିଯାଇ ଗଛ ଡାଳରେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ଯୁବକଙ୍କୁ ଓଡ୍ରାଫ୍ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ବର୍ଷା, ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ହେମକାନ୍ତ ସଏ ଆଜି ମଧ୍ୟ ମୟୂରଭଞ୍ଜର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସାବଧାନତାମୂଳକ ପଦକ୍ଷେପ ନିଆଯାଇଛି।

ଜିଲ୍ଲାର ୨୨ଟି ବ୍ଲକ ଏହି ବର୍ଷା ଓ ବନ୍ୟାର ପ୍ରଭାବରେ ପଡ଼ିଛି। ବଡ଼ସାହି, ବେତନଟୀ, ବାରିପଦା, ବାଙ୍ଗିରିପୋଷି, ବହଳଦା, ଗୋପବନ୍ଧୁନଗର, ଖୁଣ୍ଟା, କୁସୁମୀ, କୁଳିଅଣା, କରଞ୍ଜିଆ, ଠାକୁରମୁଣ୍ଡା, ତିରିଂ, ରାସଗୋବିନ୍ଦପୁର, ଶାମାଖୁଣ୍ଟା, ଜାମଦା, ଯଶିପୁର, ଶୁଲିଆପଦା, ରାଇରଙ୍ଗପୁର, ଶୁକୃଳି, ରରୁଆଁ, ମୋରଡ଼ା ଓ ବିଜାତଳା ଆଦି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ବର୍ଷା ଓ ବନ୍ୟା ଜଳ ରାସ୍ତା ତଥା ପୋଲ ଉପରେ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଏହି ପରିସ୍ଥିତିରେ ୨୮ଟି ଗ୍ରାମ ପଞ୍ଚାୟତ ଓ ୪୫ଟି ଗ୍ରାମ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୧,୭୩୫ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨୧୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ଦୁଇଟି କୁଡ଼ିଆ ଓ ୧୧ଟି ଗୁହାଳ ରହିଛି। ପ୍ରଶାସନ ପକ୍ଷରୁ ୧୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି ଏବଂ ୧୪ଟି ସ୍ଥାନରେ ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ସ୍ଥାନରେ ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିଥିଲେ ହେଁ ଉପମୁଣ୍ଡରୁ ଆସୁଥିବା ଜଳ ଯୋଗୁଁ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଜିଲ୍ଲାପାଳ, ଏସପି ସମେତ ସମସ୍ତ ଅଧିକାରୀ ବିଭିନ୍ନ ଅଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ, ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ବୁଲି ଦେଖିଥିଲେ । ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ସେପରି ଭାବେ ପ୍ରଭାବିତ ହୋଇ ନାହିଁ ବୋଲି ସୂଚନା ଦେଇଛନ୍ତି।

ମୋଟ୍‌ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି । ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି। ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ରନ୍ଧା ଖାଦ୍ୟ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦିଆଯିବ। ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ। କ୍ଷୟକ୍ଷତି ଆକଳନ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଅଛି। ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ବ ଦେଉଛନ୍ତି। ଯାହାର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଥିବ, ନୂଆ ଘର ମିଳିବ। ଆଂଶିକ ଘର ମରାମତି ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶ୍ରୀଲଙ୍କା ପରେ ପାକିସ୍ତାନର ସ୍ଥିତି ସଂଘାତିକ; ବନ୍ୟା-ମହଙ୍ଗା ବଜାର-ଋଣ ସହ ଯୁଝୁଛି ପାକିସ୍ତାନ
ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଦିନକୁ ଦିନ ସଂଘାତିକ ହେବାରେ ଲାଗିଛି ପାକିସ୍ତାନର ସ୍ଥିତି। ବନ୍ୟା, ମୁଦ୍ରାସ୍ଫୀତି ଏବଂ ବିପୁଳ ଋଣ ଭାର ସହ ଯୁଝୁଥିବା ପାକିସ୍ତାନ ଏବେ ଭାରତ ସହିତ ପୁନର୍ବାର ବାଣିଜ୍ୟ କାରବାର ଆରମ୍ଭ ଭାରତ ସହିତ ବାଣିଜ୍ୟ ମାର୍ଗ ପୁଣି ଥରେ ଖୋଲିବାକୁ ପାକିସ୍ତାନ ସଙ୍କେତ ଦେଇଛି। ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ଟା ଇସମାଇଲ ଘୋଷଣା ଏ ନେଇ କରିଛନ୍ତି। ସେ କହିଛନ୍ତି ଯେ ବର୍ଷା ପରେ ବନ୍ୟା ପରିସ୍ଥିତି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି କାରଣରୁ ସେମାନେ ଭାରତ ସହିତ ବାଣିଜ୍ୟ ମାର୍ଗ ଖୋଲିବାକୁ ଇଚ୍ଛୁକ।

ଇସଲାମାବାଦରେ ଏକ ସାମ୍ବାଦିକ ଇସମାଇଲ କହିଛନ୍ତି ଯେ ଦେଶରେ ଦେଖାଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଅତି କମ୍‌ରେ ୧୦ ବିଲିୟନ ଡଲାର କ୍ଷତି ହୋଇଛି। ଏହା ହେଉଛି ପ୍ରାଥମିକ ମୂଲ୍ୟାଙ୍କନ ଏବଂ ତୃଣ ମୂଳ ସ୍ତରରୁ ସର୍ଭେ କରିବା ପରେ ଏହି ପରିମାଣ ବଢ଼ିପାରେ। ପ୍ରାଥମିକ ଆକଳନରୁ ଜଣାପଡିଛି ଯେ ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନ୍‌ନଖୱା ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସଂଖ୍ୟା ଘର, ହୋଟେଲ ଏବଂ ସଡ଼କରେ ନଷ୍ଟ ହୋଇଛି। ଏଥିରେ ଦେଶର ବିଭିନ୍ନ ସ୍ଥାନରେ ୧୦୦୦ ରୁ ଅଧିକ ଲୋକ ଏବଂ ଲକ୍ଷାଧିକ ଗାଇଗୋରୁଙ୍କର ମୃତ୍ୟୁ ଘଟିଛି।

ଏଭଳି ସମୟରେ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି, ଯାହା ସରକାରଙ୍କ ନିଦ ହଜାଇ ଦେଇଛି। ଶ୍ରୀଲଙ୍କା ପରେ ପାକିସ୍ତାନ ବର୍ତ୍ତମାନ ଭୟଙ୍କର ମୁଦ୍ରାସ୍ଫୀତି ଜନିତ ସମସ୍ୟାର ସମ୍ମୁଖୀନ ହୋଇଛି। ପୂର୍ବରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ିଥିବାବେଳେ ବର୍ତ୍ତମାନ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଢ଼େର ବଢ଼ିଯାଇଛି। ପାକିସ୍ତାନର ବଜାରରେ ଟମାଟୋ କିଲୋ ପିଛା ୫୦୦ ଟଙ୍କା ଏବଂ ପିଆଜ ୪୦୦ ଟଙ୍କା ଛୁଇଁଛି। ଏଭଳି ସମୟରେ ପାକିସ୍ତାନ ସରକାର ବିଦେଶରୁ ପିଆଜ-ଟମାଟୋ ଆମଦାନୀ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ପାଇକାରୀ ବ୍ୟବସାୟୀଙ୍କ ମତରେ ଗୁରୁତର ବନ୍ୟା ପରିସ୍ଥିତି ଏବଂ ଉତ୍ପାଦନ ହ୍ରାସକୁ ଦୃଷ୍ଟିରେ ରଖି ଯଦି ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଟମାଟୋ ଏବଂ ପିଆଜର ମୂଲ୍ୟ ଏଠାରେ କିଲୋ ପିଛା ୭୦୦ ଟଙ୍କା ଛୁଇଁବ। ଅତ୍ୟାବଶ୍ୟକ ପନିପରିବା ମଧ୍ୟରେ ଆଳୁ କିଷଳା ପିଛା ଦର ୪୦ ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପାକିସ୍ତାନକୁ ପିଆଜ ଏବଂ ଟମାଟୋ ଆଫଗାନିସ୍ତାନରୁ ଲାହୋରର ଟୋର୍କାମ ସୀମା ଏବଂ ପଞ୍ଜାବର ଅନ୍ୟାନ୍ୟ ସହର ଦେଇଆସୁଛି। ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ପାକିସ୍ତାନ ସରକାର ଏହାକୁ ଭାରତରୁ ଆମଦାନୀ କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ବାଗା ସୀମାରୁ କରାଯିବ। ଇରାନରୁ ପନିପରିବା ଆମଦାନି କରିବା ପାଇଁ ପାକିସ୍ତାନ ପାଇଁ ବିକଳ୍ପ ରହିଛି, କିନ୍ତୁ ଇରାନ ସରକାର ଆମଦାନି-ରପ୍ତାନି ଉପରେ ଟିକସ ବୃଦ୍ଧି କରିଛନ୍ତି। ଫଳରେ ପାକିସ୍ତାନକୁ ସେଠାରୁ ଆମଦାନୀ କରିବା ମହଙ୍ଗା ହେବ। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ ଭାରତ ସର୍ବୋତ୍ତମ ବିକଳ୍ପ ବୋଲି ମନେହୁଏ।

ସୁବର୍ଣ୍ଣରେଖାରେ ମାଡି ଆସୁଛି ବଡ଼ ବନ୍ୟା, ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସ୍‌ଆରସି କ୍ଷମତା
ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ପଶ୍ଚିମ ଓ ଉପକୂଳ ଓଡ଼ିଶାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା ମାଡି ଆସୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ସେପେଟ ଝାରଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ସୁବର୍ଣ୍ଣରେଖା ନଦୀକୁ ଆସୁଛି। ଯାହା ଫଳରେ ସୁବର୍ଣ୍ଣରେଖା ଅଵବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି।ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

ସୁବର୍ଣ୍ଣରେଖାରେ ୨୦୦୮ରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ ବୋଲି ଏସ୍‌ଆର୍‌ସି ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛି। ବନ୍ୟା ହେଲେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏହି ସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ। ଆଜି ଅପରାହ୍ନରୁ ବନ୍ୟାର ପ୍ରଭାବ ପଡ଼ିବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ପର୍ୟ୍ୟନ୍ତ ରହିବ। ପ୍ରବଳ ବନ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି।

ଅନ୍ୟପଟେ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ବନ୍ୟା ନିଶ୍ଚିତ ବୋଲି ସ୍ପଷ୍ଟ ହେବା ପରେ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ନିଆଯାଇଛି ଏହି ପଦକ୍ଷେପ । ଉଦ୍ଧାର କାର୍ୟ୍ୟରେ ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି।

ବନ୍ୟା ବିଗାଡ଼ିଲା ପରିବା ଚାଷୀଙ୍କ ଆର୍ଥିକ ସ୍ଥିତି; ଛାର୍‌ଖାର୍‌ ହୋଇଗଲା ୪ ଶହ ଏକର ପୋଟଳ ଚାଷ
ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।

ଗଣିଆ ବ୍ଲକ ରାସଙ୍ଗ, କିଶୋରପ୍ରସାଦ ଓ ଛାମୁଣ୍ଡିଆ ପଞ୍ଚାୟତରେ ବ୍ୟାପକ ପୋଟଳ ଚାଷ କରାଯାଏ । ଏହି ପୋଟଳ ଚାଷ ଉଭୟ ପୁରୁଷ ଓ ମହିଳା ଚାଷୀମାନେ କରିଥାନ୍ତି । ମିଶନ ଶକ୍ତି ସହାୟତାରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉକ୍ତ ଅଞ୍ଚଳରେ ପୋଟଳ ଚାଷ କରନ୍ତି। ମହାନଦୀ ପଠାରେ ଥଣ୍ଡା ପାଣିପାଗ ଏବଂ ଉର୍ବର ମୃର୍ତ୍ତିକା ପୋଟଳ ଚାଷ ପାଇଁ ଅତ୍ୟନ୍ତ ଅନୁକୁଳ ହୋଇଥାଏ । କିଶୋରପ୍ରସାଦ ପଞ୍ଚାୟତରେ ୭୦ରୁ ୯୦ ଏକର, ରାସଙ୍ଗ ପଞ୍ଚାୟତରେ ୪୦ରୁ ୫୦ ଏକର ଏବଂ ଛାମୁଣ୍ଡିଆ ପଞ୍ଚାୟତରେ ୩ ଶହରୁ ଅଧିକ ଏକର ପୋଟଳ ଚାଷ କରାଯାଏ । ସ୍ଥାନୀୟ ବଜାର ସହ ଖୋର୍ଦ୍ଧା, ଭୁବନେଶ୍ୱରର ବଡ଼ ବେପାରିମାନେ ଏହି ଅଞ୍ଚଳରୁ ପୋଟଳ ନେଇ ବିକ୍ରି କରିଥାନ୍ତି । ଅନେକ ଚାଷୀ ବ୍ରହ୍ମପୁର ଓ କନ୍ଧମାଳ ଜିଲ୍ଲାକୁ ପୋଟଳ ପଠାଇଥାନ୍ତି। କେତେକ ଚାଷୀ କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳକୁ ପୋଟଳ ପଠାଇଥାନ୍ତି। ପୋଟଳ ପାଇଁ ଏହି ଅଞ୍ଚଳ ଉପରେ ୫୪ଟି ଜିଲ୍ଲାର ବ୍ୟବସାୟୀ ନିର୍ଭର କରିଥାନ୍ତି। ଚଳିତ ବର୍ଷ ପୋଟଳ ଦର ମଧ୍ୟ ବେଶ ଭଲ ରହିଥିଲା ।

ବଜାରରେ ଦେଶୀ ପୋଟଳ କେଜି ୪୦ରୁ ୫୦ ଟଙ୍କା ରହିଥିବା ବେଳେ ହାଇବ୍ରିଡ୍ ପୋଟଳ ଦର ୨୦ରୁ ୩୦ ଟଙ୍କା ରହିଥିଲା । ଫଳରେ ଉକ୍ତ ଅଞ୍ଚଳର ଚାଷୀମାନେ ଏବର୍ଷ ଭଲ ଦୁଇପଇସା ରୋଜଗାର କରିବା ଲକ୍ଷରେ ରହିଥିଲେ । ମାତ୍ର ଚଳିତ ବନ୍ୟା ସବୁ କିଛିକୁ ଛାରଖାର କରି ଦେଇଛି । ନଦୀ ପଠା ଓ ପାଟ ଅଞ୍ଚଳରେ କରାଯାଇଥିବା ଏହି ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଲଗାତର ଭାବେ ୫ ଦିନ ଧରି ପାଣିରେ ବୁଡ଼ି ରହିବାରୁ ପୋଟଳ ଗଛ ସମ୍ପୂର୍ଣ୍ଣ ପଚି ଯାଇଛି । ଶହ ଶହ ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଛାମୁଣ୍ଡିଆ ଅଞ୍ଚଳର ସନ୍ତୋଷ ସାହୁ କହିଛନ୍ତି। ବନ୍ୟା କମିବା ପରେ ମଧ୍ୟ ଉକ୍ତ ଗଛ ବଞ୍ଚିବା ସମ୍ଭାବନା ନଥିବା ଅନେକ ଚାଷୀ କହିଛନ୍ତି। ଗଛ ପଚି ଯାଇଥିବା କାରଣରୁ ଏବର୍ଷ ପୋଟଳ ଉତ୍ପାଦନ କମିବା ସହ ଆକାଶଛୁଆଁ ଦର ହେବ ବୋଲି ଅନୁମାନ କରଯାଉଛି। ଉଦ୍ୟାନ ବିଭାଗ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସର୍ଭେ କରାଯାଇ ଉକ୍ତ ଅଞ୍ଚଳର ପୋଟଳ ଚାଷୀଙ୍କୁ କ୍ଷତିଗ୍ରସ୍ତ ସହାୟତା ପ୍ରଦାନ ସହ ନୂତନ ଭାବେ ଚାଷ କରିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି। ସେହିଭଳି ଭାବେ ମିଶନ ଶକ୍ତି ସହାୟତାରେ ଚାଷ କରିଥିବା ଏସ୍ଏଚ୍‌ଜି ଗ୍ରୁପ୍ ଗୁଡ଼ିକୁ ଋଣ ଛାଡ଼ କରିବା ସହ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ ସହାୟତା ଘୋଷଣା
ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T  ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।

ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁ ର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ ଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରୁ ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଢେଉ ଖେଳୁଛି। ଯୁଆଡ଼େ ଚାହିଁଲେ କେବଳ ପାଣି ଆଉ ପାଣି । ଜମି ଓ ରାସ୍ତା ଏକାକାର ହୋଇଯାଇଛି । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି । ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ସେପଟେ ପୁଣିଗୋଟେ ଲଘୁଚାପ ଆସୁଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆଜିଠୁ ପ୍ରବଳ ବର୍ଷା ହେବ । ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ। ବର୍ଷା ହେଲେ ପାଣି ବଢିବା ସହ ଲୋକଙ୍କ କଷ୍ଟ ଆହୁରି ବଢିଯିବ।

ଲୁଣାନଦୀ ବନ୍ଧରେ ଘଳିଆ : ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ
ଡେରାବିଶ : ମହାନଦୀ ସିଷ୍ଟମରେ ବନ୍ୟାଜଳ ବୃଦ୍ଧିପାଇବା ସହ ଏହି ବନ୍ୟାଜଳ ଶାଖାନଦୀ ଡେରାବିଶ ବ୍ଳକ ଅଧିନସ୍ଥ ଲୁଣା ଓ କରାଣ୍ଡିଆରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅପରାହ୍ନରେ ବ୍ଲକ ଅଧୀନସ୍ଥ ଲୁଣାନଦୀ ବନ୍ଧରେ ଅର୍ତାମୂଳ ଠାରେ ୩ଟି ଘଳିଆ ପଡ଼ିଥିଲା। ନଦୀପାଣି ଏହି ଘଳିଆ ବାଟ ଦେଇ କେନ୍ଦ୍ରାପଡ଼ା କେନାଲରେ ପ୍ରବେଶ କରୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ। ତେବେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଓ କନିଷ୍ଠ ଯନ୍ତ୍ରୀ ନବୀନ ପାଣିଗ୍ରାହୀଙ୍କ ସମେତ ଡେରାବିଶ ପଂଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଲ୍ଲିକ, ଯଅଁରାବାରିମୂଳ ସରପଂଚ ଶଙ୍କର୍ଷଣ ପରିଡ଼ା ଓ ମୁକୁନ୍ଦପୁର ସରପଂଚ ମିତାରାଣୀ ମଲ୍ଲିକଙ୍କ ସମେତ ଯଅଁରାବାରିମୂଳ, ମୁକୁନ୍ଦପୁର, ଦାନପୁର ଓ ଚାନ୍ଦୋଳ ପଂଚାୟତର ଶହଶହ ସଂଖ୍ୟାରେ ଲୋକ ସେଠାରେ ଏକଜୁଟ ହୋଇ ବାଲିବସ୍ତା ପକାଇ ଘଳିଆ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଏଠାରେ ଯଦି ଘାଇ ହୁଏ ତେବେ ବ୍ଲକ ଅଂଚଳ ସମେତ ଜିଲ୍ଲାର ବହୁ ଅଂଚଳ ବନ୍ୟାପ୍ଲାବିତ ହୋଇଯିବାର ଆଶଙ୍କା ରହିଛି। ସେହପରି ଏହି ବ୍ଳକ ଅଧୀନ ବସୁପୁର ପଂଚାୟତ ଢ଼ିଅବସୁପୁର ଓ ଇନ୍ଦାଳୋ ପଂଚାୟତର ପୁରୁଷୋତମପୁର ଗ୍ରାମରେ ଲୁଣା ଓ କରାଣ୍ଡିଆର ଜଳ ପ୍ରବେଶ କରିବା ଫଳରେ ଗାଁ ରାସ୍ତାରେ ୫ ଫୁଟରୁ ଉଦ୍ଧ୍ୱର୍ ବନ୍ୟାଜଳ ଲହଡ଼ି ଖେଳୁଛି। ଏହି ବନ୍ୟାଜଳ ଢ଼ିଅବସପୁର ଗ୍ରାମର କେତେକ ବ୍ୟକ୍ତିଙ୍କ ଘରେ ପ୍ରବେଶ କରିବା ଦ୍ୱାରା ପରିବାର ସହ ଲୋକମାନେ ନିଜ ଘରର ଛାତ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି।

ସେହିପରି ପୁରୁଷୋତମପୁର ଗ୍ରାମରେ ଲୋକେ ଜଳବନ୍ଦୀରେ ରହିଥିବାରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓ ନମିତା ବାରିକ ଏହି ସ୍ଥାନକୁ ଘନଘନ ଗ୍ରସ୍ତ କରିବା ସହ ଘଟଣା ସ୍ଥଳରେ ଉପସ୍ଥିତ ରହି ବସୁପୁର ସରପଂଚ କମଳା ଦାସ ଓ ପୂର୍ବତନ ସରପଂଚ ଅମୃତରାଜ ବେହେରାଙ୍କ ଉଦ୍ୟମରେ ଢ଼ିଅବସପୁର ଗ୍ରାମରେ ୩୦୦ ଲୋକଙ୍କ ପାଇଁ ହେଉଥିବା ରନ୍ଧା ଖାଦ୍ୟ ଯୋଗାଣକୁ ତଦାରଖ କରିଥିଲେ। ସେହିପରି ପୁରୁଷୋତମପୁର ଗ୍ରାମକୁ ଆଜି ଯାଇ ବିଡ଼ିଓ ବାରିକ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇଛନ୍ତି। ଏଥିସହ ବନ୍ୟାଜଳରେ ବନ୍ୟଜଳବନ୍ଦୀରେ ରହିଥିବା ଘରର ସଦସ୍ୟଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବାରିକ ସୂଚନା ଦେଇଛନ୍ତି। ତେବେ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିିତ ସ୍ଥାନରେ ରଖିବା ପାଇଁ ନଦୀବନ୍ଧରେ ବିଡ଼ିଓ ବାରିକ ବିପନ୍ନଙ୍କୁ ପଲିଥିନ୍ ମଧ୍ୟ ଯୋଗାଇ ଦେଇଛନ୍ତି

ତେବେ ଲୁଣାନଦୀର ଦାନପୁର ଠାରେ ବିପଦସଙ୍କେତ ୩୨.୫୫ ରହିଛି। ଆଜି ସକାଳ ୬ଟା ସୁଦ୍ଧା ଏହି ବନ୍ୟାଜଳ ବୃଦ୍ଧି ପାଇ ୩୮.୬୦ ରହିଥିଲା। ମାତ୍ର ଅପରାହ୍ନରେ ଏହି ଜଳ ମାତ୍ର ୪ରୁ ୬ ଇଂଚ କମିଥିବା ନେଇ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ସୂଚନା ଦେଇଛନ୍ତି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ବିଭାଗୀୟ ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାୟ, ଲୁଣା ଓ କରାଣ୍ଡିଆ ନଦୀବନ୍ଧରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳ ଦୁର୍ବଳ ଥିବା ନଦୀବନ୍ଧରେ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ମହଜୁଦ ରଖାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଇକା ନଦୀର କାଠକୋଟ ଓ ତେରମାଣପୁରରେ ଦୁଇଟି ବୃହତ ଘାଈ : ବିପଦ ସଙ୍କେତ ଉପରେ ଦେବୀ ନଦୀ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ ହେବା ପରେ ବହୁ ବ୍ୟକ୍ତି ପାଣିଘେରରେ ରହିଥିବା ସୂଚନା ମିଳିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଘାଈ ସଂଖ୍ୟା ୪କୁ ବୃଦ୍ଧି ଘଟିଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଦଳେଇଘାଇ ନିକଟରେ ଦେବୀ ନଦୀ ବିପଦ ସଂକେତ ଉପରେ ଥିବାରୁ ଲୋକମାନେ ଅତଙ୍କିତ ଅବସ୍ଥାରେ ରହିଛନ୍ତି। ଆଳି ପିଙ୍ଗଳଠାରେ ମଧ୍ୟ ବିପଦ ସଂକେତ ଉପରେ ଦେବୀନଦୀ ଜଳ ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଛୋଟ ଛୋଟ ଘଳିଆ ଅଗାମୀ ଦିନରେ ଘାଈର ସଂଖ୍ୟା ବୃଦ୍ଧିରେ ସହାୟକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନେବା ସହିତ ରିଲିଫ ଅପରେସନ ଜାରି ରହିଛି।

ଖବରରୁ ପ୍ରକାଶ , ଚଳିତ ବନ୍ୟାରେ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଜିଲ୍ଲାର କୁଜଙ୍ଗ ଓ ତିର୍ତୋଲ ଅଂଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବହୁ ରାସ୍ତାଘାଟ ଓ ସେତୁ ପାଣିରେ ବୁଡିରହିଥିବା ସମୟରେ ବନ୍ୟାଂଚଳର ଅଧିକାଂଶ ଘରେ ପାଣି ପଶିଛି। ମଙ୍ଗଳବାର ସକାଳ ୯ଟା ସମୟରେ କୁଜଙ୍ଗ ବ୍ଲକର ରାହାମା ନିକଟ ତେରମାଣପୁରରେ ଏକ ଘଳିଆ ପଡିଥିବାବେଳେ ଏଠାରେ ଘାଈ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା। ନିଜ ଗୃହ ପାଳିତ ଜୀବଙ୍କ ସହିତ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ତଥା ସ୍କୁଲ ଗୃହକୁ ବନ୍ୟା ବିପନ୍ନଙ୍କୁ ନିଆଯାଇଥିଲା। ବହୁ ଲୋକ ନିଜର ଗୃହପାଳିତ ଜୀବ ସହିତ ସୁରକ୍ଷା ସ୍ଥଳୀରେ ଆଶ୍ରୟ ନେଇଥିିଲେ। ଏପରିକି କିଛି ଗୃହ ପାଳିତ ପଶୁ ବନ୍ୟା ଘେରରେ ରହିଥିବାବେଲେ ଓଡ୍ରାଫ , ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ସେମାନଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ଏଠାରେ ଲୋକଙ୍କୁ ସୁଖିଲା ତଥା ରନ୍ଧା ଖାଦ୍ୟଦେବାର ବ୍ୟବସ୍ଥ କରାଯାଇଥିବା ସୂଚନା ମିଳିଛି। ଏହି ଘାଈ ଦା୍ୱରା ପ୍ରାୟ ୪ଟି ପଂଚାୟତ ୧୫ଟି ଗାଁ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ସେହିପରି ଆଜି ଅପରାହ୍ନରେ ଏହି ବ୍ଲକର ପାଇକା ନଦୀର କାଠକୋଟ ଠାରେ ୫୦ ମିଟରରୁ ଅଧିକ ଏକ ସୁଦୀର୍ଘ ଘାଈ ସୃଷ୍ଟି ହୋଇଥିଲା। ଏଠାରେ କୌଣସି ଘଳିିଆ ନଥିବା ବେଳେ ହଠାତ୍ ନଦୀ ବନ୍ଧ ଧସିବା ସହିତ ଏହି ଘାଈ ସୃଷ୍ଟି ହୋଇଥିଲା। ତେବେ ୧୯୮୨ ମସିହା ବା ଏହା ପୂର୍ବରୁ ଏଠାରେ କେବେ ଘାଈ ହୋଇନଥିବା ଲୋକମାନେ ପ୍ରକାଶ କରିଛନ୍ତି। ଏହି ଘାଇ ପାଇଁ ପୂର୍ବରୁ ଲୋକମାନେ ପ୍ରସ୍ତୁତ ନଥିବାରୁ ବହୁ ଲୋକ ପାଣିଘେରରେ ରହିଥିବା ସୂଚନା ମିଳିଛି।  ଏହିଘାଇ ଦ୍ୱାରା ତିନି ହଜାରରୁ ଅଧିକ ଲୋକ ଏବେ ଜଳବନ୍ଦି ହୋଇପଡିଛନ୍ତି। କାଠକୋଟ ଓ ବାଣସରା ର ମଧ୍ୟବର୍ତୀ ସ୍ଥାନରେ ହୋଇଥିବା ଏହି ଘାଈ ସିଧାସଳଖ ୭ଟି ପଂଚାୟତ ଉପରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି। ଏହି ପଂଚାୟତ ଗୁଡିକ ହେଲେ କାଠକୋଟ, ବାଣସରା , ବାଲିକଣି, କୋଲର, ହଂସୁରା ଓ ଗୋବର୍ଦ୍ଧନପୁର । ସେହିପରି ଗୋବର୍ଦ୍ଧନପୁର , ବାଣସରା ଓ କାଠକୋଟ ପଂଚାୟତର ଗ୍ରାମଗୁଡିକ ବନ୍ୟା ପ୍ରଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଜଳ ବନ୍ଦି ହୋଇ ରହିବେ ବୋଲି ଜଣାପଡିଛି। କୁଜଙ୍ଗ ଓ ତିର୍ତୋଲ ବ୍ଲକର କ୍ରିଷ୍ଣାନନ୍ଦପୁରଠାରୁ ବାଲିକଣି ପଂଚାୟତ ପର୍ଯ୍ୟନ୍ତ ମୋଟ ୧୨ଟି ପଂଚାୟତର ୫୦ଟିରୁ ଅଧିକ ଗ୍ରାମବାସୀ ଓ ହଜାର ହଜାର ହେକ୍ଟର ଚାଷଜମି ଏହି ଘାଈ ଦ୍ବାରା ପ୍ରଭାବିତ ହେବେ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାର ମହାନଦୀ ଅବବାହିକାରେ ଥିବା ରଘୁନାଥପୁର , କୋଟକଣା, ତିର୍ତୋଲ , ଶଂଖେସ୍ୱର, କାଠକୋଟ ଆଦି ତଳିଆ ଅଂଚଳରେ ରାସ୍ତା ଉପରେ ପାଲଟାଣି ରହୁଥିବା ଶହ ଶହ ଲୋକଙ୍କୁ ଗତ କାଲିଠାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଇଛି। ଘରେ ପାଣି ପଶିଯିବାପରେ ଗତ ଦୁଇଦିନଧରି ଏହି ଲୋକମାନେ ନଦୀ ଓ ନାଳ ବନ୍ଧ ତଥା ଉଚ୍ଚ ସ୍ଥାନରେ ପଲିଥିନ ତଳେ ଆଶ୍ରୟ ନେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସମୟରେ ଆବଶ୍ୟକ ରନ୍ଧା ଓ ସୁଖିଲା ଖାଦ୍ୟ ସହିତ ଆବଶ୍ୟକ ପାନୀୟ ଜଳ ଓ ଔଷଧର ଅଭାବ ରହିଥିବା ଅଭିଯୋଗ ହେଉଛି। ସେହିପରି କେତେକ ଆଶ୍ରୟ ସ୍ଥଳୀରେ ବିଦ୍ୟୁତର ବ୍ୟବସ୍ଥା ନଥିିବା ସତ୍ୱେ ଲୋକଙ୍କୁ କ୍ୟାଣ୍ଡେଲ ଦିଆଯାଇନଥିବାରୁ ସେମାନେ ଅନ୍ଧାରରେ ରହିଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ତିର୍ତୋଲକୁ ସଂଯୋଗ କରୁଥିବା ଶଙ୍ଖେଶ୍ୱର , କୋଲର , ଗରଦପୁର ଓ ପାଟକୁରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟତ ବାଧା ପ୍ରାପ୍ତ ହେବା ସହିତ ଯୋଗାଯୋଗରୁ ଏହି ଅଂଚଳ ବିଛିନ୍ନ ହୋଇପଡିଛି। ପ୍ରତି ବର୍ଷ ଏହି ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ଥାନୀୟ ଅଂଚଳର ଶହ ଶହ ଲୋକ ଅଭିଯୋଗ କରିଛନ୍ତି।