Flag of India - The Sakala

ଜାତି, ଧର୍ମ ଭୁଲି ଏକାଠି କାମ କରୁଛନ୍ତି ହିନ୍ଦୁ-ମୁସଲିମ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ମୁହଁରେ ହସ ଫୁଟାଇଛି ‘ତ୍ରିରଙ୍ଗା’। ଜାତୀୟ ପତାକା ତିଆରି ମହିଳାମାନଙ୍କ ପାଇଁ ସମାୟିକ ରୋଜଗାରର ବାଟ ହୋଇଥିଲେ ମଧ୍ୟ ଏହା ଗ୍ରାମୀଣ ମହିଳାଙ୍କୁ ଯଥେଷ୍ଟ ରୋଜଗାର ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ଅନ୍ୟପକ୍ଷରେ ଜିଲ୍ଲାର ଗୌରୀଦେବୀ ଉତ୍ପାଦକା ମହାସଂଘର ହିନ୍ଦୁ-ମୁସଲିମ ମହିଳା ମିଳିମିଶି ଗୋଟିଏ ଛାତ ତଳେ ପତାକା ତିଆରି କରିବା ଅନ୍ୟମାନଙ୍କ ପାଇଁ ଭାଇଚାରାର ଉଦାହରଣ ସୃଷ୍ଟି କରିଛି।

ଜିଲ୍ଲାରେ ‘ହର୍‌‌ ଘର୍‌‌ ତ୍ରିରଙ୍ଗା’ ଓ ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ଅଗଷ୍ଟ ୧୩, ୧୪ ଓ ୧୫ ତାରିଖରେ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଗୌରୀ ଦେବୀ ଉତ୍ପାଦକା ମହାସଂଘର ମହିଳା କାରିଗରମାନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୧୦ ହଜାର ୫ଶହ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ବିରିଡି ବ୍ଲକ କୂଳକାଇଜଙ୍ଗାର ଗୌରୀ ଦେବୀ ଉତ୍ପାଦିକା ମହାସଂଘରେ ୮୦ ଜଣ ମହିଳା ସଦସ୍ୟ ରହିଛନ୍ତି। ମହାସଂଘର ସଭାପତି ସ୍ୱର୍ଣ୍ଣଲତା ସେଠି ଓ ସମ୍ପାଦିକ ସୁହାନା ଆଫ୍ରୋଜଙ୍କ ନେତୃତ୍ୱରେ ୮୦ ଜଣ ଗ୍ରାମୀଣ ମହିଳା ମିଳିମିଶି କାମ କରୁଛନ୍ତି। ସେମାନଙ୍କ ନିକଟରେ ୫୦ଟି ସଲେଇ ମେସିନ ସହିତ କପଡ଼ା କାଟିବା ଓ ପ୍ରେସ୍‌‌ ପାଇଁ ମେସିନ ସହିତ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ରହିଛି। ଚଳିତ ବର୍ଷ ବ୍ଲକରେ ଆଉ ୪ଟି ମହାସଂଘ ଏହି ପତାକା ପ୍ରସ୍ତୁତି ପାଇଁ ଆଗ୍ରହ ଦେଖାଇବାରୁ ଏହି ମହିଳା ମହାସଂଘକୁ ପ୍ରଶାସନ ପକ୍ଷରୁ ୧୧ ହଜାର ପତାକା ପ୍ରସ୍ତୁତି ପାଇଁ ବରାଦି ମିଳିଛି। ତେବେ ବେସରକାରୀ ଭାବେ ବାହାରେ ବିକ୍ରି କରିବାକୁ ସେମାନେ ଆଉ ୬/୭ ହଜାର ପତାକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଶୃଙ୍ଖଳାର ସହିତ ଉଭୟ ହିନ୍ଦୁ ଓ ମୁସ୍‌‌ଲମାନ ମହିଳାମାନେ ଗୋଟିଏ ଛାତ ତଳେ କାମ କରୁଥିବା ସମୟରେ ଜାତି ବା ଧର୍ମକୁ ନେଇ ସେମାନଙ୍କ ମଧ୍ୟରେ କୌଣସି ସଂକୀର୍ଣ୍ଣତା ବା ଭେଦଭାବ ନ ଥିବା ସୁହାନା ଆଫ୍ରୋଜ ପ୍ରକାଶ କରିଛନ୍ତି।

ଆଖି ଭିତରେ ଆଙ୍କିଲେ ତ୍ରିରଙ୍ଗା ଚିତ୍ରକଳା
ସ୍ବାଧୀନତା ଦିବସ ଯେତେ ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦେଶଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଲୋକମାନେ ବିଭିନ୍ନ ଉପାୟ କରୁଛନ୍ତି। କିଏ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସୁନ୍ଦର ଗପ, କବିତା କିମ୍ବା ସାଏରି ଲେଖି ପଠାଉଛନ୍ତି ତ ଆଉ କେହି ସୁନ୍ଦର ଚିତ୍ର ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦେଉଛନ୍ତି। ଏହି ଧାରାରେ ଜଣେ ବ୍ୟକ୍ତି ଏକ ନିଆରା ଉପାୟରେ ଦେଶଭକ୍ତିକୁ ଦର୍ଶାଇଛନ୍ତି। ତାମିଲନାଡ଼ୁର ଜଣେ ସାମାଜିକ କର୍ମୀ ଏବଂ ମିନିଏଚର୍‌ ଆର୍ଟିଷ୍ଟ୍‌ ୟୁଏମ୍‌ଟି ରାଜା ନିଜ ଆଖି ଭିତରେ ତ୍ରିରଙ୍ଗା ଅଙ୍କନ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଖି ଭଳି ସୂକ୍ଷ୍ମ ଅଙ୍ଗରେ ରାଜାଙ୍କର ଏଭଳି ଅସାଧାରଣ କାର୍ଯ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ରାଜା କହିଛନ୍ତି ଯେ, ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ସେ ଏଭଳି ଚିତ୍ରକଳା କରିଛନ୍ତି। ଏହାକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଭିଡିଓ ସହିତ ରାଜା ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟ ନ କରିବା ପାଇଁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଏହି ଚିତ୍ରକଳା କରିବା ପୂର୍ବରୁ ସେ ଚକ୍ଷୁ ବିେଶଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଚକ୍ଷୁ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଆଖି ଭିତରେ କିଛି ଚିତ୍ର କରିବା ଦ୍ବାରା ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ ଏବଂ ଆଖି ଜଳାପୋଡ଼ା ବା କୁଣ୍ଡେଇ ହୁଏ। ତେଣୁ ଆଖି ଭିତରେ ଏଭଳି କୌଣସି ପ୍ରକାର ଚିତ୍ର କରିବା ଉଚିତ ନୁହେଁ।