animation careers - The Sakala
ଆଜିକାଲି ଟେଲିଭିଜନ ଓ ଫିଲ୍ମ ସହିତ ବିଜ୍ଞାପନ ଉଦ୍ୟୋଗରେ ଆନିମେସନ ଏବଂ ସ୍ପେଶାଲ ଇଫେକ୍ଟସର ଚାହିଦା ଅଧିକ। ଆନିମେସନ୍‌ରେ ବ୍ୟବହୃତ ଟେକ୍ନିକ୍ ସମୟ ସହିତ ବିକଶିତ ହେଉଛି। ଯୁବପିଢ଼ିଙ୍କଠାରେ ମଧ୍ୟ ଏହାକୁ ନେଇ ଆଗ୍ରହ ବଢ଼ୁଥବାରୁ ଆନିମେସନ୍‌ ଏକ ସୁନ୍ଦର କ୍ୟାରିୟର ବିକଳ୍ପ ଭାବେ ଉଭା ହୋଇଛି।
ନିଯୁକ୍ତି ସୁଯୋଗ
ଏଥିରେ ଯୋଗ୍ୟ ପ୍ରଫେସନାଲଙ୍କ ଚାହିଦା ଦେଶ ବିଦେଶରେ ବୃଦ୍ଧି ପାଉଛି। ଟେଲିଭିଜନ ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଫିଲ୍ମ ଉଦ୍ୟୋଗ ପର୍ଯ୍ୟନ୍ତ ଆନିମେଟରଙ୍କ ପାଇଁ ନିଯୁକ୍ତିର ଯଥେଷ୍ଟ ସମ୍ଭାବନା ଅଛି। ମୁଖ୍ୟତଃ ଫିଲ୍ମ ପ୍ରଡକସନ ହାଉସ୍‌, ଟିଭି ଚ୍ୟାନେଲ, ବିଜ୍ଞାପନ ଏଜେନ୍ସି, ଗେମ୍ ଇଣ୍ଡଷ୍ଟ୍ରି ଏବଂ ୱେବ୍‌ ଇଣ୍ଡଷ୍ଟ୍ରିରେ ଆନିମେଟର୍‌ଙ୍କୁ ନିଯୁକ୍ତି ମିଳିଥାଏ।
ରୋଜଗାର
ଏହାର ପାରିଶ୍ରମିକ ମୁଖ୍ୟତଃ ଯୋଗ୍ୟତା, ଅଭିଜ୍ଞତା ଓ କମ୍ପାନି ଉପରେ ନିର୍ଭର କରିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୩୦-୪୦ ହଜାର ଟଙ୍କା ଏ କ୍ଷେତ୍ରରୁ ରୋଜଗାର କରାଯାଇପାରିବ। ବିଦେଶରେ ବର୍ଷକୁ ୨୫ରୁ ୩୫ ଲକ୍ଷ ଟଙ୍କା ଅଫର ମିଳିଥାଏ। ନିଜସ୍ବ ସଂସ୍ଥା  ଦ୍ବାରା ମଧ୍ୟ ରୋଜଗାର କରିବା ସମ୍ଭବ।
ଶିକ୍ଷାଗତ ଯୋଗ୍ୟତା
ଯେକୌଣସି ବିଭାଗ (ବିଜ୍ଞାନ, ବାଣିଜ୍ୟ, କଳା)ରୁ ଯୁକ୍ତ ଦୁଇ ପାସ୍ କରିବା ଅନିବାର୍ଯ୍ୟ। ଏହା ପରେ ଆନିମେସନରେ ଡିପ୍ଲୋମା ତଥା ଡିଗ୍ରୀ କୋର୍ସ କରିପାରିବେ। ସେହିପରି ଏଥିରେ ସାର୍ଟିଫିକେଟ୍ କୋର୍ସଠୁ ଆରମ୍ଭ କରି ମାଷ୍ଟର ଡିଗ୍ରୀ କୋର୍ସ ଉପଲବ୍ଧ। ଅନ୍ୟପଟେ ନିର୍ଦ୍ଦିଷ୍ଟ କିଛି ବିଷୟ ରଖିବା ଜରୁରି ନ ଥାଏ। ଅବଶ୍ୟ ସ୍କେଚିଂ, ଡ୍ରଇଂ ଓ କମ୍ପ୍ୟୁଟର ପ୍ରତି ଆଗ୍ରହ ରହିବା ଜରୁରି।
ପ୍ରମୁଖ ସଂସ୍ଥାନ
ସେଣ୍ଟ୍ ଜାଭିୟର୍ସ କଲେଜ, କୋଲକତା
ନ୍ୟାସନାଲ ଫିଲ୍ମ ଆଣ୍ଡ ଫାଇନ୍ ଆର୍ଟ ଇନଷ୍ଟିଚ୍ୟୁଟ୍, କୋଲକତା
ଏଫ୍‌ ଏକ୍ସ ସ୍କୁଲ, ମୁମ୍ବାଇ
ଆବଶ୍ୟକ କୌଶଳ
ସୃଜନାତ୍ମକ ଜ୍ଞାନକୌଶଳ
ଧୈର୍ଯ୍ୟ
ଡ୍ରଇଂ ଜ୍ଞାନ
ମୋସନ ଗ୍ରାଫିକ୍ସ
ଗ୍ରାଫିକ୍ସ ସଫ୍ଟୱେୟାର୍ ସହ ପରିଚୟ